ଜେଲରେ କେମିତି ମଲେ କଏଦୀ ?

ବୌଦ୍ଧରେ ଜଣେ କଏଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଵତନ୍ତ୍ର ଉପ କାରାଗାରରୁ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ତେବେ ତାଙ୍କର କେମିତି ମୃତ୍ୟୁ ହେଲା ସେ ନେଇ ସସପେନ୍ସ ଲାଗି ରହିଛି । ମୃତ କଏଦୀ ରବୀନ୍ଦ୍ର ମେହେର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁ ବାସିନ୍ଦା । ୨୦୧୫ରେ ପରିବାରର ଦୁଇ ସଦସ୍ୟଙ୍କୁ ସେ ହତ୍ୟା କରିଥିଲେ । ବୌଦ୍ଧ ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ରାୟ ଶୁଣାଇଥିଲେ ।

ତେବେ ଗତକାଲି ରାତିରେ ରବୀନ୍ଦ୍ର ଖାଇସାରିବା ପରେ ଶୌଚାଳୟ ଯାଇଥିଲେ । ତେବେ ଫେରିବାରେ ତାଙ୍କର ବିଳମ୍ବ ହୋଇଥିଲା । ଅନ୍ୟ କଏଦୀମାନେ ଶୌଚାଳୟ ଯାଇ ତାଙ୍କ ମୃତଦେହ ଠାବ କରିଥିଲେ । ରବୀନ୍ଦ୍ର ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଥିବା ନେଇ ସେମାନେ କହିଛନ୍ତି । ଖବର ପାଇ ଜେଲ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରବୀନ୍ଦ୍ରଙ୍କ ପରିବାର ଲୋକ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହଟି ଉଦ୍ଧାର କରାଯାଇଥିଲା । ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା।

କଏଦୀ ରବୀନ୍ଦ୍ର ଜଣେ ମାନସିକ ରୋଗୀ ଥିବା ନେଇ ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ୨୦୧୭ରୁ ତାଙ୍କର ଚିକିତ୍ସା ଜାରି ଥିଲା । ଚିକିତ୍ସିତ ହେଉଥିଲେ। ୨୦୧୭ରେ ତାଙ୍କୁ ସମ୍ବଲପୁର ଜେଲ୍ ପଠାଯାଇଥିଲା। ସେଠାରେ ରହି ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୯ରେ ଚୌଦ୍ୱାର ଜେଲ୍ ପଠାଯାଇଥିବା କହିଛନ୍ତି ଜେଲ୍ ଡିଜି ମନୋଜ ଛାବ୍ରା ।

Leave a Reply

Your email address will not be published. Required fields are marked *