ସର୍ବୋଚ୍ଚ ନ୍ୟାୟାଳୟରୁ ଆଶାରାମ ବାପୁଙ୍କୁ ଝଟକା

ଯୋଧପୁର ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ବାବା ଆଶାରାମଙ୍କୁ ସୁପ୍ରିମ କୋର୍ଟରୁ ଝଟକା। ଆଇପିଏସ୍ ଅଜୟ ପାଲ ଲାମ୍ବାଙ୍କୁ କେଶରେ ସାକ୍ଷୀ ଭାବେ ଉପସ୍ଥିତ ହେବାକୁ ଆଶାରାମଙ୍କ ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଏଥିସହ, ହାଇକୋର୍ଟଙ୍କୁ ଦୋଷ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ଶୀଘ୍ର ସାରିବାକୁ କହିଛନ୍ତି। ଲାମ୍ବାଙ୍କୁ ସମନ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟ ଯାଇଥିଲା ରାଜ୍ୟ ସରକାର।

ମାମଲାର ତଦନ୍ତ କରିଥିବା ଆଇପିଏସ ଲାମ୍ବା ପୁଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ଠିଆକରିଥିଲେ ବାବାଙ୍କ ଉପରେ ସେ ଲେଖିଥିବା ପୁସ୍ତକ – ଗନିଂ ଫର ଦ ଗଡମ୍ୟାନ। ତେଣୁ ଆଶାରାମ ହାଇକୋର୍ଟରେ ଅପିଲ କରିଥିଲେ କି ଲାମ୍ବାଙ୍କୁ ସାକ୍ଷୀ ଭାବେ ଉପସ୍ଥାପନ କରାଯାଉ, ଯାହାକୁ ଅନୁମତି ଦେଇ ହାଇକୋର୍ଟ ଲାମ୍ବାଙ୍କୁ ସମନ କରିଥିଲେ। ରାଜସ୍ଥାନ ସରକାର ପକ୍ଷରୁ ଓକିଲ କହିଛନ୍ତି କି, ପୁସ୍ତକ  ମନଗଢା। ଏହାର ଆଧାରରେ ପୂରା ମାମଲାକୁ ଦ୍ୱିତୀୟଥର ପାଇଁ ଖୋଲିବା ସମ୍ଭବ ନୁହେଁ। ପୁସ୍ତକରେ ହିଁ କୁହାଯାଇଛି କି, ଏହା ଏକ ନାଟ୍ୟରୂପାନ୍ତର।

ସୂଚନାଯୋଗ୍ୟ, 2013ରେ ଜଣେ ମହିଳା ଭକ୍ତଙ୍କ ଦ୍ୱାରା ବାବା ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ଗାନ୍ଧୀନଗର କୋର୍ଟ ଚଳିତ ଫେବୃଆରୀ ପ୍ରଥମ ସପ୍ତାହରେ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଏଥିସହ, ପୀଡିତାଙ୍କୁ 50ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ଆଦେଶ ଦେଇଥିଲେ। ବର୍ତ୍ତମାନ 81 ବର୍ଷୀୟ ବାବା ଯୋଧପୁର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ଆଶାରାମଙ୍କ ଆଶ୍ରମରେ ବାବା ନାବାଳିକା ଓ ମହିଳା ଭକ୍ତଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା।   

Leave a Reply

Your email address will not be published. Required fields are marked *