ସଲ୍ଲୁ ମିଆଁଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସିକା ଭାଇ କିସିକି ଜାନ୍’ ରିଲିଜ ଅପେକ୍ଷାରେ । ଫିଲ୍ମର ସୁଟିଂ ସରିଛି, ଟ୍ରେଲର ରିଲିଜ ହେବାକୁ ବାକି। ଏପରି ସମୟରେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇବାକୁ ନିର୍ମାତା ଫିଲ୍ମର ଏକ ଗୀତ ରିଲିଜ୍ କରିଛନ୍ତି । ହେଲେ ଗୀତ ରିଲିଜ ପରେ ବିବାଦ ଘେରକୁ ଟାଣିହୋଇ ଆସିଛି ‘କିସିକା ଭାଇ କିସିକି ଜାନ୍’। ଦକ୍ଷିଣ ଭାରତୀୟ ଗୀତକୁ ନେଇ ଉଠାଇଛନ୍ତି ଆପତ୍ତି। ଏହା ସେମାନଙ୍କ ସଂସ୍କୃତିର ଅବମାନନା ବୋଲି ଅଭିଯୋଗ ହେଉଛି ।
ଫିଲ୍ମର ଗୀତ ‘ୟେନ୍ତେମା’ ରିଲିଜ ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ଗୀତ ଭାଇରାଲ ହେଉଛି। ଏଥିରେ ସଲମାନ, ଦକ୍ଷିଣୀ ସୁପରଷ୍ଟାର ଭେଙ୍କେଟଶ ଓ ରାମ ଚରଣଙ୍କୁ ଧୋତି ପିନ୍ଧି ନାଚୁଥିବାର ଦେଖିବାକୁ ମୁଳୁଛି। ଗୀତ ଶେଷରେ 3 ସୁପରଷ୍ଟାର ପିନ୍ଧିଥିବା ଧୋତି ଉଠାଇ ଧୂମ ମଚଉଛନ୍ତି। କିନ୍ତୁ ଦକ୍ଷିଣୀ ଦର୍ଶକ ଜମାରୁ ଏହାକୁ ପସନ୍ଦ କରୁନାହାନ୍ତି।
ଗୀତରେ ଥିବା ଏହି ଷ୍ଟେପ୍କୁ ଅଶ୍ଳୀଳ ଏବଂ ଅପମାନଜନକ ବୋଲି ଅଭିଯୋଗ କରିଛନ୍ତି । ଧୋତି ହେଉଛି ଦକ୍ଷିଣ ଭାରତୀୟ ସଂସ୍କୃତିର ଏକ ଅଙ୍ଗ। ତାକୁ ବଲିଉଡ୍ରେ କାହିଁକି ଲୁଙ୍ଗି ବୋଲି ଭାବୁଛନ୍ତି ? ଏପରି ପ୍ରଶ୍ନ କରିଛନ୍ତି ୟୁଜର୍ସ। ଏହାକୁ ଖାଲି ସୋସିଆଲ ମିଡିଆ ୟୁଜର୍ସ ନୁହଁନ୍ତି, ଜଣାଶୁଣା ତାମିଲ୍ ସମାଲୋଚକ ପ୍ରଶାନ୍ତ ଗୋସ୍ବାମୀ ଏବଂ ପୂର୍ବତନ କ୍ରିକେଟର୍ ଲକ୍ଷ୍ମଣ ଶିବରାମାକୃଷ୍ଣ ବିରୋଧ କରିଛନ୍ତି। ଶିବରାମାକୃଷ୍ଣ ଟୁଇଟ କରି ‘ଏହା ଲୁଂଗି ନୁହେଁ, ଧୋତି’ ଲେଖିଛନ୍ତି।