ମାରଣାସ୍ତ୍ର ଦେଖାଇ ଘରେ କଳାକନା ବୁଲାଇଲେ ଡକାୟତ

ମାରଣାସ୍ତ୍ର ଦେଖାଇ ଫିଲ୍ମ ଷ୍ଟାଇଲରେ ଘରେ କଳା କନା ବୁଲାଇଲେ ଡକାୟତ । ଘରେ ଖାଲି ଶାଶୂ, ଓ ନବବିବାହିତା ବୋହୂ ଥିବା ବେଳେ ସେମାନଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟି ନେଇଛନ୍ତି ନଗଦ ୫୦ ହଜାର ଟଙ୍କା ସହ ୫ ଭରି ସୁନା। ଗତ ରାତିରେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଘିରାପଦା ଗାଁରେ ଘଟିଛି ଏମିତି ସଶସ୍ତ୍ର ଡକାୟତି।

ଅଘିରାପଦା ଗାଁର ବୃଦ୍ଧା ଶାନ୍ତିଲତା ନାୟକଙ୍କ ପୁଅର ବାହାଘର ୨ ମାସ ତଳେ ହୋଇଥିଲା। ବିବାହ ପରେ ପୁଅ ଚାଲି ଯାଇଥିଲା ନିଜ କର୍ମ। ଘରେ ଖାଲି ରହୁଥିଲେ ଶାଶୂ, ବୋହୂ । ଏହାର ସୁଯୋଗ ନେଇ ଗତ ରାତି ପ୍ରାୟ ୧ଟାରେ ୮ ଜଣ ଦୁର୍ବୃତ୍ତ ବୃଦ୍ଧାଙ୍କ ଘରେ ପଶିଲେ ଆଉ ଉଭୟ ମହିଳାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଘରେ ଥିବା ୫୦ହଜାର ଟଙ୍କା ସହ ୫ ଭରି ସୁନା ଲୁଟି ନେଇଥିଲେ। ଲୁଟେରା ସମସ୍ତଙ୍କ ମୁହଁରେ କଳା କପଡ଼ା ବନ୍ଧା ଯାଇଥିବାରୁ ଦୁଇ ମହିଳା ସେମାନଙ୍କୁ ଚିହ୍ନିବା ସମ୍ଭବ ନ ଥିଲା।

 ଡକାୟତମାନେ ଘରୁ କଳାକନା ବୁଲାଇ ଚାଲିଯିବା ପରେ ଭୟରେ ଶାଶୂ, ବୋହୂ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ସାହି ପଡ଼ିଶା  ଧାଇଁଥିଲେ ବୃଦ୍ଧାଙ୍କ ଘରକୁ ଧାଇଁଥିଲେ। ସେଠାରେ ଦେଖିବା ବେଳକୁ ଘରର ଆଲମିରାର ସବୁ ଲୁଗାପଟା ବାହାରେ ପଡିଥିବା ବେଳେ ସୁନା ଅଳଙ୍କାର ସହ ଟଙ୍କା ଲୁଟ ସମ୍ପର୍କରେ ସୂଚନା ପାଇଥିଲେ।

ଖବର ପାଇ ପୁଲିସ୍‌ ଗତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ଘଟଣାସ୍ଥଳକୁ ଯାଇ ଆଜି ଚଳାଇଛି ତଦନ୍ତ।

Leave a Reply

Your email address will not be published. Required fields are marked *