କଲିନ୍ କାଉଣ୍ଟିସ୍ଥିତ ଟେକ୍ସାସ୍ ଷ୍ଟୋନବ୍ରିୟାର୍ ମଲରେ ଗୁଳିକାଣ୍ଡ, ୯ ମୃତ

ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ଡାଲସ୍‌ ବାହାରେ ଜନଗହଳି ମଲ୍‌ରେ ବନ୍ଧୁକଧାରୀଙ୍କ ନରସଂହାର । ଆଖିବୁଜା ଗୁଳି ଚଳାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଆଉ ୭ ଜଣ ଆହତ ହୋଇଛନ୍ତି । ଏ ନେଇ ସରକାରୀ କର୍ତ୍ତୃପକ୍ଷମାନେ ସ୍ପଷ୍ଟ କରିଛନ୍ତି । ଶନିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହରର ପୋଲିସ ମୁଖ୍ୟ ବ୍ରିଏନ୍‌ ହାର୍ଭେ କହିଛନ୍ତି ଯେ ଟେକ୍ସାସ୍‌ର ଏଲେନ୍‌ସ୍ଥିତ ଏଲେନ୍‌ ପ୍ରିମିୟମ୍‌ ଆଉଟ୍‌ଲେସଟସ୍‌ ମଲ୍‌ରେ ଏକାକୀ ଗୁଳି ଚଳାଇଥିବା ବନ୍ଧୁକଧାରୀଙ୍କୁ ହତ୍ୟା କରାଯାଇଛି । ଜଣେ ପୋଲିସ ଅଧିକାରୀଙ୍କ ଗୁଳିରେ ସେ ନିହତ ହୋଇଛି ।

ଏଲେନ୍‌ ଅଗ୍ନିଶମ ବିଭାଗର ମୁଖ୍ୟ ଜନ୍‌ ବୟଡ୍‌ ଯେ,ଗୁଳିମାଡ଼ରେ ଆହତ ହୋଇଥିବା ୯ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କର ମୃତ୍ୟୁ ଘଟିଛି ।

ଏହି ଘଟଣାରେ ଜାରି କରିଥିବା ବିବୃତିରେ ମେଡିକାଲ୍‌ ସିଟି ହେଲ୍‌ଥ୍‌କେୟାର୍‌ କହିଛି ଯେ,ଟ୍ରମା ସେଣ୍ଟର୍‌ ୮ ଜଣ ଆହତଙ୍କୁ ଚିକିତ୍ସା କରାଯାଉଛି । ସେମାନଙ୍କର ବୟସ ୫ରୁ ୬୧ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ହେଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ହସ୍ପିଟାଲ୍‌ କିଛି ଉଲ୍ଲେଖ କରିନାହିଁ। ଏହି ଗୁଳିକାଣ୍ଡକୁ ଟେକ୍ସାସ୍‌ର ଗଭର୍ଣ୍ଣର୍‌ ଗ୍ରେଗ୍‌ ଏବୋଟ୍‌ ‘ଅକଥନୀୟ ଦୁଃଖଦ ଘଟଣା’ ବୋଲି କହିଛନ୍ତି । ଏଥିସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଆମେରିକାରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଅଧିକ ଗୁଳିକାଣ୍ଡର ଶିକାର ହେଉଛନ୍ତି । ୨୦୨୧ରେ ୪୯ ହଜାର ଏବଂ ୨୦୨୨ରେ ୪୫ ହଜାର ଲୋକ ଗୁଳିମାଡ଼ର ଶିକାର ହୋଇଛନ୍ତି । ବନ୍ଧୁକଧାରୀଙ୍କ ହିଂସାରେ ଅଧିକାଂଶ ସମୟରେ ନିରୀହ ଲୋକ, ଶିଶୁଙ୍କ ଜୀବନ ଯାଉଛି ।

Leave a Reply

Your email address will not be published. Required fields are marked *