ରଜରେ ଆସୁଛି ପ୍ରଭାସଙ୍କ ଆଦିପୁରୁଷ

ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଖୁବ ଶୀଘ୍ର ଆସିବାକୁ ଯାଉଛି ସିନେ ପରଦାକୁ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଥିବା ବେଳେ ତାକୁ ଆହୁରି ତୀବ୍ର କରିଛି ଫିଲ୍ମର ୟୁନିଟ। ସୀତା ନବମୀର ପବିତ୍ର ଅବସରରେ ଆଦିପୁରୁଷର ଆଉ ଏକ ପୋଷ୍ଟର ଛଡାଯାଇ ଦର୍ଶକଙ୍କ କ୍ରେଜକୁ ଦ୍ୱିଗୁଣିତ କରି ଦେଇଛି। ପୋଷ୍ଟରରେ ମା’ ସୀତାଙ୍କ ଭୂମିକାରେ ଦେଖିବାକୁ ମିଳିଛି ଅଭିନେତ୍ରୀ କୃତି ସାନୋନଙ୍କୁ। ଅଭିନେତ୍ରୀଙ୍କ ପୁରାତନ ଭାରତୀୟ ନାରୀର ଛାପ ପୋଷ୍ଟରକୁ ଆହୁରି ଚିତାକର୍ଷଣ କରିଥିବା ବେଳେ ପୌରାଣିକ ଯୁଗ ଆଡକୁ ଟାଣି ନେଉଛି ଦର୍ଶକଙ୍କୁ।

ରାମାୟଣ ବିଷୟ ବସ୍ତୁ ଉପରେ ପର୍ଯ୍ୟବେଷିତ ଆଦିପୁରୁଷର ନୂଆ ମୋସନ ପୋଷ୍ଟର ଅଭିନେତ୍ରୀ କୃତି ସାନୋନ ସୀତା ନବମୀ ଅବସରରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ପୋଷ୍ଟର ସହ କ୍ୟାପ୍ସନ ଦିଆଯାଇଛି- ସୀତା ରାମ ଚରିତ୍ର ଅତି ପବିତ୍ର।  ଫିଲ୍ମରେ ରାମଚନ୍ଦ୍ରଙ୍କ ପତ୍ନୀ ରୂପରେ ମାଙ୍କ ପବିତ୍ରତା, ଦିବ୍ୟତା, ସାହସକୁ ପ୍ରତିନିଧିତ୍ବ କରୁଛନ୍ତି ଅଭିନେତ୍ରୀ କୃତି। ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ କୃତି ମଧ୍ୟ ବିଶେଷ ଟ୍ରିଟ ଦେଇଛନ୍ତି ମୋସନ ପୋଷ୍ଟରରେ। ରାମ ସିଆ ରାମର ଧୂନ ରାଘୁବୀରଙ୍କ ପ୍ରତି ମା’ଙ୍କ ଅତୁଟ ପ୍ରେମ ଓ ବିଶ୍ୱାସକୁ ଉଦ୍ଜିବିତ କରୁଛି, ଯାହା ଦର୍ଶକଙ୍କୁ ନିଶ୍ଚିତ ରୂପେ ଏକ ପବିତ୍ର, ଭକ୍ତିପୂର୍ଣ୍ଣ ଓ ଆଧ୍ୟାତ୍ମିକ ଦୁନିଆକୁ ନେଇଯାଇଛି।

ମା’ ଜାନକୀଙ୍କ ବେଶରେ କୃତିଙ୍କ ମୋସନ ପୋଷ୍ଟରେ ଭରି ରହିଛି ଭାରତୀୟ ନାରୀର ନିଛକ ଛାପ, ସ୍ୱମୀଙ୍କ ପାଇଁ ବିରହ, ସାହସ ଓ ପବିତ୍ରତା ନିଜ ସତୀତ୍ୱକୁ ନେଇ। ପୋଷ୍ଟରରେ ଅଭିନେତ୍ରୀଙ୍କ  ଶରୀରରେ ଘନ ଖଇରିଆ ଧଡି ସହ ଘିଅ କଲର ଶାଢୀ, ଗେରୁଆ ରଙ୍ଗର ଉତ୍ତରୀୟ ଆଚ୍ଛାଦିତ କରିଛି ମୁଣ୍ଡ ଓ ଶରୀରର ଉପର ଭାଗକୁ । କପାଳ ଓ ମଥାରେ ସଧବା ନାରୀର ପ୍ରତୀକ ହୋଇ ଝଟକୁଛି ସିନ୍ଦୁର। ଆଖି କୋଣରୁ ବହି ଯାଉଛି ଲୁହ, ଯାହା ଶ୍ରୀରାମଙ୍କ ବିରହ ଯନ୍ତ୍ରଣାକୁ  କରୁଛି ପ୍ରତିଫଳିତ। କୃତିଙ୍କ ଭିତରେ ସୀତା ମା’ଙ୍କ ଏପରି ଜୀବନ୍ତ ପବିତ୍ର ଅବତାରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି।  ଫ୍ୟାନ୍ସଙ୍କ ବିପୁଳ ପ୍ରେମ ମିଳୁଛି କୃତିଙ୍କ ଏହି ପୋଷ୍ଟରକୁ ।  

ଏହି ଫିଲ୍ମଟୁ ଆସନ୍ତା ଜୁନ 16ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ। ଫିଲ୍ମରେ କୃତିଙ୍କ ସହ ବାହୁବଳୀର ଷ୍ଟାର ପ୍ରଭାସ, ସନୀ ସିଂଦ, ସୈଫ ଅଲି ଖାନଙ୍କୁ ଦେଖିବାକୁ ମିଳିବ। ପ୍ରଭାସ ରାମ ଚରିତ୍ରରେ ଅଭିନୟ କରୁଥିବା ବେଳେ ସୀତା ଚରିତ୍ରରେ ରହିଛନ୍ତି କୃତି, ଲକ୍ଷ୍ମଣ ଭାବେ ସନୀ ସିଂହ, ମହାବଳୀ ହନୁମାନ ଭାବେ ଦେବଦତ୍ତ ନାଗେ ଦୃଶ୍ୟମାନ ହେଉଥିବା ବେଳେ ସୈଫ ଅଲି ରାବଣ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିବ। ତେବେ ପୋଷ୍ଟରକୁ ନେଇ ଦର୍ଶକଙ୍କ କ୍ରେଜ ଦେଖି ଲାଗୁଛି ଫିଲ୍ମଟି ବକ୍ସ ଅଫିସରେ ପରଦା ଫାଡ ବିଜନେସ କରିବ।

Leave a Reply

Your email address will not be published. Required fields are marked *