
ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ଟିକେଟ କାହାକୁ ମିଳିବ ଚାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ,ଚେବେ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଚଥା ଆଶାୟୀ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତ ରାୟ ଙ୍କୁ ଦଳ ଏଥର ଭରସା କରିବ ନା ବିଜେଡି ରୁ ସଦ୍ୟ ଆମଦାନୀ ନେତା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଟିକେଟ ପାଇବେ ତାକୁ ନେଇ ଦଳରେ କନ୍ଦଳଳ ଓ ଦ୍ଵଦ ଯାରି ରହିଛି।ମାତ୍ର ସେପଟେ ବିଜେପି ନେତା ଶ୍ରୀ ଖଣ୍ଡାୟତ ରାୟ ଟିକେଟ ଘୋଷଣା ପୂର୍ବରୁ ନିଜର ଜୟ ଜୟେ କାର ସହିତ ବିଜେପି ଜିନ୍ଦାବାଦ ଆରମ୍ଭ କରିଛନ୍ତି।ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କୁ ନେଇ ଖୋର୍ଦ୍ଧା ସହରରେ ନିଜର ଉପସ୍ଥିତି ଜାହିର କରିବା ସହିତ ନିଜର ବୃହତ୍ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏନେଇ ଆଶାୟୀ ପ୍ରାର୍ଥୀ ଶ୍ରୀ ଖଣ୍ଡାୟତ ରାୟଙ୍କ ନେତୃତ୍ବରେ ସ୍ଥାନୀୟ ମୁକୁଦପ୍ରସାଦ ଠାରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରାରେ ହଜାର ହଜାର କର୍ମୀ ସାମିଲି ହୋଇ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ।
ଚେବେ ଷ୍ଟେଟ୍ ବ୍ୟାଙ୍କ ଛକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କୁ ଅଣଦେଖା କରି ଗାଡି ବୁଲାଇ ଚାଲି ଯାଇଥିବାକଥା କୁହାଯାଉଛି।ଏଠାରେ କହିରଖୁଛୁ କି ନିକଟରେ ବିଜେପିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବା ନେଇ ଏକ କାର୍ଯ୍ୟକ୍ରମ ରେ ସାଂସଦ ଅପରାଜିତା ଘୋଷଣା କରିଥିଲେ।ଯାହାକୁ ନେଇ ବିଜେପି ସମର୍ଥକ ମାନେ ଅପରାଜିତାକୁ ସମାଲୋଚନା କରିଥିଲେ। ଏବଂ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ବିରୋଧ ପ୍ରଦର୍ଶନ କରିବା ସହିତ କାଳୁ ଖଣ୍ଡାୟତ ରାୟ ଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ। ମାତ୍ର ଗତ ଦୁଇଦିନ ପୂର୍ବେ ଟାଙ୍ଗି ବ୍ଳକ ବିଜେପି କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ରେ ଅପରାଜିତା ଯୋଗଦେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ଜଗଦେବ ଙ୍କ ନାମ ଖୁବ ଶିଘ୍ର ଘୋଷଣା ହୋଇଯିବ ବୋଲି କହିଥିଲେ।ଯାହାକୁ ନେଇ ପୁଣି କର୍ମି ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଆମଦାନୀ ନେତା ଙ୍କୁ ପ୍ରାର୍ଥୀ କରାଗଲେ ଚହାକୁ ବିରୋଧ କରାଯିବ ବୋଲି ମତ ପୋଷଣ ପାଇଥିଲା।