
କେନ୍ଦୁଝର ଜିଲ୍ଲାର ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏହି ଜଘଣ୍ୟ ହତ୍ୟାକାଣ୍ଡର ୫ ବର୍ଷ ପରେ କୋର୍ଟରୁ ନ୍ୟାୟ ମିଳିବା ପରେ ରାମଚନ୍ଦ୍ରଙ୍କ ପରିବାରରେ ଖୁସି। ତେବେ ମାମଲାରେ ଅନ୍ୟ କିଛି ଲୋକଙ୍କ ନାଁ ପୋଲିସ ମାମଲାରେ ନ ଯୋଡିବାକୁ ନେଇ ତେଜିଛି ବିରୋଧ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ଦାବି। ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁରଙ୍କ ନେତୃତ୍ବରେ ରାମଚନ୍ଦ୍ରଙ୍କ ଝିଅ ମିନାରାଣୀଙ୍କ ସହ ଗ୍ରାମର ବହୁ ଲୋକ ବିରୋଧ ପ୍ରଦର୍ଶନ କରିବା ସହ ଘଷିପୁରା ଥାନା ସମ୍ମୁଖରେ ନାରାବାଜି ଦେଇଥିଲେ। ମାମଲାରୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ପୃଷ୍ଟିଙ୍କ ସ୍ବାମୀ ରଞ୍ଜିତ ପୃଷ୍ଟି ଓ ପରିବାରର ଅନ୍ୟ ପୁରୁଷମାନେ ସମ୍ପୃକ୍ତ ଥିବା ବେଳେ କାହିଁ ସେମାନଙ୍କ ନାମକୁ ବାଦ ଦେଇଥିଲା ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି
ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରାଙ୍କୁ ୨୦୧୯ ମସିହାରେ ଅତି ବିଭତ୍ସ୍ୟ ହତ୍ୟା କରାଯାଇଥିଲା। ୫୩ ସାକ୍ଷୀଙ୍କ ବୟାନ ଆଧାରରେ୫ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?