Tag: suchanatv24x7

  • ମାଗେ ପର୍ବ ପାଇଁ ଦୁଲୁକୁଛି ମହେଶ୍ୱରପୁର

    ମାଗେ ପର୍ବ ପାଇଁ ଦୁଲୁକୁଛି ମହେଶ୍ୱରପୁର

    କେନ୍ଦୁଝର ଚମ୍ପୁଆ ନିକଟସ୍ଥ ମହେଶ୍ୱର ପୁର ଗ୍ରାମରେ ଆଦିବାସୀ ହୋ ସଂପ୍ରଦାୟର ପାରମ୍ପରିକ ମାଗେ ପର୍ବ ପାଳିତ ହୋଇ ଯାଇଛି। ଗ୍ରାମର ଆଦିବାସୀ ସଂଗ୍ରାମ ସମିତି ଦ୍ୱାରା ପ୍ରତ୍ୟେକ ବର୍ଷ ମାଘ ମାସର ଆଗମନରେ ଏହି ପର୍ବ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମହା ଧୁମଧାମରେ ପାଳିତ ହୋଇ ଯାଇଛି । ଆଦିବାସୀ ପୁରୁଷ, ମହିଳା ମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇ ଥିବାବେଳେ ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସୁଅ ଛୁଟି ଥିବା ଦେଖିବାକୁ ମିଳି ଥିଲା ।

    ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗି ଥିବାରୁ ଲୋକେ କିଣା ବିକା କରି ପର୍ବ ର ମଜା ନେଇଥିଲେ। ତେବେ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ଗ୍ରାମର ସୁବିଧା ଅନୁଯାୟୀ ମାଘ ମାସର ସଂକ୍ରାନ୍ତି ପରଠାରୁ ଯେକୌଣସି ଦିନ ଏହି ପର୍ବ ପାଳନ କରି ଆସୁ ଥିବାବେଳେ ମହେଶ୍ୱରପୁର ଗ୍ରାମରେ ପ୍ରତି ବର୍ଷ ମାଘ ମାସ ଆରମ୍ଭରେ ହିଁ ତିନି ଦିନ ଧରି ଏହି ମାଗେ ପର୍ବ ପାଳିତ ହୋଇଥାଏ। ନିଆରା ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବରେ ଭୂମି ପୂଜା, ଏବଂ କୂଳ ପୂଜାକୁ ଗୁରୁତ୍ୱ ଦିଆ ଯାଇଥାଏ l

  • ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ‘ନୁଆ-ଓ’ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭାସ୍କର ମିଶ୍ର, ଡ ରମେଶ ଚନ୍ଦ୍ର ରାଉଳ ଏବଂ ସରୋଜ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । +2, +3 ଛାତ୍ରଛାତ୍ରୀ ମାନେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କରିଥିଲେ । ବର୍ତ୍ତମାନ ସମୟରେ, ପାରମ୍ପାରିକ ଓଡ଼ିଆ ଖାଦ୍ୟ ବିଲୁପ୍ତ ହେଉଥିବା ବେଳେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧି ପାଉଛି ବୋଲି ବକ୍ତାମାନେ କହିଥିଲେ । ବିଲୁପ୍ତ ହେଉଥିବା ଖାଦ୍ୟକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ନୂତନ ପ୍ରୟାସ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ ବବିତା ପାତ୍ର, ଜଗନ୍ନାଥ ମହାପାତ୍ର, ଅକ୍ଷୟ ପ୍ରଧାନ, ଡ ଗୋକୁଳାନନ୍ଦ ପାତ୍ର, ଡ ସଂଗୀତା ମିଶ୍ର, ଅନିଲ ପାତ୍ର, ସୋନାଲି ବାରିକ, ରାଧାମାଧବ ମହାପାତ୍ର, ଡ ସୁଦର୍ଶନ ରହିତ ଏବଂ ଭାରତୀ ବାଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

    https://www.babyboxofficecollections.com/8-punti-dopo-i-quali-crederai-di-nuovo-nell-amore/
  • ୫୦୦ଟି ଗ୍ୟାସ ସିଲିଣ୍ଡର ସହ ୯ ଲୁଟେରା ଗିରଫ

