ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଆଜି ମକଡ୍ରିଲ୍

ଦେଶରେ କୋରୋନା ଟେନସନ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭ୍ ମାମଲା ମଧ୍ୟ ବୃଦ୍ଧି ପାଉଛି । ଦିନକରେ ୫୮୮୦ କୋରୋନା ଆକ୍ରାନ୍ତ ଜଣାପଡ଼ିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରହିଛି ୩୫ ହଜାର ୧୯୯ । ଦୈନିକ ପଜିଟିଭିଟି ରେଟ୍ ୬.୯୧ ପ୍ରତିଶତ ରହିଛି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୭୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି କୋରୋନା । ମହାରାଷ୍ଟ୍ରରେ ମୃତ୍ୟୁ ହାର ୧.୮୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ରହିଛି ୯୮.୧୨ ପ୍ରତିଶତ । ଗତକାଲି ସୁଦ୍ଧା ରାଜଧାନୀ ଦିଲ୍ଲୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୩୩୦୫ଟି ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ୬୯୯ ଜଣ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି । ସେପଟେ, କୋରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ସଜାଗ ଥିବା ନେଇ ପୂର୍ବରୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

କୋଭିଡ-19ର ସଂକ୍ରମଣ ପାଇଁ XBB1.16 ଭାରିଆଣ୍ଟ ମୁଖ୍ୟତଃ ଦାୟୀ । ତେଣୁ ଲୋକେ ସାବଧାନ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ସାରା ଦେଶରେ କୋରୋନା ମୁକାବିଲା ପାଇଁ ମକଡ୍ରିଲ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଗତ ୭ ତାରିଖରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମକଡ୍ରିଲ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *