Category: ରାଜ୍ୟ ଖବର

  • ପ୍ରଜାପତିର ମସ୍ତକରେ ସ୍ୱୟଂ ଜଗନ୍ନାଥ

    ପ୍ରଜାପତିର ମସ୍ତକରେ ସ୍ୱୟଂ ଜଗନ୍ନାଥ

    ଚାନ୍ଦବାଲି ବ୍ଲକର ଭାଟପଡା ପଞ୍ଚାୟତରେ ବିରଳ ପ୍ରଜାତିର ଏକ ପୋକ ଉଦ୍ଧାର । ମସ୍ତକରେ ଶୋଭା ପାଉଛନ୍ତି ସ୍ୱୟଂ ଜଗନ୍ନାଥ । ପୂଜାର୍ଚ୍ଚନାରେ ମାତିଛନ୍ତି ପରିବାର ଲୋକ । ଏହି ପ୍ରଜାତିର ପୋକକୁ ଦେଖିବାକୁ ଭିଡ଼ ଜମାଇଛନ୍ତି ଗ୍ରାମବାସୀ । ଭଉଁରୀ ଗ୍ରାମର ଶ୍ରୀନାଥ ଓଝାଙ୍କ ସ୍ତ୍ରୀ ଏହି ପୋକକୁ ଉଦ୍ଧାର କରି ଠାକୁର ଘରେ ରଖି ପୂଜା କରୁଛନ୍ତି । ଯାହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟିଛି । ଅନ୍ୟ ପଟେ କୃଷି ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଜଣାପଡ଼ିଛି ଯେ -ଏହାକୁ ଜଗନ୍ନାଥ ମଚ ବା ଛଞ୍ଚାଣ ପୋକ ବୋଲି କୁହାଯାଏ । ଯାହା କି ଏକ ବିରଳ ପୋକ ଏହି ପୋକ ସାଧରତଃ ରାଶି ଫସଲରେ ଦେଖିବାକୁ ମିଳେ ।

  • ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ’ ଫାଇଦା ଉଠେଇବେକି ବିରୋଧୀ

    ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ’ ଫାଇଦା ଉଠେଇବେକି ବିରୋଧୀ

    ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ ଓ ଜୟ ନବୀନ, ଜୟ ରାଣୀମା’ ସ୍ଲୋଗାନ୍ ରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ସ୍ବର ଉତ୍ତୋଳନ କରିଛନ୍ତି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ I ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଏଥିରେ ପୁରୁଷୋତ୍ତମପୁର ଏନ୍‌ଏସି ଓ ବ୍ଲକ୍‌ର କିଛି ନେତା ସାମିଲ ହୋଇଛନ୍ତି। ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ‌‌ଭେଟିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

    ଆଜି ସେମାନେ ଭୁବନେଶ୍ବରରେ କିଛି ବରିଷ୍ଠ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ବରିଷ୍ଠ ବିଜେଡି ନେତା ତଥା ଖଲ୍ଲିକୋଟ ବ୍ଲକର ପୂର୍ବତନ ଅଧକ୍ଷ ଡି. ରାଧାଶ୍ୟାମ ଦୋରା, ବରିଷ୍ଠ ବିଜେଡି ନେତ୍ରୀ ବୀଣାପାଣି ପାଣିଗ୍ରାହୀ, ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବିମ୍ବାଧର ତ୍ରିପାଠୀ, ପୂର୍ବତନ ସରପଞ୍ଚ ଦୁର୍ଗା ମଲ୍ଲିକ, ସୁବଳ ସାହୁ, ମନୋଜ କୁମାର ପ୍ରଧାନ, ସକଳେଶ୍ୱର ଦାସ, ଯୁବନେତା ନିରଞ୍ଜନ ନାୟକ, ଯୁବ ବିଜେଡି ନେତା ନାରାୟଣ ପାଢ଼ୀ ଓ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ଛାତ୍ର ନେତା ବିଭୂ ପଟ୍ଟନାୟକ, ପୁରୁଷୋତ୍ତମପୁର ବ୍ଲକରୁ ଜିଲ୍ଲା ବିଜେଡି ସମ୍ପାଦକ ଦିଗାମ୍ବର ପାଣିଗ୍ରାହୀ, ଭାସ୍କର ବେହେରା, ରବି ବେହେରା, ସରପଞ୍ଚ ଭାସ୍କର ଦୋରା, ଯାମୁନି ସରପଞ୍ଚଙ୍କ ସମେତ ପୁରୁଷୋତ୍ତମପୁର ଏନ୍‌ଏସିର ୮ଜଣ କାଉନସିଲର୍ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରକାଶ ଥାଉକି, ଖଲ୍ଲିକୋଟ ବିଧାନସଭା ଆସନ ଟିକେଟ ପାଇଁ ବର୍ତ୍ତମାନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ଏନ୍‌ଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରାଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଜଣେ ପୂର୍ବତନ ବିଧାୟକ ବିଜେଡି ଛାଡ଼ି ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି। ଯାହାକି ରାଜନୈତିକ ପାଣିପାଗକୁ ସରଗରମ କରିଛି।

