Category: ରାଜ୍ୟ ଖବର

  • ସିନ୍ଦୁରଗୈାରୀ ଗ୍ରାମ ପୁରୁଣା ରେଳ ଫାଟକ ନିକଟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର

    ସିନ୍ଦୁରଗୈାରୀ ଗ୍ରାମ ପୁରୁଣା ରେଳ ଫାଟକ ନିକଟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର

    ମୟୁରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ରାଇରଙ୍ଗପୁର ନିକଟସ୍ଥ ସିନ୍ଦୁରଗୈାରୀ ଗ୍ରାମରେ ମଙ୍ଗଳବାର ସକାଳୁ ଶୋକର ମାହୋଲ। ଗାଁ ନିକଟବର୍ତ୍ତୀ ପୁରୁଣା ରେଳ ଫାଟକରେ ପଡିଥିଲା ଜଣେ ଛାତ୍ରଙ୍କ ମୃତଦେହ। ବାଦାମ ପାହାଡ଼ରୁ ରାଇରଙ୍ଗପୁର ଡାଉନ୍ ଟ୍ରେନ ଧକ୍କାରେ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା। ଖବର ମୁତାବକ, ବାଭଣବୋଷ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ରାମ କିସ୍କୁ ସାଙ୍ଗ ଘରୁ ରେଳ ଧାରଣା କଡରେ ସାଇକେଲରେ ଫେରୁଥିଲା। ସିନ୍ଦୁରଗୈାରୀ ରେଳ ଫାଟକ ପାର କରୁଥିବା ବେଳେ ଦୃତ ଗତିରେ ଆସୁଥିବା ଟ୍ରେନ ରାମଙ୍କୁ ଧକ୍କା ଦେଇଥିଲା ଓ ସେଠାରେ ତାଙ୍କ ମୃତ୍ୟୁ ହୋଇଗଲା। ତେବେ ସେ କାନରେ ଇୟର ଫୋନ ଦେଇଥିବାରୁ ରେଳର ସିଗନାଲ ଶୁଣିନପାରିବାରୁ ଏପରି ହୋଇଥିବା ଜଣାପଡିଛି। ଏହି ଅଭାବନୀୟ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ୍ୟୁବରଣ କରିଥିବା ରାମ ହେଉଛନ୍ତି ଗୋରୁମହିଷାଣୀ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ଚରଣ କିସ୍କୁଙ୍କ ପୁଅ। ଚରଣଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ଅଭାବ ଅନାଟନ ପାଇଁ ଚରଣଙ୍କ ପତ୍ନୀ ଡ଼ୁବୁରୀରେ ମୁଲ ମଜୁରୀ ଲାଗି ଘର ଚଳାଉଛନ୍ତି। ତେଣୁ ରାମଙ୍କୁ ତାଙ୍କ ବଡମାଆ ସେ ରହୁଥିବା ବାଭଣବୋଷ ଗାଁକୁ ନେଇଆସିଥିଲେ ଓ ସେଠାରେ ରହି ସେ ପଢୁଥିଲେ। ରାମଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକ ଗରିବ, ଅସହାୟ ରାମଙ୍କ ମାଆଙ୍କୁ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରୁଛନ୍ତି।

  • ରାଜ୍ୟସଭାରେ କଟ୍ଟର ବିରୋଧୀ ଭୂମିକା ତୁଲାଇବ ବିଜେଡି

    ରାଜ୍ୟସଭାରେ କଟ୍ଟର ବିରୋଧୀ ଭୂମିକା ତୁଲାଇବ ବିଜେଡି

    ବଦଳିଲା ବିଜେଡିର ରଣନୀତି। ଆଉ ପ୍ରୋ ଗଭମେଣ୍ଟ ପାର୍ଟି ହୋଇ ରହିବ ନାହିଁ। ରାଜ୍ୟସଭାରେ ବିରୋଧୀ ଭୂମିକାକୁ ଓହ୍ଲାଇବ ବିଜେଡି। ରାଜ୍ୟର ସ୍ବାର୍ଥ ପାଇଁ ଆବଶ୍ୟକ ହେଲେ ଗୃହର ମଧ୍ୟଭାଗକୁ ଓହ୍ଲାଇବ ଦଳ। ଏଣିକି କଠୋର ଆଭିମୁଖ୍ଯ ରଖିବ ବିଜେଡି ବୋଲି ଆଜି ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ବିଜେପି ସହ ମେଣ୍ଟ କରି ସରକାରକୁ ଆସିଥିବା ବିଜେଡି। ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା। ସହଯୋଗୀ ଦଳ ଭାବେ ବିଜେଡି କାର୍ଯ୍ୟ ତୁଲାଇଥିଲା।

    ପରବର୍ତ୍ତୀ ସମୟରେ, ଅର୍ଥାତ୍ ୨୦୦୪ରେ କେନ୍ଦ୍ରରେ ବିଜେପିର ପରାଜୟ ପରେ ମନମୋହନ ସିଂହ ସରକାର ଆସିଲା। ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିଦେଲା ବିଜେଡି। ଏହା ପରେ ନବୀନ ସରକାରର ଗୋଟିଏ ଆଭିମୁଖ୍ଯ ରହି ଆସିଥିଲା, କୌଣସି ଦଳ ସହ ମେଣ୍ଟ କରିବ ନାହିଁ, ହେଲେ କେନ୍ଦ୍ରରେ ଯିଏ ସରକାର ଗଠନ କରିବ ବାହାରୁ ବିଭିନ୍ନ ପ୍ରସ୍ତାବରେ ଶାସକ ଦଳକୁ ଯୋଗାଇଦେବ ସମର୍ଥନ। ତେଣୁ ୨୦୧୪ରୁ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ ବିଭିନ୍ନ ବିଲ ପାଶ ସମୟରେ ବା ସଙ୍କଟ ସମୟରେ ବିଜେଡି ରାଜ୍ୟସଭା ଓ ଲୋକସଭାରେ ସମର୍ଥନ ଜଣାଇଥିଲା। ବହୁ ବଡ ବଡ ବିପଦରୁ ମୋଦି ସରକାରକୁ ମୁକୁଳାଇ ଚାଲିଥିଲା। ହେଲେ ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ବଦଳିବାକୁ ଯାଉଛି ଦୃଶ୍ୟପଟ୍ଟ।

    ଲୋକସଭାରେ ବିଜେଡି ଖାତା ଖୋଲି ନ ଥିବା ବେଳେ ରାଜ୍ୟସଭାରେ ଦଳର ୯ ସାଂସଦ ରହିଛନ୍ତି। ଚଳିତ ଥର ଆଉ ବିଜେପିକୁ ଆବଶ୍ୟକ ସମୟରେ ସମର୍ଥନ ନ କରି ରାଜ୍ୟ ସ୍ବାର୍ଥ ପାଇଁ ଦଳୀୟ ସାଂସଦ କାର୍ଯ୍ୟକରିବେ ବୋଲି ନିଷ୍ପତ୍ତି ହୋଇଛି। ସୋମବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ବୈଠକରେ ଚଳିତ ଥର ଦଳର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଯାଇଛି। ବୈଠକ ପରେ ଚଳିତ ଥର ରାଜ୍ୟସଭାରେ ବାଜେଡି ବିରୋଧୀର ରୋଲ ତୁଲାଇବ ବୋଲି କୁହାଯାଇଛି। ଏଥିରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳ ପକ୍କାଘର, ରେଲୱେ ଓ ଯୋଗାଯୋଗକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

    ଆଜିର ଏହି ବୈଠକର ଫଟୋ ଓ ଭିଡିଓକୁ ସାଂସଦ ମାନସ ମଙ୍ଗରାଜ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ବୈଠକରେ ଡ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ଦେବାଶିଷ ସାମନ୍ତରାୟ, ମୁନା ଖାଁ, ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଷି, ଶୁବାଶିଷ ଖୁଣ୍ଟିଆ ରହିଥିଲେ।

  • ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ, ବାଧାପ୍ରାପ୍ତ ଯାତାୟତ

    ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ, ବାଧାପ୍ରାପ୍ତ ଯାତାୟତ

    ପିପିଏଲ (PPL) ସାର କାରଖାନାରୁ ଜିପସମ ଲୋଡିଂ କରି ଯାଉଥିବା ବେଳେ ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ମାଲବାହୀ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଛି ।

    ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ଲାଇନ ଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ। ପିପିଏଲ (PPL) ସାର କାରଖାନାରୁ ଜିପସମ ଲୋଡିଂ କରି ଯାଉଥିବା ବେଳେ ଘଟିଛି ଏଭଳି ଘଟଣା । ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ, ତୁରନ୍ତ ଏହାକୁ ଠିକ କରିବା ପାଇଁ ରେଲୱେର ଅଧିକାରୀମାନେ ପ୍ରୟାସ କରିଛନ୍ତି। ପ୍ରଥମେ ଅନ୍ୟ ଏକ ଇଞ୍ଜିନ ସହାୟତାରେ ଟ୍ରେନକୁ ପଛକୁ ଟାଣିବା ସହିତ ତିନୋଟି ବଗିକୁ ହାଇଡ୍ରୋଲିକ ମେସିନ ସହାୟତାରେ ସିଧା କରାଯାଇଛି। ଟ୍ରେନକୁ ପୁଣି ପିପିଏଲ (PPL) ଭିତରକୁ ନିଆଯାଇଛି। ଲାଇନକୁ ମରାମତି କରିବା ପରେ ଟ୍ରେନ ଗୁଡିକ ଯିବା ଆସିବା କରିବ। ତେବେ ଟ୍ରେନ ଲାଇନ ଚ୍ୟୁତ ହେବାର ସଠିକ କାରଣ ଜଣାପଡି ନାହିଁ।

  • ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ, ବାଧାପ୍ରାପ୍ତ ଯାତାୟତ

    ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ, ବାଧାପ୍ରାପ୍ତ ଯାତାୟତ

    ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ଲାଇନ ଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ। ପିପିଏଲ (PPL) ସାର କାରଖାନାରୁ ଜିପସମ ଲୋଡିଂ କରି ଯାଉଥିବା ବେଳେ ଘଟିଛି ଏଭଳି ଘଟଣା । ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ, ତୁରନ୍ତ ଏହାକୁ ଠିକ କରିବା ପାଇଁ ରେଲୱେର ଅଧିକାରୀମାନେ ପ୍ରୟାସ କରିଛନ୍ତି।

    Paradip Train Derailment

    ପ୍ରଥମେ ଅନ୍ୟ ଏକ ଇଞ୍ଜିନ ସହାୟତାରେ ଟ୍ରେନକୁ ପଛକୁ ଟାଣିବା ସହିତ ତିନୋଟି ବଗିକୁ ହାଇଡ୍ରୋଲିକ ମେସିନ ସହାୟତାରେ ସିଧା କରାଯାଇଛି। ଟ୍ରେନକୁ ପୁଣି ପିପିଏଲ (PPL) ଭିତରକୁ ନିଆଯାଇଛି। ଲାଇନକୁ ମରାମତି କରିବା ପରେ ଟ୍ରେନ ଗୁଡିକ ଯିବା ଆସିବା କରିବ। ତେବେ ଟ୍ରେନ ଲାଇନ ଚ୍ୟୁତ ହେବାର ସଠିକ କାରଣ ଜଣାପଡି ନାହିଁ।

    — ପାରାଦ୍ଵୀପରୁ ସୁମନ୍ତ ସ୍ୱାଇଁଙ୍କ ରିପୋର୍ଟ

  • ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସୁଛନ୍ତି ଜନତା ମୈଦାନ

    ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସୁଛନ୍ତି ଜନତା ମୈଦାନ

    ଆଜି ଶପଥ ନେବେ ଓଡାଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ । ଯାହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ରାଜଧାନୀ ଭୁବନେଶ୍ବରରେ । ଜନତା ମଇଦାନକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି । ଆଜିର ଭିଡକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସମାରୋହରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି । କେବଳ ସେତିକି ନୁହେଁ ୯ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ତେଣୁ, ବର୍ତ୍ତମାନ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

    ତେବେ କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ନ ୨ଟାରୁ ରାତି ୭ଟା ପର୍ଯ୍ୟନ୍ତ ଜୟଦେବ ବିହାର ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ । ସୁରକ୍ଷା ବଳୟର ଦାୟାତ୍ବରେ ଆଇଜି ରାଙ୍କର ଜଣେ ଓ ୩ ଜଣ ଡିଆଇଜି ରାଙ୍କର ଅଧିକାରୀ ରହିବେ । ଏଥିସହିତ ଏସପି, ଡିସିପି ଏବଂ ୧୩ ଜଣ କମାଣ୍ଡାଣ୍ଟ ମଧ୍ୟ ରହିବେ । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ହୋଟେଲ ଗୁଡିକରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ତେବେ ଗତକାଲି ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି । ଦେଶରୁ କୋଣ-ଅନୁକୋଣରୁ ଆସୁଥିବା ଭିଭିଆଇପିଙ୍କ ପାଇଁ ରାତ୍ରୀ ଯାପନ ପାଇଁ ହୋଟେଲର ବ୍ୟବସ୍ଥା କରାଯାଇଛି ।

  • ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁଣି ଥରେ ଧାରଣା ଦେଲେ ଠିକା ସଂସ୍ଥା ମାଲିକ

    ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁଣି ଥରେ ଧାରଣା ଦେଲେ ଠିକା ସଂସ୍ଥା ମାଲିକ

    ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧୀନରେ କାମ କରୁଥିବା ମେଘା କମ୍ପାନୀ ଠାରୁ ବକେୟା ରାଶି ମିଳିବା ଦାବିରେ ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ପୁଣି ଥରେ ଧାରଣା ଦେଲେ ଠିକା ସଂସ୍ଥା ମାଲିକ । କିଛି ଦିନ ପୂର୍ବରୁ ଦୁଇଟି ଠିକା ସଂସ୍ଥାର ପରିବାର ପକ୍ଷରୁ ମେଘା କମ୍ପାନୀରୁ ଅର୍ଥ ପାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବରୁ ଧାରଣା ଦେବା ସହ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ଘଟଣାର ସମାଧାନ ପାଇଁ ନିର୍ଦ୍ଦେଶ ଦେବା ସହ ଦୁଇ ପରିବାର ବର୍ଗ ଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଇତି ମଧ୍ୟରେ କୌଣସି ସମାଧାନ ନ ହେବାରୁ ଗତକାଲି ଠାରୁ ଧାରଣା ଦେଇଛନ୍ତି ଦୁଇ ଠିକାସଂସ୍ଥା ପରିବାରବର୍ଗ। ବକେୟା ରାଶି ନ ମିଳିବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

    ବକେୟା ରାଶି ନ ମିଳିବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଠିକା ସଂସ୍ଥା ମାଲିକ ।

  • କନ୍ଧମାଳରେ ଏକ ଆମ୍ବ ଜୁସ୍ ଫାକ୍ଟ୍ରି ସ୍ଥାପନ, ଗରିବ ଆଦିବାସୀଙ୍କୁ ଦେବ ରୋଜଗାର

    କନ୍ଧମାଳରେ ଏକ ଆମ୍ବ ଜୁସ୍ ଫାକ୍ଟ୍ରି ସ୍ଥାପନ, ଗରିବ ଆଦିବାସୀଙ୍କୁ ଦେବ ରୋଜଗାର

    କନ୍ଧମାଳ ଜିଲ୍ଲାରେ ଯୁଆଡେ ଯାଆନ୍ତୁ, ଏବେ ସବୁଠି ଆମ୍ବର ସମ୍ଭାର। ପ୍ରତି ଘର ଆଗରେ କୁଢ କୁଢ ଆମ୍ବ, ଆମ୍ବ ରସ, ଟାକୁଆ ପଡିଛି। ପାଚିଲା ଆମ୍ବରୁ ଆମ୍ବ ସଢା, ଆମ୍ବ ଶୁଖା ପ୍ରସ୍ତୁତ କରିବାରେ ସମସ୍ତେ ନିମଗ୍ନ। ତାକୁ ବିକି ଦୁଇ ପଇସା ରୋଜଗାର ଲକ୍ଷ୍ୟରେ ସ୍ଥାନୀୟ ବାସିନ୍ଦା। ଜିଲ୍ଲାରେ ରାଜ୍ୟର ଅନ୍ୟ ସ୍ଥାନଠାରୁ ଅଧିକ ଆମ୍ବ ଗଛ ରହିଛି। ଏବେ ଆମ୍ବ ପାଚିବାର ସମୟ। ପାଚିଲା ଆମ୍ବ ବାସ୍ନାରେ ମହକୁଛି ଖଣ୍ଡମଣ୍ଡଳ। ଆଉ ଏହି ଆମ୍ବରୁ ଗରିବ ଖଟିଖିଆ ପରିବାର ସବୁ ଦୁଇ ପଇସା ରୋଜଗାର କରିବାରେ ଲାଗିଛନ୍ତି। କନ୍ଧମାଳରେ ହେଉଥିବା ଆମ୍ବ ମଧ୍ୟରେ ମାଳୁଆ ବା ଠୁରୀ ଆମ୍ବର ଚାହିଦା ଅଧିକ। ଏହା ପୁରା ମିଠା ନୁହେଁ,,, ଖଟା ମିଠା ମିଶ୍ରିତ। ପାଚିଲା ଠୁରୀ ଆମ୍ବ ରୁ ପ୍ରସ୍ତୁତ ଆମ୍ବ ସୁଖାର ଭଲ ଚାହିଦା ରହିଛି। ତେଣୁ ସ୍ଥାନୀୟ ଲୋକେ ଗଛରୁ ଆମ୍ବ ତୋଳି ତାକୁ ଧୋଇବା ପରେ ଛୁରିରେ କାଟି ଟାକୁଆକୁ ଅଲଗା କରିବା ସହ ଖରାରେ ଶୁଖାଇଥାନ୍ତି। ଯାହାକୁ ଚମ୍ପେଇତ ପ୍ରସ୍ତୁତ ହୋଇଥାଏ। ଏହି ଚମ୍ପେଇତକୁ କିଲୋ ପିଛା ୫୦-୬୦ ଟଙ୍କାରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ଆଉ କିଛି ଆମ୍ବକୁ ଚିପୁଡି ତାର ରସକୁ ଖରାରେ ଶୁଖାଇ ଆମ୍ବ ଶଢ଼ା କରିଥାନ୍ି। ଆମ୍ବ ଟାକୁଆକୁ ଶୁଖାଇ ତାର କୋଇଲିକୁ ବଜାରରେ ବିକ୍ରି କରିଥାନ୍ତି। ଆମ୍ଵ ଟାକୁଆ ଖୋଳକୁ ଜାଳେଣି ଭାବେ ବ୍ୟବହାର କରିଥାନ୍ତି। ଆମ୍ବକୁ ଏପରି ଭାବେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଅଧିବାସୀ ଓ ସ୍ଥାନୀୟ ଜନସାଧାରଣ ଦୁଇ ପଇସା ରୋଜଗାର କରିଥାନ୍ତି।

    ତେବେ ସେ ଯାହା ରୋଜଗାର କରୁଛନ୍ତି, ତାହା ସନ୍ତୋଷଜନକ ନୁହେଁ। ତେଣୁ ରାଜ୍ୟ ସରକାର ଏହି ଅଂଚଳରେ ଏକ ଆମ୍ବ ଜୁସ୍ କାରଖାନା କଲେ ଅଞ୍ଚଳବାସୀ ନିଯୁକ୍ତି ପାଇବା ସହ ଭଲ ଦୁଇ ପଇସା ରୋଜଗର କରିପାରନ୍ତେ ବୋଲି ଆଶା କରୁଛନ୍ତି।

  • ହଟିଲା ପ୍ରତିବନ୍ଧକ, ଆସନ୍ତା ୧୩ରୁ ସାମ୍ବାଦିକ ଲୋକସେବା ଭବନକୁ ଯାଇପାରିବେ

    ହଟିଲା ପ୍ରତିବନ୍ଧକ, ଆସନ୍ତା ୧୩ରୁ ସାମ୍ବାଦିକ ଲୋକସେବା ଭବନକୁ ଯାଇପାରିବେ

    ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ ଥିବା ପ୍ରତିବନ୍ଧକ ଉଠିଲା। ଜୁନ୍ ୧୩ ତାରିଖରୁ ଲୋକସେବା ଭବନର ଗେଟ୍ ଉନ୍ମୁକ୍ତ ହେବ। ରାଜ୍ୟରେ ସରକାର ବଦଳିବା ସହ ବଦଳୁଛି ନିୟମ। ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି। ୧୨ରେ ନୂଆ ସରକାର ଗଠନ ପରେ ବିଜେଡି ସରକାର ଦ୍ବାରା ଲାଗୁ ହୋଇଥିବା ନିୟମ ହଟିବା ସହ ୧୩ ତାରିଖରୁ ସାମ୍ବାଦିକ ଲୋକସେବା ଭବନ ଭିତରକୁ ଖବର ସଂଗ୍ରହ ପାଇଁ ଯାଇପାରିବେ। ଏହି ପ୍ରତିବନ୍ଧକ କରୋନା ପାଇଁ ମାର୍ଚ୍ଚ ୨୦୨୦ରୁ ପୁରୁଣା ସରକାର ଲଗାଇଥିଲା। କରୋନା ଶେଷ ହେଲା, ହେଲେ ପ୍ରତିବନ୍ଧକ ବଳବତ୍ତର ରହିଥିଲା। ଯାହାକୁ ନେଇ ସାଧାରଣଜନତା, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିଲା। ବିଜେପି ବାରମ୍ବାର ଦାବି କରିଥିଲା ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ଦେବାକୁ। କିନ୍ତୁ ଏହାକୁ ନବୀନ ସରକାର ଗୁରୁତ୍ବ ଦେଇନଥିଲା। ଏବେ ବିଜେପି ସରକାର ଆସିଥିବାରୁ ଏହି କଟକଣାକୁ ଉଠାଇ ଦିଆଯାଇଛି। ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଖୁସିର ଲହରୀ। ଗଣତନ୍ତ୍ରକୁ ସୁରୁଖୁରୁରେ ଆଗେଇ ନେବାକୁ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଆସୁଛି। ସରକାର ଓ ସାମ୍ବାଦିକ ମିଳିତ ଭାବେ କାମ କରିବା ଗଣତନ୍ତ୍ରପାଇଁ ଶୁଭଙ୍କର ହୋଇଥାଏ। ହେଲେ ଦୁର୍ନୀତିରେ ଲିପ୍ତ ସରକାର ଗଣତନ୍ତ୍ର ଉପରେ ପ୍ରତି ବନ୍ଧକ ଲଗାଇଥାଏ।

    ରାଜ୍ୟରେ ବିଜେପି ସରକାର ଗଠନ ହେବା ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ହେଉଛି ବହୁ ପରିବର୍ତ୍ତନ । ନବୀନ ସରକାର ଦ୍ବାରା ଯେଉଁ ସବୁ କଟକଣା ଜାରି କରାଯାଇଥିଲା, ସେସବୁ ମଧ୍ୟରୁ ଅନେକକୁ ହଟା ଚାଲିଛି। ଯାହା ସ୍ପଷ୍ଟ କରୁଛି କି,ସବୁ କଟକଣା କିଛି ମୁଷ୍ଟିମେୟ ଲୋକଙ୍କ ଫାଇଦା ପାଇଁ ଥିଲା।

  • ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ?

    ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ?

    କିଏ ହେବ ଓଡିଶାର ସିଏମ୍ ? ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଛି। ଓଡିଶା ବିଧାନସଭା ନିର୍ବାଚନ ଶେଷ ହୋଇଛି ଏବଂ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜେପି ଏକ ଚମତ୍କାର ବିଜୟ ହାସଲ କରିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କୁ ବିଚାର କରିବାର ସମୟ ଆସିଛି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ କିଏ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଓଡିଶା ମୁକୁଟ କାହା ମୁଣ୍ଡରେ ପିନ୍ଧାଇବ? ବାସ୍ତବରେ, ଏମିତିବି ସିଏମ୍ ପ୍ରସଙ୍ଗରେ ବିଜେପି ପ୍ରାୟତଃ ଆଶ୍ଚର୍ଯ୍ୟଜନକକାର୍ଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନ କିଛି ନାମ ଅଛି ଯେଉଁମାନେ ସିଏମ୍ ପଦବୀ ପାଇଁ ଦୌଡ଼ରେ ଆଗ ଧାଡିରେ ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ଏବଂ ଲକ୍ଷ୍ମଣ ବାଗ, ଏହି ନାମଗୁଡ଼ିକ ହେଉଛି ଓଡିଶାର ସିଏମ୍ ଦୌଡ଼ରେ । ଜୁନ୍ ୧୦ରେ ରାଜ୍ୟରେ ବିଧାନସଭା ଦଳର ଏକ ବୈଠକ ହୋଇପାରେ, ଯେଉଁଥିରେ ନୂତନ ସିଏମଙ୍କ ନାମ ଘୋଷଣା କରାଯାଇପାରେ ।

    ୧୪୭ ସଦସ୍ୟ ବିଶିଷ୍ଟ ଓଡିଶା ବିଧାନସଭାରେ ୭୮ଟି ସିଟ୍ ଜିତି ବିଜେପି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନବୀନ ପଟ୍ଟନାୟକ ସରକାରଙ୍କ ୨୪ ବର୍ଷର ଶାସନକୁ ଗୋଟିଏ ଝଟକାରେ ବିଜେପି ଶେଷ କରିଦେଇଛି। ବିଜୁ ଜନତା ଦଳ ୫୧ଟି ଆସନ ଜିତିଛି। ତେବେ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ କିଛି ଅନୁତାପ କରନ୍ତି ନାହିଁ। ଓଡିଶାରେ ବିଜେପି ଜିତିଛି, ସିଏମ୍ କରିବା ପାଇଁ ଏବେ ଟର୍ନ୍। ନୂଆ ସିଏମ ଓଡିଶାର ମାଟିର ପୁଅ ହେବ ବୋଲି ବିଜେପି ପୂର୍ବରୁ କହିସାରିଛି। ଏହା ପରେ କାହାକୁ ଓଡିଶାର ନିର୍ଦ୍ଦେଶ ଦିଆଯିବ ସେନେଇ ଆଲୋଚନା ଚାଲିଛି। ଧର୍ମେନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ବାଗ କିମ୍ବା ମନମୋହନ ସାମଲ, ଏହି ତିନୋଟି ନାମ ପାଇଁ ବଜାର ଗରମ |

  • ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ଯାଜପୁର ସାଂସଦ ଭାବେ ରବୀନ୍ଦ୍ର ନାରାୟଣ ବେହେରା ବିଜୟୀ ହେବା ପରେ ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସେ ପ୍ରଥମ ଥର ବିଜୟୀ ହେବା ପରେ ସେ ଆଜି ଠାରୁ ନିଜ କାମ ଆରମ୍ଭ କରିଛନ୍ତି। ସେ ଜଣେ ସାଧାରଣ କର୍ମୀ ଭାବେ ଯାଜପୁର ବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଜିଲ୍ଲାବାସୀଙ୍କ ପାଇଁ ସେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଏହି ଅବସରରେ ବହୁ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ରହି ରବୀନ୍ଦ୍ର ଶୁଭେଛା ଜଣାଇଥିଲେ।