ଓଃ କି ଗରମ !

ରାଜ୍ୟ ପାଣିପାଗରେ ପରବର୍ତ୍ତନ ହୋଇଛି । ତାତି ବଢୁଥିବା ବେଳେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ନାହିଁ ନଥିବା ଖରା ଲୋକଙ୍କୁ ଟେନସନରେ ପକାଇଛି । ରାଜଧାନୀ ରାସ୍ତା ଏବେ ପୁରା ଶୂନଶାନ୍ ।

ଖରାଦିନରେ ସାଧାରଣତଃ ଲସି ଦୋକାନରେ ଭିଡ଼ ଥାଏ । ପଇଡ଼ ପିଇବାକୁ ଲୋକଙ୍କ ଭାରି ପସନ୍ଦ । ଆଖୁ ରସ ପିଇଲେ ଟିକେ ପେଟକୁ ଥଣ୍ଡା ଲାଗେ, ମନ ସୁସ୍ଥ ଓ ସତେଜ ରହେ । ଟାଣ ଖରାରେ ଲେମ୍ବୁ ପାଣି, ଦହି ପାଣି କି ସରବତ ଟିକେ ମିଳିଗଲେ ଆନନ୍ଦର ସୀମା ରହେନି । ଦୋକାନରେ ନାହିଁ ନଥିବା ଭିଡ଼ ଜମେ ।

ଆଜ୍ଞା, କିନ୍ତୁ ଏସବୁ କିଛି ନାହିଁ । କାରଣ ତାତି ଏତେ ବଢ଼ଛି ରାଜଧାନୀ ଏକପ୍ରକାର ଶୂନଶାନ ହୋଇଛି । ମଧ୍ୟାହ୍ନ ସମୟରେ ଲୋକଙ୍କ ଦେଖା ନାହିଁ । ଘରୁ କେହି ବାହାରୁ ନାହାଁନ୍ତି । ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣରେ ଲୋକେ ଏବେଠୁ ଅସ୍ତବ୍ୟସ୍ତ । ରାଜଧାନୀ ପୁରାପୁରି ଜନଶୂନ୍ୟ ହୋଇଛି । ନା ପଶୁପକ୍ଷୀଙ୍କ ଦେଖା ମିଳୁଛି ନା ଗ୍ରାହକଙ୍କ । କେବଳ ଦୋକାନୀ ଓ ବେପାରୀ, ଗ୍ରାହକଙ୍କ ଅପେକ୍ଷାରେ ଅଛନ୍ତି । କାଁ ଭାଁ କେଉଁଠି ଜଣେ ଦୁଇ ଜଣ ଦୋକାନରେ ଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ ହେଲାଣି । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ । ଏଭଳି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଭୁବନେଶ୍ୱରରୁ ଧିରେନ ବେହେରାଙ୍କ ରିପୋର୍ଟ, ସୂଚନାଟିଭି 24X7

Leave a Reply

Your email address will not be published. Required fields are marked *