Category: ମୁଖ୍ୟ ଖବର

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ୪ ଗୁରୁତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ୪ ଗୁରୁତର

    ବରଗଡ଼ ଜିଲ୍ଲା ଘେଁସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟିଲା ସ୍କୋର୍ପିଓ l ଜଣେ ମୃତ ୪ ଗୁରୁତର । ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି l

    ଯାତ୍ରୀ ମାନେ ଛତିଶଗଡ଼ ରାଜ୍ୟ ରାୟଗଡର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି l ଗାଡ଼ିରେ ଦୁଇ ମହିଳା ଓ ଦୁଇ ଶିଶୁଙ୍କ ସମେତ ସମୁଦାୟ 5 ଜଣ ଥିବା ସୂଚନା ମିଳିଛି l ଘଟଣା ସ୍ଥାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ସ୍ଥାନୀୟ ଲୋକେ l

  • ଘାଟ ସଫା କଲେ ଯୋଗୀ ଆଦିତ୍ୟନାଥ

    ଘାଟ ସଫା କଲେ ଯୋଗୀ ଆଦିତ୍ୟନାଥ

    ଶେଷ ହୋଇଛି ମହାକୁମ୍ଭ ମେଳା |ମହାକୁମ୍ଭର ଶେଷଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ ମେଳା । ଦୀର୍ଘ ୪୫ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ପ୍ରାୟ ୬୬ କୋଟିରୁ ଅଧିକ ଲୋକ ବୁଡ ପକାଇଛନ୍ତି । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି । ମହାକୁମ୍ଭକୁ ୫୦ ରୁ ଅଧିକ ଦେଶରୁ ଆସିଥିଲେ ଭକ୍ତ । ମହାକୁମ୍ଭ ସମୟରେ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲେ ।

    ତ୍ରିବେଣୀ ସଙ୍ଗମର ସଫଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ସନ୍ଥ ଏବଂ ଭକ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାକୁମ୍ଭ ସରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚି ଅରୈଲ ଘାଟରେ ଝାଡୁ ଲଗାଇଛନ୍ତି । ଏହାସହିତ ଗଙ୍ଗା ନଦୀରୁ ଅଳିଆ ସଫା କରିଛନ୍ତି । ଯୋଗୀ ସଫେଇ କର୍ମଚାରୀଙ୍କ ସହିତ ତଳେ ବସି ଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆଯିବ ବୋଲି କହିଛନ୍ତି । ଡଙ୍ଗା କିଣିବା ପାଇଁ ଧନରାଶି ଦିଆଯିବ ବୋଲି କହିଛନ୍ତି । ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶ ସରକାର ୨୦୨୫ ମହାକୁମ୍ଭ ସମୟରେ ସବୁଠାରୁ ବଡ଼ ସମନ୍ବିତ ସ୍ବଚ୍ଛତା ଅଭିଯାନ ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

  • ସନମ ତେରି କସମ ୨ ରେ ନଜର ଆସିପାରନ୍ତି ଶ୍ରଦ୍ଧା କପୁର

    ସନମ ତେରି କସମ ୨ ରେ ନଜର ଆସିପାରନ୍ତି ଶ୍ରଦ୍ଧା କପୁର

    ଫ୍ଲପ୍ ପରେ ସୁପରହିଟ୍ । ବକ୍ସ ଅଫିସରେ କମାଲ କରୁଛି ସନମ୍ ତେରୀ କସମ । ୯ ବର୍ଷ ପରେ ପୁଣି ସିନେମା ହଲ ରେ ରିଲିଜ ହୋଇଛି ସନମ୍ ତେରୀ କସମ । ଏମିତି ଅନେକ ସିନେମା ଅଛି ଯାହାକି ବକ୍ସ ଅଫିସରେ ହିଟ୍ ହୋଇନାହିଁ କି ଅଧିକ ଟଙ୍କା କଲେକ୍ଶନ କରିନାହିଁ । କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ହୃଦୟକୁ ଛୁଇଁଛି । ସେଥିମଧ୍ୟରୁ ସନମ ତେରି କସମ ଚଳଚିତ୍ରଟି ଅନ୍ୟତମ । ଏହି ଫିଲ୍ମ ୯ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ ରେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା । ହେଲେ ସେ ସମୟରେ ଏତେ ହିଟ୍ ହୋଇପାରିନଥିଲା । ଯାହା ଏବେ ପୁଣିଥରେ ଫେବୃୟାରୀ ୭ ରେ ସିନେମା ହଲରେ ରିଲିଜ ହୋଇଥିଲା । ପୁଣିଥରେ ଏହା ରିଲିଜ୍ ପରେ ଦର୍ଶକମାନେ ଏହି ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ।

    ତେବେ ଏହି ଫିଲ୍ମଟି ୯ ବର୍ଷ ପୁର୍ବରୁ ବକ୍ସ ଅଫିସରେ ଫ୍ଲପ ହୋଇଥିବା ବେଳେ ଏବେ ଆୟରେ ରେକର୍ଡ ଭାଙ୍ଗିଛି । ହର୍ଷବର୍ଦ୍ଧନ ରଣା ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ସନମ ତେରି କସମକୁ ଫ୍ୟାନସ ମାନେ ଖୁବ ପ୍ରଶଂସା କରିଥିବା ବେଳେ ଏହାର ସିକ୍ୱେଲ ଅର୍ଥାତ ସନମ ତେରୀ କସମ ୨ କୁ ନେଇ ବହୁତ ଉତ୍ସାହିତ ଅଛନ୍ତି | ସନମ ତେରି କସମ୍-୨ ଘୋଷଣା ସହିତ ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ଚାଲିଛି | ମାୱରା ହୋକେନଙ୍କ ସ୍ଥାନରେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବା ନେଇ ଚର୍ଚା ହେଉଛି । ସନମ ତେରି କସମର ଲେଖକ ଏବଂ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି କିଛି ପ୍ରଶଂସକ ଚାହୁଁଛନ୍ତି ଯେ ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଉ । ଏହି ବୟାନ ପରେ ଏବେ ଲୋକଙ୍କର ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେବା ଆରମ୍ଭ କରିଛନ୍ତି ।

    ଏହାକୁ ନେଇ ପ୍ରସଂଶକ ମାନେ ବେଶ ଖୁସି ଅଛନ୍ତି ।ଫ୍ୟାନସ ମାନେ ଶ୍ରଦ୍ଧା ଏବଂ ହର୍ଷବର୍ଦ୍ଧନଙ୍କୁ ସାଙ୍ଗରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଶ୍ରଦ୍ଧାଙ୍କ ପ୍ରଶଂସକମାନେ ଏହି ଖବରରେ ବହୁତ ଖୁସି କିନ୍ତୁ ସେହି ସମୟରେ ଫିଲ୍ମର କିଛି ପ୍ରଶଂସକ ଏହି କାଷ୍ଟିଂରେ ଅସନ୍ତୁଷ୍ଟ ଥିବା ନେଇ ମଧ୍ୟ ଜଣ ପଡୁଛି । ଶ୍ରଦ୍ଧା ପୂର୍ବରୁ ଆଶିକି ୨ ଏବଂ ଏକ ଭିଲେନ୍ ଭଳି ଭାବପ୍ରବଣ ପ୍ରେମ କାହାଣୀରେ ଉତ୍କୃଷ୍ଟ ଅଭିନୟ କରିଛନ୍ତି । ତେଣୁ ସେ ସନମ୍ ତେରୀ କସମ୍ ୨ରେ ମଧ୍ୟ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିପାରିବେ । ଏହାକୁ ନେଇ ପ୍ରଶଂସକ ମାନେ କହିଛନ୍ତି ଶ୍ରଦ୍ଧା ଏବଂ ହର୍ଷଙ୍କ ଯୋଡ଼ି ସୁପରହିଟ୍ ହେବ | କିଛି ଲୋକ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରି ଲେଖିଛନ୍ତି, ନା ଆମେ କେବଳ ମାୱରା ଏବଂ ହର୍ଷଙ୍କୁ ଚାହୁଁ ନଚେତ୍ ଫିଲ୍ମଟି ଫ୍ଲପ୍ ହୋଇଯିବ ।

