ପାକିସ୍ତାନରେ ଏକ ବଡ ଧରଣର ଅଘଟଣ। ସିନ୍ଧ କ୍ଷେତ୍ରରେ ଏକ ଟ୍ରେନରେ ନିଆଁ ଲାଗି 7 ଜଣ ଜୀବନ୍ତ ଦଗ୍ଧ। ମୃତକଙ୍କ ମଧ୍ୟରେ 3 ଶିଶୁ ମଧ୍ୟ ଅଛନ୍ତି। ବୁଧବାର ରାତିରେ ଟ୍ରେନଟି କରାଚିରୁ ଲାହୋର ଯିବା ବେଳେ ବିଜନେସ କ୍ଲାସରେ ନିଆଁ ଲାଗି ଯାଇଥିଲା। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣା ପଡି ନ ଥିବା ବେଳେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଟ୍ରେନ ଅଗ୍ନିକାଣ୍ଡ ସମ୍ପର୍କରେ ପାକିସ୍ତାନ ରେଲବାଇ ପ୍ରବକ୍ତା ମକସୁଦ କୁଣ୍ଡି କହିଛନ୍ତି କି, ଟ୍ରେନରେ ନିଆଁ କିପରି ଲାଗିଲା ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ନିଆଁ ଲାଗିବା ପରେ ବଗିକୁ ଟ୍ରେନରୁ ଅଲଗା କରି ଦିଆଯାଇଥିଲା। କୁଣ୍ଡି ଆହୁରି ତଥ୍ୟ ଦେଇଛନ୍ତି କି, ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚି ଯାଇଛି। ମୃତକଙ୍କ ମଧ୍ୟରେ ତିନି ଶିଶୁଙ୍କ ସହ ଜଣେ ମହିଳା ଅଛନ୍ତି। ରେଳ ମନ୍ତ୍ରଣାଳୟ ଉଚ୍ଚ ସ୍ତରୀୟ ଯାଞ୍ଚର ଆଦେଶ ଦେଇଛନ୍ତି। ଟ୍ରେନରେ ନିଆଁ ଲାଗିବା ପରେ ଟ୍ରେନକୁ ଟାଣ୍ଡୋ ମସ୍ତି ଖାନ ଷ୍ଟେସନରେ ଅଟକାଯାଇଥିଲା।
ସୂଚନା ପାଇ ଫାୟାରବ୍ରିଗେଡ ଘଟଣାସ୍ଥଳରେ ପହଞ୍ଚି ଫାୟାର ବ୍ରିଗେଡ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଦେଇଥିଲା। ପ୍ରାୟ 40 ମିନିଟର କଠିନ ପରିଶ୍ରମ ପରେ ନିଆଁ ଉପରେ ଆୟତ୍ତ ମିଳିଥିଲା।
I am really inspired along with your writing skills and also with the structure on your weblog. Is this a paid topic or did you modify it yourself? Anyway stay up the excellent quality writing, it is uncommon to peer a nice blog like this one nowadays!