ଆର୍ଥିକ ବର୍ଷି ଆରମ୍ଭରୁ କମିଲା ଗ୍ୟାସ୍ ସିଲିଣ୍ଡର ଦର…ଆଜିଠୁ ନୂଆ ରେଟ୍

ଆରମ୍ଭ ହୋଇଛି ଆର୍ଥିକ ବର୍ଷ (financial year)୨୦୨୩-୨୪ । ଆର୍ଥିକ ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ଆସିଛି । ତୈଳ ଓ ଗ୍ୟାସ୍ ମାର୍କେଟିଂ କମ୍ପାନୀଗୁଡ଼ିକର ନିଷ୍ପତ୍ତି ଅନୁସାରେ ଘରୋଇ ଗ୍ୟାସ୍ ସିଲିଣ୍ଡର(Gas Cylinder) ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ବ୍ୟବସାୟିକ (Commercial) ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟିଛି । ତୈଳ କମ୍ପାନୀଗୁଡ଼ିକ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୯୧.୫୦ ଟଙ୍କା କମାଇଛନ୍ତି । ଏହି ନୂଆ ଦର ଆଜିଠାରୁ ହିଁ ଲାଗୁ ହୋଇଛି ।

ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ବାଣିଜ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କାକୁ ହ୍ରାସ ପାଇଥିବା ବେଳେ କୋଲକାତାରେ ୮୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୫.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଲାଗୁ ପରେ ବର୍ତ୍ତମାନ ଦିଲ୍ଲୀରେ ୨୦୨୮ ଟଙ୍କା, ମୁମ୍ବାଇରେ ୧୯୮୦ ଟଙ୍କା, କୋଲକାତାରେ ୨୧୩୨ ଟଙ୍କା ଏବଂ ଚେନ୍ନାଇରେ ୨୧୯୨.୫୦ ଟଙ୍କାରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମିଳିବ । ସେପଟେ, ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି ।

Leave a Reply

Your email address will not be published. Required fields are marked *