କନ୍ଧମାଳରେ ଏକ ଆମ୍ବ ଜୁସ୍ ଫାକ୍ଟ୍ରି ସ୍ଥାପନ, ଗରିବ ଆଦିବାସୀଙ୍କୁ ଦେବ ରୋଜଗାର

କନ୍ଧମାଳ ଜିଲ୍ଲାରେ ଯୁଆଡେ ଯାଆନ୍ତୁ, ଏବେ ସବୁଠି ଆମ୍ବର ସମ୍ଭାର। ପ୍ରତି ଘର ଆଗରେ କୁଢ କୁଢ ଆମ୍ବ, ଆମ୍ବ ରସ, ଟାକୁଆ ପଡିଛି। ପାଚିଲା ଆମ୍ବରୁ ଆମ୍ବ ସଢା, ଆମ୍ବ ଶୁଖା ପ୍ରସ୍ତୁତ କରିବାରେ ସମସ୍ତେ ନିମଗ୍ନ। ତାକୁ ବିକି ଦୁଇ ପଇସା ରୋଜଗାର ଲକ୍ଷ୍ୟରେ ସ୍ଥାନୀୟ ବାସିନ୍ଦା। ଜିଲ୍ଲାରେ ରାଜ୍ୟର ଅନ୍ୟ ସ୍ଥାନଠାରୁ ଅଧିକ ଆମ୍ବ ଗଛ ରହିଛି। ଏବେ ଆମ୍ବ ପାଚିବାର ସମୟ। ପାଚିଲା ଆମ୍ବ ବାସ୍ନାରେ ମହକୁଛି ଖଣ୍ଡମଣ୍ଡଳ। ଆଉ ଏହି ଆମ୍ବରୁ ଗରିବ ଖଟିଖିଆ ପରିବାର ସବୁ ଦୁଇ ପଇସା ରୋଜଗାର କରିବାରେ ଲାଗିଛନ୍ତି। କନ୍ଧମାଳରେ ହେଉଥିବା ଆମ୍ବ ମଧ୍ୟରେ ମାଳୁଆ ବା ଠୁରୀ ଆମ୍ବର ଚାହିଦା ଅଧିକ। ଏହା ପୁରା ମିଠା ନୁହେଁ,,, ଖଟା ମିଠା ମିଶ୍ରିତ। ପାଚିଲା ଠୁରୀ ଆମ୍ବ ରୁ ପ୍ରସ୍ତୁତ ଆମ୍ବ ସୁଖାର ଭଲ ଚାହିଦା ରହିଛି। ତେଣୁ ସ୍ଥାନୀୟ ଲୋକେ ଗଛରୁ ଆମ୍ବ ତୋଳି ତାକୁ ଧୋଇବା ପରେ ଛୁରିରେ କାଟି ଟାକୁଆକୁ ଅଲଗା କରିବା ସହ ଖରାରେ ଶୁଖାଇଥାନ୍ତି। ଯାହାକୁ ଚମ୍ପେଇତ ପ୍ରସ୍ତୁତ ହୋଇଥାଏ। ଏହି ଚମ୍ପେଇତକୁ କିଲୋ ପିଛା ୫୦-୬୦ ଟଙ୍କାରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ଆଉ କିଛି ଆମ୍ବକୁ ଚିପୁଡି ତାର ରସକୁ ଖରାରେ ଶୁଖାଇ ଆମ୍ବ ଶଢ଼ା କରିଥାନ୍ି। ଆମ୍ବ ଟାକୁଆକୁ ଶୁଖାଇ ତାର କୋଇଲିକୁ ବଜାରରେ ବିକ୍ରି କରିଥାନ୍ତି। ଆମ୍ଵ ଟାକୁଆ ଖୋଳକୁ ଜାଳେଣି ଭାବେ ବ୍ୟବହାର କରିଥାନ୍ତି। ଆମ୍ବକୁ ଏପରି ଭାବେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଅଧିବାସୀ ଓ ସ୍ଥାନୀୟ ଜନସାଧାରଣ ଦୁଇ ପଇସା ରୋଜଗାର କରିଥାନ୍ତି।

ତେବେ ସେ ଯାହା ରୋଜଗାର କରୁଛନ୍ତି, ତାହା ସନ୍ତୋଷଜନକ ନୁହେଁ। ତେଣୁ ରାଜ୍ୟ ସରକାର ଏହି ଅଂଚଳରେ ଏକ ଆମ୍ବ ଜୁସ୍ କାରଖାନା କଲେ ଅଞ୍ଚଳବାସୀ ନିଯୁକ୍ତି ପାଇବା ସହ ଭଲ ଦୁଇ ପଇସା ରୋଜଗର କରିପାରନ୍ତେ ବୋଲି ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *