Tag: suchanatv24x7

  • ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ଟୁକୁଣା ଶାସନ ଠାରେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ମଦନ ପାଣି ଙ୍କ ସଂଯୋଜନା କରିଥିଲେ , ଶାନ୍ତନୁ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଆଇନିଜିବୀ ଭାଗିରଥି ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ବିଭିନ୍ନ ବ୍ରାହ୍ମଣ ଶାସନରୁ ଆସିଥିବା ଗ୍ରାମୀଣ କର୍ମକର୍ତ୍ତା ମାନେ ନିଜର ମତାମତ ପ୍ରଦାନ କରିଥିଲେ।

    ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣ ସମାଜର ରାଜ୍ୟ ସଭାପତି ଡ ସଦାନନ୍ଦ ଦୀକ୍ଷିତ , ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସଂଘ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ, ଦେବେନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ଭଦ୍ରକ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ଦୀକ୍ଷିତ ଓ ସ୍ଵତନ୍ତ୍ର ଅତିଥି ଭାବେ ଇଂ ନାରାୟଣ ମିଶ୍ର ଯୋଗଦେଇ ବ୍ରାହ୍ମଣ ସମାଜ ଜଗତର ପଥ ପଦର୍ଶକ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

    ଏହି ଅବସରେରେ ବ୍ରାହ୍ମଣ ବନମାଳି ଦାଶ, ଭୁବନାନନ୍ଦ ଦାଶ, ଲକ୍ଷ୍ମଣ କୁମାର ମିଶ୍ର, ହରିହର ମିଶ୍ର, ଚିନ୍ତାମଣି ଦାଶ,ରାମଚନ୍ଦ୍ର ମିଶ୍ର, ଜଟେଶ୍ୱର ନନ୍ଦ, ମହେଶ୍ବର ପତି, ଭଗବାନ ମିଶ୍ର, ଗଣେଶ୍ୱର ପାଢ଼ୀ, ସଦାଶିବ ମିଶ୍ର, ଅନନ୍ତ ଚରଣ ସା, ମାୟାଧର ମିଶ୍ର, ମାନଗୋବିନ୍ଦ ପାତ୍ର ,କେଶଦୁରାପାଳ ଶାସନ ର ଶ୍ରୀଧର ମିଶ୍ର ,ଅବିନାଶ ଶତପଥୀ ଓ ଟୁକୁଣା ଶାସନର ସଭାପତି ଅଜୟ କୁମାର ସଂଯୋଜକ ବିଜୟ କୁମାର ମିଶ୍ର ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ପଣ୍ଡିତ ନିରାକାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

  • ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆଠମଲ୍ଲିକ ବ୍ଲକ ଆମ୍ବସର୍ ମୁଣ୍ଡା ପଞ୍ଚାୟତ ଖେଳ ପଡିଆ ଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ଉଦ୍ୟମିତା ମନ୍ତ୍ରୀ ଙ୍କ ସହଧର୍ମିଣୀ ତଥା ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୂଳା ଠାକୁର୍ ଯୋଗ ଦେଇ ବିଜୟୀ ରେଢ଼ାଖୋଲ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ।

    ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୀବ କୁମାର୍ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ, ଗଗନ ବିହାରୀ ବାରିକ, ପ୍ରବୀଣ କୁମାର ସାହୁ, ସରପଞ୍ଚ ସସ୍ମିତା ସେଠୀ, ହୃଦାନନ୍ଦ ପ୍ରଧାନ, ଅଜିତ୍ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବହୁତ୍ କ୍ରୀଡ଼ାପ୍ରେମୀ ଯୋଗଦେଇ ଖେଳ ଉପଭୋଗ କରିଥିଲେ।

  • ରାକେଶ କୁମାର ଜେନା ଜଗନ୍ନାଥ ଟ୍ରକ ମାଲିକ ସଙ୍ଘର ନୂଆ ସଭାପତି

    ରାକେଶ କୁମାର ଜେନା ଜଗନ୍ନାଥ ଟ୍ରକ ମାଲିକ ସଙ୍ଘର ନୂଆ ସଭାପତି

    ପାରାଦ୍ଵୀପରେ ଅନୁଷ୍ଠିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ନିର୍ବାଚନରେ ବାଜି ମାରିଛନ୍ତି ରାକେଶ ଜେନାଙ୍କ ପ୍ୟାନେଲ । ଚଳିତ ନିର୍ବାଚନରେ ସଙ୍ଘର ୫୩୩ ସଭ୍ଯଙ୍କ ମଧ୍ଯରୁ ୪୯୦ ଜଣ ସଭ୍ଯ ଭୋଟ କରୁଥିବାବେଳେ, ନିର୍ବାଚନ ରଣାଙ୍ଗନରେ ଉଭୟ ପ୍ୟାନେଲର ୧୨ ଜଣ ପ୍ରତିଦ୍ବନ୍ଦିତା କରୁଥିଲେ । ରବିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ ଟା ରେ ଶେଷ ହୋଇଥିଲା।

    ଭୋଟ ଗଣତି ସରିବା ପରେ ସଭାପତି ଭାବେ ରାକେଶ କୁମାର ଜେନା ବିପକ୍ଷ ପ୍ରାର୍ଥୀ ଛଇଳ ଜେନାଙ୍କ ଠାର ୬୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି, କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ପରିଡା, ଉପସଭାପତି ଭାବେ ସରୋଜ ମହାପାତ୍ର, ସମ୍ପାଦକ ଭାବେ ବିଶ୍ବରଞ୍ଜନ ପଲାଇ, ସହ ସମ୍ପାଦକ ଭାବେ ସୁଧିର କୁମାର ଜେନା, କୋଷାଧ୍ୟକ୍ଷ ଭାବେ ମାନସ ପାତ୍ର ନିର୍ବାଚିତ ହୋଇଛନ୍ତି।

    ବର୍ତ୍ତମାନ, ଟ୍ରକ ବ୍ୟବସାୟ ରେ ମାନ୍ଦାବସ୍ଥା ଥିବା ବେଳେ , ଆଗାମୀ ଦିନରେ ଟ୍ରକ ମାଲିକ ମାନେ କିପରି ଅଧିକ ଭଡା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବିଜୟୀ ସଭାପତି ରାକେଶ ଜେନା କହିଛନ୍ତି ।

  • ସାଂସଦ ରିତେଶ ପାଣ୍ଡେଙ୍କ ବିଏସପିରୁ ଇସ୍ତଫା, ଯୋଗ ଦେଇପାରନ୍ତି ବିଜେପିରେ

    ସାଂସଦ ରିତେଶ ପାଣ୍ଡେଙ୍କ ବିଏସପିରୁ ଇସ୍ତଫା, ଯୋଗ ଦେଇପାରନ୍ତି ବିଜେପିରେ

    ୟୁପିର ଆମ୍ବେଦକର ନାଗର ଆସନରୁ ଲୋକସଭା ସାଂସଦ ରିତେଶ ପାଣ୍ଡେ ରବିବାର (୨୫ ଫେବୃଆରୀ) ବହୁଜନ ସମାଜ ପାର୍ଟି (ବିଏସପି) ରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା। ରିତେଶ ପାଣ୍ଡେ ଆଜି ନିଜେ ବିଜେପିରେ ଯୋଗ ଦେଇ ପାରନ୍ତି । ସେ ମଧ୍ୟାହ୍ନରେ ବିଜେପି ମୁଖ୍ୟାଳୟରେ ବିଜେପି ସଦସ୍ୟତା ଗ୍ରହଣ କରିପାରିନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବିଏସପି ନେତୃତ୍ୱ ନେଇଥିବା ମାୟାବତୀଙ୍କୁ ଲାଗିଛି ବଡ଼ ଝଟକା ।

    ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ରିତେଶ ପାଣ୍ଡେ ତାଙ୍କ ଇସ୍ତଫା ପୋଷ୍ଟ କରିଛନ୍ତି। ଏଥିରେ ସେ ଲୋକସଭା ଏବଂ ଉତ୍ତରପ୍ରଦେଶ ବିଧାନସଭାରେ ବିଏସପି ପ୍ରତିନିଧିତ୍ୱ କରିଥିବାରୁ ମାୟାବତୀ ଏବଂ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଠାରେ ଧ୍ୟାନ ଦେବା କଥା ହେଉଛି ଫେବୃଆରୀ ୯ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ସେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ।

  • ୨୦୨୪ ପାଇଁ ଦିଲ୍ଲୀରେ ଆପ ଧରିଲା କଂଗ୍ରେସର ହାତ, କେତେ ବଡ ହେବ ବିଜେପି ପାଇଁ ଚ୍ୟାଲେଞ୍ଜ?

    ୨୦୨୪ ପାଇଁ ଦିଲ୍ଲୀରେ ଆପ ଧରିଲା କଂଗ୍ରେସର ହାତ, କେତେ ବଡ ହେବ ବିଜେପି ପାଇଁ ଚ୍ୟାଲେଞ୍ଜ?

    ଭାରତୀୟ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଇନ୍ସ (ଇଣ୍ଡିଆ ଆଲାଇନ୍ସ) ରେ ଅନ୍ତର୍ଭୁକ୍ତ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ଶନିବାର (୨୪ ଫେବୃଆରୀ) ଆସନ ବାଣ୍ଟିବାକୁ ଘୋଷଣା କରିଛି। ଏହା ସହ ଉଭୟ ଦଳ ବର୍ତ୍ତମାନ ଦିଲ୍ଲୀ, ଗୁଜୁରାଟ, ଗୋଆ ଏବଂ ହରିୟାଣାରେ ଲୋକସଭା ନିର୍ବାଚନରେ ମିଶିକି ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ପଞ୍ଜାବ ସମ୍ପର୍କରେ ଦୁଇ ଦଳ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ। ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଭାରତ ଆଲାଇନ୍ସକୁ ଟାର୍ଗେଟ କରି ଏହାକୁ ଏକ ସୁବିଧାବାଦୀ ସହଯୋଗୀ ଦଳ ବୋଲି କହିଛି।

    କଂଗ୍ରେସ ଏବଂ (ଆପ) ମଧ୍ୟରେ ଆସନ ବାଣ୍ଟିବାର ସବୁଠାରୁ ଜଟିଳ ଏବଂ ଆକର୍ଷଣୀୟ ବିଷୟ ହେଉଛି ଦିଲ୍ଲୀର, ଯେଉଁଠାରେ ୭ ଟି ଲୋକସଭା ଆସନ ଅଛି। କୌତୁହଳର ବିଷୟ, ଗତ ଦୁଇଟି ଲୋକସଭା ନିର୍ବାଚନରେ ​​ଉଭୟ (ଆପ) ଏବଂ କଂଗ୍ରେସ ଦିଲ୍ଲୀରେ ଗୋଟିଏ ବି ଆସନ ଜିତିପାରିନଥିଲେ। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ବିଜେପିକୁ ଲଗାତାର ଦୁଇଥର ପରାସ୍ତ କରିଛି।

    ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ୩ ଟି ଆସନ ଏବଂ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୪ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, କଂଗ୍ରେସ ଏବଂ (ଆପ) ମଧ୍ୟରେ ଏହି ମେଣ୍ଟ ବିଜେପି ପାଇଁ କେତେ ବଡ଼ ବିପଦ ହେବ ?

    (ଆପ) ଦଳ ପାଇଁ ୪ ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଦିଲ୍ଲୀରେ ବଡ ଭାଇ ଭୂମିକା ନେଇ ପାରେ, କିନ୍ତୁ ୨୦୧୯ ନିର୍ବାଚନରେ ​​ଅରବିନ୍ଦ କେଜ୍ରିୱାଲଙ୍କ ଦଳର ଭୋଟ୍ ଅଂଶ ୭ ଟି ସିଟ୍ ମଧ୍ୟରୁ ୫ ଟି କଂଗ୍ରେସ ତୁ ଳନାରେ କମ୍ ଥିଲା। କେବଳ ଏତିକି ନୁହେଁ, ଯେତେବେଳେ ସାଧାରଣ ନିର୍ବାଚନ କଥା ଆସେ, କଂଗ୍ରେସର ପ୍ରଦର୍ଶନ (ଆପ) ଅପେକ୍ଷା ଭଲ ହୋଇଥାଏ |

  • ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା

    ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା

    ଟୋପାଏ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ତ ଦୂରର କଥା ନିତ୍ୟ ବ୍ୟବହାର ପାଇଁ ଜଳ ବୁନ୍ଦାଏ ପାଉନାହାନ୍ତି ଲୋକେ । ଏବେ ଖରା ପଡିବା ଆରମ୍ଭ କରିଥିବା ବେଳେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଦୀର୍ଘ ଦିନରୁ ଲୋକେ ଏହି ସମସ୍ୟା ଦେଇ ଗତି କରିଆସିଛନ୍ତି । ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କ୍ୟାମ୍ପ ହାଟିଂ ଠାରେ । ଏହି ସମସ୍ୟା ଦିର୍ଘ ଦିନ ଧରି ରହିଥିବା ବେଳେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

    ଗୋଟିଏ ପଟେ ଗ୍ରାମରେ କଙ୍କାଳ ପ୍ରାୟ ଠିଆ ହୋଇଛି ନଳକୂପ । କେଉଁ ଏକ ଅନାବନା ସ୍ଥାନରେ ମନକୁ ବୁଝାଇଲା ଭଳି ଠିଆ ହୋଇଛି ପାଣି ଟାଙ୍କି । ହେଲେ କୋଣସି ଯୋଜନା ଲୋକଙ୍କ ମୁହଁରେ ପାଣି ବୁନ୍ଦାଏ ଦେଇପାରୁ ନାହିଁ । ଗ୍ରାମର ମହିଳା ମାନେ ଚୁଆରୁ ଯେଉଁ ପାନୀୟ ଜଳ ସଂଗ୍ରହ କରୁଛନ୍ତି ତାହା ବିଶୁଦ୍ଧ ନୁହେଁ । ତଥାପି କରିବେ କଣ, କୌଣସି ପ୍ରକାରେ ବଞ୍ଚିବାକୁ ତ ପଡିବ ।

    ଅବଶ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣିଜ ପାଣ୍ଠି ସହାୟତାରେ ଗ୍ରାମରେ ୨ଟି ସୋଲାର ବୋରୱେଲ୍ କରାଯାଇଛି କିନ୍ତୁ, ସେଗୁଡିକ ବିଭିନ୍ନ ସମୟରେ ଅଚଳ ରହୁଛି । ଗ୍ରାମରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଆଦିବାସୀ ଶ୍ରେଣୀର । ଗାଁ ପାଖ ଦେଇ ବୋହିଯାଇଛି ସୁନାନଦୀ । ନେତାମାନେ ଭାଷଣ ମାରନ୍ତି ଜଳ, ଜମି, ଜଙ୍ଗଲ ଉପରେ ପ୍ରଥମେ ଆଦିବାସୀଙ୍କ ଅଧିକାର ରହିଛି । ମାତ୍ର ଦୀର୍ଘ ବର୍ଷ ଧରି ଏହି ସୁନା ନଦୀରୁ ଟାଟାଷ୍ଟିଲ ବଡବଡ ପାଇପ୍ ଯୋଗେ ପ୍ରଚୁର ପାଣି ନିଜ ବ୍ୟବହାର ପାଇଁ ଶୋଷି ନେଉଥିବା ବେଳେ ପ୍ରଭାବିତ କ୍ୟାମ୍ପହାଟିଂର ଆଦିବାସୀ ମାନେ ଚୁଆଁରୁ ପାଣି ପିଉଛନ୍ତି ।

