ଇଶିତା କିଶୋର ୟୁପିଏସସି ପରୀକ୍ଷା ୨୦୨୨ ଟପର୍

ୟୁପିଏସସି ପରୀକ୍ଷାର ଟପର ତାଲିକାରେ ଛାତ୍ରୀଙ୍କ ରାଜ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଇଶିତା କିଶୋର ସଦ୍ୟତମ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ  ଗରିମା ଲୋହିଆ, ଉମା ହରତି ଏନ ଏବଂ ସ୍ମୃତି ମିଶ୍ର ରହିଛନ୍ତି। ଶୀର୍ଷ ୨୫ ଜଣଙ୍କ ମଧ୍ୟରେ ୧୪ ମହିଳା ଓ ୧୧ ପୁରୁଷ ରହିଛନ୍ତି। ତେବେ ଚଳିତ ଥର ମୋଟ ୯୩୩ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୬୧୩ ଜଣ ପୁରୁଷ ଓ ୩୨୦ ଜଣ ମହିଳା ରହିଛନ୍ତି।

ଆଜି ୟୁପିଏସସି ପରୀକ୍ଷା ୨୦୨୨ ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର  ମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି କହିଛନ୍ତି କି, ନାରୀ ଶକ୍ତି ତାର ସର୍ବୋତ୍କୃଷ୍ଟ ସ୍ଥାନରେ ରହିଛି।  ମନ୍ତ୍ରୀ ତିନି ଟପର,  ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ୍ କମର୍ସର ଅର୍ଥନୀତି ସ୍ନାତକ ଇସିତା କିଶୋର, ଗରିମା ଲୋହିଆ ଓ ଉମା ହରତି ଏନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ  ପାଇଁ ଏହା ଏକ ସେଲିବ୍ରେସନର ଦିନ ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ମନ୍ତ୍ରୀ ସିଂ ଟୁଇଟରେ ଉତ୍ତୀର୍ଣ୍ଣ ତାଲିକା ପୋଷ୍ଟ କରିଛନ୍ତି।

ନିଜର ଫଳାଫଳକୁ ନେଇ ଇସିତା କହିଛନ୍ତି ଯେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କ ବିଶ୍ୱାସ ଥିଲା,  କିନ୍ତୁ ମେରିଟ୍ ତାଲିକାରେ ଶୀର୍ଷରେ ରହିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁଁ ଭାରତୀୟ ପ୍ରଶାସନ ସେବା (IAS) ରେ ଯୋଗ ଦେଇ ଦେଶର ସେବା କରିବାକୁ ଚାହୁଁଛି। ମୁଁ ବହୁତ ଖୁସି ବୋଲି  କହିଛନ୍ତି ଇସିତା।

ୟୁପିଏସସି ୨୦୨୨ ପରୀକ୍ଷାରେ ଦ୍ୱିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଗରିମା ଲୋହିୟା ଏବଂ ସ୍ମୃତି ମିଶ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକ। ତୃତୀୟ ସ୍ଥାନରେ ଥିବା ହରତି ଏନ, ଆଇଆଇଟି-ହାଇଦ୍ରାବାଦରୁ ଜଣେ ଇଞ୍ଜିନିୟରିଂ ସ୍ନାତକ। ଲୋହିଆ କିରୋରିମାଲ କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିବାବେଳେ ମିଶ୍ର ମିରାଣ୍ଡା ହାଉସ୍ କଲେଜରୁ ବିଏସ୍ସି କରିଛନ୍ତି। ୟୁପିଏସସି ପରୀକ୍ଷା ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈ ଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ଏବଂ ଅନ୍ୟାନ୍ୟ ସେବାର ଅଧିକାରୀ ଚୟନ କରିଥାଏ|

Leave a Reply

Your email address will not be published. Required fields are marked *