
ଆଜିର ନୂତନ ଜୀବନଶୈଳୀ ଏବଂ ଖାଦ୍ୟପେୟ ଆମ ଶରୀରପାଇଁ ସ୍ବାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରୁଛି। ସାଧାରଣରେ ଆମକୁ ସୁସ୍ଥ ଲାଗୁଥିଲେ ବି ଆମ ଶରୀରପାଇଁ ଆଜିର ଖାଦ୍ୟପେୟ ହିତକାର ନୁହେଁ |ଆଜିର ଯୁବପିଢି ଅସ୍ଵସ୍ତ୍ୟକର ଖାଦ୍ୟ ଖାଇ ବିଭୀନ୍ନ ରୋଗର ସମୁଖୀନ ହେଉଛନ୍ତି |
ଏଭଳି ପରିସ୍ଥିତିରେ, ଅନେକ ଲୋକ ସୁସ୍ଥ ରହିବା ପାଇଁ ଅନେକ ନୂଆ ନୂଆ ଅଭ୍ୟାସ ଆପଣେଇବାରେ ଲାଗିଛନ୍ତି। ନିୟମିତ ଜିମ୍ ଯିବା, ଯୋଗ, ବ୍ୟାୟାମ, ଜଗିଂ, ଚାଲିବା, ଦୌଡ଼ିବା, ପହଁରିବା, ଧ୍ୟାନ ଆଦି କରିବା ସହିତ ସେମାନେ ନିଜ ନିଜ ଖାଦ୍ୟପେୟର ମଧ୍ୟ ଯତ୍ନ ନେଉଛନ୍ତି। ଜୀବନଶୈଳୀରେ ପରିବର୍ତ୍ତନ ସହିତ ଲୋକେ ସେମାନଙ୍କର ଡାଏଟିଂ ପ୍ଲାନ୍ ବା ସୁଷମ ଖାଦ୍ୟ ଯୋଜନାରେ ବି ପରିବର୍ତ୍ତନ କରୁଛନ୍ତି। ଏପରି ଏକ ଡାଏଟିଂ ପ୍ଲାନ୍ ହେଉଛି କିଟୋ ଡାଏଟ୍, ଯାହା ଆଜିକାଲି ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଆସନ୍ତୁ ଜାଣିବା, କିଟୋ ଡାଏଟ୍ ଏବଂ ଏହାଦ୍ବାରା ଆମକୁ ମିଳୁଥିବା ଲାଭ ସମ୍ପର୍କରେ।

କିଟୋ ଡାଏଟ୍ କ’ଣ?
କିଟୋଜେନିକ୍ ଡାଏଟ୍ ବା କିଟୋ ଡାଏଟ୍ ହେଉଛି, ଖୁବ୍ କମ୍ କାର୍ବୋହାଇଡ୍ରେଟ୍ ଓ ତୁଳନାତ୍ମକ ଭାବେ ଅଧିକ ଚର୍ବିଯୁକ୍ତ ଖାଦ୍ୟ। ଓଜନ ବୃଦ୍ଧି ଏବେ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଓଜନ କମାଇବା ଲାଗି ଅନେକ ଲୋକ ଏହି ଡାଏଟ୍ ପ୍ଲାନ୍ ଅନୁସରଣ କରୁଛନ୍ତି। ଏଥିରେ କମ୍ କାର୍ବୋହାଇଡ୍ରେଟ୍, ମଧ୍ୟମ ମାତ୍ରାର ପ୍ରୋଟିନ୍ ଓ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଅନ୍ତର୍ଭୁକ୍ତ। ସରଳ ଭାବରେ କହିଲେ, ଏହା ଏକ ଅଧିକ ଚର୍ବିଯୁକ୍ତ ଡାଏଟ୍ ଓ ଏହାର ଅନେକ ଲାଭ ରହିଛି।
କିଟୋ ଡାଏଟ୍ ଶରୀରର ଅଧିକ ଲାଭ ଦାୟକ ଏହା ଓଜନ ହ୍ରାସ କରିବାରେ ସହାୟକ ହୁଏ। ଏହି ଡାଏଟ୍ ପ୍ଲାନ୍ ମେଟାବୋଲିଜିମ୍ ବୃଦ୍ଧି କରେ ଏବଂ ଭୋକ କମାଏ। ଏହା ଆପଣଙ୍କୁ ଏପରି ଖାଦ୍ୟ ଖାଇବାକୁ ଉତ୍ସାହିତ କରେ, ଯାହା ଭୋକକୁ ନିୟନ୍ତ୍ରଣ କରେ ବା ଏହି ଖାଦ୍ୟ ଶରୀରରେ ଭୋକ ଦମନକାରୀ ହରମୋନ୍ ବୃଦ୍ଧି କରିଥାଏ।
ଅନେକ କାରଣ ଯୋଗୁଁ ଆମ ମୁହଁରେ ବ୍ରଣ ଦେଖାଯାଇଥାଏ। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ଅମ ଶରୀରର ସ୍ଥିତି ବିଗିଡିବାରେ ଲାଗିଛି ,କିଛି ଲୋକଙ୍କୁ ବ୍ରଣ ହେଉଥିବାବେଳେ ଖରାପ ରକ୍ତ ଶର୍କରା ସ୍ତର ବଢ଼ିଗଲେ ବି ବ୍ରଣର ସମସ୍ୟା ଭୋଗିବାକୁ ପଡେ | ଏହି ଖାଦ୍ୟ ଯୋଜନା ଅନୁସରଣ କରି ଜଣେ ବ୍ରଣ ସମସ୍ୟାରୁ ମୁକୁଳି ପାରିବେ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରମ୍ ବା ପିସିଓଏସ୍ର ଲକ୍ଷଣଗୁଡ଼ିକ କମାଇବାରେ କିଟୋ ଡାଏଟ୍ ପ୍ଲାନ୍ ଖୁବ୍ ପ୍ରଭାବଶାଳୀ। ପିସିଓଏସ୍ ହେଉଛି, ମହିଳାଙ୍କଠାରେ ଦେଖାଯାଉଥିବା ଏକ ହରମୋନ୍ଜନିତ ରୋଗ। ପରିବର୍ତ୍ତିତ ଜୀବନଶୈଳୀ ଭିତରେ ବହୁ ମହିଳା ଏହାର ଶିକାର ହେଉଥିବା ଦେଖାଯାଉଛି।