‘ବିଶ୍ୱ ହୋମିଓପାଥି ଦିବସ’
ହୋମିଓପାଥି:ସର୍ବଦା ନିରାପଦ

WORLD HOMEOPATHY DAY

ଆଜି ବିଶ୍ୱ ହୋମିଓପାଥି ଦିବସ । ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ବିଶ୍ୱ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି । ଅଣପାରମ୍ପରିକ ଚିକିତ୍ସା ପଦ୍ଧତି ହୋମିଓପାଥିର ପ୍ରତିଷ୍ଠାତା ସାମୁଏଲ୍ ହାନେମ୍ୟାନ୍ ୧୦ ଏପ୍ରିଲ, ୧୭୫୫ରେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ତାରିଖକୁ ବିଶ୍ୱବ୍ୟାପୀ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି ।

ଚିକିତ୍ସା ଜଗତରେ ହୋମିଓପାଥି ପ୍ରତିଷ୍ଠାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ହୋମିଓପାଥି ଚିକିତ୍ସା ସେମିତି କୌଣସି ଜଟିଳ ପ୍ରକ୍ରିୟା ନୁହଁ । ହୋମିଓପାଥି ଔଷଧର ଏମିତି କୌଣସି ବଡ଼ ଧରଣର ନକାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ । ଏହାର ବ୍ୟବହାର ସର୍ବଦା ନିରାପଦ । ତେଣୁ ଆଜିକାଲି ହୋମିଓପାଥି ମେଡିସିନର ବହୁଳ ବ୍ୟବହାର ହେଉଛି ।

ଚଳିତବର୍ଷ ଏହି ଦିବସ ପାଳନର ମୁଖ୍ୟ ପ୍ରସଙ୍ଗ ରହିଛି ‘ଗୋଟିଏ ପରିବାର,ଗୋଟିଏ ସ୍ୱାସ୍ଥ୍ୟ’। ସେପଟେ, ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ଚିକିତ୍ସକଙ୍କ ଦକ୍ଷତା ବୃଦ୍ଧି ନିହାତି ଜରୁରୀ । ବଜାରରେ ଉନ୍ନତମାନର ହୋମିଓପାଥି ଔଷଧର ଉତ୍ପାଦ ଓ ଉପଲବ୍ଧତାକୁ ମଧ୍ୟ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *