ସକାରାତ୍ମକ ପ୍ରଭାବ ପକାଏ ନୃତ୍ୟ, ବିଶ୍ୱରେ ଓଡ଼ିଶାର ଅବଦାନ ପ୍ରଶଂସନୀୟ

ଆଜି ଆନ୍ତର୍ଜାତିକ ନୃତ୍ୟ ଦିବସ । ମଣିଷ ଜୀବନକୁ ନୃତ୍ୟ କିପରି ସକାରାତ୍ମକ ଭାବେ ପ୍ରଭାବିତ କରେ,ତାହାକୁ ଉତଥାପନ କରିବା ଲାଗି ଆଜିର ଦିନଟିକୁ ପାଳନ କରାଯାଉଛି ।

ବିଶେଷକରି ଭାଷା ଅପେକ୍ଷା ନୃତ୍ୟ ଭାବନାକୁ ଅଧିକ ତଥା ଗଭୀର ଭାବେ ପ୍ରସାର କରିବାର କ୍ଷମତା ପ୍ରଦାନ କରିଥାଏ । ଜଣେ ନାଚିଲା ବେଳେ ସଚ୍ଚୋଟତାର ପ୍ରତିଟି ମୁହୂର୍ତ୍ତ ଝଲକି ଆସିଥାଏ । ନୃତ୍ୟ ଇତିହାସକୁ ଉଜ୍ଜୀବିତ ରଖିବା, ସଂସ୍କୃତିରେ ନୃତ୍ୟର ସ୍ମାରକୀୟ ସ୍ଥାନଗୁଡ଼ିକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ନୃତ୍ୟ ଦିବସ ପାଳନ କରାଯାଉଛି ।

ଆନ୍ତର୍ଜାତିକ ନୃତ୍ୟରେ ଓଡ଼ିଶାର ବି ବେଶ୍ ଅବଦାନ ରହିଛି । ଲୋକକଳା ହେଉ ଅବା ଶାସ୍ତ୍ରୀୟ କଳା ସବୁଥିରେ ରାଜ୍ୟକୁ ମିଳୁଛି ପ୍ରଶଂସା । ଦଣ୍ଡନାଚ, ଗୋଟିପୁଅ, ପାଲା, ଛଉନୃତ୍ୟ ଭଳି ଲୋକକଳା ସହ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି ।

Leave a Reply

Your email address will not be published. Required fields are marked *