  • ବିବାଦରେ ପିୟୁଷ ତ୍ରିପାଠୀ, ଗାଡ଼ି ନେଲେ, ଟଙ୍କା ନେଲେ,ଏବେ କରୁଛନ୍ତି ମନା

    ବିବାଦରେ ପିୟୁଷ ତ୍ରିପାଠୀ, ଗାଡ଼ି ନେଲେ, ଟଙ୍କା ନେଲେ,ଏବେ କରୁଛନ୍ତି ମନା

    ବିବାଦ ଘେରରେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ । ଟଙ୍କା ନେଲେ, ଗାଡ଼ି ନେଲେ ଏବଂ ଜଗନ୍ନାଥଙ୍କ ପାଖରେ ଶପଥ ମଧ୍ୟ କଲେ ହେଲେ ଏବେ ମନା କରୁଛନ୍ତି । ଏଭଳି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି । ଗତକାଲି ଯାତ୍ରା ସିଂହବାହିନୀ ପକ୍ଷରୁ ସୋସିଆଲ ମିଡିଆରେ ପିୟୁଷ ତ୍ରିପାଠୀଙ୍କ ନାମ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଦେଖାଦେଇଛି ବିବାଦ । ଏ ନେଇ ମୁହଁ ଖୋଲିଛନ୍ତି ପିୟୁଷ ତ୍ରିପାଠୀ, ପିୟୁଷ କହିଛନ୍ତି, ମୁଁ କେବେ ବି ସିଂହବାହିନୀକୁ ଯିବି ନାହିଁ । ମାଲିକ ଏବଂ କଳାକାରଙ୍କ ମଧ୍ୟରେ ବୁଝାମଣାର ଘୋର ଅଭାବ ରହିଲା। ସେଥିପାଇଁ କେବଳ ଆସନ୍ତାବର୍ଷ ନୁହଁ, ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ସିଂହବାହିନୀ ସହ ନାହିଁ । ମୁଁ ସୂର୍ଯ୍ୟ ମନ୍ଦିରରେ ଥିଲି, ଅଛି ଓ ଆସନ୍ତାବର୍ଷ ମଧ୍ୟ ରହିବି।

    ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି କହିଛନ୍ତି, ପିୟୁଷ ବାବୁ ଗତ ନଭେମ୍ବରରେ ହଠାତ୍ ମୋତେ ଫୋନ କରି କଲେ । ବାବୁ ମୁଁ ଆପଣଙ୍କ ପାର୍ଟିରେ କାମ କରିବାକୁ ଚାହୁଁଛି । ମାତ୍ର ମୁଁ କହି ରଖିବାକୁ ଚାହୁଁଛି କି ଆସନ୍ତାବର୍ଷ ପାଇଁ କାହ୍ନା ବାବୁଙ୍କ ସହ ଆମର କଥା ହୋଇଥିଲା ଏବଂ ଏହାସହ ନାଟକ ମଧ୍ୟ ଡିକ୍ଲାର ହୋଇଥିଲା । ଏହା ସତ୍ତେ୍ବ ଏକ ହୋଟେଲରେ ଆଲୋଚନା ହେଲା । ସେଠି ଫାଇନାଲ୍ ହୋଇଥିଲା, ସେ ମୋ ପାର୍ଟିରେ ୫ବର୍ଷ ପର୍ଯ୍ୟନ୍ତ ରହିବେ । ଏହାପରେ ସେଠାରେ ଏଗ୍ରିମେଣ୍ଟ କଲେ । ସେଠାରେ ଅଗ୍ରୀମ ଭାବେ ତାଙ୍କୁ ଏକ ଗାଡ଼ି ଦେବାକୁ ସେ କହିଥିଲେ । ଏହାସହ ବାର୍ଷିକ ୭୦ଲକ୍ଷ ଟଙ୍କା ଦେବାକୁ କହିଥିଲେ । ସେ ଗାଡ଼ି ଆମ ସଂସ୍ଥା ନାଁରେ ଅଛି । ୧୧ଡିସେମ୍ବରରେ ଆମଠାରୁ ଗାଡ଼ି ନେଇଛନ୍ତି। ପିୟୁଷ ବାବୁଙ୍କୁ ମୁଁ ୫୫ଲକ୍ଷ ଟଙ୍କା ଦେଇଛି । ୩୦ଲକ୍ଷ ଟଙ୍କା ଆକାଉଣ୍ଟରେ ନେଇଛନ୍ତି । ନଗଦ ୨୫ଲକ୍ଷ ଟଙ୍କା ନେଇଛନ୍ତି । ଗାଡ଼ି ବାବଦରେ ଏଗ୍ରିମେଣ୍ଟ ହୋଇଛି । ୫ବର୍ଷ ପାଇଁ ସିଂହବାହିନୀରେ ରହିବି ଏବଂ ଗାଡି ସେହି କ୍ରମରେ ନେଇଛି ବୋଲି ସେଥିରେ ଲେଖା ଅଛି । ସେ ତାଙ୍କ ପିଲାମାନଙ୍କ ମୁଣ୍ଡ ଛୁଇଁ ମଧ୍ୟ କହିଛନ୍ତି ।