  • ବିଜେଡିର ଅପରାଜୟ ଗଡରେ କିଏ କାହାକୁ ଦେବେ ଟକ୍କର

    ବିଜେଡିର ଅପରାଜୟ ଗଡରେ କିଏ କାହାକୁ ଦେବେ ଟକ୍କର

    ସଜେଇ ହେଉଛି ନିର୍ବାଚନ ମୈଦାନ । ଅଣ୍ଟା କସୁଛନ୍ତି ବିଭିନ୍ନ ଦଳର ଟାଣୁଆ ନେତା । ଟାର୍ଗେଟରେ କ୍ଷମତା, ସେଥିପାଇଁ ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ କିଏ କେତେ ପ୍ରକାର ପନ୍ଥା ଆପଣାଉଛନ୍ତି । ଏବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନ ତାତୀ । ଏ ତାତୀ ଦୁଇଟି ନେତାଙ୍କୁ ନେଇ । ଗୋଟିଏ ପଟେ ବର୍ଷିୟାନ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଏବଂ ଅନ୍ୟପଟେ ରହିଛନ୍ତି ସମାଜସୋବୀ ଅଜୟ ରାଉତ ।

    ପାଟକୁରାରେ ଜିତିବାର ଗ୍ୟାରେଣ୍ଟି ରଖିଥିବା ବିଜୁ ଜନତା ଦଳର ଟିକେଟ ଆଶାୟୀ ଥିବା ଅନେକ ନେତୃତ୍ୱଙ୍କ ଭିତରୁ ସମାଜସେବୀ ଅଜୟ ରାଉତଙ୍କ ନାଁ ସବୁଠୁ ଆଗରେ । ନିଷ୍କଳଙ୍କ ନେତା ଭାବେ ୧୫ ବର୍ଷ ହେବ ନିରବଛିନ୍ନ ଲୋକସେବା କରିଆସୁଥିବା ଅଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ବିଧାୟକ ପାର୍ଥି ଟିକେଟ ପାଇବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚ ହେଉଛି । ଅଜୟ ମଧ୍ୟ ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଯଥା, ଗରଦପୁର, ଡେରାବିଶ ଓ ମାର୍ଶାଘାଇର ସାତ ପଞ୍ଚାୟତରେ ହଜାର ହଜାର କର୍ମୀଙ୍କୁ ନେଇ ଜନସମାବେଶ କରି ନିଜ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଅଜୟ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝି ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ସମାଜ ସେବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ଦୃଢ଼ ସାଙ୍ଗଠନିକ ଦକ୍ଷତାକୁ ସେ ସାଧାରଣ ନିର୍ବାଚନରେ ପ୍ରତିପାଦନ କରିବାକୁ ଯାଉଛନ୍ତି ।

    ଅନ୍ୟପଟେ ଅଜୟଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବେ ବରିଷ୍ଟ ନେତା ବିଜୟ ମହାପାତ୍ର ଓ ତାଙ୍କ ପୁଅ ଅରବିନ୍ଦ। ଶୁଣିବାକୁ ମିଳୁଛି ବିଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ରଣାଙ୍ଗନରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଓଲ୍ହାଇବେ । ଫଳରେ ବିଜୟଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଅରବିନ୍ଦଙ୍କ ସପକ୍ଷ ରେ ଯାଇପାରେ । ୨୦୧୯ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ବିଜେଡି ପାର୍ଥି ସାବିତ୍ରୀ ଅଗ୍ରୱାଲଙ୍କ ଠୁ ପରାଜିତ ହୋଇଥିଲେ ମଧ୍ୟ ୭୮ ହଜାରରୁ ଉର୍ଦ୍ଧ ଭୋଟ ହାତେଇବାରେ ସଫଳ ହୋଇଥିଲେ । ବିଜୟଙ୍କ ଲୋକପ୍ରିୟତା ଅରବିନ୍ଦଙ୍କ ରାଜନୀତିକ କ୍ୟାରିୟରକୁ ସୁହାଇପାରେ । ତେବେ ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟ ଓ ଅଜୟଙ୍କ ସମାଜ ସେବା ଅରବିନ୍ଦଙ୍କୁ କେତେ ଟକ୍କର ଦେଇପାରିବ ତାହା କେବଳ ସମୟ କହିବ । ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡିର ଅପରାଜେୟ ଗଡ଼ ହୋଇରହିଥିବା ବେଳେ ବିଜେଡିରୁ ଅଜୟ ରାଉତ ପାର୍ଥି ହେଲେ ତାଙ୍କର ଜିତିବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି ।

  • ସଂଜୟ କଳି ବିଜେଡି ପାଇଁ ହେବ କି କାଳ?

    ସଂଜୟ କଳି ବିଜେଡି ପାଇଁ ହେବ କି କାଳ?

    ସତ୍ୟବାଦୀରେ ଗୋଳିଆ ପାଣିପାଗ। ଅଡ଼ୁଆରେ ବିଜେଡି । ବିଜେଡି କରୁଛି ବିଜେଡି ସହ ଲଢେଇ। ଚରମ ସୀମାରେ ଉମା – ସଂଜୟ କଳି। କାରଣ ଉଭୟ ହେଉଛନ୍ତି ଟିକେଟ ଆଶାୟୀ, ସେ ପୁଣି ସତ୍ୟବାଦୀରୁ। ଭିତରେ ଭିତରେ କୁହୁଳୁଥିବା ନିଆଁ ନିର୍ବାଚନ ପାଖେଇବା ସହ ଉପରକୁ ଉଠିଲାଣି। କେହି କାହାରିକୁ ଛାଡ଼ିବାକୁ ନାରାଜ । ସତ୍ୟବାଦୀରୁ ଲଢ଼ିବା ନେଇ ସଂଜୟ ମୈଦାନ ପ୍ରସ୍ତୁତିରେ ଲାଗିବା ପରେ ଉଭୟ ନେତା ମୁହାଁମୁହିଁ। ଯାହା ଦଳକୁ ପକାଇଲାଣି ଅକଳରେ।

    ତେଣୁ ଉଭୟଙ୍କୁ ଶଙ୍ଖ ଭବନ ଡାକି ବୁଝାଇବାକୁ ଚେଷ୍ଟା କରିଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ। । ଯାହାର ସତ୍ୟାସତ୍ୟ ଗତକାଲି ସତ୍ୟବାଦୀର ବିଜେଡ଼ି ସମର୍ଥକଙ୍କୁ ନେଇ ଧଉଳିରେ ସଂଜୟ ଦାସ ବର୍ମାଙ୍କ ଗୋପନୀୟ ବୈଠକ ପରେ ସାମ୍ନାକୁ ଆସିଛି। ଏହି ବୈଠକର ଏକ ଭିଡିଓ ଭାଇରାଲ ହେବା ସହ ଏଥିରେ ଉମାଙ୍କୁ ସଞ୍ଜୟ ସିଧାସଳଖ ଟାର୍ଗେଟ୍ କରିଥିବା ଦେଖିବାକୁ ମିଳିଥିଲା।

    ବୈଠକରେ ସଞ୍ଜୟ କହିଥିଲେ, ଅଳ୍ପ ଦିନ ଭିତରେ ଶଙ୍ଖ ଭବନରେ ତାଙ୍କ ସହ ପ୍ରଣବ ପ୍ରକାଶ ଦାସ ଓ ଉମା ସାମନ୍ତରାୟ ଏକ ବୈଠକ ହେବ। ସେଠି ଉମାଙ୍କୁ କୁହାଯିବ ବ୍ରହ୍ମଗିରି ଯିବାକୁ। ରାଜି ନହେଲେ ଦଳରୁ ବିଦା ହେବେ ଉମା। ଯାହାକୁ ନେଇ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ। କହିଲେ, ସତ୍ୟବାଦୀରେ ବିଜେଡିର ମୂଳଦୁଆ ଦେଇଛି। ସତ୍ୟାବାଦୀ କହିଲେ ଉମାକୁ ବୁଝାଏ। ତଥାପି ସୁପ୍ରିମୋ ଯାହାକୁ ଚାହିଁବେ ସେ ନିର୍ବାଚନ ଲଢ଼ିବ। କିଏ ନିଜେ ଟିକେଟ ଘୋଷଣା କଲା ମୋର ସେଥିରେ କିଛି ଯାଏ ଆସେ ନାହିଁ।

    ଶୁଣିବାକୁ ମିଳୁଛି, ସତ୍ୟବାଦୀରେ ଉମାଙ୍କର ଦବଦବା ବେଶ ଭଲ ରହିଛି। ଆଉ ଚଳିତ ଥର ଏହି ଆସନ ମହିଳାଙ୍କୁ ମିଳିବ। ସେଥିପାଇଁ ଉମା ସେଠାରୁ ନିଜ ବୋହୂ ବା ପତ୍ନୀଙ୍କୁ ଠିଆ କରିବାକୁ ଲବି କରାଉଛନ୍ତି। ଏମିତି କି, ଉଭୟଙ୍କୁ ନେଇ ନବୀନ ନିବାସ ମଧ୍ୟ ଆସିଛନ୍ତି। ଏସବୁ ଚର୍ଚ୍ଚା ଭିତରେ ବୁଧବାର ଦିନ ଶଙ୍ଖ ଭବନରେ ପହଞ୍ଚିଥିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ଉଭୟ ନେତା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ନ ଥିବା ଚର୍ଚ୍ଚା ହେଉଥିବା ବେଳେ ଖାଲି ଏହି ଦୁଇ ନେତା ନୁହଁନ୍ତି, ଏମିତି ୬-୭ ଆଶାୟୀ ଦଳର ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି।

  • ଯାତ୍ରାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ସାହାଯ୍ଯ ଲୋଡିଲେ ଗ୍ରାମବାସୀ

    ଯାତ୍ରାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ସାହାଯ୍ଯ ଲୋଡିଲେ ଗ୍ରାମବାସୀ

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡି ପଞ୍ଚାୟତ ବଡ ମାଟିକଣା ଠାରେ ଡ଼ଙ୍ଗାମୁଣ୍ଡି ଯାତ୍ରା ଉଦଯାପିତ ହେଇଯାଇଛି,ତେବେ ଲୋକକଥା ଅନୁଯାୟୀ ଏହି ଡଙ୍ଗାମୁଣ୍ଡି ପର୍ବର କାରଣ ହେଉଛି ୧୨୦ବର୍ଷ ପୂର୍ବରୁ ବନ୍ଯା ବାତ୍ଯାର କରାଳରୁପରେ ଦୁଇ ଭାଇଭଉଣି ଡଙ୍ଗାରେ ଭାସି ଆସି ବଡ଼ ମାଟିକଣା ଠାରେ ଅଟକିଯାଇଥିଲେ ଝଡ ସାନ୍ତପଡିବାପରେ ଉଭୟଙ୍କର ସେହିଠାରେ ହିଁ ମୃତ୍ଯୁ ହୋଇଥିଲା । ଘଟଣାର କିଛିଦିନ ପରେ ସେଠାକାର ଲୋକଙ୍କୁ ସ୍ୱପ୍ନାଦେଶ ହୋଇଥିଲା ପରେ ଲୋକେ ସଖାଳୁ ସେହି ଯାଗାରେ ଦେଖନ୍ତି ତ ଖାଲି ଜାଗାରେ ସଖାଳୁ ସଖାଳୁ ଡ଼ଙ୍ଗା ବାହାରୁଥିଲା ଓ ପୁଣି ଲୁଚି ଯାଉଥିଲା ଏବଂ ସେହି ଦିନରୁ ଏହାକୁଡ଼ଙ୍ଗା ମୁଣ୍ଡି ଯାତ୍ରା ନାମରେ ଆରମ୍ଭ କରଯାଇଥିଲା । ଏବେବି ଲୋକେ ଏହି ଯାତ୍ରାକୁ ରିତିନିତି ସହ ମହାଆଡମ୍ଭରରେ ପାଳନ କରନ୍ତି । ବିଶ୍ୱାସ ରହିଛି ଆଜିବି ଏହି ଡଙ୍ଗା ଦେଖାଦେଉଛି ଏବଂ ଲୁଚିଯାଉଛି । ଏହି ଡ଼ଙ୍ଗା ମୁଣ୍ଡି ରେ ଡ଼ଙ୍ଗା ଦେଖିବାକୁ ବହୁ ଦୁରଦୁରାନ୍ତରୁ ଲୋକଙ୍କ ସମାଗମ ହୋଇଥାଏ । ତେବେ ଗ୍ରାମବାସୀ ଓ ଭକ୍ତଙ୍କ କହିବାକଥା ଯଦି ସରକାର କିଛି ସାହାଯ୍ଯ ସୁବିଧା କରନ୍ତି ତେବେ ଏହି ଯାତ୍ରାଟି ଲୋକଲୋଚନକୁ ଆସି ପାରନ୍ତା ଏବଂ ଲୋକେ ଏହାର ସତ୍ଯାସତ୍ଯ ଯାଣିପାରନ୍ତେ ।

  • ଟିକେଟ ପାଇଁ ନବୀନ ନିବାସ ଧାଉଁଛନ୍ତି ଆଶାୟୀ

    ଟିକେଟ ପାଇଁ ନବୀନ ନିବାସ ଧାଉଁଛନ୍ତି ଆଶାୟୀ

    ୨୦୨୪ ସଧାରଣ ନିର୍ବାଚନକୁ ରହିଲା ଆଉ ଅଳ୍ପ ଦିନ । ଟିକେଟ୍ କସରତରେ ମାତିଲେଣି ତିନି ଦଳର ଆଶାୟୀ। ତେବେ ବିଜେଡି ଶାସନରେ ଥିବାରୁ ଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ତେଣୁ ନବୀନ ନିବାସ ଆଗରେ ସବୁ ଦିନ ଆଶାୟୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସାଂଗଠନିକ ସମ୍ପାଦକ ୧୦ ହଜାର ଆବେଦନ କଥା କହୁଥିବା ବେଳେ କିନ୍ତୁ ପ୍ରତିଦିନ ବଢ଼ି ଚାଲିଛି ଆବେଦନକାରୀଙ୍କ ସଂଖ୍ୟା । କିଏ ବାୟୋଡାଟା ସହ ଆସୁଛି ତ କିଏ ସାଙ୍ଗରେ ବିଭିନ୍ନ ସଙ୍ଗଠନକୁ ଆଣି ଦମ୍ ଦେଖାଇବା ଚେଷ୍ଟାରେ। ନବୀନ ଓ ପାଣ୍ଡିଆନଙ୍କୁ ଧନ୍ୟବାଦ ଆଳରେ ଟିକେଟ ହାତେଇବାକୁ ଚଳାଇଛନ୍ତି କସରତ। ତେବେ ଏହି ଟିକେଟ ଦୌଡରେ ଅଧିକାଂଶ ମହିଳା ଥିବା ଦେଖିବାକୁ ମିଳୁଛି। ନିଜ ଦକ୍ଷତା ଓ ବିଗତ ଦିନର କାର୍ଯ୍ୟଧାରା ଆଧାରରେ ଆଶାୟୀ ଟିକେଟ ପାଇବେ ବୋଲି ଆଶାବାଦୀ। ତେବେ ଆଜି ନବୀନ ନିବାସକୁ ଆସିଥିଲେ ବଲାଙ୍ଗିର ଡ ଜ୍ୟୋତି ପାଣିଗ୍ରାହୀ ଓ ଏରସମାର ଶୈଳବାଳା ରାଉତ । ଉଭୟ ଟିକେଟ ପାଇବେ ବୋଲି ଆଶାବ୍ୟକ୍ତ କରିଥିଲେ।

    ଆଗୁଆ ଟିକେଟ୍ ପାଇଁ ସବୁ ଦଳ କସରତ କରିଥିଲେ ମଧ୍ୟ କୁହାଯାଉଛି ନିର୍ବାଚନ ବେଳେ ଦଳବଦଳ ଶାସକଦଳକୁ ଅଧିକ ଅଡୁଆରେ ପକାଇବ। କାହିଁକି ନା, ଗୋଟିଏ ଟିକେଟ୍ ପାଇଁ ଏକାଧିକ ଆଶାୟୀ। ଆଗୁଆ ଘୋଷଣା ବିଦ୍ରୋହ ପାଇଁ ସମୟ ଦେବ। ଏମିତି ବି ଏବେଠୁ ଅନେକ ବିଜେଡି ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶିଲେଣି। ତଥାପି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ଶେଷ ନିଷ୍ପତ୍ତି ବୋଲି କହୁଛନ୍ତି ସମସ୍ତେ।

  • କେନ୍ଦୁଝର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି

    କେନ୍ଦୁଝର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି

    ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟିର ଦୁଇ ଦିନିଆ କେନ୍ଦୁଝର ଗସ୍ତ । ସୋମବାର ସନ୍ଧ୍ୟାରେ କାନୁପୁର ବୃହତ୍ ଜକ ସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଛନ୍ତି ଲୋକ ଲେଖା କମିଟି । ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ନୀଳଗିରି ବିଧାୟକ ସୁକାନ୍ତ ନାଏକ ବାସୁଦେବପୁର ସ୍ଥିତ କାନୁପୁର ଡ୍ୟାମ୍ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ସ୍କିଲ ୱେ, କେନାଲ, ଡ୍ୟାମ୍ ଗେଟ୍, ଆଦିର ନିର୍ମାଣ ସମ୍ପର୍କରେ ଯନ୍ତ୍ରୀଙ୍କୁ ପଚାରି ବୁଝିବା ସହିତ ନିର୍ମାଣ କାର୍ଯ୍ୟରେ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ସନ୍ଦେହ ବ୍ୟକ୍ତ କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ଜଳ ସମ୍ପଦ ବିଭାଗ ସହିତ ସମୀକ୍ଷା କରିବା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।

    ୨ୟ ଦିନ ମଙ୍ଗଳବାର, ପିଏସି, ବଡ଼ବିଲ ସ୍ଥିତ ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର କମ୍ପାନୀର ବେନିଫିସିଏସନ୍ ପ୍ଲାଣ୍ଟ ପରିଦର୍ଶନ କରିବା ସହ କମ୍ପାନୀ ବିରୁଦ୍ଧରେ ରହିଥିବା ବିଭିନ୍ନ ଅନିୟମିତତାକୁ ନେଇ ଅନୁଧ୍ୟାନ କରିଥିଲେ । ଜଳ ପରିଚାଳନା ଓ ସବୁଜ ବଳୟ ସୃଷ୍ଟି ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କମିଟି । ପିଟିସିଏଲ୍, କାରୋ ନଦୀରୁ ଜଳ ନେଇ ବ୍ୟବହାର ପାଇଁ ଅନୁମତି ପାଇଥିଲେ ସୁଦ୍ଧା ବିଗତ ୨ ବର୍ଷ ଧରି କେବଳ ଡିପ୍ ବୋରିଂ ମାଧ୍ୟମରେ ଭୂ-ତଳ ଜଳ ବ୍ୟବହାର କରିଆସୁଛି । ଯାହାଫଳରେ ଆଖପାଖ ଅଞ୍ଚଳରେ ଭୂ-ତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ପ୍ରଦୂଷିତ ଜଳକୁ ବିଶୋଧନ ନକରି ସିଧାସଳଖ ବାହାରକୁ ଛାଡ଼ି ଦେଉଥିବା ଫଳରେ ଚାଷୀକୂଳ ପ୍ରଭାବିତ ହେଉଥିବା କହିଛନ୍ତି ପବ୍ଲିକ ଆକାଉଣ୍ଟସ୍ କମିଟି ସଦସ୍ୟ ତଥା ବିଧାୟକ ସୁକାନ୍ତ ନାୟକ । ବୃକ୍ଷ ରୋପଣ କରିବା ଦିଗରେ କମ୍ପାନୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କମିଟି । ସରକାରଙ୍କ ସମସ୍ତ ନୀତି ନିୟମକୁ ଏଠାରେ ଉଲଂଘନ କରାଯାଇଛି ବୋଲି କମିଟିର ଅଧ୍ୟକ୍ଷ ମୋହନ ମାଝୀ କହିଛନ୍ତି ।

    ଏହାପରେ ରୁଗୁଡ଼ି ଠାରେ ଥିବା ନନ୍ଦିଘୋଷ ସ୍ପଞ୍ଜ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କମ୍ପାନୀ ଯେଉଁସବୁ ବ୍ୟବସ୍ଥା ଗ୍ରହଣ କରିଛି, ସେନେଇ ତଦାରଖ କରିବା ସହ ବିରକ୍ତି ଭାବ ପ୍ରକାଶ କରିଥିଲେ ପିଏସି । ବର୍ଷା ଜଳ ସଂରକ୍ଷଣ, ଜଳ ନିଷ୍କାସନ, ନିର୍ଗତ କଳା ଧୂଆଁ ପରିଚାଳନା ଆଦି ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ଦର୍ଶାଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ପ୍ଲାଣ୍ଟ ପରିଚାଳନାରେ କେବଳ ମାତ୍ର ଭୂ-ତଳ ଜଳ ବ୍ୟବହାର କରାଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି ।

    ଏହାପରେ ଗୁଆଲି ଠାରେ ଥିବା ଜେଏସ ଡବ୍ଲୁ ଅଧିନ ନୁଆ ଗାଁ ଆଇରନ ଖଣିରେ ପହଞ୍ଚିଥିଲେ ପିଏସି । ଖଣି ପ୍ରଭାବିତ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ଏସବୁ ସମସ୍ୟାର କିଭଳି ସମାଧାନ ହୋଇପାରିବ ସେନେଇ କମ୍ପାନୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଏ ସଂକ୍ରାନ୍ତରେ ସଂପୃକ୍ତ ବିଭାଗ ଗୁଡ଼ିକ ସହିତ ଆଲୋଚନା କରାଯା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆକ୍ସନ ଟେକେନ ରିପୋର୍ଟ ପ୍ରସ୍ତୁତ କରି ଦିଆଯିବ ବୋଲି ମୋହନ ମାଝୀ କହିଛନ୍ତି । ଏହି ଗସ୍ତ ସମୟରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ ।

  • ସ୍କୁଲ୍ ମଧ୍ୟାହ୍ନ ଭୋଜନ ରୁ ବାହାରିଲା ଅସରପା

    ସ୍କୁଲ୍ ମଧ୍ୟାହ୍ନ ଭୋଜନ ରୁ ବାହାରିଲା ଅସରପା

    ସ୍କୁଲ୍ ମଧ୍ୟାହ୍ନ ଭୋଜନ ରୁ ବାହାରିଲା ଅସରପା l ଆଉ ପିଲା ସ୍କୁଲର ଶିକ୍ଷୟତ୍ରୀଙ୍କୁ ଜଣାଇଲେ, ହେଲେ ଶିକ୍ଷୟତ୍ରୀ କହିଲେ ସେହି ଅସରପା କୁ ବାହାର କରି ମଧ୍ୟାହ୍ନ ଭୋଜନ ଖାଇଦିଅ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବଙ୍କ ସ୍କୁଲ୍ ରେ। ସୁଚନା ମୁତାବକ ଗତ ୨୩ ତାରିଖ ରେ ସବୁଦିନ ପରି ପିଲାମାନେ ସ୍କୁଲ ଯାଇଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲରେ ପିଲାମାନଙ୍କ ପାଇଁ ଭୋଜନ ପ୍ରସ୍ତୁତ ମଧ୍ୟ ହୋଇଥିଲା। ପିଲାମାନେ ଖାଇବା ସମୟରେ ଗୋଟେ ପିଲାର ଖାଦ୍ୟରୁ ଅସରପା ବାହାରିଥିଲା।

    ଆଉ ସେହି ପିଲାଟି ଯାଇ ସ୍କୁଲର ଶିକ୍ଷୟତ୍ରୀ ଙ୍କୁ ଜଣାଇଥିଲେ ହେଲେ ଶିକ୍ଷୟତ୍ରୀ ଜଣକ କହିଥିଲେ କି ସେହି ଖାଦ୍ୟରୁ ଅସରପା ଟିକୁ ବାହାରକରି ଖାଇଦିଅ l ପିଲାମାନେ ମଧ୍ୟ ସେହି ଅସରପା ଟିକୁ ବାହାର କରି ମଧ୍ୟାହ୍ନ ଭୋଜନ ଖାଇଥିଲେ। ପରେ ପିଲାମାନେ ଘରେ ଯାଇ ତାଙ୍କ ଅଭିଭାବକ ଙ୍କୁ ଜଣାଇବା ରୁ କିଛି ଅଭିଭାବକ ମାନେ BEO ଅଫିସ୍ କୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ପିଲାମାନଙ୍କର ଅବିଭାବକ କହିବା ଅନୁସାରେ ଯଦି ଶିକ୍ଷୟତ୍ରୀ ଜାଣିଲେ ପିଲାଙ୍କ ଖାଦ୍ୟରୁ ଅସରପା ବାହାରିଲା କାହିଁକି ସେହି ଖାଦ୍ୟକୁ ପିଲାମାନଙ୍କୁ ଖାଇବାକୁ ଦେଲେ ଯଦି କିଛି ପିଲାମାନଙ୍କ ର ଅସୁବିଧା ହୋଇଥାନ୍ତା ତାହେଲେ କିଏ ଦାୟୀ ରହିଥାନ୍ତା।

    ଅନ୍ୟପଟେ ଏ ବାବଦରେ ଆମେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ |

  • ୧୮ କେଜି ଗଞ୍ଜେଇ ସହ ଦୁଇ ଗିରଫ

    ୧୮ କେଜି ଗଞ୍ଜେଇ ସହ ଦୁଇ ଗିରଫ

    ଯାଜପୁର ଜିଲ୍ଲା ବ୍ୟାସନଗର ପାଲଟିଛି ଚୋରା ନିଶା ବେପାରୀଙ୍କ ଗନ୍ତାଘର ପାଲଟିଛି। ନିଶା ବେପାରୀଙ୍କୁ ଧରିବାପାଇଁ ଆକ୍ସନ ମୁଡ଼ରେ ଏବେ ଅବକାରୀ ବିଭାଗ. ସୂଚନା ମୁତାବକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଯାଜପୁର ରୋଡ ଗୋଶାଳା ଛକ ଠାରେ ଚଢ଼ାଉ କରି ୧୮ କେଜି ଗଂଜେଇ ଜବତ କରିବା ସହିତ ଗୋଟେ ବାଇକ ଏବଂ ଦୁଇଜମଙ୍କୁ କୋର୍ଟ ଚାଲାଣ କରାଯାଇଛି.ଦୀର୍ଘ ବର୍ଷ ଧରି ଅବକାରୀ ବିଭାଗ କୁ ଖାତିର ନ କରି ଏହି ଚୋରା ଗଂଜେଇ ବେପାର ହେବାର ଅଭିଯୋଗ ହେଉଥିଲା.କିନ୍ତୁ ଅବକାରୀ ବିଭାଗ ଏମାନଂକୁ ଧରିବାରେ ସଫଳ ହୋଇଛି । ଜିଲ୍ଲା ଅବକାରୀ ଅଧିକାରୀ ଅମରେନ୍ଦ୍ର କୁମାର ଜେନା ଙ୍କ ନିର୍ଦେଶ କ୍ରମେ ଏହି ଚାଢାଉ କରାଯାଇଥିବା ବେଳେ ଆଗକୁ ଏହି ଚଢ଼ାଉ ଜାରି ରହିବ ବୋଲି ଡୋଲୀପୁର ଅବକାରୀ ଅଧିକାରୀ ଶ୍ରୀକାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି.

  • ସବୁ କ୍ଷେତ୍ରରେ ନବୀନ ସୃଷ୍ଟି କରିଛନ୍ତି ନୂଆ ଇିତିହାସ

    ସବୁ କ୍ଷେତ୍ରରେ ନବୀନ ସୃଷ୍ଟି କରିଛନ୍ତି ନୂଆ ଇିତିହାସ

    ପାରାଦ୍ଵୀପ- ୨୦୨୪ ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କୁ ପରାଜିତ କରିବା ପାଇଁ ଓଡିଶାରେ ଆଉ କେହି ସେଭଳି ନେତା ନାହାନ୍ତି। କୁଜଙ୍ଗ ବ୍ଲକ ପଡିଆରେ ଅନୁଷ୍ଠିତ “ପୁଣିଥରେ ନବୀନ” କାର୍ଯ୍ୟକ୍ରମରେ ଏଭଳି କିଛି ଦୃଢ ଉକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ ।

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମୟରେ ଓଡିଶାର ବିକାଶ ପାଇଁ ଯେଉଁ ନକ୍ସା ଆଙ୍କିଥିଲେ, ତାହାକୁ ପୁରଣ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ୱରେ ଓଡିଶାର ଦୃତ ବିକାଶ ହେଉଛି ଏବଂ ଆଗାମୀ ଦିନରେ ଏହାର ସୁଫଳ ଓଡିଶାବାସୀ ନିଶ୍ଚିତ ପାଇବେ। ୨୦୨୪ ନିର୍ବାଚନ ରେ ବିପୁଳ ବିଜୟ ହାସଲ କରିବେ ନବୀନ ପଟ୍ଟନାୟକ। ତାଙ୍କୁ ହରାଇବା ଭଳି କୌଣସି ନେତା ଓଡିଶାରେ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ।

    ତେବେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟଙ୍କ ନେତୃତ୍ୱରେ କୁଜଙ୍ଗ ବ୍ଲକ ପଡିଆ ରେ ଅନୁଷ୍ଠିତ ହୋଇଛି” ପୁଣିଥରେ ନବୀନ ” କାର୍ଯ୍ୟକ୍ରମ। ରାହାମା ଠାରୁ କୁଜଙ୍ଗ ପର୍ଯ୍ୟନ୍ତ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା କୁଜଙ୍ଗ ପଡିଆରେ। ଆୟୋଜିତ ସଭାରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ , ପୂର୍ବତନ ସାଂସଦ ଡାକ୍ତର କୁଳମଣୀ ସାମଲ ଙ୍କ ସମେତ ବିଜେଡ଼ିର ବହୁ ଦଳୀୟ ନେତୃତ୍ବ ଯୋଗଦେଇଥିଲେ।

    ଆଗାମୀ ଦିନରେ ପୁଣି ଥରେ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଦଳୀୟ ନେତୃତ୍ବ ଆହ୍ବାନ ଦେଇଥିଲେ।