Tag: #Education

  • NEET କାଉନସେଲିଂ ଉପରେ ସୁପ୍ରିମକୋର୍ଟ ର ପ୍ରତିବନ୍ଧକ, NTA କୁ ନୋଟିସ ଜାରି

    NEET କାଉନସେଲିଂ ଉପରେ ସୁପ୍ରିମକୋର୍ଟ ର ପ୍ରତିବନ୍ଧକ, NTA କୁ ନୋଟିସ ଜାରି

    ଶୁକ୍ରବାର (ଜୁନ୍ ୨୧) ସୁପ୍ରିମକୋର୍ଟ NEET-UG 2024 କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛି । ମେଡିକାଲ ପ୍ରବେଶିକା ପରୀକ୍ଷା କରୁଥିବା ସଂଗଠନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କୁ ମଧ୍ୟ କୋର୍ଟ ଏକ ନୋଟିସ ଜାରି କରିଛନ୍ତି। ସୁପ୍ରିମ କୋର୍ଟ NEET ପରୀକ୍ଷା ବାତିଲ ଏବଂ ପୁନଃ ପରୀକ୍ଷାର ନୂଆ ଆବେଦନକୁ ବାକି ପଡିଥିବା ଅବଶିଷ୍ଟ ଆବେଦନ ସହିତ ଯୋଡି ଦେଇଛନ୍ତି । ଜୁଲାଇ ୮ ରେ NEET ବିରୋଧରେ ଦାଖଲ ହୋଇଥିବା ଏହି ସମସ୍ତ ଆବେଦନ ଉପରେ କୋର୍ଟ ଶୁଣାଣି ଦେଇପାରେ ।

    ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ସୁପ୍ରିମକୋର୍ଟ କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛି ପୂର୍ବ ଶୁଣାଣି ସମୟରେ, ଯେତେବେଳେ NEET ପରୀକ୍ଷା ଏବଂ ତାଜା ପରାମର୍ଶର ପୁନଃ ପରିଚାଳନା ପାଇଁ ଦାବି ହୋଇଥିଲା, ସେତେବେଳେ ମଧ୍ୟ
    କୋର୍ଟ ତାହା କରିବାକୁ ମନା କରିଦେଇଲା । କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ କୁହାଯାଇଥିଲା ଯେ ପାସ୍ ହୋଇଥିବା ଛାତ୍ରଛାତ୍ରୀ ମାନେ କାଉନସେଲିଂ ଉପରେ ଧ୍ୟାନ ଦେବା ଉଚିତ୍। ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ କାଉନସେଲିଂ ଜୁଲାଇ ୬ ରୁ ଆରମ୍ଭ ହେବାକୁ ଯାଉଛି।

    ସୁପ୍ରିମକୋର୍ଟର ଅବକାଶ ବେଞ୍ଚରେ ଆବେଦନଗୁଡ଼ିକର ଶୁଣାଣି ହୋଇଥିଲା ଯେଉଁଥିରେ NEET ପରୀକ୍ଷା, ଏହାର ବାତିଲ ଏବଂ ପୁନଃ ପରୀକ୍ଷା ପାଇଁ ଦାବି କରାଯାଇଥିଲା। ଏହି ଆବେଦନଗୁଡିକ ଶୁଣିବା ପରେ କୋର୍ଟ ପୁନର୍ବାର କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛି । ଗୁରୁବାର ଦିନ ବିଭିନ୍ନ ହାଇକୋର୍ଟରୁ NEET UG ପରୀକ୍ଷା ସହ ଜଡିତ ସମସ୍ତ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବାକୁ NTA ଆବେଦନ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି।

    ବେଞ୍ଚର ନେତୃତ୍ୱ ନେଉଥିବା ଜଷ୍ଟିସ ବିକ୍ରମ ନାଥ ବିଭିନ୍ନ ହାଇକୋର୍ଟରେ ଶୁଣାଣି ସ୍ଥଗିତ ରଖିଥିଲେ ମଧ୍ୟ ପରାମର୍ଶ ପ୍ରକ୍ରିୟା ଜାରି ରହିବ ବୋଲି କହିଥିଲେ। ଏହା ବ୍ୟତୀତ ମେଘାଳୟର ଏକ କେନ୍ଦ୍ରରେ NEET ପରୀକ୍ଷା ପାଇଁ ହାଜର ହୋଇଥିବା ଛାତ୍ରଛାତ୍ରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଏନଟିଏକୁ ନୋଟିସ ଜାରି କରିଛନ୍ତି। ଏହି ଛାତ୍ରମାନେ ଦାବି କରିଛନ୍ତି ଯେ ପରୀକ୍ଷା ସମୟରେ ସେମାନଙ୍କର ୪୫ ମିନିଟ୍ ସମୟ ନଷ୍ଟ ହୋଇଛି ଏବଂ ସେମାନଙ୍କୁ ୧,୫୬୩ ଛାତ୍ରଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍, ଯେଉଁମାନେ ଅନୁଗ୍ରହ ମାର୍କ ପାଇଥିଲେ।

  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଘସିପୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାହାଡପୁର ପରିସରରେ ବିଦ୍ୟାଳୟର ଶିକ୍ଷକ ଗଣେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୌରାଙ୍ଗ ଚରଣ ବାରିକ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ନାଏକ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I

    ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସଭାପତି ଉମାକାନ୍ତ ଯେନା ,ସମ୍ମାନିତ ଅତିଥି ଭାବରେ ମା ବାରମାସୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ମଦନପୁର ସିଆରସିସି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ମଦନପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସମ୍ପାଦକ ରଞ୍ଜିତ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରିହର ମିଶ୍ର ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସଦାସର୍ବଦା ଛାତ୍ରଛାତ୍ରୀ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ।

    ଏହି ଅବସରରେ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ସଂଜ୍ଞା ସାଗରିକା ଚକ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମାନପତ୍ର ପଠନ କରିଥିଲେ। ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀ ଶରତ ସାହୁ, ବିଦ୍ୟାଧର ସାହୁ, ଲଳିତ ବଲ୍ଲଭ ସାହୁ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ , ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

  • ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ

    ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ

    ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲ ଠାରେ ୧୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାରିଛି। ବିଗତ କରୋନା କଟକଣା ପରେ ଚଳିତ ବର୍ଷ ଏହି ୧୦ତମ ବାର୍ଷିକ ଉତ୍ସବରେ ଚେୟାରମେନ ଶ୍ରୀ କାମରାଜୁ ସାବତ ଙ୍କ ପରାମର୍ଶ କ୍ରମେ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ ଶ୍ରୀ ନୀଳମାଧବ ସାବତ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ରିଟାର୍ଡ ବି. ଇ. ଓ. ହରେ କୃଷ୍ଣ ପଣ୍ଡା , ମୁଖ୍ୟ ବକ୍ତା ଭାବେ ଅରୁଣ କୁମାର ପଟେଲ ଏବଂ ସମ୍ମାନୀୟ ଅତିଥି ଭାବେ ଶ୍ରୀ କାହ୍ନୁ ଚରଣ ଗନ୍ତାୟତ ,ଶ୍ରୀ ବିଜୟ କୁମାର ଶତପଥୀ ,ଶ୍ରୀ ସୁନୀଲ କୁମାର ଗନ୍ତାୟତ ,ଶ୍ରୀ ଅଖିଳ କୁମାର ସାବତ,ଶ୍ରୀ ସୁରେଶ କୁମାର ଦାସ ଯୋଗ ଦେଇ ଜଗନ୍ନାଥ ଙ୍କ ପାଖ ରେ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

    ଅନେକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା କୁନି କୁନି ଶିଶୁ ମାନଙ୍କୁ ସମ୍ମାନ ପତ୍ର ସହ ଟ୍ରଫି ଦେଇ ମନୋବଳ କୁ ଦୃଢ଼ କରି ଆହୁରି ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା।ଛାତ୍ର,ଛାତ୍ରୀ ମାନଙ୍କ ନାଚ,ଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆସର ରେ ଦୁଲୁକିଥିଲା ମଞ୍ଚ।ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସଂଞ୍ଜିତ ଶତପଥୀ ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀ କେ. କିରଣ କୁମାର ମଞ୍ଚ କୁ ପରିଚାଳନା କରିଥିଲେ।

    ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଭାବେ ମନୋଜ କୁମାର ପଟ୍ଟନାୟକ, ପ୍ରିୟଙ୍କା ଜେନା ଗାୟତ୍ରୀ ଚୌଧୁରୀ, ଅଙ୍କିତା ଗୌଡ଼, ଅଭିନ୍ନସି ସାହୁ, ରୋଜା ରାଉତ , ସରିତା ପରିଡ଼ା , ରିଶିମା ରାଉତ , ସ୍ମିତା ଚୌଧୁରୀଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ ଉତ୍ସବ ଶେଷରେ ସ୍କୁଲ ତରଫରୁ ବିରାଟ ଭୋଜିର ଆୟୋଜନ କରାଯାଇଥିବାରୁ ସମସ୍ତ ପିଲାମାନେ ଏବଂ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ଭୋଜି ଖାଇ ଆନନ୍ଦରେ ନିଜ ନିଜ ଘରକୁ ଫେରିଥିଲେ!

  • ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସୁଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ (ଏଲ -୧) ଧନ୍ଦାମୂଳକ ଶିକ୍ଷା ଆଇ.ଟି/ଆଇ.ଟି. ଇ. ଏସ ପକ୍ଷରୁ ହିଞ୍ଜିଳିକାଟୁ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଦର୍ଶନ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ଓ. ସେ. ପା ଏବଂ ଲେବରନେଟ୍ ସରଭିସେଶ୍ ପ୍ରାଇଭେଟ୍ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି l

    ଏହି ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ବାସ୍ତବିକ ଜ୍ଞାନ ବିକାଶରେ ସହାୟକ ହୋଇଛି l ପୁସ୍ତକ ରେ ପଢୁଥିବା ପାଠ ସହିତ ଏହାର ବାସ୍ତବ ଚିତ୍ର ଛାତ୍ର ଛାତ୍ରୀ ଙ୍କୁ ଖୁବ୍ ଉତ୍ସାହିତ କରିବା ସହ ସେମାନଙ୍କ ସୁଚନା ଓ ପ୍ରଯୁକ୍ତି ଜ୍ଞାନର ବିକାଶ କରିଛି l ବିଦ୍ୟାଳୟ ର ଆଇ. ଟି/ଆଇ. ଟି. ଇ. ଏସ ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ହିଞ୍ଜିଳିକାଟୁ ସ୍ଥିତ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଭ୍ରମଣ ପାଇଁ ନେଇଥିଲେ l

    ସେଠାରେ କାର୍ଯ୍ୟାଳୟ ର ମୁଖ୍ୟ ପୋଷ୍ଟ ମାଷ୍ଟର ଶ୍ରୀ ସଦାନନ୍ଦ ଶୂଆର ଏବଂ ଅନ୍ୟ କର୍ମଚାରୀ ଛାତ୍ର ଛାତ୍ରୀ ଙ୍କୁ ସୁଚନା ଓ ପ୍ରଯୁକ୍ତି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ୍ ଯନ୍ତ୍ର ସାହାର୍ଯ୍ୟ ରେ ଗ୍ରାହକ ମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦିଆଯାଏ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ଏହି ପରିଭ୍ରମଣ ରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ଓ ପୁଷ୍ପାଞ୍ଜଳି ସେଠୀ ସହଯୋଗ କରିଥିଲେ l

  • ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ‘ନୁଆ-ଓ’ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭାସ୍କର ମିଶ୍ର, ଡ ରମେଶ ଚନ୍ଦ୍ର ରାଉଳ ଏବଂ ସରୋଜ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । +2, +3 ଛାତ୍ରଛାତ୍ରୀ ମାନେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କରିଥିଲେ । ବର୍ତ୍ତମାନ ସମୟରେ, ପାରମ୍ପାରିକ ଓଡ଼ିଆ ଖାଦ୍ୟ ବିଲୁପ୍ତ ହେଉଥିବା ବେଳେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧି ପାଉଛି ବୋଲି ବକ୍ତାମାନେ କହିଥିଲେ । ବିଲୁପ୍ତ ହେଉଥିବା ଖାଦ୍ୟକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ନୂତନ ପ୍ରୟାସ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ ବବିତା ପାତ୍ର, ଜଗନ୍ନାଥ ମହାପାତ୍ର, ଅକ୍ଷୟ ପ୍ରଧାନ, ଡ ଗୋକୁଳାନନ୍ଦ ପାତ୍ର, ଡ ସଂଗୀତା ମିଶ୍ର, ଅନିଲ ପାତ୍ର, ସୋନାଲି ବାରିକ, ରାଧାମାଧବ ମହାପାତ୍ର, ଡ ସୁଦର୍ଶନ ରହିତ ଏବଂ ଭାରତୀ ବାଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

    https://www.babyboxofficecollections.com/8-punti-dopo-i-quali-crederai-di-nuovo-nell-amore/
  • ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଛି ତିନି ଦିନିଆ ଜିଲ୍ଲା ଏକୀକୃତ ଶିକ୍ଷା ସୂଚନା ବ୍ୟବସ୍ଥା ବା ୟୁ-ଡାଇସ ପ୍ରଶିକ୍ଷଣ ଶିବିର । ସାଏନ୍ତାର ସାରଳା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିକ୍ଷା ବର୍ଷ ୨୦୨୩/୨୪ ପାଇଁ ଅନଲାଇନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସ୍ଥିତି ଆଦି ବିଷୟରେ କେମିତି ତଥ୍ୟ ପ୍ରଦାନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ତିନି ଦିନ ଧରି ଚାଲୁଥିବା ଉକ୍ତ ପ୍ରଶିକ୍ଷଣ ଶିବିରରେ ଚାନ୍ଦବାଲି ବ୍ଲକର ୩୩୮ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେବେ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

    ଶିବିରରେ ୟୁ ଡାଇସର ବ୍ୟବହାର ଓ ଆବଶ୍ୟକତା ତଥା କାର୍ଯ୍ୟକାରିତାକୁ ନେଇ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହେଉଛି କି, ଏହି ପ୍ଲାଟଫର୍ମ ଜରିଆରେ ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟର ପ୍ରି ପ୍ରାଇମେରୀରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମ୍ବନ୍ଧରେ ସଠିକ ତଥ୍ୟ ହାସଲ କରିବା।

  • ବ୍ୟବସ୍ଥା ଠାରୁ ଦୁରରେ ଯୋଡ଼ାସାହି ପ୍ରାଥମିକ ବିଦ୍ୟାଳୟ

    ବ୍ୟବସ୍ଥା ଠାରୁ ଦୁରରେ ଯୋଡ଼ାସାହି ପ୍ରାଥମିକ ବିଦ୍ୟାଳୟ

    ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ଆପଣ ଜାଣିପାରିବେ ଶିକ୍ଷାର ବିକାଶ କେତେଦୁର ଆଗେଇଛି। ଯାହାର ବିଗତ ଦିନରେ ଅନେକ ନଜିର ରହିଛି । କେତେବେଳେ ପିଲାଙ୍କ ପାଇଁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନରୁ ବିଭିନ୍ନ ସରିଶୃପ ବାହାରୁଛିତ ଆଉ କେତେ ବେଳେ ମଧ୍ୟାହ୍ନ ଭୋଜନ ଖାଇ ପିଲା ଅସୁସ୍ଥ ହେଲେଣି । ତେଣୁ ପିଲାଙ୍କ ସ୍ବସ୍ଥ୍ୟକୁ ନଜରରେ ରଖି ସମସ୍ତ ସ୍କୁଲରେ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ ଗୃହ । କିନ୍ତୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଂଚାୟତର ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ତାର ଓଲଟା ଚିତ୍ର । କେବଳ ମଧ୍ୟାହ୍ନ ଭୋଜନ ଗୃହ ନୁହେଁ ଏଠାରେ ଶିକ୍ଷକଙ୍କ ଅଭାବ ସହ ଶ୍ରେଣୀ ଗୃହର ମଧ୍ୟ ଅଭାବ ରହିଛି । ଥରେ ଦେଖନ୍ତୁ ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା । ଆଉ ଏହାକୁ ନେଇ ପାଚିକା ଏବଂ ଗ୍ରାମବାସୀ କଣ କହୁଛନ୍ତି, ଶୁଣନ୍ତୁ ।

    ଏନେଇ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁଙ୍କ ମତାମତ ନେଇଥୀଲୁ । ସେ କହିଛନ୍ତି ଆମର ସେମିତି କିଛି ଟଙ୍କା ନାହିଁ ଆମେ ବ୍ଲକ ଉପରେ ନିର୍ଭରଶୀଳ। କିନ୍ତୁ ଆଗକୁ କ’ଣ କରିହେବ ସେ ନେଇ ଚେଷ୍ଟା କରିବି । ତେବେ ଦେଖିବାକୁ ବାକି ରହିଲା କେବେ ବଦଳୁଛି ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟର ଭାଗ୍ୟ ।

  • ପେଭର ବ୍ଲକ ବିଛାଇ, ରଙ୍ଗ ବୋଳି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

    ପେଭର ବ୍ଲକ ବିଛାଇ, ରଙ୍ଗ ବୋଳି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

    ସରକାର ବିଦ୍ୟାଳୟ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡିକୁ ୫ଟି ମାଧ୍ୟମରେ ରୂପାନ୍ତରିତ କରିଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏହି ରୂପାନ୍ତରିତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଆସୁଛି । କେନ୍ଦୁଝର ଯୋଡା ବ୍ଲକ, ବିରିକଳା ପଞ୍ଚାୟତର ବିଲେଇପଦା ଉଚ୍ଚ ବିଦ୍ୟାଳୟକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୫ଟି ପର୍ଯ୍ୟାୟରେ ରୂପାନ୍ତରିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଜୁନ ୪ ତାରିଖରେ ଭରଚୁଆଲ ମୋଡରେ ଏହାକୁ ଲୋକାର୍ପିତ କରିଥିଲେ । କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ମାତ୍ର ଦେଢବର୍ଷ ନପୂରୁଣୁ ବିଦ୍ୟାଳୟ ପରିସରରେ ବିଛାଯାଇଥିବା ପେଭର ବ୍ଲକ ଦବିଯିବା ସହ ବିଦ୍ୟାଳୟରେ ଲାଗିଥିବା ରଙ୍ଗ ଉଡିଗଲାଣି । ବିଦ୍ୟାଳୟ କୋଠାର ସାମ୍ନାପଟେ ରଙ୍ଗ ବୋଳି ପଛପଟକୁ ସେମିତି ଛାଡିଦେଇଛନ୍ତି। ଶ୍ରେଣୀ ଗୃହର ଆଜବେଷ୍ଟ ସବୁ ଉଠିଗଲାଣି । ନୂତନ ଶ୍ରେଣୀ ଗୃହ ଆଦୌ ତିଆରି ହୋଇନଥିବା ବେଳେ ପାଚେରୀ ନିର୍ମାଣ ମଧ୍ୟ ପୂର୍ବବତ୍ ଅସମ୍ପୂର୍ଣ୍ଣ ରହିଛି । ଫଳରେ ପାଚେରୀ ଡେଇଁ ରାତି ଅଧିଆ ଆସାମାଜିକ ବ୍ୟକ୍ତି ବିଦ୍ୟାଳୟ ହତା ଭିତରେ ପ୍ରବେଶ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପ କରୁଥିବା ଅଭିଯୋଗ ହେଉଛି ।

    ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ମୌଳିକ ସୁବିଧା ନାହିଁ । ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଟ ମାଧ୍ୟମରେ ୧୯୯୮ ରୁ ଦୀର୍ଘ ୩୪ ବର୍ଷ ଧରି ପରିଚାଳିତ ହୋଇଆସୁଅଛି । ବିଦ୍ୟାଳୟଟିରେ ଏବେ ୧୮୮ଜଣ ଛାତ୍ର, ଛାତ୍ରୀ କେବଳ ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ, ୧୨ଜଣ ଶିକ୍ଷକଙ୍କ ସ୍ଥାନରେ ମାତ୍ର ୪ଜଣ ଶିକ୍ଷକ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି । ଶିକ୍ଷକ ଅବସର ଅବା ବଦଳି ହେଲେ ତାଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ । ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଅବସର ପରେ ତାଙ୍କ ପଦବୀଟି ବର୍ଷ ବର୍ଷ ଧରି ମଧ୍ୟ ପୂରଣ ହୋଇପାରିନାହିଁ । ଗଣିତ, ବିଜ୍ଞାନ, ଇଂରାଜୀ, ସାହିତ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକରେ ଶିକ୍ଷକ ନାହାନ୍ତି । ବିଦ୍ୟାଳୟରେ କମ୍ପ୍ୟୁଟର ରହିଛି କିନ୍ତୁ ଶିକ୍ଷକ ନଥିବାରୁ ପିଲାଙ୍କ କାମରେ ନଆସି ସେଗୁଡିକ ଖତଖାଉଛି ।

  • ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହ

    ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହ

    ଆମ ଜୀବନରେ ଗୁରୁଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ତାଙ୍କର ଅବଦାନ ଆମ ମାନଙ୍କ ଜୀବନରେ ଆଣିଛି ଅନେକ ସଫଳତା । ସେହିଭଳି ଗୁରୁଙ୍କୁ ସମ୍ମାନ ଜଣାଇ ପୁରାତନ ଛାତ୍ର ଛାତ୍ରୀ ପୂଜ୍ୟପୂଜା ମଞ୍ଚ ତରଫରୁ ଚରମ୍ପା ବରାଳ ପୋଖରୀ ଜାନୁମଞ୍ଜ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ କରାଯାଇଛି । ପ୍ରଥମେ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପରେ ପିଲା ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କାରିଥିଲେ ପରେଶ୍ ନାୟକ ଓ ସଭା ପରିଚାଳନା କରିଥିଲେ ଶିକ୍ଷକ ଚନ୍ଦ୍ରଭାନୁ ନାୟକ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ରୁ ଆସି ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।

    ତେବ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉର୍ତିନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଚରମ୍ପା ପଞ୍ଚାୟତର ସରପଞ୍ଚ ଜଳେନ୍ଦ୍ର ଶୁକ୍ଳ ପୁରସ୍କୃତ କରିଥିଲେ। ଶେଷରେ ଶ୍ରୀ ଶ୍ରୀ ହନୁମାନ ଜିୟୁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଖଟୁଆ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପୂଜ୍ୟପୂଜା ମଞ୍ଚର ସମସ୍ତ ସଦସ୍ୟ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହରେ ଚରମ୍ପା ଅଞ୍ଚଳ ବୁଦ୍ଧିଜୀବୀଙ୍କ ସମେତ ଜାନୁମଞ୍ଜ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

  • ଶିକ୍ଷକଙ୍କ ଅବହେଳା ଯୋଗୁଁ ବିପଦରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

    ଶିକ୍ଷକଙ୍କ ଅବହେଳା ଯୋଗୁଁ ବିପଦରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

    ସର୍ବ ଶିକ୍ଷା ଅଭିଯାନ । କିନ୍ତୁ ଏ ଅଭିଯାନ କଣ ସତରେ ଫଳପ୍ରଦ ହେଉଛି ? ଏ କଥା ପଚାରିବାର କାରଣ ହେଉଛି ଏବେବି ଅନେକ ସରକାରୀ ସ୍କୁଲ ଅବହେଳିତ ଅବସ୍ଥାରେ ରହିଛି । କେଉଁଠି ପରିତ୍ୟକ୍ତ ଅବସ୍ଥାରେ ଶ୍ରେଣୀ ଗୃହ ତ ଆଉଁ କେଉଁଠି ଶିକ୍ଷକଙ୍କ ଅଭାବ । ପୁଣି କେଉଁଠି ଶିକ୍ଷକଙ୍କ ମନମାନି । ଏଭଳି ପରିସ୍ଥିତିରେ ଗଢା ଚାଲିଛି ପିଲାଙ୍କ ଭବିଷ୍ୟତ । ଠିକ୍ ସେମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ମାଣିକ ପାଟଣା ହାଟଛକ ନିକଟରେ ଥିବା ବାପୁଜୀ ପ୍ରାଥମିକ ବିଦ୍ୟାଳୟରୁ । ଏଠି ପ୍ରଧାନ ଶିକ୍ଷକଙ୍କୁ ଦେଖାଯାଉ ନାହିଁ । କି ସଠିକ୍ ସମୟରେ ସ୍କୁଲ ଖୋଲା ଯାଉନାହିଁ । ଖାଲି ସେତିକି ନୁହେଁ ଉକ୍ତ ସ୍କୁଲରେ ୧୦୦ ପିଲା ଙ୍କୁ ପାଠ ପଢାଉଛନ୍ତି ୪ ଶିକ୍ଷକ । ଏତିକିରେ ସରିଯାଇନି ଅଭିଯୋଗ ଏମିତି ଅନେକ ଅଭିଯୋଗ ନେଇ ଗଣ ମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଅଭିଭାବକ ।

    ୧୯୬୫ ମସିହାରେ ସ୍ଥାପିତ ହୋଇଥିବା ଏହି ସ୍କୁଲ ଏବେ ଅବହେଳିତ ଅବସ୍ଥାରେ । ସୁଚନା ଅନୁଯାୟୀ ଆଜି ପ୍ରଧାନ ଶିକ୍ଷକ ବିଳମ୍ବରେ ଆସିବାରୁ ଛାତ୍ର ଛାତ୍ରୀ ମାନେ ଏଣେତେଣେ ବୁଲୁଥିବା ଦେଖୀବାକୁ ମିଳିଥୀଲା । ଏହି ଘଟଣା ପ୍ରତ୍ୟେକ ଦିନ ହୋଇଥୀବାରୁ ଅଭିଭାବକଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତିବ୍ର ବିରୋଧ କରିଥିଲେ । କିଛି ସମୟ ପରେ ପ୍ରଧାନ ଶିକ୍ଷକ ଜୟନ୍ତୀ ଦେଇ ପହଂଚି ଥିଲେ ଏହି ବିଷୟରେ ମତାମତ ନେବାପାଇଁ ଚେଷ୍ଟା କରିଥୀଲୁ କିନ୍ତୁ ସେ କିଛି କହିନଥିଲେ। ଏହି ବିଷୟରେ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁଙ୍କ ସହିତ ଯୋଗାଯୋଗ କରିଥିଲୁ ଏବଂ ସେ କଣ କହିଛନ୍ତି ଶୁଣନ୍ତୁ…

    ଯଦି ଆଗାମୀ ଦିନରେ ସ୍କୁଲର ପରିସ୍ଥିତି ଅଭଳି ରୁହେ ତେବେ ବିଦ୍ୟାଳୟ ଆଗରେ ଧାରଣା ଦେବାପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।