ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଏହି ପରିବା?

ଗରମ ସହ ମାର୍କେଟକୁ ଆସିଛି କାକୁଡି। ଦେହକୁ ଥଣ୍ଡା ରଖିବାକୁ ହେଉ କି ପେଟ ସମସ୍ୟା ଦୂର, ସବୁ କରିବାରେ କାକୁଡିର ରହିଛି ଔଷଧୀୟ ଗୁଣ। ଖାଲି ଏତିକି ନୁହେଁ, ଓଜନ କମାଇବାରେ ମଧ୍ୟ କାକୁଡି ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହା ଆଣ୍ଟି ଡାଇବେଟିକ ଓ ଆଣ୍ଟି ଅକ୍ସିଡେଣ୍ଟସରେ ଭରା। ଏଥିସହ, ଭିଟାମିନ ସି, ଭିଟାମିନ କେ ଓ ଅନ୍ୟ ପୋଷକ ତତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବା ସହ ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ଲିପିଡ ଲୋଅରିଂ ଗୁଣ ମିଳିଥାଏ।  ତେବେ କେଉଁ ପ୍ରକାରର ତଥା କିପରି ଓଜନ ହ୍ରାସ ହେବ ସେ ବିଷୟରେ ଆସନ୍ତୁ ଜାଣିବା।

ଓଜନ କମ କରିବାକୁ କିପରି ଖାଇବା କାକୁଡି…

କାକୁଡି ଏକ ସ୍ୱଳ୍ପ କ୍ୟାଲେରୀର ଖାଦ୍ୟ, ଯେଉଁଥିରେ ରହିଛି ଜିରୋ ଫ୍ୟାଟ। ଏଥିପାଇଁ, କାକୁଡିକୁ ଲେସ ଡାଏଟ ଭାବେ ଗ୍ରହଣ କରିପାରନ୍ତି।

କୋଷ୍ଠ କାଠିନ୍ୟ ପରି ପେଟ ରୋଗ ମଧ୍ୟ ଦୂର କରିଥାଏ କାକୁଡି। କାକୁଡି ଫାଇଭରରେ ଭରପୁର ହୋଇଥାଏ ଓ ଏଥିରେ ୱାଟର କଣ୍ଟେଣ୍ଟ ଅଧିକ ଥିବାରୁ ଏହା କୋଷ୍ଠ କାଠିନ୍ୟରୁ ମୁକ୍ତି ଦେଇଥାଏ।

ମେଦବହୁଳତା ବୃଦ୍ଧିରେ ସୁଗାରର ବଡ ହାତ ରହିଛି। ସୁଗାର ପରି କୌଣସି ଖାଦ୍ୟ ଖାଇବାରୁ ମେଦ  ବୃଦ୍ଧିର ବିପଦ ରହିଥାଏ। ହେଲେ କାକୁଡିରେ ଯେଉଁ ସୁଗାର ରହିଥାଏ, ତାହା ଶୂନ୍ୟ ସଦୃଶ, ଯାହା ବେଶ ଭଲ ୱେଟ ଲସ ଖାଦ୍ୟ ଭାବେ କାର୍ଯ୍ୟ କରିଥାଏ।

ଶରୀରକୁ ସୁଦ୍ଧ କରିବାରେ କାକୁଡି ଭଲ କାମ କରିଥାଏ। କାକୁଡି ଖାଇବା ଦ୍ୱାରା ଶରୀରର ବର୍ଜ୍ୟ ନିଷ୍କାସନ କରିବାରେ ସହାୟ ହୋଇଥାଏ। ବର୍ଜ୍ୟ ନିଷ୍କାସନ ପରେ ଓଜନ କମ କରିବାରେ ସହାୟକ ହୋଇଥାଏ। ଏଥିସହ, ପେଟ ଫୁଲାଇବା  ସମସ୍ୟା ମଧ୍ୟ ଦୂର ହୋଇଥାଏ।

କିପରି କାକୁଡି ଖାଇଲେ ମିଳିବ ଲାଭ

 ଓଜନ କମ କରିବାକୁ ଖାଦ୍ୟ ସହ ସାଲାଡ ଖାଇବା ଜରୁରୀ। ରୁଟି ତରକାରୀ ସହ ମଧ୍ୟ ସାଲାଡ ପେଟ ପୂରେଇବାରେ ସକ୍ଷମ ହୋଇଥାଏ।   

Leave a Reply

Your email address will not be published. Required fields are marked *