    ଅନ୍ୟ ଦିନ ମାନଙ୍କରେ ତ କୌଣସି ପ୍ରକାରେ ଲୋକେ ଚଳିଯାନ୍ତି ସେହି ପାଣିରେ ହେଲେ, ବର୍ଷା ଦିନରେ ନଦୀ ପାଣି ବଢିଯାଉଥିବାରୁ ଏହା ବ୍ୟବହାର ଅନୁଉପଯୋଗୀ ହୋଇପଡେ । ଫଳରେ ଲୋକେ ପିଇବା ପାଣି ପାଇଁ ବାର ଦୁଆର ଘୁରିବୁଲନ୍ତି । ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଟାଟା ଷ୍ଟିଲ କମ୍ପାନୀର ଦ୍ବାରସ୍ଥ ହୋଇ ନିରାଶ ହୋଇସାରିଥିବା ବେଳେ ଏବେ ସରକାରଙ୍କ ଉପରେ ଆଶା ବାନ୍ଧି ରଖିଛନ୍ତି ।

  • ଗଞ୍ଜାମରେ ରାଜନାଥଙ୍କ ରଣହୁଙ୍କାର, ୨୫ ବର୍ଷର ସରକାରର ମୂଳପୋଛ କରିବାକୁ ଦେଲେ ଗୁରୁମନ୍ତ୍ର

    ଗଞ୍ଜାମରେ ରାଜନାଥଙ୍କ ରଣହୁଙ୍କାର, ୨୫ ବର୍ଷର ସରକାରର ମୂଳପୋଛ କରିବାକୁ ଦେଲେ ଗୁରୁମନ୍ତ୍ର

    ଓଡ଼ିଶାରେ ପାଦ ଦେଉଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଖାଲି ବର୍ଷିଲେ ନାହିଁ, କେମିତି ରାଜ୍ୟରେ ବିଜେପି ସରକାର ହେବ ସେନେଇ ଦେଲେ ଗୁରୁମନ୍ତ୍ର । ଏମିତିକି ଆଗାମୀ ଦିନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ନିଶ୍ଚୟ ହେବ ବୋଲି କହିଲେ ରାଜନାଥ । ଆଗାମୀ ଦିନରେ ଓଡ଼ିଶାର ଲୋକ ବିଜେପିକୁ ଭୋଟ୍‌ ଦେଲେ ରାଜ୍ୟର ବିକାଶ ଡବଲ ହେବ ବୋଲି କହିଛନ୍ତି ରାଜନାଥ । ଖାଲି ଏତିକି ନୁହେଁ ବରଂ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି ।

    କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି ବୋଲି କହିଛନ୍ତି ରାଜନାଥ ।ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜନାଥ ସିଂ ।

    ଓଡିଶାରେ ବିଜେପି ସରକାର ଗଠନ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ପରେ ପ୍ରତିକ୍ରିୟା ରଖିଛି ବିଜେଡି । ୨୦୧୯ର ଉଦାହରଣ ଦେଇ, ଗତଥର ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ ନେତାମାନେ କହୁଥିଲେ ବିଜେଡି ପୋଡ଼ା ଟ୍ରାନ୍ସଫର୍ମର।, କିନ୍ତୁ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ନିର୍ବାଚନ ଜିତିଥିଲା । ଓଡ଼ିଶାରେ ବିଜେଡି ୫-୫ ଥର ଜିତିଛି ।ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ। ତେଣୁ ରାଜ୍ୟରେ ଆଉ କୌଣସି ଦଳ ନୁହେଁ ବିଜେଡି ଆସିବା କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ। ସେପଟେ ପିସିସି ସଭାପତି କହିଛନ୍ତି ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କଥା ସ୍ବପ୍ନ । ଖାଲି ସେତି ନୁହେଁ, ଶରତ ଆହୁରି କହିଛନ୍ତି କି, ଡବଲ ଇଂଜିନ କଥା ଛାଡ଼ ଦେଶରେ ଯେଉଁ ସିଂଗିଲ ଇଂଜିନ ରହିଛି ତାହା ଆଗକୁ ରହିବ କି ନାହିଁ ସେଇଟା ଏବେ ବଡ ପ୍ରଶ୍ନ

    ତେବେ ରାଜନାଥ ସିଂହଙ୍କ ଗଞ୍ଜାମ କାର୍ଯ୍ୟକ୍ରମ ପୂର୍ବରୁ ବିଜେପିରେ ନୂଆ କରି ସାମିଲ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ବିଶାଳ ରାଲିରେ ସହର ପାରିକ୍ରମା କରିବା ସହ ନବୀନ ସରକାରର ମୂଳପୋଛ କରିବାକୁ ସମର୍ଥକଙ୍କୁ ଦେଇଥିଲେ ଆହ୍ବାନ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃତ୍ବ ମଞ୍ଚାସୀନ ରହି ବିରାଟ ଜନ ସମାବେଶକୁ ଦେଇଥିଲେ ଉଦବୋଧନ

  • ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିରୋଧୀଙ୍କ ସମାଲୋଚନା

    ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିରୋଧୀଙ୍କ ସମାଲୋଚନା

    ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଗତ ୧୦ ତାରିଖରୁ ୧୮ ତାରିଖ ମଧ୍ୟରେ ହୋଇଛି ୧୩ଟି ବଡ଼ ଘୋଷଣା। ବିଭିନ୍ନ ବର୍ଗଙ୍କ ଭତ୍ତା ରାଶି ବୃଦ୍ଧି ସହ କେନ୍ଦୁ ପତ୍ର ତୋଳାଳିଙ୍କୁ ସହାୟତା ରାଶି ବୃଦ୍ଧି, ଖାଦ୍ୟ ସୁରକ୍ଷାରେ ହଜାରେ ଟଙ୍କା ପ୍ରଦାନ, ବେରୋଜଗାରଙ୍କୁ ଲକ୍ଷେ ଟଙ୍କାର ସୁଧ ମୁକ୍ତ ଋଣ, ସମସ୍ତ କଲେଜ ପିଲାଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ବିଜୁଳି ଦର ୟୁନିଟ ପିଛା ୧୦ ପଇସା ହ୍ରାସ, ମମତା ଯୋଜନା ରାଶି ଦୁଇଗୁଣା ବୃଦ୍ଧି, କଳାକାର ସହାୟତା ରାଶି ଓ ବୁଣାକାରମାନଙ୍କ ଭତ୍ତା ବୃଦ୍ଧି, ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ ପାଇଁ ହଜାରେ ଟଙ୍କା, କୃଷକ ସାଥିଙ୍କ ସହାୟତା ରାଶି ବୃଦ୍ଧି, ପାଚିକାମାନଙ୍କ ପାରିଶ୍ରମିକ ରାଶି ବୃଦ୍ଧି ଓ ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ବୃଦ୍ଧି ପରି ଘୋଷଣା କରାଯାଇଛି।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିକଟରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଜେଡି କହିଛି ଯେଉଁ ଭଳି ବର୍ତ୍ତମାନ ଦରଦାମ ବୃଦ୍ଧି ହୋଇଛି ସେଥିପାଇଁ ରାଜ୍ୟର ପ୍ରାୟ ୯୬ ଲକ୍ଷ ପରିବାରକୁ ଆଜିଠୁ ୧୦୦୦ ଟଙ୍କା ଲେଖାଏଁ ଦିଆ ଯାଉଛି । ଯାହା ସେହି ପରିବାରମାନଙ୍କୁ କିଛିଟା ଆଶ୍ୱସ୍ତି ଦେବ । ଏହାକୁ ବିରୋଧୀ ଯେତେ ବିରୋଧ କଲେ ମଧ୍ୟ ଲୋକେ ତାଙ୍କୁ ଠିକଣା ଜବାବ ଦେବେ କହିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ।

    ସେପଟେ ବିରୋଧୀ କଂଗ୍ରେସ୍ ଓ ବିଜେପି ଏହାକୁ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଲାଞ୍ଚ ବୋଲି କହିଛନ୍ତି। ବିରୋଧୀ ବିଜେପି କହିଛି ୨୦୧୯ ଭଳି ସ୍ଥିତି ଆଉ ନାହିଁ । ଏଥର ବ୍ୟତିବ୍ଯସ୍ତ ନବୀନ ପଟ୍ଟନାୟକ ସରକାର । ସେଥିପାଇଁ ନିର୍ବାଚନୀ ଥୋପ ପକାଉଛନ୍ତି ରାଜ୍ୟ ସରକାର । ୧୦୦୦ ଟଙ୍କା ଦେଇ ଦେଲେ ଗରିବ ଲୋକଙ୍କ ଆର୍ଥିକ ପରିସ୍ଥିତି ସୁଧୁରିବ କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ। ସେହିପରି କଂଗ୍ରେସ କହୁଛି କେବଳ ଭୋଟ ବ୍ୟାଙ୍କ ପାଇଁ ଛଳନା କରି ସାଢ଼େ ୪ କୋଟି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର । ଯେତେ ପ୍ରଲୋଭନ ଦେଲେ ମଧ୍ୟ ସଫଳ ହେବ ନାହିଁ ବିଜେଡ଼ି ।

    ଏସବୁ ଭିତରେ ଖାଦ୍ୟ ସୁରକ୍ଷା ଯୋଜନା ବିଭିନ୍ନ pds ପଏଣ୍ଟ ଆଗରେ ଲାଗିଛି ହିତାଧିକାରୀଙ୍କ ଭିଡ । ଦିନ ୧୦ଟାରେ କଂଟ୍ରୋଲ ଦୋକାନ ଖୋଲୁଛି । କିନ୍ତୁ ସକାଳ ୫ଟାରୁ pds ପଏଣ୍ଟ ପାଖରେ ଲାଗିଛି ଲମ୍ବା ଲାଇନ। ଲୋକଙ୍କ ଭିତରେ ଚାଉଳ ଓ ଟଙ୍କା ପାଇବାକୁ ଦେଖିବାକୁ ମିଳୁଛି ଉତ୍ସାହ।

  • ନେଲୁଙ୍ଗରେ ମାଗେ ପର୍ବ ପାଳିତ

    ନେଲୁଙ୍ଗରେ ମାଗେ ପର୍ବ ପାଳିତ

    କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନେଲୁଙ୍ଗ କନ୍ଧି ସାହିର ବିର୍ସା ମୁଣ୍ଡା ଯୁବ ପରିଷଦ କମିଟି ପକ୍ଷରୁ ବାର୍ଷିକ ମାଗେ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ନେଲୁଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମୋତି ଚନ୍ଦ୍ରମଣି ସିଂହ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି

    ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଧୂପ, ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଏହି ପର୍ବକୁ ଆରମ୍ଭ କରିଥିଲେ। ବର୍ଷ ସାରାର ରାଗ ରୁଷାକୁ ଭୁଲି ଆଦିବାସୀ ମହିଳା ପୁରୁଷ ଏକତ୍ରିତ ଭାବରେ କାନ୍ଧକୁ କାନ୍ଧ ମିଶେଇ ହାତକୁ ହାତ ଧରାଧରି ହୋଇ ରାତି ସାରା ନାଚ ଗୀତରେ ମଜି ଯାଇଥିବାବେଳେ ନେଲୁଁଙ୍ଗ ପଞ୍ଚାୟତର ସରପଞ୍ଚ ତାଙ୍କ ଗୀତର ତାଲ ଦେଇ ନାଚିଥିଲେ ତାହା ସ୍ଥାନୀୟ ଲୋକଙ୍କ ମନକୁ ଛୁଇଁଥିବା ବେଲ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି।

    ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପର୍ବ ତିନି ଦିନ ଧରି ପାଳନ କରାଯାଇଥିବା ବେଳେ ଉଦଯାପିତ ତଥା ଶେଷ ଦିନରେ ପୂର୍ବତନ ସଦର ବ୍ଲକ ଅଧକ୍ଷା କିରଣ ବାଳା ନାଏକ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ସମାଜ ସେବୀ ମୁନା ମହାରଣା ଓ ଜିଲ୍ଲା ପରିଷଦ ରଥ ମୁଣ୍ଡା ଉପସ୍ଥିତ ରହି ମାଘେ ପର୍ବ ବିଷୟରେ ବିଭିନ୍ନ ବାର୍ତ୍ତା ଦେବା ସହ ମହିଳା ଓ ପୁରୁଷ ମାନଙ୍କ ସହିତ ନୃତ୍ୟ ପରିବେଷଣ କରିଥିଲେ ଏହି ପର୍ଵ ନବୀନ ମୁଣ୍ଡା,ବିଜୁ ମୁଣ୍ଡା,ରାନ ମୁଣ୍ଡା,ମିଥୁନ ମୁଣ୍ଡା,ସୁଶିଲ ମୁଣ୍ଡା ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

    ତେବେ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ମାନେ ନିଆରା ଢଙ୍ଗରେ ପାଳନ କରୁଥିବା ଏହି ପର୍ବରେ ଭୂମି ପୂଜା, ଏବଂ କୂଳ ପୂଜାକୁ ଗୁରୁତ୍ୱ ଦିଆ ଯାଇଥାଏ l ଆଦିବାସୀ ପୁରୁଷ, ମହିଳା ମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇ ଥିବାବେଳେ ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ବିପୁଳ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

  • ନାବାଳକର କଳା କାରନାମା

    ନାବାଳକର କଳା କାରନାମା

    ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ ଜଣେ ନାବାଳକ ଅତି ହୁସିାର ସହ ଦୋକାନରୁ ମୋବାଇଲ ଚୋରୀ କରିଛି । ସୂଚନା ଅନୁଯାୟୀ ଡେରାବିଶ ଚାନ୍ଦୋଳ ଫାଣ୍ଡି ଛକରେ ଥିବା ପ୍ରଧାନ ମୋବାଇଲ ଦୋକାନ କୁ ଜଣେ ନାବାଳକ ପ୍ରଥମେ ଯାଇ ଦୋକାନ କୁ ଭଲରେ ବୁଲିଥିଲା. କୋଉଠି କଣ ଅଛି ଦେଖିଥିଲେ. ପରେ ଦୋକାନୀ ଦୋକାନ ବାହାରକୁ ଯାଇଥିବା ବେଳେ ନୂଆ ମୋବାଇଲ ଫୋନ ଓ ଆଇ ଫୋନ କୁ ଅତି ଚତୁରତାର ସହ ସେଠୁ ନେଇ ଫେରାର ହୋଇଥିଲେ. ତବେ ସିସି ଫୁଟେଜରେ ଏହା ରେକର୍ଡ ହୋଇଥିଲା. ଏନେଇ ଚାନ୍ଦୋଳ ଫାଣ୍ଡି ରେ ଏତଲା ହେବାପରେ ଉକ୍ତ ନାବାଳକକୁ ଭୋଳ ଅଞ୍ଚଳ ରୁ ଆଣି ଅଟକ ରଖିଛି ପୋଲିସ।