Category: ରାଜ୍ୟ ଖବର

  • ଆଦର୍ଶ ସରପଞ୍ଚ ପୁରସ୍କାର ପାଇବେ ଡେରାବିଶ ପଲେଇ ପଞ୍ଚାୟତର ସରପଞ୍ଚ

    ଆଦର୍ଶ ସରପଞ୍ଚ ପୁରସ୍କାର ପାଇବେ ଡେରାବିଶ ପଲେଇ ପଞ୍ଚାୟତର ସରପଞ୍ଚ

    () ନିଜ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଉନ୍ନତି ମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସଫଳ ପୂର୍ବକ ନିୟୋଜିତ କରି ଆଦର୍ଶ ସରପଞ୍ଚ ଭାବେ ମନୋନୀତ ହୋଇଛନ୍ତି ଡେରାବିଶ ପଲେଇ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସାହୁ.। କଳିଙ୍ଗ ଷ୍ଟାଡିୟମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କାର ପାଇବେ। ଅକ୍ଷୟ ପୂର୍ବରୁ ଥରେ ସମିତିସଭ୍ୟ ଓ ଥରେ ସରପଞ୍ଚ ଥିବାବେଳେ ୨୦୨୨ ପଞ୍ଚାୟତ ନିର୍ବାଚନ ରେ ସେ ପୁଣି ଥରେ ପଲେଇ ପଞ୍ଚାୟତ ବାସିଙ୍କ ଦ୍ୱାରା ନିର୍ବାଚିତ ହୋଇ ସରପଞ୍ଚ ହୋଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅକ୍ଷୟ ଲୋକଙ୍କ ପାଖକୁ ପଞ୍ଚାୟତ ପହଞ୍ଚି ବୋଲି ସମସ୍ତ ପ୍ରୟାସ କରି ସଫଳତା ପାଇଛନ୍ତି। ଜଣେ ସୁଯୋଗ୍ୟ ଲୋକ ପ୍ରତିନିଧି ଭାବେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ସହ ବ୍ଲକ ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମରେ ନିଜକୁ ସଦା ସର୍ବଦା ତତ୍ପର ରଖିଥାନ୍ତି । ନିଜ ପଞ୍ଚାୟତକୁ ସେ ଶ୍ରେଷ୍ଠ ପଞ୍ଚାୟତ କରିବେ ବୋଲି ଦୃଢ଼ ଲକ୍ଷ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଦର୍ଶ ସରପଞ୍ଚ ପୁରସ୍କାର ପାଇବା ନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

  • ଭିସା ଷ୍ଟିଲ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

    ଭିସା ଷ୍ଟିଲ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

    ନିଆରା ଢଙ୍ଗରେ ସଡ଼କ ସୁରକ୍ଷା ମାସ ପାଳିଲେ ଭିସା ଷ୍ଟୀଲ କର୍ମଚାରୀ । ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଜ୍ଜିତ ହୋଇ ଲୋକମାନଙ୍କୁ ଗୋଲାପ ଫୁଲ ସହିତ ଚକୋଲେଟ୍ ଦେଇ ସଚେତନ କରାଇଲେ । ସୂଚନା ମୁତାବକ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅନ୍ତର୍ଗତ ଭିସା ଷ୍ଟିଲ ଗ୍ରୁପ ତରଫରୁ ଏକ ପଦଯାତ୍ରା କରି ସଡ଼କ ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଭିସା ଗ୍ରୁପର କର୍ମଚାରୀ ବାସୁଦେବ ପ୍ରଧାନ ଯମ ରାଜାଙ୍କ ବେଶ ଓ ନିର୍ମଳ ଚନ୍ଦ୍ର ବଳ ଚିତ୍ରଗୁପ୍ତ ବେଶ ପରିଧାନ କରି ରାସ୍ତା ଉପରେ ଲୋକମାନଙ୍କୁ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା,ମଦ୍ୟପାନ କରି ଗାଡି ନ ଚଳାଇବା,ଟ୍ରାଫିକ ନିୟମ କୁ ମାନିବା, ଗାଡିଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ଓ ଦ୍ରୁତ ଗତିରେ ଗାଡି ନ ଚଳାଇବା ପାଇଁ ଡ୍ରାଇଭର ମାନଙ୍କୁ ସଚେତନ କରାଇଥିଲେ । ଯେଉଁ ମାନେ ଟ୍ରାଫିକ ନିୟମ କୁ ମାନି ଗାଡି ଚଳାଉଥିଲେ, ସେମାନଙ୍କୁ ଚକଲେଟ ଓ ଫୁଲ ଦେଇ ସମ୍ମାନ ଜଣାଇ ଥିଲେ। ଭିସା ଗ୍ରୁପ ର ଏଭଳି ଏକ ପ୍ରୟାସ କୁ ସାଧାରଣ ଗାଡି ଚାଳକ ମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଦେବା ସହ ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

  • ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖର ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ,ଅଭିଭାବକ , ଶିକ୍ଷାବିତ୍, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟଟି ଦୁଇଟି ଜିଲ୍ଲା ଯାଜପୁର ଓ କେନ୍ଦୁଝରର ମିଳନ ସ୍ଥଳରେ ଗଢି ଉଠି ୨୦୦୮ ମସିହା ରୁ ଲଗାତର ଭାବେ ରାଜ୍ୟସ୍ତରୀୟ ଓ ବ୍ଲକ୍ ସ୍ତରରେ କୃତୀ ଛାତ୍ର ଛାତ୍ରୀ ତିଆରି କରି ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ କଲ୍ୟାଣ କରିଥିବାରୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ।

    ଏଥିରେ ଆୟୋଜିତ ସାଧାରଣ ସଭାରେ ଶିକ୍ଷାବିତ୍ ଘନ୍ ଶ୍ୟାମ ଜେନା , ସଭାପତି ଝାଡେଶ୍ୱର୍ , ଜୁନିୟର ମହବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଯୁଗଳ କିଶୋର ହୋତା, ମୁଖ୍ୟ ଅତିଥି, ଝଡେଶ୍ୱର୍ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ବିଜୟ କୁମାର ସାହୁ, ମୁଖ୍ୟବକ୍ତା, ଅଧ୍ୟାପକ ଡ଼ ନରେନ୍ଦ୍ର କୁମାର ସାହୁ, ପତିତପାବନ ମହାବିଦ୍ୟାଳୟ ର ଅଧ୍ୟାପକ ବିଜୟ କୁମାର ସାହୁ, କୁଶଲେଶ୍ୱର୍ ଆଞ୍ଚ ଲିକ ମହାବିଦ୍ୟାଳୟ ରେକୁଟିଆ, ଅଧ୍ୟାପକ ଡ଼ ଚିତ୍ତରଞ୍ଜନ ନାୟକ, ଜଗନ୍ନାଥ ଜିଉ ମହାବିଦ୍ୟାଳୟ ବାତ୍ତୋ,ଶ୍ରୀ ଶରତ କୁମାର ରାଉତ, ପୂର୍ବତନ ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ପରିଚାଳନା କମିଟି ସଦସ୍ୟ ବାବାଜୀ ଚରଣ ଜେନା ଅତିଥି ପରିଚୟ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

    ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାହୁ ସମସ୍ତ କାର୍ଯ୍ୟକୁ ସଂଯୋଜନା କରିଥିଲେ। ପୁରସ୍କାର ବିତରଣୀ ପରେ ଜୁନିୟର ନଟିଆ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଶକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହାକୁ ସଙ୍ଗୀତ ଗୁରୁ ଦୟାନିଧି ପାତ୍ର ଓ ଗୁରୁଜି ଗୁରୁମାନେ ପରିଚାଳନା କରିଥିଲେ।।

  • ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ()କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ଟେଲାପାଲି ଗ୍ରାମର ନଦୀରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଛି । ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ଆଜି ସକାଳୁ ଶୌଚ ହେବାପାଇଁ ନଦୀକୁ ଯାଇଥିଲେ । ସେଠାରେ ଥିବା ଏକ ନାଳରେ ଏକ ବିରଳ ପ୍ରଜାତିର ପକ୍ଷୀଟିଏ ବସିଥିବା ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ । ପରେ ତାକୁ ଉଦ୍ଧାର କରି ଫିରିଙ୍ଗିଆ ଫରେଷ୍ଟର ପ୍ରବୀଣ ଦାସଙ୍କୁ ଘଟଣା ସମ୍ୱନ୍ଧରେ ଜଣେଇଥିଲେ । ଖବର ପାଇ ଫିରିଙ୍ଗିଆ ଫରେଷ୍ଟର ଟେଲାପାଲି ଗ୍ରାମରେ ପହଂଚିଥିଲେ । ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ପାତ୍ର ମଧ୍ୟ ଟେଲାପାଲି ଗ୍ରାମରେ ପହଂଚି ସୁରକ୍ଷିତ ଭାବେ ଫୁଲବାଣୀକୁ ନେଇଯାଇଥିଲେ । ଉଭୟ ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟରଙ୍କ କହିବା ପ୍ରକାରେ ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ ଆଘାତ ରହିଛି ତେଣୁ ତାକୁ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା କହିଛନ୍ତି।

  • ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ଦିନିକିଆ ବଲାଙ୍ଗୀର ଗ୍ରସ୍ତ ରେ ରହିଥିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ।ଗତକାଲି ପୂର୍ବାହ୍ନରେ ନୂଆପଡ଼ା ଜିଲାରୁ ଆସି ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ । କୁପୋଷଣଠାରୁ ଶିଶୁ ମାନଙ୍କଠାରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ । ଏହା ପରେ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ତଥା ରାଷ୍ଟ୍ରୀୟ ଶିକ୍ଷାନୀତି ବିଷୟରେ ଉଦ୍ବୋଧନ ଦେଇଥିଲେ । ପରେ ମିଶନ ଶକ୍ତି ମହିଳାମାନଙ୍କୁ ଭେଟି ଶାଢୀ ର ପ୍ରଚାରପ୍ରସାର ସହ ଉଚ୍ଚକୋଟିର ଡିଜାଇନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇବାକୁ ପରାମର୍ଶ ଦେଇଥିଲେ ।

    ଏହା ପରେ ଖପ୍ରାଖୋଲର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ବ୍ୟବହାର ଭଲ କଲେ ଜଣେ ରୋଗୀ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହ ରୋଗ ର ପ୍ରଭାବ କମିଥାଏ ବୋଲି ଉପସ୍ଥିତ ଡାକ୍ତର ମାନଙ୍କୁ ଜଣେଇଥିଲେ । ମଧ୍ୟାନ ଭୋଜନ ପୂର୍ବରୁ ସେ ହରିଶଙ୍କର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଉଳବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

  • ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ()କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ବିପିନୀ ବିହାରୀ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଓଏସ୍‌ଡି ରାଜେନ୍ଦ୍ର କୁମାର ରାଉତ, ସମାଜସେବୀ ଅନନ୍ତ ଚରଣ ସ୍ବାଇଁ, ସମ୍ମାନୀତ ଅତିଥ୍‌ ଭାବେ ହରିହର ବେହେରା, ଶିକ୍ଷାବିତଶ୍ୟାମସୁନ୍ଦର ନାୟକ, ମୁଖ୍ୟବକ୍ତା ଭାବେ ସୁଆଁପଦା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପିକେ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅଧକ୍ଷା ତରୁଲତା ପତି ଏବଂ ସମ୍ପାଦକ ସରୋଜକୁମାର ନାୟକଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଶିକ୍ଷକ ସୁକାନ୍ତ ଦେହୁରୀ, ଉର୍ବଶୀ ବିଶ୍ଵାଳ, ମନୋରମା ସାହୁ, ବିକାଶକୁମାର ଜେନା, ବେଣୁଧର ଜେନା, ” ବିଷ୍ଣୁପ୍ରିୟା ପଟ୍ଟନାୟକ, କାହ୍ନୁଚରଣ ଜେନା ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅଭିଭାବକ ଉପସ୍ଥିତ ଥିଲେ।

  • କୋଡିପାରୀ ପଞ୍ଚାୟତ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

    କୋଡିପାରୀ ପଞ୍ଚାୟତ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

    କୋଡ଼ିପାରୀ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଡମ୍ବରୁଧର ମାଝୀଙ୍କ ଦ୍ଵାରା ହେଡକ୍ବାର୍ଟରରେ ୧୬ଟି ଟିମକୁ ନେଇ ପଂଚାୟତ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଅତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଭଲିବଲ ଟୁର୍ନାମେଣ୍ଟରେ ଯୋଡ଼ିପଦର ସହ କୋଡ଼ିପାରି ଝୋଡ଼ିଆ ସାହିର ଫାଇନାଲରେ ମୁକାବିଲା ହୋଇଥିଲା । ଟୁର୍ନାମେଣ୍ଟରେ ଯୋଡ଼ିପଦର ଟିମର ମୁନ୍ନା ନାଏକ, ଭରତ ନାଏକ, କାସିଂ ନାଏକ,କୁନା ନାଏକ, ବରୁଣ ନାଏକ ଏବଂ ରାମ୍ ପ୍ରସାଦ ନାଏକ ଭଲ ପ୍ରଦର୍ଶନ ଦେଖାଇଥିବା ବେଳେ ଯୋଡ଼ିପଦର ଟିମ ଚମ୍ପିୟାନ ହୋଇଥିଲା ।

    ଏହି ଟୁର୍ନାମେଣ୍ଟରେ ଚମ୍ପିୟାନ ଟିମକୁ କୋଡ଼ିପାରି ସରପଞ୍ଚ ଶ୍ରୀ ଡମ୍ବରୁଧର ପୁରସ୍କୃତ କରିଥିବାବେଳେ ରନର୍ସଅପ୍ ହୋଇଥିବା ଟିମ ସମିତି ସଭ୍ୟା ଶ୍ରୀମତୀ ମସ୍ୱିନୀ ବିଡ଼ିକାଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲା ।

  • ବିସ୍ଥାପିତ ମହିଳାଙ୍କ ଦ୍ଵାରା କଳିଙ୍ଗନଗର ମହୋତ୍ସବ ଉଦଘାଟିତ

    ବିସ୍ଥାପିତ ମହିଳାଙ୍କ ଦ୍ଵାରା କଳିଙ୍ଗନଗର ମହୋତ୍ସବ ଉଦଘାଟିତ

    ()ଯାଜପୁର ଜିଲ୍ଲା ଳିଙ୍ଗନଗରରେ ଜମି ହରେଇ ଥିବା ବିସ୍ଥାପିତ ମହିଳାଙ୍କ ଦ୍ଵାରା ଉଦ୍ଘାଟନ ହେଲା କଳିଙ୍ଗନଗର ମହୋତ୍ସବ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଙ୍ଗଳପୁର ପଞ୍ଚାୟତ ତେଲିବାହାଳୀ ମହାପାଟ ପଡିଆରେ କଳିଙ୍ଗନଗର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି ଉତ୍ସବରେ ବିସ୍ଥାପିତ ମହିଳାଙ୍କ ସହିତ ଦୁଇ ବ୍ଲକର ଚେୟାରମ୍ଯାନ ଉପସ୍ଥିତ ଥିଲେ।ଏହି ମହୋତ୍ସବ ଜାନୁଆରୀ ୨୭ ରୁ ଆରମ୍ଭ ହୋଇ ଫ୍ରେବୃଆରି ୨ ତାରିଖ ଯାଏଁ ଚାଲିବ ।

    ଉକ୍ତ ସଭାରେ କଳିଙ୍ଗନଗର ଏଡିମ ନବକ୍ରିଷ୍ଣ ଜେନା, ପୂର୍ବତନ ଏଡିମ ସନ୍ତୋଷ ମିଶ୍ର ଉପସ୍ଥିତ ଥିଲେ। ତେବେ ସିନେ ତାରକା ପୁପିନ୍ଦର ଏହି ମଞ୍ଚ ର ଉପସ୍ଥାପକ ଥିବାବେଳେ ଓଡ଼ିଆ କମେଡିଆନ ରାଜୁ ଦାସ ଓ ବଲିଉଡ଼ ଗାୟିକା ସୋନା ମହାପାତ୍ର ମଞ୍ଚରେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। ପ୍ରଥମେ ମଞ୍ଚରେ ଜାତୀୟ ସଙ୍ଗୀତରେ ଉଦଘାଟନ ସଭା ଆରମ୍ଭ କରାଯାଇଥିଲା। ଜୟ ଜଗନ୍ନାଥ ଧ୍ଵନିରେ ଅଞ୍ଚଳ ପ୍ରକଳ୍ପିତ ହୋଇଥିଲା। ଓଡିଶୀ ନୃତ୍ୟରେ ଦର୍ଶକମାନେ ଶାନ୍ତି ଶୃଙ୍ଖଳତାର ସହିତ ଭରପୁର ଉପଭୋଗ କରିଥିଲେ ।

  • ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର

    ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର

    ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମୋଟା ଛକ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ପଣଷପୁର ଗ୍ରାମର ସମୀର କୁମାର ବେହେରା ଓ ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ଅଭିମନ୍ୟୁ ବେହେରା ।

    ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗୋଟିଏ ବାଇକରେ ୨ ଜଣ ଯୁବକ ଟାଙ୍ଗି ପଟୁ ଖୋର୍ଦ୍ଧା ଅଭିମୁଖେ ଏକ ବାଇକ ଯୋଗେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ମୋଟା ଛକ ନିକଟରେ ଏକ ଅଜଣା ଗାଡି ବାଇକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ମୋଟରସାଇକେଲରେ ଥିବା ଦୁଇ ଜଣ ଯୁବକ ଛିଟିକି ପଡିଥିଲେ । ହେଲେ ଘଟଣା ସ୍ଥଳରେ ସମୀର କୁମାର ବେହେରାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରୁ ଅଭିମନ୍ୟୁଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

  • ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ ଦୌଡ

    ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ ଦୌଡ

    ()ଶିକ୍ଷାର ବିକାଶ ରେ ସମାଜ ର ବିକାଶ । ସମସ୍ତେ ମିଳିମିଶି ଶିକ୍ଷା ରୂପକ ପ୍ରଦୀପ ପ୍ରଜ୍ବଳନ କରି ସମାଜ ରୁ ନିରକ୍ଷରତା ଦୁର କରିବା ସହିତ ଏକ ବିକଶିତ ସମାଜ ଗଠନ ନିମନ୍ତେ କୀଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ । ଏହି ମିନି ମାରାଥନ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ । ପାରାଦ୍ୱୀପର ବିଭିନ୍ନ ବିଦ୍ୟାଳୟ ଓ କଲେଜର ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ମାରାଥନ ଦୌଡରେ ଅଂଶଗ୍ରହଣ କରି ମଧୁବନ ମାଉସୀ ମା ମନ୍ଦିର ଠାରୁ ବଡ଼ପଡ଼ିଆ ମାର୍କେଟ ଦେଇ ଗୋପବନ୍ଧୁ ଷ୍ଟାଡିଅମରେ ଶେଷ ହୋଇଥିଲା। ଶିକ୍ଷାର ବିକାଶ କୁ ନେଇ ଡ଼ ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୁଳନୀୟ, ତାଙ୍କ ପ୍ରଚେଷ୍ଟା ରେ କୀଟ ଓ କିସ ଆଜି ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏ ନେଇ ଗୋପବନ୍ଧୁ ଷ୍ଟାଡିଅମ ରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ମିନି ମାରାଥନ ଦୌଡରେ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ ଓ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।