ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ବିଜେପି ଭେଟିଲା ଏକକ ନିର୍ବାଚନ କମିଟିକୁ

ପୁଣି ୱାନ ନେସନ୍ ୱାନ୍ ଇଲେକସନ ଉପରେ ବିଜେପିର ଗୁରୁତ୍ବ। ଦେଶରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ଏକକ ନିର୍ବାଚନ କମିଟି ଅଧ୍ୟକ୍ଷଙ୍କୁ ଭେଟିଛି ବିଜେପି। ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ସଜବାଜ ହେଉଥିବା ବେଳେ ବିଜେପି ଏକକ ନିର୍ବାଚନ କରାଇବା ସପକ୍ଷରେ ବାଢିଛି ଯୁକ୍ତି। ଏକକ ନିର୍ବାଚନ କମିଟି ଅଧ୍ୟକ୍ଷ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏକ ଟିମ୍ ରାମନାଥ କୋବିନ୍ଦଙ୍କୁ ଭେଟି ଜଣାଇଛି ଯେ, ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷସାରା ଦେଶର ବିଭିନ୍ନ ପ୍ରାନ୍ତରେ ନିର୍ବାଚନ ହେଉଛି। ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେବାରୁ ବିକାଶ କାମ ବାଧା ପାଉଛି। ଏହା ବ୍ୟତୀତ ନିର୍ବାଚନ ପାଇଁ ଦେଶର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। କାରଣ ମତଦାନ ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ନିର୍ବାଚନ ଚାଲିଥିବା ଅଞ୍ଚଳରେ ମୁତୟନ ହେଉଛନ୍ତି। ପିଲାଙ୍କ ଶିକ୍ଷାଦାନ ବାଧାପାଉଛି ଶିକ୍ଷକ ଶିକ୍ଷୟିତ୍ରୀ ନିର୍ବାଚନ କାମରେ ନିୟୋଜିତ ରହିବା କାରଣରୁ। ତେଣୁ ଏକକାଳୀନ ସବୁ ନିର୍ବାଚନ ପାଇଁ ଦାବି କରିଥିବା ବେଳେ ଆବଶ୍ୟକ ସ୍ଥଳେ ପଞ୍ଚାୟତ ନିର୍ବାଚନକୁ ବାଦ ଦେଇ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ନଡ୍ଡା ଟିମ ଦାବି ଜଣାଇଛନ୍ତି।

5 thoughts on “ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ବିଜେପି ଭେଟିଲା ଏକକ ନିର୍ବାଚନ କମିଟିକୁ

  1. I don’t think the title of your article matches the content lol. Just kidding, mainly because I had some doubts after reading the article.

Leave a Reply

Your email address will not be published. Required fields are marked *