ବସକୁ ପିଟିଲା ପିକଅପ୍, ଦୁଇ ଗୁରୁତର

ଏକ ଘରୋଇ ଯାତ୍ରୀବାହୀ ବସ ସହିତ ପିକଅପର ମୁହଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା 57 ନଂ ଜାତୀୟ ରାଜପଥ ଅନ୍ତର୍ଗତ ପୁରୁଣାକଟକ ଥାନା ଚାରିଛକ ବଜାର ନିକଟସ୍ଥ ତହସିଲ କାର୍ଯ୍ୟାଳୟ ନିକଟରେ । ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିନାହାନ୍ତି ।

ସୂଚନା ମୁତାବକ ବଡ଼ପଣ୍ଡା ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *