
ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ(matric) ଖାତାଦେଖା କାମ । ରାଜ୍ୟର ମୋଟ ୫୬ଟି କେନ୍ଦ୍ରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଖାତା ଦେଖୁଛନ୍ତି । ଚଳିତଥର ୧୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ଖାତା ଦେଖୁଛନ୍ତି । ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଖାତାଦେଖା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୫ ତାରିଖ ଯାଏ ଖାତାଦେଖା ଜାରି ରହିବ ।
ମେ’ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା ରହିଛି । ଚଳିତଥର ନିର୍ଭୁଲ ମୂଲ୍ୟାୟନ ପାଇଁ ସମସ୍ତଙ୍କୁ ଟ୍ରେନିଂ ଦିଆଯାଇଛି । ଖାତା ଦେଖାକୁ ତ୍ରୁଟିମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛି ବୋର୍ଡ । ଚଳିତ ବର୍ଷ ୫୪୧୨୪୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ହେଲେ ୧୬,୬୭୯ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ଏହାକୁ ନେଇ ବିଧାନସଭାରେ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଥିଲା ।