
ମୟୁରଭଞ୍ଜ: ଗ୍ରୀଷ୍ମ ଋତୁର ଅସହ୍ୟ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ କୁଳିଅଣା ଛକ ଠାରେ ସ୍ଥାନୀୟ ଯୁବ ସମାଜସେବୀ ସତ୍ୟଜିତ ମିଶ୍ରଙ୍କ ସୌଜନ୍ୟରେ ସରବତ ବଣ୍ଟନ କାର୍ଯ୍ୟକ୍ରମ ସହିତ ଗରିବ ଓ ଅସହାୟ ବୃଦ୍ଧ-ବୃଦ୍ଧାମାନଙ୍କୁ ଛତା ଓ ଗାମୁଛା ବଣ୍ଟନ କରାଯାଇଛି। ଆଜି ତୃତୀୟ ଦିନରେ ସକାଳ ୧୦ ଘଟିକାରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ସରବତ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରାୟ ସାତଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସରବତ ପାନ କରିଥିବା ଦେଖାଯାଇଥିଲା। ଏହାସହ ଯୁବ ସମାଜସେବୀ ସତ୍ୟଜିତ ମିଶ୍ର କୋଡ଼ିଏରୁ ଅଧିକ ଗରିବ ଓ ଅସହାୟ ବୃଦ୍ଧ ପୁରୁଷ ଓ ମହିଳାଙ୍କୁ ଛତା ଏବଂ ଗାମୁଛା ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦହି ଓ ସ୍କ୍ୱାସ ସରବତ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନଗୁଡ଼ିକରେ ବିଭିନ୍ନ ପ୍ରକାର ସରବତ ବଣ୍ଟନ କରାଯିବ ବୋଲି ସମାଜସେବୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କୁଳିଅଣା ତହସିଲଦାର ତାପସ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ଯୁବ ସାଥୀମାନେ ସରବତ ବଣ୍ଟନରେ ସହଯୋଗ କରିଥିଲେ।ସମାଜସେବୀ ସତ୍ୟଜିତ ମିଶ୍ରଙ୍କ ଏହି ମାନବିକ ପ୍ରୟାସକୁ ତହସିଲଦାର ତାପସ କୁମାର ମଲ୍ଲିକଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିବା ବେଳେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଆଗାମୀ ଦିନରେ ମଧ୍ୟ ଲୋକସେବା ପାଇଁ ବିଭିନ୍ନ ସମାଜସେବୀ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଯୁବ ସମାଜସେବୀ ସତ୍ୟଜିତ କହିଛନ୍ତି ।