ଭୁବନେଶ୍ବର: ଆଉ ଦୁଇ ଜିଲ୍ଲାରେ ଆରମ୍ଭ ହେବ ଆମ ଓଡିଶା ନବୀନ ଓଡିଶା, ପୁରୀ ଓ ନୟାଗଡ ପାଇଁ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା

ପୁରୀ: ଶ୍ରୀମନ୍ଦିର ଡ୍ରେସ କୋଡକୁ ନେଇ ପରାମର୍ଶ ଜାରି, ପୁରୁଷଙ୍କ ପାଇଁ ପ୍ୟାଣ୍ଟ ସାର୍ଟ, ଚୁଡିଦାର ପଞ୍ଜାବୀ, ଧୋତି କୁର୍ତ୍ତା ପରି ପାରମ୍ପରିକ ପୋଷାକ, ମହିଳା ପିନ୍ଧିପାରିବେ ସାଢୀ ଓ ସାଲୱାର, ହାପ ପ୍ୟାଣ୍ଟ/ ଚିରା ଜିନ୍ସ ପରି ପୋଷାକ ଉପରେ ପ୍ରତିବନ୍ଧକ

ଭୁବନେଶ୍ବର: ପାରାଦୀପ ବନ୍ଦର ସଂଗଠନ ଅଧିକାରୀଙ୍କୁ ଭୁବନେଶ୍ବର ଆଣିଲା ସିବିଆଇ, ଗତକାଲି ଡା ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଘରେ ହୋଇଥିଲା ରେଡ, ୨୪ ଘଣ୍ଟାରୁ ଅଧିକ ସମୟର ରେଡ ପରେ ଗିରଫ, କରୋନା କ୍ଲିୟରାନ୍ସ ପାଇଁ ନେଉଥିଲେ ୫୦ ହଜାର ଟଙ୍କା

ଝାରସୁଗୁଡା: ଝାରସୁଗୁଡାରୁ ପ୍ରତ୍ୟେହ କୋଲକାତା ଓ ବେଙ୍ଗାଲୁରୁ ଉଡିବ ବିମାନ, କୋଲକାତାକୁ ୫ ନଭେମ୍ବରରୁ ଓ ବେଙ୍ଗାଲୁରୁକୁ ୧୫ରୁ ବିମାନ ଉଡାଣ, ଝାରସୁଗୁଡା ବିମାନ କର୍ତ୍ତୃପକ୍ଷଙ୍କ ସୂଚନା

ନୂଆଦିଲ୍ଲୀ: ଆହୁରି ଆକ୍ରାମକ ହେଲା ଇଜରାଏଲ, ଗାଜାକୁ ବିଦ୍ୟୁତ୍, ପାଣି, ଜାଳେଣି ପରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ, ସେପଟେ ସ୍ବଦେଶକୁ ଫେରିଲେ ୨୧୨ ଭାରତୀୟ, ଅପରେସନ ଅଜୟ ଅନ୍ତର୍ଗତ ପ୍ରତ୍ୟାବର୍ତ୍ତନ

ବ୍ରହ୍ମପୁର: ନୂଆଗାଁ ବିଜିପୁର ନୀଳକଣ୍ଠ ନଗରରେ ହତ୍ୟା, ଶିଶୁ କଲ୍ୟାଣ କମିଟି ସଦସ୍ୟା ସୌଦାମିନୀ ରଥଙ୍କୁ ହତ୍ୟା, ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଛି ଦୁର୍ବୃତ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ନୱାବ ମଲିକଙ୍କୁ ଆଶ୍ବସ୍ତି, ଆଉ ୩ ମାସ ଅନ୍ତରୀଣ ଜାମିନ ବଢାଇଲେ ସୁପ୍ରିମ କୋର୍ଟ, ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅଗଷ୍ଟ ୧୧ରେ ମିଳିଥିଲା ୨ ମାସ ଜାମିନ

ଭୁବନେଶ୍ବର: ଏଣିକି ଗାଁ ସହ ଯୋଡି ହେବ ରାଜଧାନୀ, ଲକ୍ଷ୍ମୀ ଯୋଜନାରେ ଗମନାଗମନରେ ଆସିବ ବିପ୍ଳବ, ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ମାଲକାନଗିରିରୁ ହେବ ଯୋଜନାର ଶୁଭାରମ୍ଭ

କଟକ: ଛତ୍ରବଜାର ପିଣ୍ଡି ଆବଣ୍ଟନର ଚାଲିଛି ଯାଞ୍ଚ, ପିଣ୍ଡି ବଣ୍ଟନରେ ଅନିୟମିତତା ନେଇ ହୋଇଥିଲା ଅଭିଯୋଗ, ସିଏମସି ଏନଫୋର୍ସମେଣ୍ଟ ଟିମ ପହଞ୍ଚି କରୁଛି ଯାଞ୍ଚ, ବ୍ୟବସାୟୀଙ୍କ କାଗଜର ହେଉଛି ତଦନ୍ତ

ବିହାର: ନର୍ଥ ଟ୍ରେନ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାରେ ୪ ମୃତ, ୧୦୦ରୁ ଅଧିକ ଗୁରୁତର, ଗତକାଲି ବକ୍ସର ରଘୁନାଥପୁର ଷ୍ଟେସନରେ ହୋଇଥିଲା ଦୁର୍ଘଟଣା, ଏଥିରେ ୨୧ କୋଚ ଲାଇନଚ୍ୟୁତ, ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନୀତିଶ