Category: ରାଜ୍ୟ ଖବର

  • କାଶିପୁର: ଚେରକଟା ପର୍ଯ୍ୟଟନ ପ୍ରତି ନାହିଁ ସରକାରଙ୍କ ନିଘା

    କାଶିପୁର: ଚେରକଟା ପର୍ଯ୍ୟଟନ ପ୍ରତି ନାହିଁ ସରକାରଙ୍କ ନିଘା

    ଶୀତ ଆସିଲେ ଜମେ ବଣଭୋଜିର ଆସର। ଲୋକେ ବଣଭୋଜି ପାଇଁ ବାଛିଥାନ୍ତି ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ । ସେଥିପାଇଁ ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଚେରକଟାକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ। ଲୋକେ ବଣ ଭୋଜି ପାଇଁ ଶହ ଶହ ସଂଖ୍ଯାରେ ସେଠାକୁ ଧାଉଁଛନ୍ତି। ରନ୍ଧାବଢା କରି ଖାଇବା ସହ ଚେରକଟାରେ ଥିବା ଜଳପ୍ରପାତର ମଜା ନେଉଛନ୍ତି। ଚେରକଟାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି।

    ପର୍ଯ୍ୟଟକଙ୍କ ଆଗମନରୁ ସ୍ଥାନୀୟ ଅଞ୍ଚଳର ଗରିବ ଅଧିବାସୀଙ୍କ ମଧ୍ୟରେ ମଧ୍ୟ ଖୁସି। କାରଣ ସେମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା କାଠକୁ ଭୋଜିପାଇଁ ପର୍ଯ୍ୟଟକ କିଣୁଛନ୍ତି, ଯାହା ତାଙ୍କୁ ଦୁଇ ପଇସା ରୋଜଗାର କରିବାରେ ସହାୟକ ହେଉଛି। ହେଲେ ଏହି ଜଳପ୍ରପାତ ଆଜି ମଧ୍ୟ ପ୍ରସିଦ୍ଧି ଲାଭ କରିପାରି ନାହିଁ। ତେଣୁ କେବଳ ରାୟଗଡା ଓ ଆଖପାଖ ଜିଲ୍ଲାର ଲୋକେ ଏଠାକୁ ଆସିଥାନ୍ତି।

    ଏହା ବ୍ୟତୀତ, ଏଠାକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଏହା ବ୍ୟତୀତ, ସରକାରଙ୍କ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ସରକାର ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଡଷ୍ଟବିନଟିଏ ଯୋଗାଇ ଦିଆଯାଇ ନାହିଁ କି କୌଣସି ସଚେତନ କରାଯାଉ ନାହିଁ। ତେଣୁ ଲୋକେ ବଣଭୋଜି କରିବା ସହ ସେହି ସ୍ଥାନରେ ସେମାନଙ୍କ ବ୍ୟବହୃତ ସାମଗ୍ରୀ ସେଠାରେ ପକାଇ ଚାଲିଯାଉଛନ୍ତି। ଫଳରେ ସ୍ଥାନଟି ଅଳିଆ ଆବର୍ଜନାରେ ପୂରି ଯାଇଛି। ଏସବୁର ସୁ ପରିଚାଳନା ପାଇଁ ଏଠାକୁ ଆସୁଥିବା ଲୋକମାନେ ଦାବି କରୁଛନ୍ତି

    ସରକାର ପର୍ଯ୍ୟଟନକୁ ଶିଳ୍ପର ଆଖ୍ୟା ଦେଇ ଏହାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ରାୟଗଡା ଜିଲ୍ଲାର ଏହି ପର୍ଯ୍ୟଟନସ୍ଥଳିର ବିକାଶ ଉପରେ ନାହିଁ ସରକାରଙ୍କ ନଜର। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ସରକାର ଦୃଷ୍ଟି ଦେଲେ ଆଗାମୀ ଦିନରେ ଏହି ପର୍ଯ୍ୟଟନସ୍ଥଳୀ ପ୍ରତି ଆହୁରି ଅଧିକ ଲୋକ ଆକୃଷ୍ଟ ହେବେ ବୋଲି ମତପ୍ରକାଶ ପାଉଛି।

  • ରେଲୱେ ଟ୍ରାକରୁ ବଣିକ ସଂଘ ସଭାପତିଙ୍କ  ମୃତଦେହ ଉଦ୍ଧାର

    ରେଲୱେ ଟ୍ରାକରୁ ବଣିକ ସଂଘ ସଭାପତିଙ୍କ ମୃତଦେହ ଉଦ୍ଧାର

    ବଲାଙ୍ଗିର ସଦର ଥାନା ଖୁଜେନପାଲି ରେଲୱେ ଟ୍ରାକରୁ ଜିଲ୍ଲା ବଣିକ ସଂଘ ସଭାପତି ତ୍ରିପୁରାରି ପାଣିଗ୍ରାହୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ରେଲୱେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । ତେବେ ତ୍ରିପୁରାରି ପାଣିଗ୍ରାହୀଙ୍କ କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କର ଏପରି ଅବସ୍ଥାର ମୃତଦେହ ମିଳିବା ସମସ୍ତଙ୍କୁ ସ୍ତବ୍ଧ କରିଛି।


    ତେବେ ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲା ବଣିକ ସଂଘର ସଭାପତି ଥିବା ସହ ଜଣେ ଜଣାଶୁଣା ବ୍ୟବସାୟୀ ମଧ୍ୟ ଥିଲେ।ତେବେ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି ପୁଲିସ ।

  • ମେଳା ବୁଲିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

    ମେଳା ବୁଲିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

    ଚମ୍ପୁଆ ବ୍ଲକ ସରେଇ ବୈତରଣୀ ନଦୀ ପଠାରେ ଥିବା କେଶରୀ କୁଣ୍ଡରେ ଲାଗିଛି ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ । ବୈତରଣୀ ନଦୀ ପଠାରେ ଥିବା ବିଶାଳ ପଥର ଚଟାଣ ମଧ୍ୟରେ ଥିବା କୁଣ୍ଡ ଭିତରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଉ ଥିବା ଦେଖିବାକୁ ମିଳିଛି। ତେବେ କୁଣ୍ଡ ଭିତରେ ଥିବା ପାଣିରେ ବୁଡ଼ ପକାଇଲେ ପାପ କ୍ଷୟ ହେବା ସହ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ଲୋକ ମତ ରହିଛି। ବିଶେଷ କରି ମକର ସଂକ୍ରାନ୍ତି ରେ ଏଠାରେ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ କରିବାର ଲୋକ ମତ ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

    ତେବେ ଚମ୍ପୁଆ ସଦର ମହକୁମା ଠାରୁ ମାତ୍ର ୧0 କି. ମି. ଦୂର ଏହି କେଶରୀକୁଣ୍ଡ । ମକର ମେଳାରେ ବୈତରଣୀ ନଦୀର ଉଭୟ ପାର୍ଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଲୋକେ ବୈତରଣୀ ନଦୀ ସହ ଏହି ପବିତ୍ର କୁଣ୍ଡରେ ବୁଡ଼ ପକାଇ ନିକଟସ୍ଥ ଶୈବ ପୀଠରେ ପୂଜା ଅର୍ଚନା କରିବା ପରେ ସାଙ୍ଗରେ ନେଇଥିବା ପିଠା ପଣା ଖାଇ ମକର ମେଳାର ମଜା ଉଠାଇଥାନ୍ତି

  • ବିଜେପିରେ ଯୋଗ ଦେବା ସହ ବିଜେଡ଼ିର କୁଶାସନ ଉପରେ ଭୟଙ୍କର ବର୍ଷିଲେ ନେତା ଓ କର୍ମୀ

    ବିଜେପିରେ ଯୋଗ ଦେବା ସହ ବିଜେଡ଼ିର କୁଶାସନ ଉପରେ ଭୟଙ୍କର ବର୍ଷିଲେ ନେତା ଓ କର୍ମୀ

    ଆଗକୁ ସାଧାରଣ ନିର୍ବାଚନ ଏବେଠୁ ଅସମ୍ଭାଳ ହେଲେଣି ରାଜନୈତୀକ ଉଷ୍ମତା ନେତାମାନେ ଆରମ୍ଭ କଲେଣି ଏ ଦଳରୁ ସେ ଦଳକୁ ଡେଇଁବା । ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ର ରସୁଲପୁରବ୍ଲକ ର ଦସ ଗୋଟି ପଞ୍ଚାୟତରେ ଶଙ୍ଖ ଛାଡି ପଦ୍ମ ଧରିଲେଣି ବିଜେଡି ନେତା, ସୁଚନା ଅନୁସାରେ ରସୁଲପୁର ବ୍ଲକ ଅନ୍ତର୍ଗତ ମୂଳାପାଳ ଛକ ନିକଟରେ ବରୀ ବିଜେପି ନେତା ଉମେଶ ଜେନା ଙ୍କ ନେତୃତ୍ୱରେ ଏକ ବିରାଟ ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା ।ଏହି କ୍ରମରେ ବରୀ ରସୁଲପୁରବ୍ଲକ ଦଶ ପଂଚାୟତ ର ଶହ ଶହ କର୍ମୀ ଓ ମୁଖ୍ୟ ଆକର୍ଷଣ ରାଜେନ୍ଦ୍ରପୁର ପଂଚାୟତ ପୂର୍ବତନ ସରପଞ୍ଚ ଶୁଶାନ୍ତ କୁମାର ବେହେରା ଏବଂ ସାମନ୍ତରାପୁର ପଂଚାୟତ ର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମହାଲିକ ବିଜୁଜନତା ଦଳ ତଥା ଶଙ୍ଖ କୁ ପରିତ୍ୟାଗ କରି ବିଧିବଧ ଭାବେ ଭାରତୀୟ ଜନତା ପାର୍ଟି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିକାସ ଧାରାରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗ ଦେବା ସହ ବିଜେଡ଼ିର କୁଶାସନ ଉପରେ ଭୟଙ୍କର ବର୍ଶିବା ସହ ରସୁଲପୁର ର ଦଶ ପଂଚାୟତ କିଛି ଦଲାଲ୍ ଙ୍କ ପାଖରେ ବନ୍ଧା ପଡ଼ିଥିବା ମତ ରଖିଥିବା ସୂଚନା….

    ଏହି କ୍ରମରେ ଜିଲ୍ଲା ସଭାପତି ଗୌତମ ରାୟ, ଡଃ ରବୀନ୍ଦ୍ର ନାରାୟଣ ବେହେରା ମଞ୍ଚ ପରିଚାଳନା ରେ ଆଶୁତୋଷ ପରିଡ଼ା ଜିଲ୍ଲା ସଂପାଦକ ମୁକୁନ୍ଦ ମହାନ୍ତି ମଣ୍ଡଳ ସଭାପତି ଲକ୍ଷ୍ମୀଧର ପତି ଏବଂ ଅନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ରହି ବିଜେଡି ଉପରେ ଭୟଙ୍କର ବର୍ସିବା ସହ ବରୀ ରେ କେଉଁ ଭଳି ଭାବେ ଘରେ ଘରେ ପଦ୍ମ ଫୁଟିବ ଏ ନେଇ ନୂତନ ମିଶ୍ରିତ ନେତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ !!

  • ବଲାଙ୍ଗୀରରେ ୨୨ତମ ଲୋକ ଉତ୍ସବ ଅନୁଷ୍ଠିତ

    ବଲାଙ୍ଗୀରରେ ୨୨ତମ ଲୋକ ଉତ୍ସବ ଅନୁଷ୍ଠିତ

    ଲୋକ ଉତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ମହକୁମା ସ୍ତିତ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥର ଫେବୃଆରୀ ୭ରୁ ୧୧ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ହେଇଥିବା ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ପୂର୍ବ ବର୍ଷର ଅଡିଟ ରିପୋର୍ଟ ପ୍ରକାଶ ସହ ଖର୍ଚ୍ଚ ବାବଦରେ ହିସାବ ଦେଇଥିଲେ ସଂସ୍କୃତି ଅଧିକାରୀ । ଏହି ସମ୍ମିଳନୀରେ ଲୋକ ଉତ୍ସବକୁ ବୁଦ୍ଧିଜୀବୀ ଏବଂ ଲୋକଙ୍କ ଦ୍ୱାରା କରାଯିବାକୁ ନେଇ ଥିବା ପ୍ରସ୍ତାବକୁ ସମସ୍ତେ ସମର୍ଥନ ଜାଣଇଥିଲେ । ଏକ କୋର କମିଟି ଗଢାଯିବା ସହ ଅନେକ ସବ-କମିଟି ଗଠିତ ହୋଇଛି । ଏହି କୋର କମିଟି ସମ୍ପୂର୍ଣ୍ଣ ମହୋତ୍ସବ ଭାର ସମ୍ଭାଳିବ । ଫାଇନାନ୍ସ ସବ-କମିଟିର ସଭାପତି ଭାବେ ଶ୍ରୀକର ମିଶ୍ର ମନୋନୀତ ହେଇଥିବା ବେଳେ ସ୍ମରଣିକା କମିଟି ଅଧ୍ୟକ୍ଷ ରୂପେ ସନ୍ଦୀପ କୁଅଁର, ପବ୍ଲିସିଟି କମିଟି ସଭାପତି ବୀରେନ୍ଦ୍ର କୁମାର ଝାଙ୍କର, ପଡିଆ ମ୍ୟାନେଜମେଣ୍ଟ ସଭାପତି ଗୋପାଳ ପ୍ରଧାନ, ଖାଦ୍ୟ କମିଟି ସଭାପତି ସୋମନାଥ ମିଶ୍ର , ସେମିନାରର ସଞ୍ଜୟ ମିଶ୍ର ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହେଇଥିଲେ । ସଂସ୍କୃତି କମିଟିର ବାସୁଦେବ ସା, ରିସେପସନ କମିଟିର ଚିତ୍ତରଞ୍ଜନ ଦାଶ ସଭାପତି ରୂପେ ମନୋନୀତ ହେଇଥିବା ବେଳେ ଷ୍ଟେଜ କମିଟି ମୁଖ୍ୟ ଭାବେ ସଙ୍ଗୀତା ଦାଶ, ରାମ ପ୍ରସାଦ ଦାଶ ମନୋନୀତ ହେଇଛନ୍ତି । ଏହି ଉତ୍ସବରେ ପଲ୍ଲିଶ୍ରୀ ମେଳାର ମଜା ଲୋକମାନେ ନେଇପାରିବେ । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

  • ଶିଳ୍ପାନୁଷ୍ଠାନରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ଯ

    ଶିଳ୍ପାନୁଷ୍ଠାନରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ଯ

    ଘନ ଘନ ସାଇରନ ଭିତରେ କମ୍ପିଉଠିଥିଲା ପାରାଦୀପ। କମ୍ପାନୀ ସାରା ଦୌଡୁଥିଲା ଆମ୍ବୁଲାନ୍ସ। ବନ୍ଦର ନଗରୀର ରାସ୍ତାରେ ତିଆରି ହୋଇଥିଲା ଗ୍ରୀନ କରିଡର ଓ କମ୍ପାନୀ ରୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଆହତ ଶ୍ରମିକମାନଙ୍କୁ। ତେବେ ଏହା କୌଣସି ବିସ୍ଫୋରଣ ବା ଗ୍ୟାସ ଲିକ ଜନିତ ଦୁର୍ଘଟଣା ନ ଥିଲା। ଥିଲା ମକଡ୍ରିଲ। ଦ୍ରୁତ ଶିଳ୍ପାୟନ ପାଇଁ ଅନେକ ସମୟରେ ବିଭିନ୍ନ କାରଖାନାମାନଙ୍କରେ ଯାନ୍ତ୍ରିକ ତ୍ରୁଟି ବା ବିଷାକ୍ତ ରାସାୟନିକ ନିର୍ଗମନରୁ ଆକସ୍ମିକ ବିପର୍ଯୟ ଘଟୁଛି।

    ଏହାକୁ ପ୍ରତିହତ କରିବାକୁ ଜାତୀୟସ୍ତରରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ଯ। ଗୁରୁବାର ଦିନ, ବନ୍ଦର ନଗରୀ ପାରାଦ୍ଵୀପରେ ହୋଇଯାଇଛି ମକଡ୍ରିଲ। ପାରାଦୀପରେ ଗଛିତ ଅଛି ୧ ଲକ୍ଷ ୨୦ ହଜାର ଟନ୍ ର ଆମୋନିଆ ଗ୍ୟାସ ସହିତ ବହୁ ମାରାତ୍ମକ କେମିକାଲ। ଯଦି କୌଣସି ଦୁର୍ଘଟଣା ହୁଏ ଧନଜୀବନକୁ କିପରି ସୁରକ୍ଷିତ ରଖାଯାଇ ପାରିବ ତାକୁ ନେଇ ତାଲିମ ଦିଆଯାଇଛି।

    ଏଥିରେ ଇଫକୋ ସାର କାରଖାନା ସମେତ ୪ ଟି ଶିଳ୍ପସଂସ୍ଥାର ସୁରକ୍ଷା କର୍ମୀ ଓ ଟେକନିସିଆନଙ୍କୁ ଅଗ୍ନିଶମ ବିଭାଗ, ଏନ ଡ଼ି ଆର ଏଫ ପକ୍ଷରୁ ତାଲିମ ଦିଆଯାଇଛି। ଗ୍ୟାସ ଲିକ ରୋକିବା ଏବଂ ଏହାର ମରାମତି ଓ ଗ୍ୟାସ ଲିକ ଜନିତ ଦୁର୍ଘଟଣା ର ଶିକାର ହୋଇଥିବା କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାର କଳାକୌଶଳ ପ୍ରଦର୍ଶନ କରାଯାଇଛି l

    ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅସନବଣୀ ସ୍ଥିତ ଡ଼ାଇନା ଫୋମସ ଶିଳ୍ପାଞ୍ଚଳ ପରିସରରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏହି ମୋକଡ୍ରିଲରେ ଓଡ୍ରାଫ୍ଟ ଟିମ,ଅଗ୍ନିଶମ ବିଭାଗ, ଟାଟା ପାୱାର ପରି ସଂସ୍ଥା ସାମିଲ ହୋଇ ପ୍ରଶିକ୍ଷଣ ଦେଇଛନ୍ତି।

    ଭୋପାଳ ଗ୍ୟାସ ଦୁର୍ଘଟଣା ତଥା ବିଭିନ୍ନ କମ୍ପାନୀରେ ଘଟୁଥିବା ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏହି ମକଡ୍ରିଲର ଆୟୋଜନ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ କରାଯାଉଛି। ଏଥିରେ ଉଭୟ ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।

  • କୃଷ୍ଣଙ୍କ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମମୟ ପୂରା ପରିବେଶ

    କୃଷ୍ଣଙ୍କ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମମୟ ପୂରା ପରିବେଶ

    ଉଦଯାପନୀ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ଵନୀ କୁମାର ପାତ୍ର, ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ ଏବଂ କୋଶଳ କବି ପଦ୍ମଶ୍ରୀ ହଳଧର ନାଗ୍

