IPL ମହାସମର..ଆଜି CSK VS LSG ମୁକାବିଲା

CSK VS LSG

ଆଜି IPLରେ ଗୋଟିଏ ମ୍ୟାଚ୍ ଖେଳାଯିବ । ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏହି ମୁକାବିଲା ହେବ । ସନ୍ଧ୍ୟା ୭.୩୦ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

ଧୋନିଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଚଳିତ ସିଜିନରେ ଦଳର ଏହା ଦ୍ୱିତୀୟ ମ୍ୟାଚ୍ ହେବ । ପ୍ରଥମ ମ୍ୟାଚରେ ଗୁଜରାଟ ଠାରୁ ୫ ୱିକେଟରେ ହାରିଛି ଧୋନି ବାହିନୀ । ତେଣୁ ଆଜିର ମ୍ୟାଚ୍ ଜିତି ଖାତା ଖୋଲିବା ଅପେକ୍ଷାରେ ରହିଛି ଚେନ୍ନାଇ । ସେପଟେ, ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରି ମନୋବଳ ଦୃଢ଼ କରିଛି । ବିଜୟ ଧାରା ଜାରି ରଖିବାକୁ ସମସ୍ତ ଉଦ୍ୟମ କରିବେ ଅଧିନାୟକ ରାହୁଲ ।

ଗତକାଲି ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଗୋଟିଏ ମ୍ୟାଚରେ ହାଇଦ୍ରାବାଦକୁ ରାଜସ୍ଥାନ ହରାଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ମୁମ୍ବାଇକୁ ହରାଇଥିଲା ବାଙ୍ଗାଲୋର ।

Leave a Reply

Your email address will not be published. Required fields are marked *