Blog

  • ବିଦ୍ୟାଳୟରେ ପ୍ରଥମ ଓଡ଼ିଶା ଭାଷା ସମ୍ନିଳନୀ

    ବିଦ୍ୟାଳୟରେ ପ୍ରଥମ ଓଡ଼ିଶା ଭାଷା ସମ୍ନିଳନୀ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅନ୍ତର୍ଗତ ମଚ୍ଛାଳୋ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓଡ଼ିଶା ଭାଷା ସମ୍ନିଳନୀ ଉପଲକ୍ଷେ ମଣ୍ଡଳ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଇଓ ତପଧନ ସ୍ୱାଇଁ ,ସମ୍ମାନୀତ ଅତିଥି ଭାବେ ଏବିଇଓ ବସନ୍ତ କୁମାର ନାୟକ, ସିଆରସି ପ୍ରସାନ୍ତ ଯେନା, ହୀମାସୁଂ ଭୂଷଣ ଯେନା, ପ୍ରଭାତ ଧିର,ବିଶିକେଶନ ଭୂୟାଁ,ସୁକାନ୍ତ ଯେନା ଯୋଗଦେଇଥିଲେ। ଏଥିରେ ବ୍ଲକରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନ କବିତା ପାଠନ କରିଛନ୍ତି।ସେଥିମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ବିଇଓ କହିଛନ୍ତି। ଏଥିରେ ବିଦ୍ୟାଲୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ।

  • ପରେଡ୍ କରୁଥିବା ବେଳେ ଟଳିପଡିଲେ ସିଆରପିଏଫ ଯବାନ ସନାତନ ପ୍ରଧାନ

    ପରେଡ୍ କରୁଥିବା ବେଳେ ଟଳିପଡିଲେ ସିଆରପିଏଫ ଯବାନ ସନାତନ ପ୍ରଧାନ

    ମା କାନ୍ଦୁଚି.ମାଟି କାନ୍ଦୁଚି, ଝୁରୁଛି ବୀର ପୁତ୍ରକୁ ତାର। ଏଇ କିଛି ଦିନ ତାଳେ ନିଜ ଜନ୍ମ କଲା ମାଆର ଅନ୍ତିମ ସଂସ୍କାର କରି ଫେରିଯାଇଥିଲେ ନିଜ କର୍ମସ୍ଥଳକୁ। କିନ୍ତୁ ଆର ପାରିରେ ଥିବା ଜନ୍ମ କଲା ମା ଯେମିତି ଦେଲା ଡାକରା। ଆଉ କାର୍ଯ୍ୟରତ ଅବସ୍ଥାରେ ମାଆ ପାଖକୁ ଅଫେରା ରାଇଜକୁ ଚାଲିଗଲେ (CRPF ) ଯବାନ ସନାତନ ପ୍ରଧାନ. ଜନ୍ମମାଟିରେ ବୀର ସହିଦଙ୍କ ମରଶରୀର ପହଞ୍ଚିବା ପରେ ସୃଷ୍ଟିହୋଇଛି ଶୋକାକୁଳ ପରିବେଶ। ଜନଗହଳିରେ ପୂରିଯାଇଛି ଗାଁ।

    ଶେଷରେ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯାଇଛି ଶେଷକୃତ। କେନ୍ଦ୍ରାପଡା, ଗରଦପୁର ଓଉପଡା ଗ୍ରାମର ସନାତନ ପ୍ରଧାନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ନିଯୁକ୍ତି ପାଇ ମଣିପୁରରେ ପଚିଶ ବର୍ଷ ହେବ କାର୍ଯ୍ୟରତ ଥିଲେ। ପ୍ରଥମେ (CRPF)ଡ୍ରାଇଭର ଓ ପରେ ଏମ ଟି ମେଜର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ନିୟମିତ ପ୍ୟାରେଡ ବେଳେ ସହିଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ପଂଚାବନ ବର୍ଷ ବୟସରେ ତାଙ୍କର ଏପରି ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି ଅଞ୍ଚଳବାସୀ। ଖେଳିଯାଇଛି ଶୋକର ଲହରୀ। ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମ ମାଟି ଓଉପଡାରେ ପହଂଚିବା ପରେ ଗାଁରେ ସହିଦଙ୍କ ଶେଷ ଦର୍ଶନ ପାଇଁ ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ସୁଅ ଛୁଟିଥିଲା। ଏତେ କମ ବୟସରେ ସନାତନ ସହିଦ ହୋଇଥିବାରୁ ପରିବାର ପ୍ରତି ସହାନଭୂତି ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସବୁ ଦଳର ନେତୃବୃନ୍ଦ।

    ସେପଟେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବା, ଚିହ୍ନିଥିବା ବ୍ୟକ୍ତି ଝୁରୁଛନ୍ତି ତାଙ୍କୁ। ଥରେ ତାଙ୍କୁ ଆଖିପୁରେଇ ଦେଖିବାକୁ ଶ୍ମଶାନ ଭୂଇଁରେ ଲାଗିଛି ଭିଡ। ତାଙ୍କ ବନ୍ଧୁବତ୍ସଳ, ମିଷ୍ଟଭାଷିତାକୁ ମନେପକାଉଛନ୍ତି ସମସ୍ତେ।

    ଶେଷରେ ଓଉପଡା ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ସନାତନଙ୍କ ପୁଅ ଆଶୁତୋଷ ଭାବ ବିହ୍ଵଳ ହୋଇ ବୀର ଯବାନଙ୍କୁ ମୁଖାଗ୍ନି ଦେଇଛନ୍ତି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୀର ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଛି ଗରଦପୁର ଅଞ୍ଚଳ ।

  • ଦୋକାନରେ ନିଆଁ ଲାଗି ଜଳିଗଲା ବହୁ ସାମଗ୍ରୀ

    ଦୋକାନରେ ନିଆଁ ଲାଗି ଜଳିଗଲା ବହୁ ସାମଗ୍ରୀ

    ଗତ ରାତିରେ ଦୋକାନରେ ଲାଗିଗଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ସୂଚନା ପରେ ଦୋକାନୀ ଆସି ଦେଖନ୍ତି ତ, ନିଆଁରେ ଦୋକାନର ଅର୍ଦ୍ଧାଧିକ ଦୋକାନୀକୁ ଖବର ଦେଇଥିଲେ । ଖବର ପାଇ ଦୋକାନ ପାଖରେ ପହଞ୍ଚି ଦୋକାନ ଖୋଲିବା ବେଳକୁ ଦୋକାନ ଭିତରେ ନିଆଁ ହୁତୁହୁତୁ ହୋଇ ଜଳିଥିଲା। ସ୍ଥାନୀୟ ଲୋକେ ମିଶି ନିଆଁ କୁ ଆୟତ୍ତ କରିବା ସହିତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।

    ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନରେ ବହୁ ମୋବାଇଲ, ମୋବାଇଲ ସାମଗ୍ରୀ, ଲାପଟପ, ବିଭିନ୍ନ ରାସନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା। ଏଭଳି ଘଟଣା ଘଟିଛି ପାରାଦ୍ୱୀପ ନେହେରୁବଙ୍ଗଳା ଫିସିଙ୍ଗ ହାର୍ବର ମଧ୍ୟରେ ରହିଥିବା ଏକ ଭେରାଇଟି ଷ୍ଟୋର ରେ । ରାତି 9 ଟାରେ ଦୋକାନ ବନ୍ଦ କରି ଘରେ ଖାଇବସିଥିବା ସମୟରେ ଦୋକାନରେ ନିଆଁ ଲାଗିଥିବା ଖବର ପାଇଥିଲେ ଶଙ୍କର ଲେଙ୍କା l

    ନିଆଁରେ ଜଳିଯାଇଥିବା ଦୋକାନଟିରେ ମୋବାଇଲ, ମୋବାଇଲ ସାମଗ୍ରୀ ସହ ରାସନ ସାମଗ୍ରୀ ବିକ୍ରି ହେଉଥିଲା। ନିଆଁରେ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

  • ମୃତ ହାତୀଶାବକ ଜବତ ପରେ ଘଟଣାର ତଦନ୍ତ ଆରମ୍ଭ କଲା ବନବିଭାଗ

    ମୃତ ହାତୀଶାବକ ଜବତ ପରେ ଘଟଣାର ତଦନ୍ତ ଆରମ୍ଭ କଲା ବନବିଭାଗ

    କେନ୍ଦୁଝର ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅନ୍ତର୍ଗତ ଦଡୁଆଁ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଜନ୍ମ ପରେ ଏକ ହାତୀ ଶାବକର ସନ୍ଦେହ
    ଜନ କ ମୃତ୍ୟୁ ଘଟିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୨ଟା ସମୟରେ ଉକ୍ତ ଗ୍ରାମରେ ମାଈ ହାତୀଟି ଏକ ଶାବକକୁ ଜନ୍ମ ଦେଇଥିଲା। ମାତ୍ର ଶାବକ ହାତୀଟିର ଆଜି ସକାଳେ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳଇଛି ।

    ବନ ବିଭାଗ ଶାବକ ର ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି

  • ବର୍ବରତାର ସୀମା ଅତିକ୍ରମ: ଚଳନ୍ତା କାରରେ ତିନି ଘଣ୍ଟା ଧରି ଗଣ ଦୁଷ୍କର୍ମ

    ବର୍ବରତାର ସୀମା ଅତିକ୍ରମ: ଚଳନ୍ତା କାରରେ ତିନି ଘଣ୍ଟା ଧରି ଗଣ ଦୁଷ୍କର୍ମ

    ଚାରିଜଣ ଦୃବୁତ ଶନିବାର ସନ୍ଧ୍ୟା ୭ ଟାରେ ହିରାନଗରରୁ ଜଣେ ଝିଅକୁ ଅପହରଣ କରି ଚଳନ୍ତା କାରରେ କରିଥିଲେ ଦୁଷ୍କର୍ମ। ଝିଅଟି ଚିତ୍କାର ପରେ ଚିତ୍କାର କରି ଚାଲିଥିଲା ​​କିନ୍ତୁ ତା ସ୍ୱର କାରର ବନ୍ଦ ଝରକାର କାଚରେ ଚାପି ହୋଇ ରହିଗଲା | ପରେ ଝିଅଟିକୁ ମୁଖାନି ଛକରେ ଫୋପାଡ଼ି ଫେରାର ହୋଇଯାଇଥିଲେ। ହିରାନଗର ପୋଲିସ କହିବା ଅନୁଯାୟୀ ଝିଅର ଅଭିଯୋଗ ଉପରେ ୪ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ତଦନ୍ତ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଦିଆଯାଇଥିବାବେଳେ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି।

    ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁଖାନି ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଜଣେ ୨୨ ବର୍ଷର ଝିଅ ପାଲମ ନଗର ପାଇଁ ପ୍ରାୟ ସାତଟା ବେଳେ ତାଙ୍କ ଘରୁ ବାହାରି ଯାଇଥିଲେ | ସେ ଇ-ରିକ୍ସା ଦେଇ ସୁଶୀଲା ତିୱାରୀ ଡାକ୍ତରଖାନା ନିକଟରେ ଓହ୍ଲାଇଥିଲେ। ତାଙ୍କ ଭାଇ ତାଙ୍କୁ ନେବାକୁ ସେଠାକୁ ଆସିବାର ଥିଲା। ଯେତେବେଳେ ସେ ଦୀର୍ଘ ସମୟ ଧରି ଆସିନଥିଲେ, ସେ ତାଙ୍କ ମା’ଙ୍କୁ ଫୋନ କରିଥିଲେ, କିନ୍ତୁ ସେ କଲ୍ ର ଉତ୍ତର ନଦେବାରୁ , ସେ ଚାଲିକି ହିରାନଗର ଛକ ନିକଟରେ ପହଞ୍ଚିଥିଲେ |

    ଏହି ସମୟରେ ଏକ କାର ତାଙ୍କ ନିକଟରେ ଅଟକି ଥିଲା ଯେଉଁଥିରେ ଚାରି ଜଣ ଲୋକଥିଲେ | ସେମାନେ ଝିଅଟିକୁ କାର ଭିତରକୁ ଟାଣି ନେଇ କାର ଲକ କରିଦେଇଥିଲେ। ଝିଅଟି ଅଭିଯୋଗ କରିଛି ଯେ କାରରେ ମଦ୍ୟପାନ କରୁଥିବା ଯୁବକ ତାଙ୍କ ଫୋନକୁ ଛଡାଇ ଜବରଦସ୍ତ ମଦ୍ୟପାନ କରାଇଥିଲେ। ପରେ ଗାଡି ତିନି ଘଣ୍ଟା ଧରି ରାସ୍ତାରେ ବୁଲିବାକୁ ଲାଗିଲା | ଏହି ସମୟରେ ଚାରିଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ। ଝଅକୁ ମୁଖାନି ଛକରେ ପକାଇବା ପରେ ଚାରିଜଣ ପଳାଇ ଯାଇଥିଲେ। ଏଠାରେ ଝିଅଟି ତାଙ୍କ ସାଙ୍ଗକୁ ଡାକିଲା ଯାହା ସହିତ ସେ ଏକ ସ୍କୁଟିରେ ଘରେ ପହଞ୍ଚିଥିଲା ​​| ପରଦିନ ଝିଅଟି ଚାରି ଜଣଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲା।

  • ‘ମାଗେ’ ପର୍ବ ଅବସରରେ କୁକୁଡା ଉଡାଇ ମଜା ନେଲେ କଞ୍ଚନପୁରବାସୀ

    ‘ମାଗେ’ ପର୍ବ ଅବସରରେ କୁକୁଡା ଉଡାଇ ମଜା ନେଲେ କଞ୍ଚନପୁରବାସୀ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କଞ୍ଚନପୁର ଗ୍ରାମର ବୀର ବିର୍ସା ମୁଣ୍ଡା, ବଡାମ ବୁଢା ହୋ ସମାଜ ପକ୍ଷରୁ ତୃତୀୟ ବାର୍ଷିକ ମାଗେ ପର୍ବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇ କୁକୁଡ଼ା ଉଡ଼ା ପର୍ବକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପର୍ବ ତିନି ଦିନ ଧରି ପାଳନ କରାଯାଇଥିଲା।

    ହୋ ସମାଜ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ମାଘ ସଂକ୍ରାନ୍ତି ପରେ ଯେକୌଣସି ଦିନ ୩ ଦିନ ବ୍ୟାପୀ ଏହି ପର୍ବ ପାଳନ କରିଥାନ୍ତି। ଏଥିରେ ଭୂମି ପୂଜନ, କୂଳ ପୂଜନକୁ ଗୁରୁତ୍ୱ ଦିଆ ଯାଇଥାଏ । ପର୍ବରେ ଆଦିବାସୀ ପୁରୁଷ, ମହିଳାମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ସହିତ କୁକୁଡ଼ା ଉଡ଼ା ମୁଖ୍ୟ ଆକର୍ଷଣ ହୋଇଥାଏ।

    ଚଳିତ ପର୍ବ ପାଳନ ଅବସରରେ ଆଖ ପାଖ ଗ୍ରାମରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗି ଥିବାରୁ ଲୋକେ କିଣା ବିକା କରି ପର୍ବ ର ମଜା ନେଇଥିଲେ। ହୋ ସମାଜ କମିଟି ସଭାପତି ରୋହିତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପର୍ବରେ ଉପ ସଭାପତି ରବୀନ୍ଦ୍ର ମୁଣ୍ଡା, ସମ୍ପାଦକ ରଘୁନାଥ ମୁଣ୍ଡା, ଗଣେଶ୍ୱର ମୁଣ୍ଡା, ସୁକରାମ ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

  • ପ୍ରଶାସନ ଦୃଷ୍ଟି ଆଢୁଆଳେ ବିତୁଛି ଚାରି ପ୍ରାଣୀ କୁଟୁମ୍ବ

    ପ୍ରଶାସନ ଦୃଷ୍ଟି ଆଢୁଆଳେ ବିତୁଛି ଚାରି ପ୍ରାଣୀ କୁଟୁମ୍ବ

    ସକାଳୁ ସକାଳୁ ସାଧାରଣ ଲୋକଙ୍କୁ ଦେଶ ବିଦେଶର ଖବର ପହଁଚାଉ ଥିବା ବ୍ୟକ୍ତିଟିଏ ହେଉଛନ୍ତି ଜପ ମଲ୍ଲିକ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିକ୍ଷୀରି ପଂଚାୟତ ଅନ୍ତର୍ଗତ ନଳଦିଆ ପାଳନ୍ଦା ଗାଁରେ ଜପଙ୍କ ଘର। ନିଜ ଘରର ଅଭାବ ଅସୁବିଧାକୁ ପଛରେ ପକାଇ ନିଜ କର୍ତ୍ତବ୍ୟ ସମ୍ପାଦନରେ ଆନନ୍ଦିତ ହୋଇଥାନ୍ତି। ଖବର କାଗଜ ବାଣ୍ଟୁ ବାଣ୍ଟୁ କାଗଜର ପ୍ରଥମ ପୃଷ୍ଠାରେ ଥିବା ବିଭିନ୍ନ ସରାକୀର ଯୋଜନା ବିଷୟରେ ମଧ୍ୟ ଜାଣିଛନ୍ତି। ହେଲେ ତାଙ୍କ ଖବର ସ୍ଥାନୀୟ ପ୍ରଶାସନ ପାଖରେ ନାହିଁ। ଜପ ମଲ୍ଲିକ ଖାଲି ଖବରକାଗଜ ବାଣ୍ଟନ୍ତି ନାହିଁ, ଗାଁ ଗହଳିର ଖବର ସଂଗ୍ରହ କରନ୍ତି ମଧ୍ୟ। ଏଥିରେ ପାଆନ୍ତି ଆନନ୍ଦ, ଆତ୍ମତୃପ୍ତି। ହେଲେ ଯାହା ରୋଜଗାର କରନ୍ତି ତାହା ପରିବାର ପ୍ରତିପୋଷଣ ପାଇଁ ସମୁଦ୍ରକୁ ଶଙ୍ଖେ। ଜପ ମଲ୍ଲିକଙ୍କ ପରିବାର କହିଲେ, ବୁଢା ବାପାଙ୍କ ସହ ସ୍ତ୍ରୀ ଓ ଗୋଟିଏ ପୁଅ। ସମ୍ପତ୍ତି କହିଲେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ କୁଡିଆ ଘର। ଯାହା ପାଲରେ ଘୋଡାଇ ହୋଇଛି। ଅତି ଗରିବ ପରିବାରଟିଏ ଜପଙ୍କ ପରିବାର। ପୁଅ ଦଶମ ପାସ କରି ଉଚ୍ଚ ଶିକ୍ଷା ପାଇଁ ଇଛା ଥିଲେ ମଧ୍ୟ ପରିବାରର ଅନଟନ ପାଇଁ ପାଠରେ ଡୋରି ବାନ୍ଧିଦେଲା। ଛିଣ୍ଡା ପଲିଥିନି ଘେରା ଘରରେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖା ଯାଉଛି। ବର୍ଷା ଦିନେ ପାଣି ଘରେ ଲହଡି ଭାଙ୍ଗୁଛି। ଏତେ ସମସ୍ୟା ଭିତରେ ପଡିଥିଲେ ମଧ୍ୟ ପ୍ରଶାସନର ନିଘା ନାହିଁ ଜପଙ୍କ ପରିବାର ପ୍ରତି। ବାରମ୍ବାର ପ୍ରଶାସନ ନିକଟରେ ଘର ଖଣ୍ଡେ ପାଇଁ ନିବେଦନ କରି ମଧ୍ୟ କୌଣସି ସୁଫଳ ମିଳିନାହିଁ।

    ଆମ ସରକାର କହୁଛନ୍ତି ରାଜ୍ୟରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି। ହେଲେ ସାଧାରଣ ଲୋକଙ୍କଠାରୁ ସ୍ଥାନୀୟ ପ୍ରଶାସକଙ୍କ ଘରେ ଖବରକାଗଜ ବାଣ୍ଟୁଥିବା ଖବର ସରବରାହ ସଂସ୍ଥାର ଜଣେ ମଣିଷ ଘର ଖଣ୍ଡିଏ ନ ପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଯାହା ଆମ ପ୍ରଶାସନର ଦାୟିତ୍ବହୀନତାକୁ ପଦାରେ ପକାଇ ଦେଉଛି। ତେବେ ଯଦି ସରକାର ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରୁଛନ୍ତି ଜପଙ୍କ ପରିବାର ।

  • ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାରାଷ୍ଟ୍ର ଅଧିକାରୀ

    ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାରାଷ୍ଟ୍ର ଅଧିକାରୀ

    ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ମହାରାଷ୍ଟ୍ର ଅଧିକାରୀ। ପଢିବାକୁ ଆସିଛନ୍ତି ବିକାଶାଭିମୁଖୀ କାର୍ଯ୍ୟପ୍ରଣାଳୀ। ଏଠୁ ଶିକ୍ଷାଗ୍ରହଣ କରି ନିଜ ରାଜ୍ୟରେ ସେହି ଜ୍ଞାନ ମାଧ୍ୟମରେ ଆଣିବେ ଉନ୍ନତି। ଆମ ରାଜ୍ୟରେ ଶିକ୍ଷା, ପଞ୍ଚାୟତିରାଜ, କୃଷି, ଜୀବନଧାରଣ ପରି ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶ ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ। ତେଣୁ ମହାରାଷ୍ଟ୍ରର ସୋଲାପୁର, ସତ୍ତାରା ଓ ପୁନେ ଜିଲ୍ଲାର ବହୁ ବ୍ଲକ ପ୍ରଶାସନିକ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଆସିଛନ୍ତି ଓଡିଶା। ଏହି ଅବସରରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ 5Tଉଚ୍ଚ ବିଦ୍ୟାଳୟରେ ପହଁଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ।

    ଏହି ଅବସରରେ ବିଦ୍ୟାଳୟର ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ଦେଖିବା ସହ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏଥିରେ ଘସିପୁରା ବ୍ଳକ ଶିକ୍ଷା ଅଧିକାରୀ ତପଧନ ସ୍ୱାଇଁ,ବିଡିଓ ମାନସ ରଞ୍ଜନ ସାମଲ, ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ମହାରାଷ୍ଟ୍ର ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହମୋଚନ କରିଥିଲେ।

  • ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ସ୍ୱାମୀର ଛୁରା ମାଡ଼

    ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ସ୍ୱାମୀର ଛୁରା ମାଡ଼

    ପରକିଆ ପ୍ରୀତି ସନ୍ଦେହରେ ମହିଳାଙ୍କୁ ଛୁରା ମାଡ଼। ସ୍ୱାମୀର ଛୁରୀ ମାଡ଼ରେ ଗୁରୁତର ହୋଇ ସ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର ଅବସ୍ଥାରେ ବlସନ୍ତି ଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି କରୁଛି ଘଟଣାର ଅନୁଧ୍ୟାନ। ସେପଟେ ଘଟଣା ଘଟାଇ ଅଭିଯୁକ୍ତ ସ୍ବାମୀ ଫେରାର।

    ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ନଦୀ ସାହି ଅଞ୍ଚଳରେ। ସୂଚନା ଅନୁଯାୟୀ ସ୍ୱାମୀ ସ୍ତ୍ରୀଙ୍କ ମଧ୍ଯରେ ଆଜି ସକାଳୁ ବଚସା ହୋଇଥିଲା। ସ୍ୱାମୀ ନିଜ ସ୍ତ୍ରୀ କୁ ସନ୍ଦେହ କରୁଥିଲେ କି ତାଙ୍କର ଅନ୍ୟ କୌଣସି ବ୍ୟକ୍ତି ସହିତ ପ୍ରେମ ସମ୍ପର୍କ ରହିଛି। ସ୍ତ୍ରୀ ମୋବାଇଲ ଯୋଗେ ଅନ୍ୟ ସହିତ କଥା ହେଉଥିବା ବେଳେ ସେହି ସନ୍ଦେହ ଆହୁରି ଘନିଭୂତ ହେଉଥିଲା।

    ଯାହାକୁ ନେଇ ଉଭୟଙ୍କ ମଧ୍ଯରେ ଆଜି ଝଗଡା ଉଗ୍ର ରୂପ ନେଇଥିଲା। ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀଙ୍କ ପେଟ ଓ ଦୁଇ ହାତକୁ ଛୁରା ମାଡ କରିଥିଲେ। ସ୍ବାମୀଙ୍କ ଆକ୍ରମଣରେ ପତ୍ନୀ ଲହୁଲୁହାଣ ହୋଇ ପଡିଥିବା ବେଳେ ସେ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ। ତେବେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତାଙ୍କର ସମ୍ପର୍କୀୟମାନେ ହସ୍ପିଟାଲ ନେଇ ଭର୍ତ୍ତି କରିଥିଲେ।

  • ଘଷିପୁରା: ପ୍ରଧାନ ଶିକ୍ଷକ ବିବେକାନନ୍ଦ ସେଠୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

    ଘଷିପୁରା: ପ୍ରଧାନ ଶିକ୍ଷକ ବିବେକାନନ୍ଦ ସେଠୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

    କେନ୍ଦୁଝର: ଘସିପୁରା ବ୍ଲକ ଅତାସାହି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିବେକାନନ୍ଦ ସେଠୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଛି ।

    ଏଥିରେ ମୁଖ୍ୟ ଅତିଥିଭାବେ ବ୍ଳକ ଶିକ୍ଷା ଅଧିକାରୀ ତପଧନ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର ଓ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ଭୋର୍ଦ୍ଧନା ଦେଇଥିଲେ।

    ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ, ଛାତ୍ରଛାତ୍ରୀଗଣ ସେଠୀଙ୍କୁ ବାଜା ବାଣ ବଜାଇ ଗ୍ରାମ ପରିକ୍ରମା କରି ବିଦାୟ ଦେଇଥିଲେ ।