
ଯାଜପୁର ଜିଲ୍ଲା ଧନତ୍ରୀ ବାଲି ଖାଦାନକୁ ନେଇ ବିବାଦ । ଏହି ବାଲି ଖାଦାନକୁ ବିରୋଧ କରିବାରୁ ବିରୋଧକାରୀଙ୍କ ନାମରେ ମିଛ ମାମଲା କରି ପୋଲିସର କୋର୍ଟ ଚାଲାଣକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। କିଛି ଦିନ ପୂର୍ବରୁ ଧନତ୍ରୀ ବାଲି ଖାଦାନକୁ ବିରୋଧ କରି ଥାନା ଘେରାଉ କରାଯାଇଥିଲା। ଗ୍ରାମବାସୀଙ୍କ ବିରୋଧ ପରେ ଗଣ୍ଡଗୋଳ ଓ ଗାଡି ଭଙ୍ଗାରୁଜା ଅଭିଯୋଗ ଆଣି ପୋଲିସ ମୋଟ ୧୧ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ ଜିଲାପାଳ ଅଫିସ ଘେରାଉ କରିଛନ୍ତି
ସରକାରୀ ନିୟମରେ ଯେତିକି ଯାଗା ଦିଆଯାଇଥିଲା ବାଲି ଖୋଲିବାକୁ, ବାଲି ମାଫିଆ ବିଜେଡି ନେତାଙ୍କୁ ହାତ କରି ତାଠୁ ବହୁ ଗୁଣା ଅଧିକ ଯାଗାକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ତେଣୁ ଅଭିଯୁକ୍ତମାନଙ୍କ ସହ ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଦାବି ପୂରଣ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଲେଣି ସ୍ଥାନୀୟ ଲୋକେ