Tag: #bhubaneswar

  • ରାଜଧାନୀରେ ରୋଡ୍ ରୋମିଓଙ୍କ ଆତଙ୍କରାଜ, ହଷ୍ଟେଲରେ ଭଙ୍ଗାରୁଜା

    ରାଜଧାନୀରେ ରୋଡ୍ ରୋମିଓଙ୍କ ଆତଙ୍କରାଜ, ହଷ୍ଟେଲରେ ଭଙ୍ଗାରୁଜା

    ରାଜଧାନୀ ଭୁବନେଶ୍ୱରର ଏକ ଲେଡିଜ୍ ହଷ୍ଟେଲରେ ରୋଡ୍ ରୋମିଓଙ୍କ ଆତଙ୍କରାଜ । ହଷ୍ଟେଲ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ୧୦ରୁ ଅଧିକ ଯୁବକ ଏଭଳି କାଣ୍ଡ ଭିଆଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଛି ପୋଲିସ ।

    ନୟାପଲ୍ଲୀ ଥାନା ଅଧିନ ଉଗ୍ରତାରା ଲେଡିଜ ହଷ୍ଟେଲରେ ଛାତ୍ରୀମାନେ ଆକ୍ରମଣର ଶିକାର ହୋଇଛନ୍ତି । ଛାତ୍ରୀମାନେ ହଷ୍ଟେଲ ଆଗରେ ଛିଡ଼ା ହୋଇଥିବା ବେଳେ ଯୁବକ ଟେକା ଫିଙ୍ଗିଥିଲେ । ବିରୋଧ କରିବାରୁ ଧମକ ଦେଇଥିଲେ ଏବଂ ଧକ୍କା ମାରିବା ସହ ମାଡ଼ ମାରିଥିଲେ । ଆଉ କିଛି ଯୁବତୀ ବାହାରକୁ ଆସିବା ବେଳେ ସେମାନଙ୍କ ଉପରକୁ ଟେକା ଫିଙ୍ଗିଥିଲେ ରୋଡ୍ ରୋମିଓ । ନିଶା ଖାଇ ଏଭଳି କମେଣ୍ଟ ମାରୁଥିବା କହିଛନ୍ତି ଛାତ୍ରୀ ।

    ଏପରିକି ହଷ୍ଟେଲ କାନ୍ଥ ଭାଙ୍ଗିବା ସହ ଟେକା ଫିଙ୍ଗି କାଚ ଭାଙ୍ଗିଥିଲେ । ୧୦ରୁ ଅଧିକ ଦୃର୍ବୃତ୍ତ ହଷ୍ଟେଲରେ ଆତଙ୍କ ଖେଳାଇଥିଲେ । ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ, ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସକୁ ଖବର ମିଳିଛି । ଏହି ଘଟଣା ପରେ ମଦ୍ୟପାନ କରୁଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରିଛି ପୋଲିସ ।

  • ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

    ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

    ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଶଙ୍ଖ ଭବନ । ବିଜେଡିର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ‘ଶଙ୍ଖ ଭବନ’ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ଭଲ ପାଉଥିବା, ତଥା ଓଡ଼ିଶା ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଏହି ଭବନ । ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ବି ପ୍ରଚାର ଓ ପ୍ରସାର କରିବ ଏହି ଶଙ୍ଖ ଭବନ । ଉଦଘାଟନୀ ଅବସରରେ ଏଭଳି କହିଛନ୍ତି ସିଏମ୍ । ଏହାର ପ୍ରତି କାର୍ଯ୍ୟକ୍ରମ ରାଜ୍ୟବାସୀଙ୍କ ସେବାରେ ସମର୍ପିତ ହେବ ।

    ୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ନେଇ ଜନ୍ମ ନେଇଥିଲା ବିଜୁ ଜନତା ଦଳ BJD । ଓଡ଼ିଶାବାସୀଙ୍କ ସ୍ନେହ,ପ୍ରେମ ଭଲ ପାଇବା ନେଇ ଆଗକୁ ବଢ଼ିଛି ଦଳ । ସେଦିନର ବିଜୁ ଜନତା ଦଳ ଆଜି ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ସବୁଠି ବିଜୟର ଶଙ୍ଖ ବାଜୁଛି । ଓଡ଼ିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡ଼ିବ । ସ୍ଥିରତା ଆମକୁ ସଫଳତା ଏବଂ ଶାନ୍ତି ସମୃଦ୍ଧି ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶଙ୍ଖ ଭବନ ନିର୍ମାଣରେ ଯାହାର ଅବଦାନ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

  • ଭୁବନେଶ୍ୱର ପାଳୁଛି 75ତମ ରାଜଧାନୀ ପ୍ରତିଷ୍ଠା ଦିବସ

    ଭୁବନେଶ୍ୱର ପାଳୁଛି 75ତମ ରାଜଧାନୀ ପ୍ରତିଷ୍ଠା ଦିବସ

    ରାଜଧାନୀ ଭୁବନେଶ୍ୱର ତାର 75 ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1948 ଏପ୍ରିଲ 13 ତାରିଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହରୁ ରାଜଧାନୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଓ ସ୍ଥାପତ୍ୟକାର ଓଟ୍ଟୋ କୋଇନ୍ସବର୍ଗର ସେହି ବର୍ଷ 40ହଜାର ଜନବସତିକୁ ଲକ୍ଷ୍ୟରେ ରଖି ସହରର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେବେଠାରୁ ଭୁବନାଶ୍ୱର ସ୍ଥାପତ୍ୟ ଓ ଆଧୁନିକତାର ମଡେଲ ହୋଇରହି ଆସିଛି।

    ତିନି ଦିନିଆ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯକ୍ରମକୁ  ବାଚସ୍ପତି ବିକ୍ରମ ଆରୁଖ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ, ଆଧିକାରୀ ଉପସ୍ଥିତ ଥିଲେ। ରାଜଧାନୀର ହୀରକ ଜୟନ୍ତୀ ପାଳନ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ତିନି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବ ପାଇଁ ରାଜଧାନୀସ୍ଥିତ ଲୋକସଭା ଭବନ, ବିଧାନସଭା, କମିଶନରେଟ ପୋଲିସ, ତୋଷାଳି ପ୍ଲାଜା, ଏକାମ୍ର କାନନ ପରି ସହରର ପରିଚୟ ବହନ କରିଥିବା କୋଠାକୁ ଆଲୋକମାଳାରେ ସଜ୍ଜା ଯାଇଛି।

    2000 ବର୍ଷ ପୁରୁଣା ଭୁବନେଶ୍ୱରକୁ 40,ହଜାର ଜନବସତି ଲକ୍ଷ୍ୟକୁ ନେଇ ରାଜଧାନୀର ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 12 ଲକ୍ଷ ଟପିଗଲାଣି। ଓଟ୍ଟୋ କୋଇନ୍ସବର୍ଗର 12 ସ୍କୋୟାର କିମି ପରିସିମା ଉପରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେତେବେଳେ ସହରର ଜନସଂଖ୍ୟା 15 ହଜାର ରହିଥିଲା। ପ୍ଲାନିଂ ପାଇଁ ସେହି ସମୟରେ ଖର୍ଚ୍ଚ ଆକଳନ ହୋଇଥିଲା 2.89 କୋଟି।