ଅନ୍ତସତ୍ତ୍ୱାଙ୍କୁ ନ୍ୟାୟ ଦେବାରେ ନେମାଳ ପୋଲିସ ବିଫଳ, ଧାରଣାରେ ପୀଡିତାଙ୍କ ପରିବାର

ଗଣେଶ ପୂଜା ଦିନ ହୋଇଥିଲେ ଦୁଷ୍କର୍ମର ଶିକାର। ଘଟଣାକୁ ଏଥିମଧ୍ୟରେ ବିତିଗଲାଣି ସାତ ମାସ। ପୀଡିତା ଦୁଷ୍କର୍ମକାରୀର ସନ୍ତାନକୁ ଧାରଣ କରିଛି ଗର୍ଭରେ। ସାତ ମାସର ଗର୍ଭବତୀ ଦୁଷ୍କର୍ମ ପୀଡିତାକୁ କିନ୍ତୁ ମିଳୁନି ନ୍ୟାୟ। ସେପଟେ ଅଭିଯୁକ୍ତ ବୁଲୁଛି ଖୋଲାରେ।

ଯାହାକୁ ବିରୋଧ କରି ଶେଷରେ ଥାନାକୁ ଧାଇଁ ଧାଇଁ ନୟାନ୍ତ ପୀଡିତାଙ୍କ ପରିବାର ଥାନା ଆଗରେ ବସିଛନ୍ତି ଧାରଣାରେ। ଅଭିଯୁକ୍ତକୁ ଗିରଫ କରା ନ ଗଲେ ଏମିତି ବସିବାକୁ ଦେଇଛନ୍ତି ଧମକ। ଏଭଳି ଅଭାବନୀୟ ଘଟଣା କୌଣସି ଉପାନ୍ତ ଇଲାକାର ନୁହେଁ। ପୁରୁଣା ରାଜଧାନୀ କଟକ ଜିଲ୍ଲାର। କଟକ ନିଶ୍ଚିନ୍ତକୋଇଲି ବ୍ଲକର। ଗତ ସେପ୍ଟେମ୍ବର 19 ତାରିଖରେ ଗଣେଶ ପୂଜା ଥିବାରୁ ପୀଡିତା ସନ୍ଧ୍ୟାରେ ଘର ପାଖରେ ହେଉଥିବା ଗଣେଶ ପୂଜା ଦେଖିବା ପାଇଁ ଯାଇଥିଲେ। ଅଭିଯୁକ୍ତ ଯୁବତୀଙ୍କୁ ଏକୁଟିଆ ଦେଖି ତାକୁ ଟଣି ଓଟରି ଏକ ନିଛାଟିଆ ଯାଗାକୁ ନେଇଯାଇ ସେଠାରେ ଦୁଷ୍କର୍ମ କରିଥିଲା। ଯୁବତୀ କାଳେ ଥାନାରେ ଅଭିଯୋଗ କରିବ, ସେଥିପାଇଁ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲା। ହେଲେ ଆଉ ଧରାଛୁଆଁ ଦେଇନଥିଲା ଯୁବତୀଙ୍କୁ। ଯୁବତୀ ସରୋଜର ସନ୍ତାନକୁ ଗର୍ଭରେ ଧାରଣ କରିବା ପରେ ପୀଡିତାଙ୍କ ପରିବାର ଓ ସାହି ପଡିଶା ଏହି ଘଟଣାର ଆପୋସ ବୁଝାମଣା କରିବା ନିମନ୍ତେ ଉଦ୍ୟମ କରିଥିଲେ। ହେଲେ କିଛି ସମ୍ଭବ ହେଲା ନାହିଁ। ଶେଷରେ ଗତ ଫେବ୍ରୁଆରି 19 ତାରିଖ ରେ ଯୁବତୀ ଓ ତାଙ୍କ ବାପା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ହାତ ବାନ୍ଧି ଚୁପ ହୋଇ ବସିଛି। ପୋଲିସ ରାଜନୈତିକ ଚାପ ଓ ଲାଞ୍ଚ ନେଇ ଚୁପ ବସିଥିବା ଅଭିଯୋଗ କରି ଶେଷରେ ଯୁବତୀଙ୍କ ପରିବାର ପକ୍ଷରୁ ନେମାଳ ଥାନା ଆଗରେ ଧାରଣାରେ ବସିଛନ୍ତି।

ଅନ୍ୟପଟେ ଯୁବତୀ ସାତ ମାସର ଗର୍ଭବତୀ। ସାହି ଭାଇଙ୍କ କେତେ ଟାହି ଟାପରା ଶୁଣିବାକୁ ମିଳୁଛି। ଯାହା ଏହି ଗରିବ ପରିବାରର ଦୁର୍ଦ୍ଦାଶାକୁ ଆହୁରି ବଢାଇ ଦେଇଛି। ତେଣୁ ଅଭିଯୋଗକୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏମିତି ଧାରଣାରେ ବସିରହିବାକୁ ନିଷ୍ପତ୍ତି ନେଇଛନ୍ତି ପରିବାରବର୍ଗ।

Leave a Reply

Your email address will not be published. Required fields are marked *