ଆଜି ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡକ୍ଚର ମୋହନ ଭାଗବତ ଆଜି ଓଡ଼ିଶା ଆସୁଛନ୍ତି। ଡକ୍ଚର ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତ କରୁଛନ୍ତି। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତ ପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ।

କେଶବଧାମରେ ଅନୁଷ୍ଠିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସହ ଏଠାରେ ୪ ଦିନ ଅବସ୍ଥାନ କରିବେ। ଏଠାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ। ଏହି ପ୍ରବାସ କେବଳ ସାଙ୍ଗଠନିକ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ। ଓଡ଼ିଶା ଗସ୍ତ ସାରି ୧୫ ତାରିଖରେ ମୋହନ ଭାଗବତ ଫେରିଯିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *