Blog

  • ବିଜେପି ନେତାଙ୍କୁ ରାସ୍ତା ଉପରେ ହାଣି ପକେଇଲେ ଦୁର୍ବୃତ୍ତ

    ବିଜେପି ନେତାଙ୍କୁ ରାସ୍ତା ଉପରେ ହାଣି ପକେଇଲେ ଦୁର୍ବୃତ୍ତ

    ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ନଗର ଉପସଭାପତି ଲୋକନାଥ ରାଉତ ମଙ୍ଗଳବାର ସକାଳୁ ସୋର ଥାନା ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି। ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ଥାନା ନିକଟରେ 2 ଜଣ ଅଜ୍ଞାତ ଯୁବକ ଆସି ତାଙ୍କୁ ପଛପଟରୁ ଭୁଜାଲିରେ ଆକ୍ରମଣ କରିଥିଲେ।

    ଆକ୍ରମଣ ପରେ ଲୋକନାଥ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁଇ ଯୁବକ ସେଠାରୁ ଫେରାର ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଲୋକନାଥଙ୍କ ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାଙ୍କୁ ବାଲେଶ୍ୱର ରେଫର କରାଯାଇଥିଲା।

     ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ତେବେ ଲୋକନାଥ ପୂର୍ବରୁ ବିଜେଡିରେ ଥିଲେ, ପରବର୍ତ୍ତି ସମୟରେ  ବିଜେପିରେ ଯୋଗଦେଇଥିଲେ। ତେଣୁ ଏହା ରାଜନୈତିକ ଶତ୍ରୁତାରୁ ସଂଗଠିତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

  • ମୃତଦେହ କାହାର ? ଶବ ସତ୍କାର କଲେ ଅଜଣା ପରିବାର

    ମୃତଦେହ କାହାର ? ଶବ ସତ୍କାର କଲେ ଅଜଣା ପରିବାର

    କୋରିଏରରେ ବମ୍ବେରୁ ଆସିଲା ମୃତଦେହ । ଆତ୍ମୀୟସ୍ଵଜନ ଭାବି କାଳବିଳମ୍ବ ନକରି ଶବ ସତ୍କାର କରିନେଲେ ପରିବାର ଲୋକେ । ହେଲେ ପୁଣି ଥରେ କୋରିଏରରେ ଆସୁଛି କାହାର ଶବ ? ଚିନ୍ତାରେ ପରିବାର । କଟକ ନେମାଳ ଥାନା ଅଞ୍ଚଳ କୁଆଁଶାଳ ଗାଁରେ ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

    କୁଆଁଶାଳ ଗାଁର ବିଳାସ ଭୂଆଁ । ଏକ ବର୍ଷ ହେଲା ସେ ବମ୍ବେରେ ଏକ ଘରୋଇ କମ୍ପାନୀର କାର୍ ସୋ’ରୁମରେ କାର୍ଯ୍ୟରତ ଥିଲେ । ଗତ ୮ ତାରିଖରେ ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିଲା । ଏକ କୋରଏର ସଂସ୍ଥା ସାହାଯ୍ୟରେ ଶବ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ଘରେ ପହଞ୍ଚିଥିଲା କୋରିଏର । ଦୁଇତିନି ଦିନ ବିତିଯାଇଥିବାରୁ ପରିବାର ଲୋକେ ଠିକଭାବେ ମୃତଦେହ ଦେଖିପାରିନଥିଲେ । ବିଳମ୍ବ ନକରି ନଦୀକୂଳ ଶ୍ମଶାନରେ ଅନ୍ତ୍ୟେଷ୍ଟି କାର୍ଯ୍ୟ ଶେଷ କରିଥିଲେ । ଶବ ସତ୍କାର ପରେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ପୁଣି କୋରିଏର । କାରଣ ଆଉ ଏକ ଶବ ଆସୁଛି । ଏ ଶବ କାହାର । କେଉଁଠି ଆସୁଛି । କାହାର ଶବ ସତ୍କାର କରାଗଲା ସେ ନେଇ ଅନେକ ପ୍ରଶ୍ନ ।

    ଭୁଲ୍ କିଏ କଲା, କେଉଁଠି ରହିଲା ଭୁଲ୍ । କୋରିଏର ସଂସ୍ଥାର ଅବହେଳା ଏବଂ ଭୁଲ୍ ଆଡ୍ରେସ୍ ଯୋଗୁଁ ରାଜସ୍ଥାନ ଜୟପୁରର ମୃତଦେହ କୁଆଁଶାଳ ଗାଁରେ ପହଞ୍ଚିଥିଲା । ଦ୍ୱିତୀୟ ଥର ଆସୁଥିବା କୋରିଏରରେ ସେମାନଙ୍କ ପରିବାର ସଦସ୍ୟ ବିଳାସଙ୍କ ଶବ ରହିଛି । ଏଭଳି ଘଟଣା ଅଞ୍ଚଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ, ଅସ୍ତି ନେବା ପାଇଁ ପୋଲିସ ସହାୟତାରେ କୁଆଁଶାଳ ଗାଁକୁ ଆସୁଛନ୍ତି ଜୟପୁର ଲୋକ ।

  • ଗହିରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଶେଷ, ଏଥର ୧୧ ହଜାର ଅଧିକ

    ଗହିରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଶେଷ, ଏଥର ୧୧ ହଜାର ଅଧିକ

    ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ବିରଳ ଅଲିଭ ରିଡେଲ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା । ଏକ ସପ୍ତାହ ଧରି ଅଲିଭ ରିଡେଲ କଇଁଛ ବାବୁବାଲି ଓ ନାଶି–୨ରେ ସମୁହ ଅଣ୍ଡାଦାନ କରିଛନ୍ତି । ଏଥର ପାଗ ଅନୁକୂଳ ଥିବାରୁ କଇଁଛଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।

    ଗହିରମଥା ଯାହା ବିରଳ ଅଲିଭ ରିଡେଲ କଇଁଛଙ୍କ ଏନ୍ତୁଡ଼ିଶାଳ । ଚଳିତବର୍ଷ ୫ ଲକ୍ଷ ୧୨ ହଜାର କଇଁଛ ସମୁହ ଅଣ୍ଡାଦାନ କରିଛନ୍ତି । ଗତବର୍ଷ ତୁଳନାରେ ଏଥର ୧୧ ହଜାର କଇଁଛ ଅଧିକ ରହିଛି ଯାହାକୁ ନେଇ ପରିବେଶବିତ୍ ଓ ପ୍ରାଣୀ ବିଜ୍ଞାନୀ ଖୁସି ହୋଇଛନ୍ତି । ପ୍ରତିବର୍ଷ ନଭେମ୍ବର ୧ରୁ ଗହିରମଥାରେ ମାଛ ମାରିବା ଓ ଯନ୍ତ୍ର ଚାଳିତ ଡଙ୍ଗା ଉପରେ କଟକଣା ଜାରି କରାଯାଏ । କାରଣ ବଂଶବିସ୍ତାର ପାଇଁ ଗହିରମଥା ସୁରକ୍ଷିତ ଥିବାରୁ ବିଦେଶୀ କଇଁଛଙ୍କ ଆଗମନ ହୋଇଥାଏ । ବେଳାଭୂମିରେ ୧.୫ରୁ ୨ ଫୁଟ୍ ଗାତ ଖୋଳି ପ୍ରତି କଇଁଛ ୮୦ରୁ ୧୦୦ଟି ଅଣ୍ଡା ଦେଇଥାନ୍ତି । ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ପରେ ସେମାନେ ସମୁଦ୍ରକୁ ଚାଲିଯାଅନ୍ତି ।

    ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ,କୋଷ୍ଟଗାଡ,ମେରାଇନ ପୋଲିସ୍ ନିୟୋଜିତ କରାଯାଉଛି କିନ୍ତୁ ଅମାନିଆ ମତ୍ସ୍ୟଜୀବୀଙ୍କ ଯୋଗୁଁ ହଜାର ହଜାର ବିରଳ କଇଁଛଙ୍କ ମୃତ୍ୟୁ ହେଉଛି । ତେଣୁ ବନ ବିଭାଗ କଟକଣାକୁ କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି ।

  • Sharky Slot machine game ᗎ Play Free Local casino Video game On the web From the Novomatic

    The total went More than inside cuatro from Los angeles Dodgers’ last 5 online game at your home. Houston is actually 1-7 SU in their past 8 game on the move. The total has gone More than in the 5 away from Houston’s last 7 online game. (more…)

  • ସଲୁଙ୍କ ‘କିସିକା ଭାଇ କିସିକି ଜାନ୍‌’କୁ ନେଇ ବିବାଦ

    ସଲୁଙ୍କ ‘କିସିକା ଭାଇ କିସିକି ଜାନ୍‌’କୁ ନେଇ ବିବାଦ

    ସଲ୍ଲୁ ମିଆଁଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସିକା ଭାଇ କିସିକି ଜାନ୍‌’ ରିଲିଜ ଅପେକ୍ଷାରେ । ଫିଲ୍ମର ସୁଟିଂ ସରିଛି, ଟ୍ରେଲର ରିଲିଜ ହେବାକୁ ବାକି। ଏପରି ସମୟରେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇବାକୁ ନିର୍ମାତା ଫିଲ୍ମର ଏକ ଗୀତ ରିଲିଜ୍‌ କରିଛନ୍ତି । ହେଲେ ଗୀତ ରିଲିଜ ପରେ ବିବାଦ ଘେରକୁ ଟାଣିହୋଇ ଆସିଛି ‘କିସିକା ଭାଇ କିସିକି ଜାନ୍‌’। ଦକ୍ଷିଣ ଭାରତୀୟ ଗୀତକୁ ନେଇ ଉଠାଇଛନ୍ତି ଆପତ୍ତି। ଏହା ସେମାନଙ୍କ ସଂସ୍କୃତିର ଅବମାନନା ବୋଲି ଅଭିଯୋଗ ହେଉଛି ।

    ଫିଲ୍ମର ଗୀତ ‘ୟେନ୍ତେମା’ ରିଲିଜ ହୋଇଥିବା ବେଳେ ସୋସିଆଲ୍‌ ମିଡିଆରେ ଗୀତ ଭାଇରାଲ ହେଉଛି। ଏଥିରେ ସଲମାନ, ଦକ୍ଷିଣୀ ସୁପରଷ୍ଟାର ଭେଙ୍କେଟଶ ଓ ରାମ ଚରଣଙ୍କୁ ଧୋତି ପିନ୍ଧି ନାଚୁଥିବାର ଦେଖିବାକୁ ମୁଳୁଛି। ଗୀତ ଶେଷରେ 3 ସୁପରଷ୍ଟାର ପିନ୍ଧିଥିବା ଧୋତି ଉଠାଇ ଧୂମ ମଚଉଛନ୍ତି। କିନ୍ତୁ ଦକ୍ଷିଣୀ ଦର୍ଶକ ଜମାରୁ ଏହାକୁ ପସନ୍ଦ କରୁନାହାନ୍ତି।

    ଗୀତରେ ଥିବା ଏହି ଷ୍ଟେପ୍‌କୁ ଅଶ୍ଳୀଳ ଏବଂ ଅପମାନଜନକ ବୋଲି ଅଭିଯୋଗ କରିଛନ୍ତି । ଧୋତି ହେଉଛି ଦକ୍ଷିଣ ଭାରତୀୟ ସଂସ୍କୃତିର ଏକ ଅଙ୍ଗ। ତାକୁ ବଲିଉଡ୍‌ରେ କାହିଁକି ଲୁଙ୍ଗି ବୋଲି ଭାବୁଛନ୍ତି ? ଏପରି ପ୍ରଶ୍ନ କରିଛନ୍ତି ୟୁଜର୍ସ।  ଏହାକୁ ଖାଲି ସୋସିଆଲ ମିଡିଆ ୟୁଜର୍ସ ନୁହଁନ୍ତି, ଜଣାଶୁଣା ତାମିଲ୍‌ ସମାଲୋଚକ ପ୍ରଶାନ୍ତ ଗୋସ୍ବାମୀ ଏବଂ ପୂର୍ବତନ କ୍ରିକେଟର୍‌ ଲକ୍ଷ୍ମଣ ଶିବରାମାକୃଷ୍ଣ ବିରୋଧ କରିଛନ୍ତି। ଶିବରାମାକୃଷ୍ଣ ଟୁଇଟ କରି ‘ଏହା ଲୁଂଗି ନୁହେଁ, ଧୋତି’ ଲେଖିଛନ୍ତି।

  • ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ୍, ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

    ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ୍, ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

    କେନ୍ଦୁଝର ଜିଲ୍ଲା ଜଗମୋହନପୁର ଛକ ପଟ୍ଟାଙ୍ଗରେ ଅଙ୍ଗୁର ବୋଝେଇ ଟ୍ରକ୍ ଓଲଟିଲା । ରାୟପୁରରୁ ଅଙ୍ଗୁର ବୋଝେଇ ଭର୍ତ୍ତି ଟ୍ରକ୍ କୋଲକାତା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନ୍ୟ ଏକ ଟ୍ରକ୍ ଓଭରଟେକ୍ କରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

    ଘଟଣାରେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।