Tag: #MatricResult

  • ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସହାରରେ ଛାତ୍ରୀ ଆଗୁଆ

    ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସହାରରେ ଛାତ୍ରୀ ଆଗୁଆ

    ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଦିନ ୧୦ଟାରେ ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବୋର୍ଡ ଷ୍ଟାଫଙ୍କ ଉପସ୍ଥିତିରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା ହୋଇଛି । ଚଳିତଥର ମାଟ୍ରିକରେ ପାସ୍ ହାର ରହିଛି ୯୬.୪ ପ୍ରତିଶତ । ୩ ହଜାର ୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

    ଅପରାହ୍ଣ ୧୨ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ। www. bseodisha.ac.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ରେଜଲ୍ଟ ଚେକ୍‌ କରିପାରିବେ। SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ । OR10 ଲେଖି ସ୍ପେଶ୍‌ ଦେବା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍‌ କରି 5676750 ନମ୍ବରକୁ ପଠାଇ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି କୌଣସି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ । ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି । ନମ୍ବରଟି ହେଲା ୦୬୭୧-୨୪୧୫୪୬୦ ।

    ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ A1 ଗ୍ରେଡରେ ପାସ୍ କରିଛନ୍ତି । ୨୯ ହଜାର ୮୩୮ ଜଣ A2, ୭୭ ହଜାର ୫୬୭ ଜଣ B1ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

    ୧ ଲକ୍ଷ ୧୮ ହଜାର ୭୫୦ ଜଣ B2, ୧ ଲକ୍ଷ ୨୧ ହଜାର ୬୧୧ ଜଣ C ଗ୍ରେଡରେ ପାସ୍ କରିଛନ୍ତି । ସେହିପରି ୯୫ ହଜାର ୬ ଜଣ D,୬୧ ହଜାର ୪୭୪ ଜଣ E ଗ୍ରେଡରେ ପାସ୍ କରିଥିବା ବେଳେ ୭୬୪୫ ଜଣ F ଗ୍ରେଡରେ ପାସ୍ କରିଛନ୍ତି । ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି । ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି ।

  • ଆଜି ମାଟ୍ରିକ ରେଜଲ୍ଟ, ୧୨ଟା ପରେ ୱେବସାଇଟରେ ଉପଲବ୍ଧ

    ଆଜି ମାଟ୍ରିକ ରେଜଲ୍ଟ, ୧୨ଟା ପରେ ୱେବସାଇଟରେ ଉପଲବ୍ଧ

    ମାଧ୍ୟମିକ ଶିକ୍ଷା ପରିଷଦ ବା BSE ଦ୍ୱାରା ପରିଚାଳିତ ୨୦୨୩ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ ଆଜି ଦିନ ୧୦ଟାରେ ପ୍ରକାଶ ପାଇବ । କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷାଫଳ ଘୋଷଣା ହେବ । ଦିନ ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

    ଛାତ୍ରଛାତ୍ରୀ ନିଜ ମୋବାଇଲରୁ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ । OR10 ନିଜର ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ । ଏହାବ୍ୟତୀତ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.inରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

    ଚଳିତବର୍ଷ ୫ଲକ୍ଷ ୪୧ ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୦ରୁ ୨୦ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଏପ୍ରିଲ୍‌ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୫ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା । ଆଜି ରେଜଲ୍ଟ ଆସୁଥିବାରୁ ପରୀକ୍ଷାଥୀମାନେ ବେଶ୍ ଖୁସି ଅଛନ୍ତି ।

  • ୧୮ରେ ମାଟ୍ରିକ୍ ରେଜଲ୍ଟ, ୧୦ଟାରେ ଘୋଷଣା, ୧୨ଟାରେ ୱେବସାଇଟରେ ଉପଲବ୍ଧ

    ୧୮ରେ ମାଟ୍ରିକ୍ ରେଜଲ୍ଟ, ୧୦ଟାରେ ଘୋଷଣା, ୧୨ଟାରେ ୱେବସାଇଟରେ ଉପଲବ୍ଧ

    ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଫଳାଫଳ ଘୋଷଣା କରିବେ । ପରୀକ୍ଷା ପରିଚାଳନା କମିଟି ପରୀକ୍ଷାଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ ପାଇବା ପରେ ଦିନ ୧୦ଟା ବେଳେ ରେଜଲ୍ଚ ପ୍ରକାଶ ପାଇବ ।

    ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବନି । କାରଣ ଆସନ୍ତା ୧୮ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଦିନ ୧୦ଟାରେ ରେଜଲ୍ଟ ଆସିବା ପରେ ମଧ୍ୟାହ୍ନ ୧୨ଟା ପରଠୁ ବୋର୍ଡ ୱେବସାଇଟ www.bseodisha.ac.inରେ ଛାତ୍ରଛାତ୍ରୀମାନେ ନିଜନିଜର ପରୀକ୍ଷା ଫଳ ଜାଣିପାରିବେ । ଯେଉଁଠି ଇଣ୍ଟରନେଟର ସୁବିଧା ନାହିଁ ସେଠାରେ ପରୀକ୍ଷାର୍ଥୀମାନେ ମଧ୍ୟ ମୋବାଇଲରେ ରେଜଲ୍ଟ ଜାଣିପାରିବେ । ନିଜର ମୋବାଇଲରୁ OR10 ଏବଂ ନିଜ ରୋଲ୍ ନମ୍ବରକୁ ଟାଇପ୍ କରି 5676750କୁ ମେସେଜ୍ ପଠାଇଲେ ଫଳାଫଳ ଜାଣିହେବ ବୋଲି ପ୍ରେସମିଟରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

    ଚଳିତବର୍ଷ ରାଜ୍ୟରେ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୨ ହଜାର ୯୧୪ ଜଣ ମଧ୍ୟମା ଏବଂ ୭ହଜାର ୧୮୧ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଏଥିପାଇଁ ରାଜ୍ୟରେ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ରାମଶିଷ ହାଜରା,ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏବଂ ସମ୍ପାଦକ ସୁମିତ୍ରା ସରକାର ଉପସ୍ଥିତ ଥିଲେ ।

    ପୂର୍ବରୁ ମାଟ୍ରିକ୍ ରେଜଲ୍ଟ କେବେ ପ୍ରକାଶ ହେବ ସେ ନେଇ ଛାତ୍ରଛାତ୍ରୀ ଟିକେ ଟେନସନରେ ଥିଲେ । ଏବେ ତାରିଖ ଘୋଷଣା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରିଦେଇଛି କାରଣ ରେଜଲ୍ଟ ପ୍ରକାଶନରେ ଆଉ ବିଳମ୍ବ ହେବ ନାହିଁ । ଖୁବଶୀଘ୍ର ସେମାନେ ନିଜ ନିଜ ପରୀକ୍ଷାଫଳ ପାଇପାରିବେ । ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଏଥର ଯେପରି କୌଣସି ଅଭିଯୋଗ ନ ଆସେ କି କିଛି ବିଭ୍ରାଟ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

  • ମାଟ୍ରିକ ରେଜଲ୍ଟକୁ ଅପେକ୍ଷା, ଆଜି ଘୋଷଣା ହେବ ତାରିଖ

    ମାଟ୍ରିକ ରେଜଲ୍ଟକୁ ଅପେକ୍ଷା, ଆଜି ଘୋଷଣା ହେବ ତାରିଖ

    ମାଟ୍ରିକ୍ ରେଜଲ୍ଟକୁ ନେଇ ସମସ୍ତଙ୍କ ଅପେକ୍ଷା । ଚଳିତ ମାସ ତୃତୀୟ ସପ୍ତାହ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ତେବେ ଖୁବଶୀଘ୍ର ତାରିଖ ଘୋଷଣା ହେବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ଆଜି ଦିନ ୧୧.୩୦ରେ ରେଜଲ୍ଟ ପ୍ରକାଶ ହେବା ନେଇ ତାରିଖ ଘୋଷଣା ହେବ । ତୃତୀୟ ସପ୍ତାହ ସରିବାକୁ ଥିବାବେଳେ ଆଜି ତାରିଖ ଘୋଷଣା ହେବ । ତେଣୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ରେଜଲ୍ଟ ପ୍ରକାଶ ହେବ ।

    ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ପରୀକ୍ଷା ଫଳ ଆଜି ତାରିଖ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। କଟକ ବୋର୍ଡ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରି ଘୋଷଣା କରିବେ ଉପସଭାପତି । ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ଫଳ ମେ’ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ଖାତା ଦେଖା ଶେଷ ହେବା ପରେ ଏବେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି ବୋଲି ପୂର୍ବରୁ ସୂଚନା ଦେଇଥିଲେ ତତକାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

    ମାଟ୍ରିକ୍,ମଧ୍ୟମା ଏବଂ ମୁକ୍ ତବିଦ୍ୟାଳୟ ପାଇଁ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ । ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁ‌ଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଚଳିତ ଥର ଯେପରି କୌଣସି ଅଭିଯୋଗ ନ ଆସେ କି କିଛି ବିଭ୍ରାଟ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।