କଟକ : ଯୋବ୍ରା ବ୍ୟାରେଜ ଗେଟରୁ ଯୁବକଙ୍କ ମୃତଦେହ ଠାବ

କଟକ ଯୋବ୍ରା ବ୍ୟାରେଜ୍ ଗେଟରୁ ମୃତଦେହ ଠାବ । ଜଣେ ଯୁବକଙ୍କ ମୃତଦେହ ଭାସିଭାସି ଗେଟରେ ଲାଗିଥିଲା । ମୃତଦେହ ଦେଖିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁସାରେ ମୃତ ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ହେବ । ଘଟଣାକୁ ନେଇ ଜଗତପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ପଠାଯାଇଛି । କାରଣ କଣ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କିଏ ହତ୍ୟା କରିଛି ନା ନିଜେ ଆତ୍ମହତ୍ୟା କରିଛନ୍ତି ସେଇ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ସମସ୍ତଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପ୍ରଥମ ଘଟଣା ନୁହେଁ, ଅନେକ ଥର ଏଭଳି ଅଘଟଣ ଘଟିଲାଣି । ତେବେ, ଲୋକଙ୍କ ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *