ଦିଲ୍ଲୀରୁ କୋଲକାତା ଯାତ୍ରା ମାତ୍ର ୧୭ ଘଣ୍ଟାରେ

୨୦୨୬ ସୁଦ୍ଧା ଶେଷ ହେବ ୩ ହଜାର କୋଟିର ବାରାଣାସୀ-କୋଲକାତା ଏକ୍ସପ୍ରେସ ୱେ୍ ପ୍ରକଳ୍ପ ବୋଲି ଆକଳନ କରାଯାଉଛି। ଏହାଦ୍ୱାରା ଯାତ୍ରାର ସମୟ ୬-୭ ଘଣ୍ଟା ହ୍ରାସ ପାଇବ। ଜାତୀୟ ରାଜଧାନୀ ଦିଲ୍ଲୀରୁ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଯାତ୍ରା ଏଣିକି ରୋମାଞ୍ଚକର ହେବାକୁ ଯାଉଛି । ଯଦି ସବୁକିଛି ଠିକ ହୁଏ, ତେବେ ଆଗାମୀ ତିନି ବର୍ଷ ମଧ୍ୟରେ ବାରାଣସୀ-କୋଲକାତା ଏକ୍ସପ୍ରେସ ମାତ୍ର ୧୭ ଘଣ୍ଟାରେ ଦିଲ୍ଲୀରୁ କୋଲକାତାରେ ପହଞ୍ଚି ପାରିବ।  ଯେଉଁଠି ଗ୍ରୀନଫିଲ୍ଡ ଏକ୍ସପ୍ରେସ ୱେ ଦେଇ ବାରାଣାସୀରୁ କୋଲକାତା ଯାତ୍ରା ୧୦ ଘଣ୍ଟାରେ ନିଶ୍ଚିତ  ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ଦିଲ୍ଲୀରୁ କୋଲକାତା ଯାତ୍ରା ୧୭ଘଣ୍ଟା ମଧ୍ୟରେ ପହଁଞ୍ଚି ପାରିବେ ।

ଯଦି ଆମେ ଦିଲ୍ଲୀରୁ ବାରାଣାସୀ ଯାତ୍ରା ବିଷୟରେ କଥାହେବା ପୂର୍ବାଞ୍ଚଳ, ଲକ୍ଷ୍ନୌ- ଆଗ୍ରା ଏବଂ ଯମୁନା ଏକ୍ସପ୍ରେସ ୱେ ଦେଇ ୧୦ ଘଣ୍ଟାର ଏହି ଯାତ୍ରା ପୂର୍ବରୁ ସମ୍ଭବ ହୋଇସାରିଛି। ଖବର ଅନୁଯାୟୀ ବାରାଣାସୀ-କୋଲକାତା ଏକ୍ସପ୍ରେସ ୱେ୍ର ୩ ହଜାର କୋଟି ପ୍ରକଳ୍ପ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ଆକଳନ କରାଯାଉଛି। ଯାହା ୬୯୦ କିଲୋମିଟରରୁ ୬୧୦ କିଲୋମିଟର ଦୂରତାକୁ ହ୍ରାସ କରିବ ଏବଂ ଯାତ୍ରା ସମୟକୁ ୬-୭ ଘଣ୍ଟା ହ୍ରାସ କରିବ।

ଏହି ପ୍ରସ୍ତାବିତ ଏକ୍ସପ୍ରେସୱେକୁ ୨୦୨୧ ମସିହାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ବିଭାଗର  ସଚିବଙ୍କ ନେତୃତ୍ୱରେ ଏକ ବୈଠକରେ ମଞ୍ଜୁରୀ ଦିଆଯାଇଥିଲା, ଯାହା ସମୟ ଏବଂ ମୂଲ୍ୟ ବଞ୍ଚାଇବା ପାଇଁ ରାଜପଥ ମାଧ୍ୟମରେ ପ୍ରମୁଖ ସହରକୁ ସଂଯୋଗ କରିବ । ଏହି ଏକ୍ସପ୍ରେସୱେ ମୋହନିଆ, ରୋହତାସ୍, ସାସାରାମ, ଔରାଙ୍ଗବାଦ,  ଗୟା,  ଚତରା , ହଜାରିବାଗ, ରାଞ୍ଚି, ବୋକାରୋ, ଧାନବାଦ୍, ରାମଗଡ, ହାୱଡ଼ା ଏବଂ ଅନ୍ୟାନ୍ୟ ସ୍ଥାନ ଦେଇ ଯାତାୟାତ କରିବ। ଏନଏଚଏଆଇ ଅନୁଯାୟୀ, ଏହି ଏକ୍ସପ୍ରେସୱେ ବାରାଣାସୀର ରିଙ୍ଗ ରୋଡରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲାର ଏନଏଚ-୧୬ ରେ ଯାଇ ରହିବ।

ବିଭାଗୀୟ କମିଶନର କୌଶଲ ରାଜ ଶର୍ମା କହିଛନ୍ତି ଯେ ବାରାଣାସୀ ନିକଟ ଚଅଁନଦୌଲିରେ ଏକ୍ସପ୍ରେସୱେ ପାଇଁ ଜମିର ପ୍ରାରମ୍ଭିକ ଚୟନ କରାଯାଇଛି।  କିନ୍ତୁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଚଅଁନଦୌଲି ଡିଏମ୍ ଙ୍କୁ ଏହାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ କୁହାଯାଇଛି। ବର୍ତ୍ତମାନ ବାରାଣାସୀ ଏବଂ କୋଲକାତା ମଧ୍ୟରେ ଅଧିକାଂଶ ଯାତାୟାତ ଏନଏଚ-୧୯ ମାଧ୍ୟମ ଦେଇ ହେଉଛି। ଏନଏଚ-୧୯ର ଅଧିକାଂଶ ଭାଗ ୬ ଲେନ ଅଟେ

Leave a Reply

Your email address will not be published. Required fields are marked *