କୋରୋନା ଟେନସନ୍, ୨୪ ଘଣ୍ଟାରେ ଗଲା ୧୪ ଜୀବନ

ଦେଶରେ କୋରୋନା ପୁଣି ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧ ହଜାର ୨୨୩ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ୧,୨୨୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟିରେ ପହଞ୍ଚିଛି । ସେହିପରି ଗତ ୨୪ ‌ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୧ ହଜାର ୭୬୭କୁ ବୃଦ୍ଧି ପାଇଛି । ..

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ କିଛି ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସମୁଦାୟ ସୁସ୍ଥ ସଂଖ୍ୟା ହେଉଛି ୪ କୋଟି ୪୪ ଲକ୍ଷ ୩୧ ହଜାର ୧୩୭ ରହିଛି । ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେପଟେ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୪୯୮କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଏହା ଦେଶର ସମୁଦାୟ ସଂକ୍ରମଣର ୦.୦୪ ପ୍ରତିଶତ ରହିଛି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨୦ କୋଟି ୬୬ ଲକ୍ଷ ୮୯ ହଜାର ୯୯୩ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

କୋଭିଡ୍ ମୁକାବିଲା ପାଇଁ କିଛି ରାଜ୍ୟରେ କଟକଣା ଜାରି ରହିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆମ ରାଜ୍ୟରେ ମଧ୍ୟ ସରକାର ପ୍ରସ୍ତୁତ ଥିବାବେଳେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମେଡିକାଲ ଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶନାମା ମାନିବା, ସତର୍କତା ଅବଲମ୍ବନ କଲେ ଆମେ ସୁସ୍ଥ ରହିବା ସହ ଅନ୍ୟମାନଙ୍କ ଜୀବନ ବି ବଞ୍ଚାଇପାରିବା । ତେଣୁ ମୁକାବିଲା କ୍ଷେତ୍ରରେ ସମସ୍ତଙ୍କ ସାହାଯ୍ୟ ଏବଂ ସହଯୋଗ ଜରୁରୀ ହୋଇଛି ।

Leave a Reply

Your email address will not be published. Required fields are marked *