Blog

  • ଆସନ୍ତା ୫ ବର୍ଷରେ ମା’ମାନଙ୍କୁ ଦିଆଯିବ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ

    ଆସନ୍ତା ୫ ବର୍ଷରେ ମା’ମାନଙ୍କୁ ଦିଆଯିବ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ

    ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସୟଂ ସହାୟକ ଗୋଷ୍ଠି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

    ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନରେ ସାମିଲ ହୋଇଛନ୍ତି। ଆଜି ମିଶନ ଶକ୍ତି ମା’ ମାନଙ୍କର ଭଲ କାମ ଦେଶ ବିଦେଶରେ ପହଞ୍ଚି ପାରିଛି। ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ ଦୁବାଇ ଓ ସିଙ୍ଗାପୁରକୁ exposure visit ରେ ଯାଉଥିବାରୁ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆଗକୁ ଅଧିକରୁ ଅଧିକ ମା’ ମାନେ ବିଦେଶ ଯିବେ।

    ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ SHG ରୁ SME ଆଡକୁ ଆଗଉଥିବାର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ Corporate ଜଗତ ସହ ଯୋଡି ହୋଇଛନ୍ତି। ବିଜିନେସ୍‌ କରିବା ପାଇଁ ଆଗଉଛନ୍ତି। ସେଥିପାଇଁ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଓ ୧.୫ ଲକ୍ଷ ଏସ.ଏଚ୍.ଜି. ଲିଡର ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

    ସେ ଆହୁରି ମଧ୍ୟ କହିଥିଲେ ଯେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ପାଇଁ ମିଶନ ଶକ୍ତି ବଜାର କରାଯାଉଛି। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଆଜି ଖୋଲାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ। ଚଳିତ ବର୍ଷ ମିଶନ ଶକ୍ତି ମା’ ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ । ଏଣିକି ଓଡିଶାର ମା’ ମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଏବଂ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ କରିବେ । ଏହା ଦ୍ୱାରା ମା’ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହେବ । ଆଜି ମିଶନ ଶକ୍ତି ମା’ ମାନେ ଓଡିଶାର ରୂପାନ୍ତରରେ ଯୋଗଦାନ ଦେଉଛନ୍ତି ବୋଲି ସେ କହିଥିଲେ।

    ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ଲିଡର ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରଶଂସା କରି ଖୁବ୍‌ ଶୀଘ୍ର ସେମାନେ ଖୁସି ଖବର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରି ବରଗଡ ଜିଲ୍ଲା ମା’ ଯମୁନା ଏସ୍.ଏଚ୍.ଜି. ଓ ଗଂଜାମ ଜିଲ୍ଲା ମା’ ବିମଳା ଏସ୍‌.ଏଚ୍‌.ଜି.କୁ ଚେକ୍‌ ପ୍ରଦାନ କରିଥିଲେ।

    କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମହିଳା ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧାତା ମିଶନ ଶକ୍ତି ମା’ମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏସ୍.ଏଚ.ଜି ସ୍ତରରେ ମହିଳା ନେତୃତ୍ୱାଧିନ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କୁ ଅହୁରି ଅଧିକ ସଶକ୍ତ କରିବ ବୋଲି ସେ କହିଥିଲେ।

    କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର, ଗିତାଞ୍ଜଳୀ ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ କୁମାର ଜେନା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହିତ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଶକ୍ତ କରିଛି। ମିଶନ ଶକ୍ତି ମା’ମାନେ ଆଜି exposure visit ରେ ଯାଉଛନ୍ତି । ଆଜି ଓଡିଶାର ରୂପାନ୍ତରରେ ମା’ମାନଙ୍କର ଏକ ପଦ ଚିହ୍ନ ଅଧିକ ସ୍ପଷ୍ଟ ହୋଇଯାଉଛି ବୋଲି ସେ କହିଥିଲେ।

    କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଏସ୍.ଏଚ.ଏଜି. ଲିଡର କେତକୀ ବେହେରା ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ମା’ ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି। ଆମକୁ ହାଣ୍ଡିଶାଳରୁ ବାହାର କରି ଦୁବାଇ ଓ ସିଙ୍ଗାପୁର ବୁଲାଇଲେ। ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କ ସମ୍ମାନାର୍ଥେ ୟୁନିଫର୍ମ ଓ ବ୍ଲେଜର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମିଶନ ଶକ୍ତିର ବହୁସଂଖ୍ୟକ ମା’ମାନେ ଯୋଗ ଦେଇଥିଲେ।

  • ଚିକିତ୍ସାରେ ଅବହେଳା ମା’ ହେବାପୂର୍ବରୁ ଆଖିବୁଜିଲେ ପ୍ରସୂତି

    ଚିକିତ୍ସାରେ ଅବହେଳା ମା’ ହେବାପୂର୍ବରୁ ଆଖିବୁଜିଲେ ପ୍ରସୂତି

    ପରିବାରକୁ ନବାଗତର ଆଗମନ ପାଇଁ ଦୀର୍ଘ ୯ ମାସ ହେଲା ଥିଲା ଉତ୍ସାହ। କିଏ କେତେ ଯୋଜନା କରିଥିଲେ ତାର ସ୍ବାଗତ ପାଇଁ। ହେଲେ ସବୁ ଯୋଜନା,ଆଶା, ଉତ୍ସାହ ମାତ୍ର କେଇ ଘଣ୍ଟାରେ ହୋଇଗଲା ଛାରଖାର। ଏବେ ସମସ୍ତଙ୍କ ଭିତରେ ଦୁଃଖ, କୋହ ଓ କ୍ରୋଧ। କାରଣ, ଦ୍ବିତୀୟ ଭଗବାନଙ୍କ ସାମାନ୍ୟତମ ଅବହେଳା ଖାଲି ନବାଗତ ନୁହେଁ, ତାକୁ ଦୁନିଆକୁ ଆଣୁଥିବା ମା’କୁ ସବୁ ଦିନ ପାଇଁ ଚିର ନିଦ୍ରାରେ ଶୁଆଇ ଦେଲା। ଯାହାକୁ ନେଇ ପରିବାର ଲୋକେ ମେଡିକାଲରେ ତାଲା ପକାଇବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ଗିରଫଦାରି ଦାବିରେ ଅଡି ବସିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଭଦ୍ରକ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।

    ସୂଚନା ମୁତାବକ, ଆଗରପଡା ଥାନା ଅଧୀନ ବିରିଡି ଅଞ୍ଚଳର ୨୮ ବର୍ଷୀୟ ମଞ୍ଜୁଲତା ଘଡେଇଙ୍କ ଦ୍ଵିତୀୟ ସନ୍ତାନ ଜନ୍ମ ସମୟ ଆଗତ ହେବାରୁ ରବିବାର ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ରାତି ହୋଇଯାଇଥିଲା ତେଣୁ ପରିବାର ଲୋକେ ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କୁ ସେଠାରୁ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ତେଣୁ କାଳ ବିଳମ୍ବ ନ କରି ରାତି ୧୧.୩୦ରେ ତାଙ୍କୁ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା। ପରିବାର ଲୋକେ ବୋହୂର ଯନ୍ତ୍ରଣା ଦେଖି ଅପରେସନ ପାଇଁ କହିଥିବା ବେଳେ ନର୍ସ କହିଥିଲେ ନର୍ମାଲ ଡେଲିଭରୀ ହେବ, ବ୍ୟସ୍ତ ହେବାର କିଛି ନାହିଁ। କିନ୍ତୁ ହଠାତ୍ ମଞ୍ଜୁଙ୍କୁ OT କୁ ନେଇଥିଲେ। ପରେ ତାଙ୍କୁ ବାହାର କରି ଆଣିଥିଲେ। ଇଞ୍ଜେକସନ ମଧ୍ୟ ଦେଇଥିଲେ।

    ଏପରି ଅଵସ୍ଥାରେ କୌଣସି ଚିକିତ୍ସା ନକରି ମଧ୍ୟରାତି ପର୍ଯ୍ୟନ୍ତ ପକାଇ ରଖିଲେ। ପରେ ଅପରେସନ ପାଇଁ ଦସ୍ତଖତ ନେଇ ମଧ୍ୟ ଅପରେସନ କରିନଥିଲେ। ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଞ୍ଜୁ। ଏହା ଦେଖି ସ୍ଵାମୀ ଅଭିମନ୍ୟୁ ଘଡେଇ ଡାକ୍ତରଙ୍କୁ ଅପରେସନ କରିବାକୁ ଗୁହାରୀ କରିଥିଲେ ମଧ୍ୟ ଡାକ୍ତର ଓ ନର୍ସ କେହି ଶୁଣିନଥିଲେ। ଏହା ପରେ ପ୍ରାୟ ୨ଟା ସୁଦ୍ଧା କହିଥିଲେ ପ୍ରସୂତିଙ୍କୁ କଟକ ନେଇଯିବାକୁ। ଏତେ ରାତିରେ କେମିତି କଟକ ନେବେ ତାହା ବୁଝିପାରିନଥିଲେ ପରିବାର ଲୋକେ। ତଥାପି କଟକ ନେବାକୁ ବ୍ୟବସ୍ଥା କରୁଥିବା ବେଳେ ଖବର ଆସିଥିଲା ମଞ୍ଜୁ ଆଉ ନାହାନ୍ତି। କଟକକୁ ରେଫରର ୩୦ ମିନିଟ୍ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

    ଯାହା ପରିବାରବର୍ଗଙ୍କୁ ଉତ୍ତେଜିତ କରିଥିଲା। ଯଦି ମଞ୍ଜୁଙ୍କର କିଛି ସମସ୍ୟା ଥିଲା ତେବେ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ କାହିଁ କୁହା ଗଲାନି କି ଅପରେସନ କଲେନି ଡାକ୍ତର ବୋଲି ପ୍ରଶ୍ନ କରିବା ସହ ଡାକ୍ତରଙ୍କ ଅବହେଳାରୁ ମଞ୍ଜୁ ଓ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି।ଉତ୍କ୍ଷିପ୍ତ ପରିବାର ଲୋକେ ମେଡିକାଲ ଗେଟ ଅବରୋଧ କରି ନ୍ୟାୟ ଦାବିରେ ଅଡି ବସିଥିବା ଦେଖିବାକୁ ମିଳିଥିଲା।

    ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ପରେ ଆଗରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛି ଓ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ସେପଟେ ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

  • ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ଟୁକୁଣା ଶାସନ ଠାରେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ମଦନ ପାଣି ଙ୍କ ସଂଯୋଜନା କରିଥିଲେ , ଶାନ୍ତନୁ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଆଇନିଜିବୀ ଭାଗିରଥି ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ବିଭିନ୍ନ ବ୍ରାହ୍ମଣ ଶାସନରୁ ଆସିଥିବା ଗ୍ରାମୀଣ କର୍ମକର୍ତ୍ତା ମାନେ ନିଜର ମତାମତ ପ୍ରଦାନ କରିଥିଲେ।

    ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣ ସମାଜର ରାଜ୍ୟ ସଭାପତି ଡ ସଦାନନ୍ଦ ଦୀକ୍ଷିତ , ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସଂଘ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ, ଦେବେନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ଭଦ୍ରକ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ଦୀକ୍ଷିତ ଓ ସ୍ଵତନ୍ତ୍ର ଅତିଥି ଭାବେ ଇଂ ନାରାୟଣ ମିଶ୍ର ଯୋଗଦେଇ ବ୍ରାହ୍ମଣ ସମାଜ ଜଗତର ପଥ ପଦର୍ଶକ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

    ଏହି ଅବସରେରେ ବ୍ରାହ୍ମଣ ବନମାଳି ଦାଶ, ଭୁବନାନନ୍ଦ ଦାଶ, ଲକ୍ଷ୍ମଣ କୁମାର ମିଶ୍ର, ହରିହର ମିଶ୍ର, ଚିନ୍ତାମଣି ଦାଶ,ରାମଚନ୍ଦ୍ର ମିଶ୍ର, ଜଟେଶ୍ୱର ନନ୍ଦ, ମହେଶ୍ବର ପତି, ଭଗବାନ ମିଶ୍ର, ଗଣେଶ୍ୱର ପାଢ଼ୀ, ସଦାଶିବ ମିଶ୍ର, ଅନନ୍ତ ଚରଣ ସା, ମାୟାଧର ମିଶ୍ର, ମାନଗୋବିନ୍ଦ ପାତ୍ର ,କେଶଦୁରାପାଳ ଶାସନ ର ଶ୍ରୀଧର ମିଶ୍ର ,ଅବିନାଶ ଶତପଥୀ ଓ ଟୁକୁଣା ଶାସନର ସଭାପତି ଅଜୟ କୁମାର ସଂଯୋଜକ ବିଜୟ କୁମାର ମିଶ୍ର ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ପଣ୍ଡିତ ନିରାକାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

  • ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆଠମଲ୍ଲିକ ବ୍ଲକ ଆମ୍ବସର୍ ମୁଣ୍ଡା ପଞ୍ଚାୟତ ଖେଳ ପଡିଆ ଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ଉଦ୍ୟମିତା ମନ୍ତ୍ରୀ ଙ୍କ ସହଧର୍ମିଣୀ ତଥା ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୂଳା ଠାକୁର୍ ଯୋଗ ଦେଇ ବିଜୟୀ ରେଢ଼ାଖୋଲ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ।

    ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୀବ କୁମାର୍ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ, ଗଗନ ବିହାରୀ ବାରିକ, ପ୍ରବୀଣ କୁମାର ସାହୁ, ସରପଞ୍ଚ ସସ୍ମିତା ସେଠୀ, ହୃଦାନନ୍ଦ ପ୍ରଧାନ, ଅଜିତ୍ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବହୁତ୍ କ୍ରୀଡ଼ାପ୍ରେମୀ ଯୋଗଦେଇ ଖେଳ ଉପଭୋଗ କରିଥିଲେ।

  • ରାକେଶ କୁମାର ଜେନା ଜଗନ୍ନାଥ ଟ୍ରକ ମାଲିକ ସଙ୍ଘର ନୂଆ ସଭାପତି

    ରାକେଶ କୁମାର ଜେନା ଜଗନ୍ନାଥ ଟ୍ରକ ମାଲିକ ସଙ୍ଘର ନୂଆ ସଭାପତି

    ପାରାଦ୍ଵୀପରେ ଅନୁଷ୍ଠିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ନିର୍ବାଚନରେ ବାଜି ମାରିଛନ୍ତି ରାକେଶ ଜେନାଙ୍କ ପ୍ୟାନେଲ । ଚଳିତ ନିର୍ବାଚନରେ ସଙ୍ଘର ୫୩୩ ସଭ୍ଯଙ୍କ ମଧ୍ଯରୁ ୪୯୦ ଜଣ ସଭ୍ଯ ଭୋଟ କରୁଥିବାବେଳେ, ନିର୍ବାଚନ ରଣାଙ୍ଗନରେ ଉଭୟ ପ୍ୟାନେଲର ୧୨ ଜଣ ପ୍ରତିଦ୍ବନ୍ଦିତା କରୁଥିଲେ । ରବିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ ଟା ରେ ଶେଷ ହୋଇଥିଲା।

    ଭୋଟ ଗଣତି ସରିବା ପରେ ସଭାପତି ଭାବେ ରାକେଶ କୁମାର ଜେନା ବିପକ୍ଷ ପ୍ରାର୍ଥୀ ଛଇଳ ଜେନାଙ୍କ ଠାର ୬୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି, କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ପରିଡା, ଉପସଭାପତି ଭାବେ ସରୋଜ ମହାପାତ୍ର, ସମ୍ପାଦକ ଭାବେ ବିଶ୍ବରଞ୍ଜନ ପଲାଇ, ସହ ସମ୍ପାଦକ ଭାବେ ସୁଧିର କୁମାର ଜେନା, କୋଷାଧ୍ୟକ୍ଷ ଭାବେ ମାନସ ପାତ୍ର ନିର୍ବାଚିତ ହୋଇଛନ୍ତି।

    ବର୍ତ୍ତମାନ, ଟ୍ରକ ବ୍ୟବସାୟ ରେ ମାନ୍ଦାବସ୍ଥା ଥିବା ବେଳେ , ଆଗାମୀ ଦିନରେ ଟ୍ରକ ମାଲିକ ମାନେ କିପରି ଅଧିକ ଭଡା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବିଜୟୀ ସଭାପତି ରାକେଶ ଜେନା କହିଛନ୍ତି ।

  • ବିକାଶ ପାଇଁ ନୂଆ-ଓରେ ଝୁମିଲେ ବସ୍ତିବାସିନ୍ଦା

    ବିକାଶ ପାଇଁ ନୂଆ-ଓରେ ଝୁମିଲେ ବସ୍ତିବାସିନ୍ଦା

    କେନ୍ଦୁଝର ଜିଲ୍ଲା ଯୋଡା ସହରର ୯ନମ୍ବର ୱାର୍ଡ ରେ ଥିବା ଗୋପ ମହାନ୍ତି ହଟିଂ ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶତାଧିକ ବସ୍ତି ବାସିନ୍ଦା ଝୂମିଲେ ,ଗାଇଲେ ଓ ଭରପୁର ମଜା ଉଠାଇଲେ । ଶିଶୁ,ମହିଳା,ଯୁବକ,ବୃଦ୍ଧ ସମସ୍ତଙ୍କ ପାଇଁ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ।

    ଖେଳ କୁଦ ,ନୃତ୍ୟ , ଚିତ୍ରାଙ୍କନ ପ୍ରତିଯୋଗିତା,ଗୃହିଣୀ ମାନଙ୍କ ପାଇଁ ମ୍ୟୁଜିକ ଚେୟାର ମୁଖ୍ୟ ଆକର୍ଷଣ ହୋଇଥିଲା ।ଏଥିରେ ପାଲା ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଙ୍କ ଦ୍ଵାରା ବସ୍ତି ବାସିନ୍ଦା ଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ସଂକଳ୍ପ ର ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଡା ପୌର ଉପାଧ୍ୟକ୍ଷ ଯୋଗ ଦେଇଥିଲେ

  • ଇଂରାଜୀ ପରେ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

    ଇଂରାଜୀ ପରେ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

    କେନ୍ଦୁଝର ପୁଣି ଭାଇରାଲ ହେଲା ମଟ୍ରିକ ପ୍ରଶ୍ନପତ୍ର । ଇଂଗ୍ରାଜୀ ପରେ ଏବେ ପୁଣି ଭାଇରାଲ ହୋଇଛି ଗଣିତ ପ୍ରଶ୍ନପତ୍ର । ଆଜି ପିଲାଙ୍କର ଗଣିତ ପରୀକ୍ଷା ଥିବାବେଳେ ପରୀକ୍ଷା ପୁର୍ବରୁ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିଥିଲା ଗଣିତ ପ୍ରଶ୍ନପତ୍ର ।ପ୍ରଶ୍ନ ସହ ଉତର ମଧ୍ୟ ରହିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା । ହେଲେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକକୁ ଖଣ୍ଡନ କରାଯାଇଥି।

    ଏବେ ଏହି ଗଣିତ ପରୀକ୍ଷା ଭାଇରାଲ ପ୍ରଶ୍ନପତ୍ରକୁ ନେଇ କଣ ସ୍ପଷ୍ଟିକରଣ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

  • ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ସଇଁତଲା

    ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ସଇଁତଲା

    ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନା ରେ ବିସ୍ପୋରଣ । ଗତକାଲି ସଂଧ୍ୟା ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗରୁ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିଭିନ୍ନ ସମଗ୍ରୀ ତିଆରି ହୋଇଥାଏ !ତେବେ ୧୨ ନମ୍ବର ୟୁନିଟ ରେ କେମିକାଲ ବିଭାଗରେ ଅଚାନକ ବିସ୍ପୋରଣ ହୋଇ ଥିବା ସୂଚନା ମିଳିଛି !ବିସ୍ପୋରଣ ଏତେ ମାତ୍ରରେ ଥିଲା ଯେ ନିଆଁ ବ୍ଯାପିବା ସହ ଧୁଆଁ ସାରା ଅଞ୍ଚଳକୁ ବ୍ଯାପିଯାଇଛି ।

    ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ତେବେ କେଉଁ କାରଣ ରୁ ବିସ୍ପୋରଣ ହୋଇଛି ତାହା ଜଣାପଡିନ ଥିବା ବେଳେ ବିସ୍ପୋରଣ ରେ କେତେ କ୍ଷୟ କ୍ଷତୀ ହେଇଛି ତାହା ଅଷ୍ପଷ୍ଟ ରହିଛି ! ଗତକାଲି ରବିବାର ହୋଇଥିବାରୁ କର୍ମଚାରୀ ନଥିବାରୁ ଏକ ବଡ଼ ଅଘଟଣ ଏଡେଇ ହୋଇଯାଉଥିବା କୁହାଯାଉଛି ।

  • ସାଂସଦ ରିତେଶ ପାଣ୍ଡେଙ୍କ ବିଏସପିରୁ ଇସ୍ତଫା, ଯୋଗ ଦେଇପାରନ୍ତି ବିଜେପିରେ

    ସାଂସଦ ରିତେଶ ପାଣ୍ଡେଙ୍କ ବିଏସପିରୁ ଇସ୍ତଫା, ଯୋଗ ଦେଇପାରନ୍ତି ବିଜେପିରେ

    ୟୁପିର ଆମ୍ବେଦକର ନାଗର ଆସନରୁ ଲୋକସଭା ସାଂସଦ ରିତେଶ ପାଣ୍ଡେ ରବିବାର (୨୫ ଫେବୃଆରୀ) ବହୁଜନ ସମାଜ ପାର୍ଟି (ବିଏସପି) ରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା। ରିତେଶ ପାଣ୍ଡେ ଆଜି ନିଜେ ବିଜେପିରେ ଯୋଗ ଦେଇ ପାରନ୍ତି । ସେ ମଧ୍ୟାହ୍ନରେ ବିଜେପି ମୁଖ୍ୟାଳୟରେ ବିଜେପି ସଦସ୍ୟତା ଗ୍ରହଣ କରିପାରିନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବିଏସପି ନେତୃତ୍ୱ ନେଇଥିବା ମାୟାବତୀଙ୍କୁ ଲାଗିଛି ବଡ଼ ଝଟକା ।

    ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ରିତେଶ ପାଣ୍ଡେ ତାଙ୍କ ଇସ୍ତଫା ପୋଷ୍ଟ କରିଛନ୍ତି। ଏଥିରେ ସେ ଲୋକସଭା ଏବଂ ଉତ୍ତରପ୍ରଦେଶ ବିଧାନସଭାରେ ବିଏସପି ପ୍ରତିନିଧିତ୍ୱ କରିଥିବାରୁ ମାୟାବତୀ ଏବଂ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଠାରେ ଧ୍ୟାନ ଦେବା କଥା ହେଉଛି ଫେବୃଆରୀ ୯ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ସେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ।

  • ୨୦୨୪ ପାଇଁ ଦିଲ୍ଲୀରେ ଆପ ଧରିଲା କଂଗ୍ରେସର ହାତ, କେତେ ବଡ ହେବ ବିଜେପି ପାଇଁ ଚ୍ୟାଲେଞ୍ଜ?