    କେନ୍ଦୁଝର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ କୃଷ୍ଣଲୀଳା ଲୋକନୃତ୍ୟ ସଂଘ ଆନୁକୂଲ୍ୟରେ ଯୋଡ଼ା ବ୍ଲକ୍, ବଡହୁଣ୍ଡୁଳା ଗ୍ରାମରେ ୩ ଦିନ ଧରି କୃଷ୍ଣଲୀଳା ରାସ ମହାମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ୪୨ ଟି ରାସ ସଙ୍କୀର୍ତ୍ତନ ଦଳ ଗୋଟିଏ ମଞ୍ଚରେ ଯୋଗ ଦେଇ ପାରମ୍ପାରିକ ନାମ ସଙ୍କୀର୍ତ୍ତନ ନୃତ୍ୟ କଳା ପ୍ରଦର୍ଶନ କରି ଲୋକଙ୍କୁ ବିମୋହିତ କରିଥିଲେ । ସଙ୍କୀର୍ତ୍ତନ ଦଳ ଗୁଡିକ ମଧ୍ୟରେ ପ୍ରତିଯୋଗିତା କରାଯାଇ ବିଚାରକଙ୍କ ଦ୍ଵାରା ପ୍ରତି ଦଳ ରୁ ୪ ଜଣ ଲେଖାଏଁ କୃତୀ ପ୍ରତିଭାଙ୍କୁ ଚୟନ କରାଯାଇ ଉଦଯାପନୀ ଉତ୍ସବରେ ମାନପତ୍ର ପ୍ରଦାନ ପୂର୍ବକ ରାସ ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।

    ଏହା ବ୍ୟତୀତ ଜିଲ୍ଲାର ସମସ୍ତ ମନୋନୀତ ବୟୋଜ୍ୟେଷ୍ଠ କଳାକାରଙ୍କୁ ସାରସ୍ଵତ ସଂକୀର୍ତ୍ତନ ସାଧକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାଙ୍କ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ଵନୀ କୁମାର ପାତ୍ର, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ ।

    ସେହିପରି ବଡ଼ବିଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅସିତ୍ ପ୍ରଧାନ ମୁଖ୍ୟବକ୍ତା, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଏବଂ କୋଶଳ କବି ପଦ୍ମଶ୍ରୀ ହଳଧର ନାଗ୍ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂସ୍କୃତିପ୍ରେମୀ ଯୋଗଦେଇଥିଲେ।

  • ‘ମଦର’ ତରଫରୁ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ

    ‘ମଦର’ ତରଫରୁ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ

    ଜଗତସିଂହପୁର ତିର୍ତୋଲ ଆନନ୍ଦ ମଣ୍ଡପ ହଲରେ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ମଦର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ସୁଲେଖିକା ସସ୍ମିତା ଦାସ ଯୋଗ ଦେଇ ସମାଜ ଗଠନରେ ମହିଳାଙ୍କ ଗୁରୁତ୍ବ ଉପରେ ଦୃଷ୍ଟିପାତ କରିଥିଲେ। ସଚରାଚର ସୃଷ୍ଟିର ସର୍ଜନାରେ ପ୍ରକୃତି ବା ନାରୀ ଶକ୍ତିର ଭୂମିକା ପରି ସନ୍ତାନ ଧାରଣଠାରୁ ଆରମ୍ଭ କରି ପରିବାର ପରିଚାଳନା ତଥା ସମାଜ ଗଠନ ଦିଗରେ ମହିଳାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

    ତେଣୁ ସମାଜ ଗଠନରେ ସାରଥୀ ସାଜିବାକୁ ମହିଳାଙ୍କୁ ପ୍ରୋତ୍ସାହିତ କରିବାକୁ ଏହି ସମ୍ବର୍ଦ୍ଧନା ସଭା ମଦର ପକ୍ଷରୁ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଗଣ ମହିଳା ସଶକ୍ତିକରଣର ମହତ୍ବ ସମ୍ପର୍କରେ ସମ୍ୟକ ମତବ୍ୟକ୍ତ କରିଥିଲେ। ମଦର ନିର୍ଦେଶକ ସୁବାସ ରଥ, ଜିଲାରେ ମଦର ତରଫରୁ କରାଯାଉଥିବା ଆର୍ଥୀକ ସଚେତନତା ଓ ସାକ୍ଷରତା ଉପରେ ଗୁରୁତ୍ୱରୋପ କରିଥିଲେ।

    ଏହି ଅବସରରେ ଜିଲ୍ଲାରେ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଉଲେଖ୍ୟନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା 5ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହିପରି ସମ୍ବର୍ଦ୍ଧନାରେ ଉତ୍ସାହିତ ହୋଇ ଆଗାମୀ ଦିନରେ ଅଧିକରୁ ଅଧିକ ମହିଳା ସାମାଜିକ ପରିବର୍ତ୍ତନ ଦିଗରେ କାର୍ଯ୍ୟକରି ଦେଶ ବିଦେଶରେ ସୁନାମ ଅର୍ଜନ କରିବେ।

  • ବରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଏବଂ ଘରେ ଘରେ ଦୀପ ଦାନ

    ବରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଏବଂ ଘରେ ଘରେ ଦୀପ ଦାନ

    ଚଳିତ ମାସ ୨୨ ତାରିଖଦିନ ଅଯୋଧ୍ୟା ରେ ହେବ ପ୍ରଭୁ ଶ୍ରୀରାମଙ୍କ ଭାବ୍ୟ ମନ୍ଦିର ଓ ପ୍ରାଣପ୍ରତିଷ୍ଠା । ଏହି ପ୍ରରିପ୍ରେକ୍ଷୀରେ ବରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଏବଂ ଘରେ ଘରେ ଦୀପ ଦାନ କରାଯାଉଛି l ଗୀତିକାର ଦିଲୀପ ଜେନାଙ୍କ ନେତୃତ୍ୱରେ ଧାରପୁର ପଂଚାୟତ ରେ ଘର ଘର ବୁଲି ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ ବେଶ ହୋଇ ପ୍ରଦୀପ ପ୍ରଜ୍ବଳନ ପାଇଁ ଗ୍ରାମବାସୀ ମାନଙ୍କୁ ନିବେଦନ କରାଯାଇଥିଲା। ଏଥି ସହ ପ୍ରଭୁ ରାମଚନ୍ଦ୍ରଙ୍କ ଉପରେ ଆଧାରିତ ହେମନ୍ତ ଦାସଙ୍କ ନିର୍ଦ୍ଦେଶନାରେ ଏକ ଭଜନ ମଧ୍ଯ ସୁଟିଂ କରାଯାଇଛି ।

    ଏହି କାର୍ଯ୍ୟକ୍ରମରେ ଅଭିନେତା ପ୍ରକାଶ ସୁଧାଂଶୁଙ୍କ ସମେତ ଅନେକ କଳାକାର ଏବଂ ରାମଙ୍କ ଭକ୍ତ ସାମିଲ ହୋଇଥିଲେ। ଏହି ଭଜନରେ ଓଲିଉଡ କଣ୍ଠଶିଳ୍ପୀ ଶ୍ରୀଚରଣ ଓ ପଙ୍କଜ ଝାଲ କଣ୍ଠ ଦାନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

  • ଅପରାଜିତାଙ୍କ ପ୍ରଶ୍ନ- ହୋଡିଂକୁ ନେଇ କାହିଁକି ପାତର ଅନ୍ତର?

    ଅପରାଜିତାଙ୍କ ପ୍ରଶ୍ନ- ହୋଡିଂକୁ ନେଇ କାହିଁକି ପାତର ଅନ୍ତର?

    ରାଜଧାନୀରେ ହୋର୍ଡିଂକୁ ନେଇ ତେଜିଲା ରାଜନୀତି । ବିଏମସି କମିଶନର, ପୋଲିସ କମିଶନରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ହୋର୍ଡିଂ ଉଠାଇବାରେ ପାତରଅନ୍ତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

    ସହରରେ କେବଳ ଶାସକ ଦଳର ହୋର୍ଡିଂ ଲାଗିଥିବା ଅଭିଯୋଗ ଆଣି ଚିଠି ଲେଖିଛନ୍ତି ଅପରାଜିତା ।ଅପରାଜିତା ଅଭିଯୋଗ କରିଛନ୍ତି, ନୂଆବର୍ଷ ପରଦିନ ତାଙ୍କର ସମସ୍ତ ହୋର୍ଡିଂ ବିଏମ୍ସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହଟାଇ ଦେଇଥିଲା ।

    ହେଲେ ଏପର୍ଯ୍ୟନ୍ତ ଶାସକ ଦଳର ହୋର୍ଡିଂ ହଟାଯାଇନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି