କାଲିଠାରୁ ପୁଣି ଖୋଲିବ ସ୍କୁଲ, ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସେଥିପାଇଁ ରାଜ୍ୟ ସରକାର ସ୍କୁଲଗୁଡ଼ିକୁ ୧୬ ତାରିଖ ଯାଏ ଛୁଟି ରଖିଥିଲେ । ଏବେ ୧୭ ତାରିଖରୁ ପୁଣି ପାଠପଢ଼ା ଆରମ୍ଭ ହେବ । ଏ ନେଇ ସରକାର ଜିଲ୍ଲାପାଳମାନଙ୍କୁ ଜଣାଇଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬.୩୦ରୁ ଦିନ ୧୧ ଯାଏ ହେବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସମୟରେ ପରିବର୍ତ୍ତନ ଆଣିପାରିବେ । ଆବଶ୍ୟକସ୍ଥଳେ ସ୍କୁଲ ଛୁଟି ଘୋଷଣା କରିପାରିବେ । ଏଥିସହ ବିଦ୍ୟାଳୟ ଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି । ପ୍ରବଳ ଖରା, ଗୁଳିଗୁଳିକୁ ନଜରରେ ରଖି ୧୬ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର । ତେବେ ଆସନ୍ତାକାଲି ଠାରୁ ସ୍କୁଲ ଖୋଲିବା ପାଇଁ ପୁଣି ନିର୍ଦ୍ଦେଶ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *