ପ୍ରବଳ ଖରାରେ କେନ୍ଦୁଝରରେ ଭଳିକି ଭଳି କୋଳି’ର ପସରା

ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏବେ ବିଭିନ୍ନ ପ୍ରକାରର ଫୁଲଫଳର ମଜା ନେଉଛନ୍ତି ଲୋକେ । ବନ୍ୟଜାତ ଫଳ ସଂଗ୍ରହ କରିବାରେ ଲାଗିଛନ୍ତି ଜିଲ୍ଲାବାସୀ । ପ୍ରବଳ ଖରାରେ ସବୁଠି ଏବେ କେନ୍ଦୁ ଓ ଚାର କୋଳି ଦେଖିବାକୁ ମିଳିଛି । ଖରା ଦିନରେ ଜିଲ୍ଲାର ଅଧିକାଂଶ ସ୍ଥାନରେ କେନ୍ଦୁ ଓ ଚାର କୋଳିର ପସରା ମେଲିଛି । ଶାଳପତ୍ରରେ ଭାଗ ହିସାବରେ କେନ୍ଦୁ,ଚାର,ଅଁଳା,ହରିଡ଼ା ଓ ବାହାଡ଼ା ଭଳି ବିଭିନ୍ନ ପ୍ରକାରର ବନଜାତ ଫଳ ବିକ୍ରି କରୁଛନ୍ତି ଲୋକେ ।

ରାସ୍ତାକଡ଼ ହେଉ ଅବା ମାର୍କେଟ ସବୁଠି ଏହି କୋଳିର ପସରା । ଅଧିକାଂଶ ଆଦିବାସୀ ଶ୍ରେଣୀୟ ଲୋକେ ଏହାକୁ ବିକ୍ରି କରି ଦି’ ପଇସା ରୋଜଗାର କରିଥାନ୍ତି । ଖରାଦିନରେ ଏସବୁ କୋଳି ଏବଂ ବନଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ସେପଟେ, ଆୟୁର୍ବେଦ ବିଜ୍ଞାନ ସମ୍ମତିରେ ଏଭଳି କିଛି ଔଷଧୀୟ ଫଳ ଖାଇ ବିଭିନ୍ନ ରୋଗରୁ ଆଜି ବି ଉପଶମ ପାଉଛନ୍ତି ସାଧାରଣ ଜନଜାତି ପରିବାର । ବଣ ଜଙ୍ଗଲରେ ବିନା ସାର ତଥା କୀଟନାଶକରେ ଫଳୁଥିବା ଏହି ଫଳର ଚାହିଦା ବଢୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଉ ଲୋକମାନେ ଏବେ ଅର୍ଗାନିକ୍ ଜିନିଷକୁ ଆପଣେଇବାକୁ ଚାହୁଁଛନ୍ତି । …

Leave a Reply

Your email address will not be published. Required fields are marked *