    ୨୦୨୪ ପାଇଁ ଦିଲ୍ଲୀରେ ଆପ ଧରିଲା କଂଗ୍ରେସର ହାତ, କେତେ ବଡ ହେବ ବିଜେପି ପାଇଁ ଚ୍ୟାଲେଞ୍ଜ?

    ଭାରତୀୟ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଇନ୍ସ (ଇଣ୍ଡିଆ ଆଲାଇନ୍ସ) ରେ ଅନ୍ତର୍ଭୁକ୍ତ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ଶନିବାର (୨୪ ଫେବୃଆରୀ) ଆସନ ବାଣ୍ଟିବାକୁ ଘୋଷଣା କରିଛି। ଏହା ସହ ଉଭୟ ଦଳ ବର୍ତ୍ତମାନ ଦିଲ୍ଲୀ, ଗୁଜୁରାଟ, ଗୋଆ ଏବଂ ହରିୟାଣାରେ ଲୋକସଭା ନିର୍ବାଚନରେ ମିଶିକି ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ପଞ୍ଜାବ ସମ୍ପର୍କରେ ଦୁଇ ଦଳ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ। ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଭାରତ ଆଲାଇନ୍ସକୁ ଟାର୍ଗେଟ କରି ଏହାକୁ ଏକ ସୁବିଧାବାଦୀ ସହଯୋଗୀ ଦଳ ବୋଲି କହିଛି।

    କଂଗ୍ରେସ ଏବଂ (ଆପ) ମଧ୍ୟରେ ଆସନ ବାଣ୍ଟିବାର ସବୁଠାରୁ ଜଟିଳ ଏବଂ ଆକର୍ଷଣୀୟ ବିଷୟ ହେଉଛି ଦିଲ୍ଲୀର, ଯେଉଁଠାରେ ୭ ଟି ଲୋକସଭା ଆସନ ଅଛି। କୌତୁହଳର ବିଷୟ, ଗତ ଦୁଇଟି ଲୋକସଭା ନିର୍ବାଚନରେ ​​ଉଭୟ (ଆପ) ଏବଂ କଂଗ୍ରେସ ଦିଲ୍ଲୀରେ ଗୋଟିଏ ବି ଆସନ ଜିତିପାରିନଥିଲେ। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ବିଜେପିକୁ ଲଗାତାର ଦୁଇଥର ପରାସ୍ତ କରିଛି।

    ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ୩ ଟି ଆସନ ଏବଂ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୪ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, କଂଗ୍ରେସ ଏବଂ (ଆପ) ମଧ୍ୟରେ ଏହି ମେଣ୍ଟ ବିଜେପି ପାଇଁ କେତେ ବଡ଼ ବିପଦ ହେବ ?

    (ଆପ) ଦଳ ପାଇଁ ୪ ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଦିଲ୍ଲୀରେ ବଡ ଭାଇ ଭୂମିକା ନେଇ ପାରେ, କିନ୍ତୁ ୨୦୧୯ ନିର୍ବାଚନରେ ​​ଅରବିନ୍ଦ କେଜ୍ରିୱାଲଙ୍କ ଦଳର ଭୋଟ୍ ଅଂଶ ୭ ଟି ସିଟ୍ ମଧ୍ୟରୁ ୫ ଟି କଂଗ୍ରେସ ତୁ ଳନାରେ କମ୍ ଥିଲା। କେବଳ ଏତିକି ନୁହେଁ, ଯେତେବେଳେ ସାଧାରଣ ନିର୍ବାଚନ କଥା ଆସେ, କଂଗ୍ରେସର ପ୍ରଦର୍ଶନ (ଆପ) ଅପେକ୍ଷା ଭଲ ହୋଇଥାଏ |