    ୫୦୦ଟି ଗ୍ୟାସ ସିଲିଣ୍ଡର ସହ ୯ ଲୁଟେରା ଗିରଫ

    ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା ।ବିଭିନ୍ନ ଗ୍ୟାସ ଗୋଦାମରେ ସିକ୍ୟୁରୀଟି ଗାର୍ଡ ଙ୍କୁ ଭୟଭିତ କରି ଲୁଟ କରୁଥିବା ୬ ଜଣ ଆନ୍ତରାଜ୍ୟ ଅପରାଧିଙ୍କ ସମେତ 3 ଜଣ ଗ୍ରାହକଙ୍କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ଼ ପୋଲିସ । ଅଭିଯୁକ୍ତ ମାନେ ହେଲେ ଡାନିଏଲ କେର୍କେଟା, ଆଶିଷ ସିଂ, ଦେବାଶିଷ ସେନାପତି, ଡିଲେଶ୍ଵର ପରିଡା ,ସଂଜୟ ପ୍ରଧାନ ,ତାପସ କୁମାର ଗଡ଼ତିଆ ଓ କ୍ରେତା ହଲେ ସମ୍ବଲପୁର ର ବିବେକା ନନ୍ଦ ସାହୁ,ଫିରୋଜ ଖାଁ ଏବଂ ନରେଶ କୁମାର ସାହୁ ।

    ସେମାନଙ୍କ ଠାରୁ ୫୦୦ ଟି ବିଭିନ୍ନ କମ୍ପାନୀର ଗ୍ୟାସ ଭର୍ତି ସିଲିଣ୍ଡର ସହ ୪ ଟି ଲୁହା ଛଡ଼ ,ଗୋଟିଏ କଟର,ଗୋଟିଏ ଟିଭିଏସ ମୋଟର ସାଇକେଲ ,ଗୋଟିଏ ଭୁଜାଲି, ଆଠଟି ମୋବାଇଲ ଓ ଗୋଟିଏ ଚାରି ଚକିଆ ଗାଡି ଜବତ କରାଯାଇଥିବାନେଇ ଏକ ସାମ୍ବାଦିକ ସମ୍ମିଳନିରେ ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ।

    ସୁଚନା ଅନୁଯୟାୀ ଗତ ୪ ତାରିଖ ଦିନ ଅତାବିରା ଥାନ୍ତା ଅଞ୍ଚଳର ସିଦାର୍ଥ ପଣ୍ଡା ନାମକ ଜଣେ ଗ୍ୟାସ ବ୍ୟବସାୟୀଙ୍କ ଇଣ୍ଡିଆନ ଗ୍ୟାସ ଏଜେନ୍ସି ରହିଥିବା ଗୋଦାମରୁ ସିକ୍ୟୁରୀଟି ଗାର୍ଡକୁ ଭୟଭୀତ କରି ୧୫୮ ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ନେଇ ଯାଇଥିବା ଅଭିଯୋଗ କରିଥିଲେ ଯାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା ଗତକାଲି ପଡୋଶୀ ଛତିଶଗଡ଼ ରାଜ୍ୟରେ ସମାନ ଭାବେ ଡକାୟତି କରି ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନାଁ ରେ ବିଭିନ୍ନ ଥାନାରେ ୯ ଗୋଟି ମାମଲା ଥିବା ବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ।

  • ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ଉଦ୍ୟମ

    ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ଉଦ୍ୟମ

    ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ ହୋଇଛି । ଏହି କେନ୍ଦ୍ରରେ ଇଭିଏମ ଏବଂ ଭିଭିପାଟ ପ୍ରଦର୍ଶନ ସହ ପୋଲିଂ ବୁଥରେ ଭୋଟ ଦେବାକୁ ନେଇ ଜନସାଧାରଣଙ୍କୁ ସଚେତନତା କରାଯିବ ।

    ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଦଣ୍ଡସେନା ଏହି କେନ୍ଦ୍ର ଉଦଘାଟନ କରିବା ସହ ୪ ଟି ଇଭିଏମ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ମୋବାଇଲ ଭ୍ୟାନ ଗୁଡିକ ୧୪ ଟି ବ୍ଲକ ଏବଂ ସମସ୍ତ ପୌରାଞ୍ଚଳ ବୁଲିବ । ଏହି ଭ୍ୟାନ ଗୁଡିକ ଜିଲ୍ଲାର ସମସ୍ତ ଭୋଟ ଦାନ କେନ୍ଦ୍ର ଗୁଡିକ ବୁଲିବ ଏବଂ ସମ୍ପୃକ୍ତ ଅଧିକାରୀ ମାନେ ଭୋଟର ମାନଙ୍କୁ ସଚେତନ କରାଇବ । ମକ ପୋଲିଂ ପରେ ଭୋଟର ମାନେ କାହାକୁ ଭୋଟ ଦେଲେ ଦେଖିପାରିବେ ।

    ଏହା ଦ୍ୱାରା ଜଣେ ନିର୍ଭୁଲ ଭାବେ ଭୋଟ ଦେଇପାରିବ । ତେବେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହି ମକ କାର୍ଯ୍ୟକ୍ରମ ଚାଲିବ | ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକ , ଆସିଷ୍ଟାଣ୍ଟ କଲେକ୍ଟର ଫାଲ୍ଗୁନୀ ଶବର , ବଲାଙ୍ଗୀର ବିଡିଓ ଶରତ କୁମାର ସେଠୀ , ପୂଇନ୍ତଳା ବିଡିଓ ଅମରେନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

  • ଜଙ୍ଘ ବଡ଼ ଦେଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ରାଜନେତାଙ୍କ ଧସ୍ତାଧସ୍ତି

    ଜଙ୍ଘ ବଡ଼ ଦେଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ରାଜନେତାଙ୍କ ଧସ୍ତାଧସ୍ତି

    ଆଠମଲ୍ଲିକ ବ୍ଲକ ଆମ୍ବସର୍ମୁଣ୍ଡା ଠାରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଅଖିଳ ଭାରତୀୟ ଗୋଣ୍ଡ଼ ୱନା ସମାଜର ଜଙ୍ଘ ବଡ଼ ଦେଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ ହୋଇଛି। ରୀତି ନୀତି ଅନୁଯାୟୀ ପୂଜା ପାଠ ହୋମ ଯଜ୍ଞ ସହିତ ବିଗ୍ରହ ସ୍ଥାପନ କରାଯାଇଛି। ଏଥିରେ କର୍ତ୍ତା ଭାବେ ପେନ୍ଥାନାର ସଭାପତି ତଥା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାୟ ଓ ତାଙ୍କ ସହଧର୍ମିଣୀ ଲିନା ସାୟ ଦାୟିତ୍ଵ ନିର୍ବାହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋଣ୍ତ ୱାଣା ସମାଜର ରାଜ୍ୟ ମହା ସଚିବ ପ୍ୟାରୀ ମୋହନ ନାୟକ, ସଭାପତି ସଦାଶିବ ନାୟକ, ମହିଳା ସଭାପତି ଦମୟନ୍ତୀ ମହାପାତ୍ର, ସମ୍ପାଦିକା ଶୈଳବାଳା ନାୟକ ପ୍ରମୁଖ ମଞ୍ଚାଶିନ ରହି ଗୋଣ୍ଡ ଜାତିର ସାମାଜିକ ସ୍ଥିତି ଓ ଚଳନି ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

    ସବୁଠାରୁ ରୋଚକ ଖବର ହେଲା ବିନା ନିମନ୍ତ୍ରଣରେ ନିଜର ରାଜନୈତିକ ପତିଆରା ଦେଖାଇବା ପାଇଁ ଗତ ଥର ବିଜେଡ଼ି ପକ୍ଷରୁ ସମ୍ବଲ୍ପୁର ଲୋକସଭା କ୍ଷେତ୍ରରୁ ପରାଜିତ ସାଂସଦ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ଏକ ବିରାଟ ବାଇକ୍ ରାଲିରେ ଠାକୁରଗଡ଼ ଖେଳପଡ଼ିଆରୁ ନିମନ୍ତ୍ରିତ ହୋଇଥିବା ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂହ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଙ୍କୁ ସାଙ୍ଗରେ ଧରି ସାଉଣ୍ଡ ଗାଡ଼ି ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ, ଆଠମଲ୍ଲିକ ର ବିକାଶ ପୁରୁଷ ନଳିନୀ ପ୍ରଧାନ, ହେ ନଳିନୀ ବାବୁ ଆମେ ତୁମ ଫ୍ୟାନ୍ ବଜାଇ ମନ୍ଦିର ସମ୍ମୁଖରେ ପହଁଚିଥିଲେ। ସ୍ଵାଗତ ଜଣାଇବା ପାଇଁ ଅଗୋଣ୍ଡୱାନଆ ସମାଜର ସେବା ଦଳ ଛିଡ଼ା ହୋଇ ଥିବା ବେଳେ ନଳିନୀଙ୍କ ସମର୍ଥକମାନେ ନିଜସ୍ୱ ଶୈଳୀରେ ଅଭିନନ୍ଦନ ଜଣାଇବା ପାଇଁ ଫୁଲ ତୋଡା ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଯାହାକୁ ନେଇ ସେବା ଦଳ ଓ ନଳିନୀ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ମନ୍ତ୍ରୀ ଦ୍ବୟ ମନ୍ଦିର ଭିତରେ ପହଞ୍ଚି ଆଶିଷ ଭିକ୍ଷା କରୁଥିଲେ। ନଳିନୀ ବାବୁ ମନ୍ତ୍ରୀ ଦ୍ୱାୟଙ୍କୁ ମନ୍ଦିରରୁ ଟାଣି ଆଣି ଗାଡ଼ିରେ ବସାଇ ନିଜ ସମର୍ଥକ ଙ୍କ ସହିତ ଚାଲି ଯାଇଥିଲେ।

    ଧସ୍ତା ଧସ୍ତି ବେଳେ ସେବା କର୍ତ୍ତୃପକ୍ଷ ନଳିନୀ ପ୍ରଧାନ ଗୋ ବ୍ୟାକ୍ ନାରାବାଜି ଦେଇଥିଲେ। ଏହି ଖବର ଶୁଣିବା ପରେ ମହାସଚିବ ପ୍ୟାରୀ ମୋହନ ନାୟକ ଏକ ପ୍ରେସ ମିଟ ଡାକି କହି ଥିଲେ ଯେ, ଏହା ଏକ ସାମାଜିକ ଅନୁଷ୍ଠାନ । ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଥିଲା। ଏହାକୁ ରାଜନୈତିକ ରଙ୍ଗ ଦେବା ପାଇଁ ନଳିନୀ ପ୍ରଧାନଙ୍କ ଏକ ହୀନ ପ୍ରୟାସ କରିଛନ୍ତି। ଆଗାମୀ ଦିନରେ ଏହାର ଜବାବ୍ ଆମେ ଗୋଣ୍ଡୱାନଆ ସମାଜ ନିଶ୍ଚିତ ଭାବରେ ଦେବୁ। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି।

  • ୨୪ ଘଣ୍ଟାରେ ଦୁଇଥର ଭୂକମ୍ପ

    ୨୪ ଘଣ୍ଟାରେ ଦୁଇଥର ଭୂକମ୍ପ

    ଶୁକ୍ରବାର ଆଫଗାନିସ୍ତାନରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି।

    ସୂଚନାନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୩ ରହିଥିଲା। ୧୭ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ଗତକାଲି ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରହିଥିଲା। ଏହାର ପ୍ରଭାବ ଭାରତର ଅନେକ ରାଜ୍ୟରେ ମଧ୍ୟ ପଡ଼ିଥିଲା।

  • ଅପରାଜିତାଙ୍କ ପ୍ରଶ୍ନ- ହୋଡିଂକୁ ନେଇ କାହିଁକି ପାତର ଅନ୍ତର?

    ଅପରାଜିତାଙ୍କ ପ୍ରଶ୍ନ- ହୋଡିଂକୁ ନେଇ କାହିଁକି ପାତର ଅନ୍ତର?

    ରାଜଧାନୀରେ ହୋର୍ଡିଂକୁ ନେଇ ତେଜିଲା ରାଜନୀତି । ବିଏମସି କମିଶନର, ପୋଲିସ କମିଶନରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ହୋର୍ଡିଂ ଉଠାଇବାରେ ପାତରଅନ୍ତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

    ସହରରେ କେବଳ ଶାସକ ଦଳର ହୋର୍ଡିଂ ଲାଗିଥିବା ଅଭିଯୋଗ ଆଣି ଚିଠି ଲେଖିଛନ୍ତି ଅପରାଜିତା ।ଅପରାଜିତା ଅଭିଯୋଗ କରିଛନ୍ତି, ନୂଆବର୍ଷ ପରଦିନ ତାଙ୍କର ସମସ୍ତ ହୋର୍ଡିଂ ବିଏମ୍ସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହଟାଇ ଦେଇଥିଲା ।

    ହେଲେ ଏପର୍ଯ୍ୟନ୍ତ ଶାସକ ଦଳର ହୋର୍ଡିଂ ହଟାଯାଇନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି

  • ୩ ମାସରେ ଦିଆଯାଉଛି ୧୨ଟି ଅଣ୍ଡା, ଉପରୁ ଅର୍ଡର କହିଲେ ଅଙ୍ଗନବାଡି ଦିଦି

    ୩ ମାସରେ ଦିଆଯାଉଛି ୧୨ଟି ଅଣ୍ଡା, ଉପରୁ ଅର୍ଡର କହିଲେ ଅଙ୍ଗନବାଡି ଦିଦି

    ଅଙ୍ଗନବାଡିରେ ତିନି ମାସକୁ ଦିଆଯାଉଛି ୧୨ଟି ଅଣ୍ଡା । କେତେବେଳେ କେମିତି ଗୋଟିଏ ଗୋଟିଏ ଛତୁଆ ପ୍ୟାକେଟ ଦିଆଯାଉଛି । ଏଥିସହ ପ୍ରସୂତୀଙ୍କୁ ମଧ୍ୟ ମିଳୁନି ସରକାରୀ ଯୋଜନାର ଫାଇଦା । ଏମିତି ଏକ ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତରେ ଥିବା କଞ୍ଚଗୁମା ଗ୍ରାମରୁ । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଅଙ୍ଗନବାଡି କେନ୍ଦ୍ରଟି ଅନେକ ଦୂରରେ ଥିବାରୁ ମାତ୍ର ୫, ୬ ଜଣ ପିଲା ଅଙ୍ଗନବାଡି ଯାଇପାରୁଛନ୍ତି ।

    ଏବିଷୟରେ ଅଙ୍ଗନବାଡି ଦିଦିଙ୍କୁ ପଚାରିବାରୁ ସେ ଉତ୍ତର ନଦେଇ ରାଗି ଯାଉଛନ୍ତି । ଯାହାକୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏହାକୁ ନେଇ ଅନେକ ଥର ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । କଞ୍ଚଗୁମା ଗ୍ରାମରେ ଥିବା ଅଙ୍ଗନବାଡୀ କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ପଡିରହିଛି । ସେଠାରେ କାର୍ଯ୍ୟରତ ଅଙ୍ଗନବାଡୀ ଦିଦି ମୋହେନାବତୀ ଝୋଡ଼ିଆଙ୍କ ନାଁରେ ମଧ୍ୟ ଗ୍ରାମବାସୀ ମାନେ ଅନେକ ଅଭିଯୋଗ କରିଛନ୍ତି । କେନ୍ଦରେ ଦିଦି ଠିକ ଭାବେ କାର୍ଯ୍ୟ ତୁଲାଉନାହାନ୍ତି, ଇଚ୍ଛା ହେଲେ ଆସୁଛନ୍ତି ଇଚ୍ଛା ନହେଲେ ଆସୁନାହାନ୍ତି । କିଛି ପିଲାଙ୍କୁ ରନ୍ଦା ଖାଦ୍ୟ ଦିଆଯାଉଥିବା ବେଳେ କିଛି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନି ।

    ଏପରି ସଙ୍ଗୀନ ଅଭିଯୋଗ ବାବଦରେ ଦିଦିଙ୍କୁ ପଚାରିଲେ କହୁଛନ୍ତି, ଉପରୁ ଯାହା ଅର୍ଡର ଆସୁଛି ତାର ପାଳନ କରୁଛି । ମାସକୁ ମାସ ଛତୁଆ ଅଣ୍ଡା ଦିଆଯାଉଛି । ଜଣେ ହରିଜନ ହେଲପର ଥିବାରୁ ଅନେକ ଅଭିଭାକ ତାଙ୍କ ପିଲାଙ୍କୁ ଅଙ୍ଗନବାଡିରେ ଖାଇବାକୁ ବାରଣ କରିଛନ୍ତି । ତେଣୁ, ଅଙ୍ଗନବାଡିରେ ଜାତିପ୍ରଥା ଭଳି ସମସ୍ୟା ରହିଛି ।

    ତେବେ ଏନେଇ ଅଙ୍ଗନବାଡି ସୁପର ବାଇଜରଙ୍କୁ ଯୋଗାଯୋଗ କରିବାରୁ କଥାକୁ ଏଡାଇ ଯାଇଥଲେ । ଶିଶୁଙ୍କ ତଥା ଗର୍ଭବାତୀଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା କାହିଁକି ହିତାଧିକାରୀଙ୍କ ପାଖେ ପହଞ୍ଚି ପାରୁନି ତାକୁ ମେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।

  • ବିକଶିତ ଭାରତ ରଥରସମ୍ବର୍ଦ୍ଧନା

    ବିକଶିତ ଭାରତ ରଥରସମ୍ବର୍ଦ୍ଧନା

    କ୍ଷେତମୁଣ୍ଡାଳୀ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ରଥକୁ ବିପୁଳ ସମ୍ବର୍ଦ୍ଧନା । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତରେ ଆଜି ପହଞ୍ଚିଥିଲା ଆମର ସଂକଳ୍ପ ବିକଶିତ ଭାରତ ରଥ । ମୋଦୀ ସରକାରଙ୍କ ସମସ୍ତ ଯୋଜନା ତା ସହ ଲୋକ କେମିତି ଯୋଜନାର ଲାଭ ପାଉଛନ୍ତି ତାହା ଟିଭି ପରଦାରେ ପ୍ରସାରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ଆଯୋଧ୍ୟାନଥ ମହାପାତ୍ର, କବିରାଜ ବେହେରା ସମେତ ଗ୍ରାମ ପଞ୍ଚାୟତ ସରପଞ୍ଚ ସବିତା ପ୍ରଧାନ ସମିତି ସଭ୍ୟ ନୀଳାଚଳ ଖିଲାର ପ୍ରମୁଖ ଯୋଗଦେଇଥିଲ । ଗ୍ରାମର ମହିଳା ମାନେ ପ୍ରଥମେ ରଥକୁ ବନ୍ଦାପନା କରି ଶପଥ ପାଠ କରିଥିଲେ । ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତ ହେବାର ସ୍ଵପ୍ନ ଦେଖୁଛି ଦେଶ ସେଥିପାଇଁ ସମସ୍ତଙ୍କ ଭରଷା ରଖିବା ଦରକାର ।

  • ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ତିନି ଗୁରୁତର

    ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ତିନି ଗୁରୁତର

    ଯାଜପୁର ବରି ରାମଚନ୍ଦ୍ରପୁର ଥାନା ଅଟିରା ପଂଚାୟତ ଅରୁଆଳ ଗ୍ରାମରେ ଗଛକଟା କୁ କେନ୍ଦ୍ର କରି ତୁମୁଳକାଣ୍ଡ। ଦୁଇ ଗୋଷ୍ଠୀ ସଂଘର୍ଷ ରେ ଜଣେ ମୃତ ଓ ତିନିଜଣ ଗୁରୁତର ହୋଇଛନ୍ତି ।

    ମୃତକ ହେଲେ ସୁବାସ ଜେନା। ଉଭୟ ଗୋଷ୍ଠୀ ର ୩ଜଣ ଗୁରୁତର ହେଉଛନ୍ତି ବିକାଶ ପରିଡ଼ା ,ଅମରେଶ ପରିଡ଼ା ଓ ଶ୍ରୀନିବାସ ଜେନା। ଗୁରୁତର ମାନେ ଯାଜପୁର ମୁଖ୍ୟ ଚିକତ୍ସାଳୟ ରେ ଚିକିଶ୍ଚିତ ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।।

    ସୂଚନା ମୁତାବକ ସୁବାସ ଙ୍କ ଜମି ନିକଟରେ ଥିବା ଗୋଚର ଜମି ରେ ଏକ ଗଛ କଟା କୁ ନେଇ ବିବାଦ ଆରମ୍ଭ ହୋଇଥିଲା। ତହସିଲ ପ୍ରଶାସନ ନିକଟ ରେ ଅଭିଯୋଗ ପରେ ଗଛ କାଠ ଗୁଡ଼ିକୁ ସିଜ୍ କରାଯାଇଥିଲା।

    ଏହି କାଠ କୁ ବିକାଶ ଓ ସହଯୋଗୀ ନେବା ସମୟ ରେ ଘଟଣାସ୍ଥଳ ରେ ବିବାଦ ଆରମ୍ଭ ହୋଇ ହାତାହାତି ପର୍ଯ୍ୟନ୍ତ କଥାଯାଇଥିଲା । ପରେ ଏହା ଉଗ୍ର ରୂପ ନେଇ ଏଭଳି ଅଘଟଣ ଘଟିଥିଲା। ଶେଷରେ ଏହି ଗଣ୍ଡୋଗଳ ରେ ଜଣଙ୍କର ଜୀବନ ଚାଲିଯାଇଛି ।

    ମୃତ ଶରୀର କୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥବା ବେଳେ ଆକ୍ରମଣକାରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି।