Tag: #DroupadiMurmu

  • “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ। ଗତକାଲି ତିନି ରାଇରଙ୍ଗପୁରରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ରାତିରେ ଶିମିଳିପାଳରେ ରାତ୍ରିବାସ କରିଥିଲେ। ଆଜି ଶିମିଳିପାଳରେ ତାଙ୍କର ବୈଠକ ଓ କାର୍ଯ୍ୟକ୍ରମ ହେବାକୁ ଯାଇଛି। ଏହା ପରେ ତିନି ଭୁବନେଶ୍ବରକୁ ଫେରିଆସିବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ସ୍ବତନ୍ତ୍ର ବାୟୁସେନା ବିମାନ ମାଧ୍ୟମରେ ତିନି ଛତିଶଗଡ଼ ଅଭିମୁଖେ ଯିବେ।ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ  ସାମିଲ ହେବା ସହ ତାଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁରକୁ ଯାଇଥିଲେ । ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସେ ଏସ୍‌ଏଲ୍‌ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟଦିନର ମୟୁରଭଂଜ ଗସ୍ତ ଏକପ୍ରକାର ବ୍ୟସ୍ତବହୁଳ ରହିଥିଲା। ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟଠାରୁ ଆରମ୍ଭ କରି ମହିଳା ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା, ଜାହିରାପୀଠରେ ଆଶୀର୍ବାଦ ଭିକ୍ଷା, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ସହିତ ସଂପର୍କ ଯୋଡ଼ିଥିଲେ ।

    ଏହି ମାଟିର ଝିଅ ଭାବେ ଛାପ ଛାଡ଼ିଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ପାଖରେ ପାଇ ସମସ୍ତେ ଭାବବିହ୍ବଳ ହୋଇଥିଲେ। ପାରମ୍ପରିକ ନୃତ୍ୟରେ ସ୍ବାଗତ କରିଥିଲେ।  ରାଷ୍ଟ୍ରପତି ଶିମିଳିପାଳ ଯାଇ ଗୁରୁଗୁଡ଼ିଆଠାରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି।
    ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗତକାଲି ରାଇରଙ୍ଗପୁର ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ତାଙ୍କ ଶ୍ବଶୁରଘର ଗାଁ ପାହାଡ଼ପୁରକୁ ଯାଇଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ପାଛୋଟି ନେଇଥିଲେ।

    ଏହାପରେ ସେ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ରାଷ୍ଟ୍ରପତି ଚାଲିଚାଲି ମୁର୍ମୁଛକ ପର୍ଯ୍ୟନ୍ତ ଆସି ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ତାଙ୍କ ଭାଇ ତରଣୀସେନ ଓ ଝିଅ ଇତିଶ୍ରୀ ଉପସ୍ଥିତ ଥିଲେ ।  ସେଠାରୁ ଚାଲିଚାଲି ଗୋଷାଣୀପୀଠକୁ ଯାଇଥିଲେ। ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ। ଗୋଷାଣୀ ପୀଠରେ ଦେବଦେବୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରି ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କରିଥିଲେ। ଏହାପରେ ଜାହିରା ପୀଠକୁ ଯାଇ ଜାହିରା ଆୟୋ (ଜାହିରା ମାଆ)ଙ୍କ ଆଶୀର୍ବାଦ ନେଇଥିଲେ। ସେଠାରେ ମହିଳାମାନଙ୍କ ସହ ଆଲୋଚନା କରିବା ସହ ଗାଁର କିଛି ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଥିଲେ ।

    ପରେ ପାହାଡ଼ପୁରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଯାଇ ସେଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସେମାନଙ୍କ ସହିତ ପାଠପଢ଼ା ସଂପର୍କରେ ଆଲୋଚନା କରିଥିଲେ। ଗ୍ରାମର କିଛି ବେକାର ଯୁବକଯୁବତୀଙ୍କୁ ଡାକି କିପରି ରୋଜଗାରକ୍ଷମ ହୋଇପାରିବେ, ସେ ନେଇ ପରାମର୍ଶ ଦେଇଥିଲେ। ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କୁ ବିଦ୍ୟାଳୟକୁ ସୁନ୍ଦର ଭାବରେ ପରିଚାଳିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

  • ଜନ୍ମମାଟିର ଡାକରା: ତିନି ଦିନିଆ ଗସ୍ତରେ ମୟୂରଭଞ୍ଜରେ ରାଷ୍ଟ୍ରପତି

    ଜନ୍ମମାଟିର ଡାକରା: ତିନି ଦିନିଆ ଗସ୍ତରେ ମୟୂରଭଞ୍ଜରେ ରାଷ୍ଟ୍ରପତି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଦର୍ଶନ ସାରିବା ପରେ ସେ ତିନି ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବ୍ଲୁ–ବୁକ୍ ସୁରକ୍ଷା ନିୟମାବଳୀ ଅନୁଯାୟୀ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମଙ୍ଗଳବାର ଦିନ ଏହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଏଡିଜି ଦୟାଲ ଗାଙ୍ଗୱାର ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି କରିଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ ଜଣେ କରି ବରିଷ୍ଠ ଓ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି।

    କୋଣସି ପ୍ରକାର ତ୍ରୁଟି ନ ହେବା ଓ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପୋଲିସ ବିଭାଗ ପୂରାପୂରି ସଚେତନ ରହିଛି।ସୁରକ୍ଷା ଦୃଷ୍ଟିରୁ ସହରରେ ୪୮ ପ୍ଲାଟୁନ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ।

    ୬ ଜଣ ଏସପି ଓ କମାଣ୍ଡାଣ୍ଟ ରାଙ୍କ ଅଫିସର, ୧୨ ଜଣ ଏଏସପି ଡେପୁଟି କମାଣ୍ଡାଣ୍ଟ ଅଫିସର , ୨୭ ଡିଏସପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଫିସର, ୬୦ ଇନ୍ସପେକ୍ଟର,୧୬୦ ଏସଆଇ ୩୪୦ ହୋମଗାର୍ଡ,୩ ଟି ଏସ୍ଓଜି ଟିମ୍,୨ ଟି ଡିବିଏଫ ଟିମ୍ ଏବଂ ଗୋଟିଏ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ମହାମହିମଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପ୍ରସ୍ତୁତ ରହିଛି । ଏହା ପୂର୍ବରୁ ରାଷ୍ଟ୍ରପତି ଯାଜପୁର ଗସ୍ତରେ ଯାଇଥିଲେ ସେଠାରେ ମା ବିରଜଙ୍କା ଦର୍ଶନ କରିଥିଲେ ଏବଂ ନାଭିଗୟାରେ ପିଣ୍ତଦାନ କରିଥିଲେ ।

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିଣ୍ଡଦାନ କଲେ : ଜାଣନ୍ତୁ କାହିଁକି ପିତୃ-ମାତୃଙ୍କୁ ସମ୍ମାନ ଦିଆଯାଇଛି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିଣ୍ଡଦାନ କଲେ : ଜାଣନ୍ତୁ କାହିଁକି ପିତୃ-ମାତୃଙ୍କୁ ସମ୍ମାନ ଦିଆଯାଇଛି

    ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟ ସମ୍ପନ୍ନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିର ପହଞ୍ଚିବା ପରେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ସମେତ ଅନେକ ବର୍ଗ ଅଧିକାରୀ ଉପସ୍ଥିତ ଥିଲେ।

    ଏହାପରେ ମା’ଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ବେଢ଼ା ପରିକ୍ରମା କରିଥିଲେ  । ପିଣ୍ଡଦାନ କାର୍ଯ୍ୟରେ ପୂଜକ ଭାବେ ସରୋଜ କୁମାର ପତି, ଅବିନାଶ ପାଣି, ସତ୍ୟରଂଜନ ପାଣି ଓ କଲ୍ୟାଣ ପାଣି ରହିଥିଲେ  । ପୁରୋଧା ଭାବେ ସେଠାରେ ହିଂମାଶୁ ଶେଖର ପତିମିଶ୍ର ଉପସ୍ଥିତ ଥିବାବେଳେ ମା’ଙ୍କ ପୂଜାରେ ପୁରୋଧା ଭାବେ ଡ. ଜ୍ଞାନରଂଜନ ପତିଙ୍କ ସମେତ ଦୁର୍ଗାମାଧବ ପାଣି, ବିଜୟ କୁମାର ପାଣି, ସତ୍ୟରଂଜନ ପାଣି ରହିଥିଲେ  । 

    ଦୈନିକ ପାଳିଆ ସେବକ ଭାବେ ସତ୍ୟନାରାୟଣ କର, ନାଗେନ୍ଦ୍ର ଭୂଷଣ କର, ଦୂତୀସୁନ୍ଦର ପାଣି ଉପସ୍ଥିତ ଅଛନ୍ତି। ଏଥିସହ ମନ୍ଦିର ମୁଖଶାଳା ନିକଟରେ ୪ଜଣ ସେବାୟତଙ୍କ ଦ୍ବାରା ବେଦପାଠ କରାଯିବା ସେଥିରେ ସୀତାକାନ୍ତ ପାଣି, ପ୍ରତାପ କୁମାର ପତି, ବିରଜା ଶଙ୍କର ପତି ଓ ପ୍ରଭାତ ରଂଜନ ପତିଙ୍କୁ ରଖାଯାଇଛି। ସେହିପରି ମୁକ୍ତି ମଣ୍ଡପରେ ୩୨ ଜଣ ବ୍ରାହ୍ମଣ ସେବାୟତ ଉପସ୍ଥିତ ଥିଲେ  ।

    ସମଗ୍ର ଭାରତବର୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ୩ଟି ଗୟା ଅର୍ଥାତ୍ ତ୍ରିଗୟା ରହିଛି ।  ପାଦଗୟା ପିଠାପୁରମ୍ ଆନ୍ଧ୍ରପ୍ରଦେଶରେ, ଶିରଗୟା ବିହାରରେ ଓ ନାଭିଗୟା ଓଡ଼ିଶାର ଯାଜପୁରରେ ଅବସ୍ଥିତ ହିନ୍ଦୁ ରାତିରେ ଏହିଠାରେ ପିଣ୍ଡଦାନ ଜଳେ ପିତୃପୁରୁଷ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବିଶେଷକରି ଦକ୍ଷିଣ ଭାରତରୁ ଅଧିକାଂଶ ଶ୍ରଦ୍ଧାଳୁ ପିଣ୍ଡଦାନ କରିବାକୁ ଏଠାକୁ ଆସିଥାନ୍ତି । ଏଥିସହ ବହୁ ଶ୍ରଦ୍ଧାଳୁ ତ୍ରିବେଣୀରେ ଅସ୍ଥି ବିସର୍ଜନ କରି ନାଭିଗୟାରେ ପିଣ୍ଡଦାନ କରିଥାନ୍ତି । ଏହାପରେ ଶ୍ରୀକ୍ଷେତ୍ର ପୁରୀ  ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି  ।

    ମହାମହିମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କର ମା’ ବିରଜାଙ୍କ ପବିତ୍ର କ୍ଷେତ୍ରକୁ ଏହା ପ୍ରଥମ ଗସ୍ତ। ସ୍ବାଧୀନ ଭାରତରେ ଭାରତର କୌଣସି ରାଷ୍ଟ୍ରପତି ଏହି କ୍ଷେତ୍ରକୁ କେବେ ଆସିନଥିଲେ। ସେଥିପାଇଁ ଆମେ ଗର୍ବିତ ଓ ଉତ୍ସାହିତ । ଆଜି ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥି । ଏହି ଶୁଭବେଳାରେ ମା’ଙ୍କୁ ଦର୍ଶନ ଓ ନାଭିଗୟା ପୁଣ୍ୟତୀର୍ଥରେ ମହାମହିମଙ୍କ ପିତୃଗଣ ଓ ମାତୃଗଣଙ୍କ ପିଣ୍ଡଦାନ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଏବଂ ଆମର ସମସ୍ତ ସେବାୟତମାନେ ଗୌରବାନ୍ବିତ ମନେ କରୁଛୁ । ସେ ହେଉଛନ୍ତି ଦେଶର ପ୍ରଥମ ନାଗରିକ ତଥା ଆମ ଓଡ଼ିଶାର କନ୍ୟା । ନିର୍ଦ୍ଧାରିତ ସମୟରେ ତ୍ରୁଟିଶୂନ୍ୟ ଭାବେ ତାଙ୍କର ସମସ୍ତ କାର୍ଯ୍ୟ ଯେପରି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ, ସେଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ ଜାରି ରଖିଛୁ ।

  • ଶପଥ ନେବେ ଗୋଏଲ

    ଶପଥ ନେବେ ଗୋଏଲ

    ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଆଇଏଏସ() ଅଧିକାରୀ ରାଜକୁମାର ଗୋଏଲ ଆଜି ମୁଖ୍ୟ ସୂଚନା କମିସନର ସିଆଇସି() ଭାବରେ ଶପଥ ଗ୍ରହଣ କରିବେ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପଦ ଓ ଗୋପନୀୟତା ବିଷୟରେ ଶପଥ ପାଠ କରାଇବେ |

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଗଠିତ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗୋଏଲଙ୍କ ନାମ ସୁପାରିଶ କରିଥିଲେ | ଗୋଏଲ ଅରୁଣାଞ୍ଚଳ ପ୍ରଦେଶର ଗୋଆ ମିଜୋରାମ କେନ୍ଦ୍ର ଶାସିତ ଅଞ୍ଚଳ କେଡ଼ରର ୧୯୯୦ ବ୍ୟାଚ ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ | ସେ ଅଗଷ୍ଟ ୩୧ ତାରିଖରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାୟ ବିଭାଗର ସଚିବ ଭାବେ ଅବସର ନେଇଥିଲେ |

    ଗୋଏଲଙ୍କ ସହିତ, ଅନ୍ୟ ଆଠ ଜଣ – ଯାହାଙ୍କ ମଧ୍ୟରୁ ଅଧିକାଂଶ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ – ମଧ୍ୟ ସୂଚନା କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସୂଚନା କମିଶନରମାନେ ଗୋଏଲଙ୍କ ପୂର୍ବରୁ ଶପଥ ଗ୍ରହଣ କରିବେ।

  • ଯୋଗ ବୈଶ୍ୱିକ ଆନ୍ଦୋଳନରେ ପରିଣତ, ସାରା ବିଶ୍ୱ ପାଳିଲା ନବମ ଯୋଗ ଦିବସ

    ଯୋଗ ବୈଶ୍ୱିକ ଆନ୍ଦୋଳନରେ ପରିଣତ, ସାରା ବିଶ୍ୱ ପାଳିଲା ନବମ ଯୋଗ ଦିବସ


    ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଦେଶ ବିଦେଶ ସବୁଠି ନବମ ଯୋଗ ଦିବସ ପାଳିତ ହୋଇଛି । ଯୋଗ ଦ୍ୱାରା ମନ ଶାନ୍ତ ରହେ । ଦେହ ସୁସ୍ଥ ଓ ସତେଜ ରଖିବା ପାଇଁ ଯୋଗ ଆବଶ୍ୟକତା ରହିଛି ।

    ଏହାର ଉପାଦେୟତା ଅଧିକ ଥିବାରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

    ଯୋଗ ଦିବସ ଅବସରରେ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଭାରତୀୟ ସମୟ ଅପରାହ୍ଣ ୫.୩୦ରେ ଜାତିସଂଘ ମୁଖ୍ୟାଳୟରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ ଯେଉଁଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ଜାତିସଂଘର ବହୁ ପଦସ୍ଥ ଅଧିକାରୀ, ବହୁ ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଅଂଶଗ୍ରହଣ କରିବେ । ଭାରତର ଆହ୍ୱାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ନିହାତି ସ୍ମରଣୀୟ ଘଟଣା ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ପିଏମ୍ ।

    ଚଳିତଥର ଯୋଗ ଦିବସର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍‌ । ଆଜି ସମଗ୍ର ବିଶ୍ୱରେ କୋଟି କୋଟି ଜନତା ଯୋଗ କରୁଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ବୈଶ୍ୱିକ ଆନ୍ଦୋଳନରେ ପରିଣତ ହୋଇଛି । ସେପଟେ, ଭାରତର ବିଭିନ୍ନ ପ୍ରାନ୍ତରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦିବସରେ ଯୋଗଭ୍ୟାସ କରିଛନ୍ତି ।

    ଆଜି ଯୋଗ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ କରିଛନ୍ତି । ଯୋଗାଭ୍ୟାସ ଦ୍ୱାରା ମନ ସତେଜ ରହିବ, ଶରୀର ସୁସ୍ଥ ସବଳ ରହିଲେ ଜୀବନର ପ୍ରତିଟି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମଧ୍ୟ ଯୋଗ କରିଛନ୍ତି । ସେହିପରି ଉତ୍ତରପ୍ରଦେଶର ଗୋରଖପୁରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

    ଓଡ଼ିଶାରେ ବି ନେତା, କର୍ମୀ, ଛାତ୍ରଛାତ୍ରୀ ଯୋଗ ଦିବସରେ ଯୋଗ କରିଛନ୍ତି ।

    ୨୦୧୪ରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୋଗ ଦିବସ ପ୍ରସ୍ତାବକୁ ସମର୍ଥନ ମିଳିଥିଲା । ୨୦୧୫ରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଆସୁଛି । ଏହାପରେ ଜୁନ୍ ୨୧କୁ ଭାରତ ସମେତ ବିଶ୍ୱର ୧୮୦ରୁ ଅଧିକ ଦେଶ ଯୋଗ ଦିବସ ପାଳନ କରୁଛନ୍ତି ।

  • ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, ୧୯ରେ ମୟୂରଭଞ୍ଜ ବନ୍ଦ

    ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, ୧୯ରେ ମୟୂରଭଞ୍ଜ ବନ୍ଦ

    ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜ ବନ୍ଦ ଡାକରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଉଥିବା ବେଳେ ୯ ମିନିଟ୍ ପାଇଁ ବିଜୁଳି କଟିଯାଇଥିଲା । ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଉଛି ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଅଭିଭାଷଣ ଦେବାବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟିଯାଇଥିଲା । ଏହାର ପ୍ରତିବାଦରେ ୧୯ ତାରିଖରେ ହରତାଳ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ । ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି ବୋଲି ସୋରେନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଯେଉଁଭଳି ଭାବେ ରାଷ୍ଟ୍ରପତି ଅନ୍ଧାରରେ ରହିଲେ, ତାହା ଏକ ଦୁଃଖଦାୟକ ଘଟଣା । ଘଟଣା ପାଇଁ ଜିଲ୍ଲାପାଳ,ଏସପି ଓ ବିଶ୍ୱବିଦ୍ୟାଳୟ କୁଳପତି ଦାୟୀ ବୋଲି ଅଭିଯୋଗ କରିଛି ବିଜେପି ।

    ଘଟଣା ପରେ ଦୋଷୀଙ୍କ ବିରୋଧରେ ଏଯାଏ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ତେଣୁ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି ଜିଲ୍ଲା ବିଜେପି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସହ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ମେ’୪ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇଥିବା ବେଳେ ଏହି ଘଟଣା ଘଟିଥିଲା । ଲାଇଟ୍ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ବନ୍ଦ କରିନଥିଲେ । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ନିଜ ଅଭିଭାଷଣ ଜାରି ରଖିଥିଲେ । ଏହାକୁ ନେଇ ମନ୍ତ୍ରୀ,ନେତା, ପ୍ରଶାସନ କି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।

  • ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ପ୍ରଥମ ଦିନରେ ଟାଟା ପାୱାରର ଦୁଇ ବାବୁ ଟିପିଏନଓଡିଏଲର ସିଇଓ ଭାସ୍କର ସରକାର ଓ ଟାଟା ପାୱାରର ଜଣେ ଉଚ୍ଚ ଅଧିକାରୀ ରାଇରଙ୍ଗପୁରଠାରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗସ୍ତର ଶେଷଦିନରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ବେଳେ ବିଜୁଳି କଟିଗଲା । ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହି ଅଭିଭାଷଣ ଦେଲେ ଯାହାକୁ ନେଇ ନିନ୍ଦିତ ହେବାକୁ ପଡ଼ିଛି ।

    ଏଭଳି ଘଟଣାକୁ ୩ ଦିନ ପରେ ହେଲାଣି । ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାର୍ ହାତ ଝାଡ଼ିଦେଇ ବସିଛି । ଦିନକ ଆଗରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବାଲେଶ୍ୱର ରେଞ୍ଜ ସିଇଓ ଭାସ୍କର ବାବୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କଟିଯିବାରେ ସେମାନଙ୍କର କିଛି ଦୋଷ ନାହିଁ ବୋଲି ସଫେଇ ଦେଇଛନ୍ତି । ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ପାଇଁ ଏହି ବାବୁ ଦୁଃଖପ୍ରକାଶ କଲେ ନାହିଁ କି କ୍ଷମା ପ୍ରାର୍ଥନା କଲେ ନାହିଁ । ଦାୟିତ୍ୱହୀନତା,ଅସୌଜନ୍ୟତା ଓ ଅହଂକାରର ଏହା ଶ୍ରେଷ୍ଠ ନିଦର୍ଶନ । ଏଭଳି ଘଟଣାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ମଧ୍ୟ କୌଣସି ରିଆକ୍ସନ ନାହିଁ । ୭ ଦିନ ଆଗରୁ ବ୍ୟବସ୍ଥାର ତଦାରଖ ହୋଇଥିଲା । ଅଡିଟୋରିୟମ୍ ଦାୟିତ୍ୱ ନେଇଥିବା ଇଡକୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ସରବରାହର ଯାଞ୍ଚ ହୋଇଥିବା ବେଳେ ଏଭଳି ଘଟଣା କିପରି ଘଟିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନୈତିକତା ଦୃଷ୍ଟିରୁ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ପୂରା ଘଟଣା ପାଇଁ ଦୁଃଖିତ ଓ ମର୍ମାହତ ବୋଲି କୁଳପତି କହିଛନ୍ତି । ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

    ସେପଟେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କିନ୍ତୁ ଆକ୍ସନ ମୁଡରେ ଅଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।