ଗଞ୍ଜାମରେ ରାଜନାଥଙ୍କ ରଣହୁଙ୍କାର, ୨୫ ବର୍ଷର ସରକାରର ମୂଳପୋଛ କରିବାକୁ ଦେଲେ ଗୁରୁମନ୍ତ୍ର

ଓଡ଼ିଶାରେ ପାଦ ଦେଉଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଖାଲି ବର୍ଷିଲେ ନାହିଁ, କେମିତି ରାଜ୍ୟରେ ବିଜେପି ସରକାର ହେବ ସେନେଇ ଦେଲେ ଗୁରୁମନ୍ତ୍ର । ଏମିତିକି ଆଗାମୀ ଦିନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ନିଶ୍ଚୟ ହେବ ବୋଲି କହିଲେ ରାଜନାଥ । ଆଗାମୀ ଦିନରେ ଓଡ଼ିଶାର ଲୋକ ବିଜେପିକୁ ଭୋଟ୍‌ ଦେଲେ ରାଜ୍ୟର ବିକାଶ ଡବଲ ହେବ ବୋଲି କହିଛନ୍ତି ରାଜନାଥ । ଖାଲି ଏତିକି ନୁହେଁ ବରଂ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି ।

କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି ବୋଲି କହିଛନ୍ତି ରାଜନାଥ ।ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜନାଥ ସିଂ ।

ଓଡିଶାରେ ବିଜେପି ସରକାର ଗଠନ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ପରେ ପ୍ରତିକ୍ରିୟା ରଖିଛି ବିଜେଡି । ୨୦୧୯ର ଉଦାହରଣ ଦେଇ, ଗତଥର ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ ନେତାମାନେ କହୁଥିଲେ ବିଜେଡି ପୋଡ଼ା ଟ୍ରାନ୍ସଫର୍ମର।, କିନ୍ତୁ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ନିର୍ବାଚନ ଜିତିଥିଲା । ଓଡ଼ିଶାରେ ବିଜେଡି ୫-୫ ଥର ଜିତିଛି ।ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ। ତେଣୁ ରାଜ୍ୟରେ ଆଉ କୌଣସି ଦଳ ନୁହେଁ ବିଜେଡି ଆସିବା କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ। ସେପଟେ ପିସିସି ସଭାପତି କହିଛନ୍ତି ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କଥା ସ୍ବପ୍ନ । ଖାଲି ସେତି ନୁହେଁ, ଶରତ ଆହୁରି କହିଛନ୍ତି କି, ଡବଲ ଇଂଜିନ କଥା ଛାଡ଼ ଦେଶରେ ଯେଉଁ ସିଂଗିଲ ଇଂଜିନ ରହିଛି ତାହା ଆଗକୁ ରହିବ କି ନାହିଁ ସେଇଟା ଏବେ ବଡ ପ୍ରଶ୍ନ

ତେବେ ରାଜନାଥ ସିଂହଙ୍କ ଗଞ୍ଜାମ କାର୍ଯ୍ୟକ୍ରମ ପୂର୍ବରୁ ବିଜେପିରେ ନୂଆ କରି ସାମିଲ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ବିଶାଳ ରାଲିରେ ସହର ପାରିକ୍ରମା କରିବା ସହ ନବୀନ ସରକାରର ମୂଳପୋଛ କରିବାକୁ ସମର୍ଥକଙ୍କୁ ଦେଇଥିଲେ ଆହ୍ବାନ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃତ୍ବ ମଞ୍ଚାସୀନ ରହି ବିରାଟ ଜନ ସମାବେଶକୁ ଦେଇଥିଲେ ଉଦବୋଧନ

6 thoughts on “ଗଞ୍ଜାମରେ ରାଜନାଥଙ୍କ ରଣହୁଙ୍କାର, ୨୫ ବର୍ଷର ସରକାରର ମୂଳପୋଛ କରିବାକୁ ଦେଲେ ଗୁରୁମନ୍ତ୍ର

  1. Los casinos son lugares en los que los usuarios pueden participar en una amplia gama de
    juegos de azar. Algunos de los juegos más comunes se encuentran las máquinas tragamonedas, la ruleta, el póker y el blackjack.

    Muchos jugadores los visitan buscando entretenimiento, mientras que otros lo hscen esperando ganar dinero.

    Hoy en día, loos casinos en línea también han ganado
    mucha atención, permitiendo a los usuarios jugar desde la comodidad de su hogar.
    Estos ofrecen promociones atractivas y una experiencia interactiva.

    Es importante tener en cuenta que el juego debe ser resdponsable y practicarse dee forma controlada.

    Los casinos, tanto físicos como digitales, son una opción más en el mundo del ocio, y su éxito radica en la emoción del azar. https://fr-be.trustpilot.com/review/kabaal2022.be

Leave a Reply

Your email address will not be published. Required fields are marked *