
ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାଜ୍ୟର ସାଢେ ୩ କୋଟି ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଚାଉଳ ସଂଗ୍ରହ ପାଇଁ ହିତାଧିକାରୀ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତି ହିତାଧିକାରୀ ପରିବାରକୁ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ ପ୍ରଦାନ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ, ବଅଁରପାଳ ବ୍ଲକ ନୂଆହତା ଗ୍ରାମରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ କରାଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ହିତାଧିକାରୀଙ୍କୁ ବ୍ୟାଗ ବଣ୍ଟନ କରିଛନ୍ତି। ଏହି ସମୟରେ ୨୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ, ବ୍ଲକ ଯୋଗାଣ ଅଧିକାରୀ ଓ ଡିଲର ଉପସ୍ଥିତ ଥିଲେ। ଏହି ବ୍ୟାଗରେ ଶଙ୍ଖ ଚିହ୍ନ ସହ 5T, ଆମ ଓଡିଶା, ନବୀନ ଓଡିଶା ପ୍ରିଣ୍ଟ ହୋଇଛି। ବ୍ୟାଗ ପାଇବା ପରେ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଖୁସି।

Your point of view caught my eye and was very interesting. Thanks. I have a question for you.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?