Tag: #Cyclone

  • ଅତି ଭିଷଣ ବାତ୍ୟାର ରୂପ ନେଲା ‘ହାମୁନ’

    ଅତି ଭିଷଣ ବାତ୍ୟାର ରୂପ ନେଲା ‘ହାମୁନ’

    ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ହାମୁନ୍ । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି । ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ କରୁଛି ଗତି । ପାରାଦ୍ବିପଠାରୁ ପୂର୍ବ ଦିଗରେ ୨୯୦ କିମି ଦୂରରେ କେନ୍ଦ୍ରୀଭୂତ ।ଏନେି ସୁଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ବାତ୍ୟା ‘ହାମୁନ’ର ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିବ ନାହିଁ। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ। ଏହି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅବଶିଷ୍ଟ ଉପକୂଳ ଓଡ଼ିଶା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟ ଧରଣରବର୍ଷା ହେବାର ସମ୍ଭାବନା ରହିଛି।

  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

    ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

    ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଆଜି ଭୋର ସାଢ଼େ ୫ଟାରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏହା ବାତ୍ୟାର ରୂପ ନେଇପାରେ । ୧୨ ତାରିଖ ସକାଳ ଯାଏ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ ତାରିଖରେ ଗତିପଥ ପରିବର୍ତ୍ତନ କରି ବାଂଲାଦେଶ ଏବଂ ମିଆଁମାର ଆଡ଼କୁ ଯିବାନେଇ ପୂର୍ବାନୁମାନ କରାଯାଇଛି । ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଓଡ଼ିଶାକୁ ବାତ୍ୟା ନେଇ ବିପଦ ନଥିବା ପୂର୍ବାନୁମାନ କରାଯାଉଛି ।

    ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ଏବଂ ନିକୋବରରେ ବର୍ଷା ଆରମ୍ଭ ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ବର୍ଷା ପବନ ବଢ଼ିବ ଯାହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର,ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

    ପ୍ରତିବର୍ଷ ଓଡ଼ିଶା ପ୍ରାୟତଃ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ହେଲେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍ ଲଗାଉଛନ୍ତି । ପୂର୍ବ ପ୍ରସ୍ତୁତି କରି ଅଧିକାରୀଙ୍କୁ ନିୟୋଜିତ କରୁଛନ୍ତି । ବୈଠକ ପରେ ବୈଠକ ହେଉଛି । କିପରି ମୁକାବିଲା ହେବ ସେ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଧନଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ବିଶ୍ୱରେ ଚହଳ ସୃଷ୍ଟି କରିଥିବା ‘କୋରୋନା’ ମୁକାବିଲା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆବଶ୍ୟକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛି ।

    କେବଳ ରାଜ୍ୟ ନୁହଁ, ବିଶ୍ୱରେ ଓଡି଼ଶା ପୁରସ୍କୃତ ହେଲାଣି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନ ସରକାରଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ସେଥିପାଇଁ ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ନମ୍ବର ୱାନ୍ ପାଲଟିଛି । ବନ୍ୟା,ବାତ୍ୟା ହେଉ ଅବା ସାମୁଦ୍ରିକ ଝଡ଼ ପ୍ରତି କ୍ଷେତ୍ରରେ ଆଗୁଆ ପ୍ରସ୍ତୁତି କରୁଛି ଓଡ଼ିଶା । ଏବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ଥିବାବେଳେ ସବୁଠି ସତର୍କ କରାଯାଇଛି ।

    ସେପଟେ, ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଲୋକଙ୍କ ପାଇଁ ଏହା ଅସହ୍ୟ ହେଲାଣି । ଆହୁରି ୪ ଦିନ ଗୁଳିଗୁଳି ଲାଗି ରହିବ । ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।

  • ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା

    ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା

    ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ମଧ୍ୟମ ଟ୍ରପୋସ୍ଫରିକ ସ୍ତର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ୯ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାପରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଉତ୍ତର ଦିଗକୁ ଗତି କରୁଥିବା ବେଳେ ଏହା ଘୂର୍ଣ୍ଣିବଳୟର ରୂପ ନେବ । ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ।

    ଏହାର ପ୍ରଭାବରେ ୮ରୁ ୧୨ ତାରିଖ ମଧ୍ୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ୮ରୁ ୧୧ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୧୦ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

    ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେହିପରି ୧୦ ତାରିଖରୁ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇ ଦକ୍ଷିଣ-ପୂର୍ବ ଏବଂ ଏହାର ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୬୦/୭୦ କିଲୋମିଟରରୁ ୮୦ କିଲୋମିଟରକୁ ବୃଦ୍ଧି ପାଇବ । ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ ।

    ୯ ତାରିଖରୁ ପ୍ରବଳ ବର୍ଷିପାରେ । ୧୦ ତାରିଖରୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ୮ ଓ ୯ ତାରିଖ ବେଳକୁ ଆଣ୍ଡାମାନ ସମୁଦ୍ର ଅଶାନ୍ତ ରହିବ । ତେବେ ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସମୁଦ୍ର ଅଶାନ୍ତ ରହିବ । ବର୍ଷା, ପବନ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀ,ଛୋଟ ଜାହାଜ,ଡଙ୍ଗା ଓ ଟ୍ରଲରଗୁଡ଼ିକୁ ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳ ଏବଂ ୯ରୁ ଦକ୍ଷିଣ-ପୂର୍ବ ଓ ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବାକୁ ବାରଣ କରାଯାଇଛି ।

  • ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଜୋରଦାର ପ୍ରସ୍ତୁତ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅବପାତ ଏବଂ ସାମୁଦ୍ରିକ ଝଡ଼ ରୂପ ନେଇପାରେ ।

    ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ । ଓଡ଼ିଶା ଉପରେ ପ୍ରଭାବ ରହିବ କି ନାହିଁ ସେ ନେଇ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ସାଧାରଣତଃ ଖରାଦିନ ଅର୍ଥାତ୍ ମେ’ରେ ଟିକେ ଟେନସନ୍ ବଢ଼ିଥାଏ ।

    ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ମଧ୍ୟ ବାତ୍ୟା ହୋଇଥାଏ । ପୂର୍ବରୁ ଏହି ବାତ୍ୟା ଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ତେବେ ସବୁଥର ପ୍ରଭାବ ପଡ଼ିବ ବୋଲି ସେମିତି କିଛି କହିପାରିବା ନାହିଁ । ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଆକଳନ କରିହେବ । ଏବେଠୁ ଆକଳନ କରାଯାଇପାରିବ ନାହିଁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।