    ଖଣ୍ଡଗିରି ମେଳାରେ ସେ ମୋ ସହ ପୁରୀ ଯାଇ ସେଠାରେ ପ୍ରତିଜ୍ଞା କରିଥିଲେ । ମୋ ପାଖରେ ପ୍ରତିବର୍ଷ ୭୦ଲକ୍ଷରେ ଚୁକ୍ତି କରିଥିଲେ । ସେ କାଲି ମୋ ଫୋନ ଉଠାଇନଥିଲେ । ବର୍ତ୍ତମାନ ଇଜ୍ଜତର କଥା ମୋର । ମୋ ସମ୍ମାନକୁ ଯଦି ବାଧେ ମୁଁ କ’ଣ ବି କରିପାରେ । ସ୍ନାନବେଦୀରେ ବସି ମିଛ କହୁଛନ୍ତି ପିୟୁଷ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏବେ ଅପେକ୍ଷା ଆସନ୍ତା ବର୍ଷ ପିୟୁଷ କେଉଁ ପାର୍ଟିକୁ ଯିବେ । ଯାତ୍ରା ଜଗତରେ ଟଙ୍କା ନେଣଦେଣ ଏହା କିଛି ନୂଆ ନୁହେଁ । ମାତ୍ର ପିୟୁଷ କ୍ଷେତ୍ରରେ ଦେଖାଦେଇଥିବା କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସମସ୍ତ ଦର୍ଶକଙ୍କ ନଜର ପିୟୁଷଙ୍କ ଭବିଷ୍ୟତ ଉପରେ । ତାଙ୍କ ଉପରେ ଲାଗିଥିବା ଏହି କଳଙ୍କ କେମିତି ଆଡ଼େଇବେ ତାହା ଏବେ ଦେଖିବାକୁ ବାକି ରହିଲା ।

  • ପୁରୁଷ ନୁହଁ, ମଦ ପିଇବା ପାଇଁ ହାଁ ହାଁ ହେଉଛନ୍ତି ମହିଳା

    ପୁରୁଷ ନୁହଁ, ମଦ ପିଇବା ପାଇଁ ହାଁ ହାଁ ହେଉଛନ୍ତି ମହିଳା

    ମଦ ପିଇବାକୁ ହଙ୍କ ହଙ୍କ ମହିଳା, ଢକ ଢକ କରି ପିଇଯାଉଛନ୍ତି ମଦ, ଯେମିତି ଅମୃତ ହିଁ ଝରିପଡୁଛି, ହଁ ଆଜ୍ଞା, ଆଗରୁ ଘରେ ପିଉଥିଲେ, ଏବେ ରାସ୍ତାଘାଟରେ ଅନ୍ଧାର ରାତିରେ, ତାହା ପୁଣି ଅନ୍ୟ ପୁରୁଷ ସହ ବସି ପେଗ ପରେ ପେଗ ପିଇଯାଉଛନ୍ତି |ଯୁବକଙ୍କ ସହ ନିଶାରେ ବୁଡ଼ିଥିବା ମହିଳାଙ୍କର ସମ୍ପର୍କ କ’ଣ ? ଏ ବିଷୟରେ ଗ୍ରାମବାସୀ ପଚାରିବାରୁ ଚିହିଁକି ଉଠି ଯୁବକ କହିଥିଲେ ଏ ମୋ ସ୍ତ୍ରୀ, କିନ୍ତୁ ଗାଁ ଲୋକେ କହିଥିଲେ, ତୁମ ସ୍ତ୍ରୀ ଯଦି ଘରେ ବସି କିମ୍ବା କେଉଁ ହୋଟେଲରେ ପିଇଲନି ଅନ୍ୟ ଗାଁରେ ଆସି କାହିଁକି ପିଉଛ | ଦର୍ଶକବନ୍ଧୁ, ବାଲେଶ୍ବର ଜିଲ୍ଲା ବାଲିଆପାଳରୁ ଆସିଛି ଏଭଳି ଦୃଶ୍ୟ, ସର୍ବସଧରଣ ସ୍ଥାନରେ ମଦ ପିଇବାକୁ ବିରୋଧ କରୁଥିବା ଲୋକଙ୍କୁ ମଦ ପିଉଥିବା ମହିଳା ଜଣକ କହୁଛନ୍ତି ‘ଆମ ଇଚ୍ଛା, ଆମେ ଯୋଉଠି ପିଇଲେ ତୁମର କଣ ଗଲା, ଥରେ ଶୁଣନ୍ତୁ କଣ କହୁଛନ୍ତି ନିଶାରେ ଉବୁଟୁବୁ ମହିଳା

    ଶୁଣିଲେ ତ, ବିରୋଧ କରୁଥିବା ଗାଁ ଲୋକଙ୍କୁ କେମିତି ନାଲିଆଖି ଦେଖାଉଛନ୍ତି ନିଶାଗ୍ରସ୍ତ ମହିଳା ଜଣକ, ନା ଅଛି ଭୟ ନା ଡର, ଖୋଲାମ ଖୋଲା ପବ୍ଲିକ ପ୍ଲେସରେ ମହିଳା ଓ ଯୁବକ ଜଣକ ମିଶି ଗଡାଇ ଚାଲିଛନ୍ତି ପେଗ ପରେ ପେଗ | ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏଭଳି କାର୍ଯକୁ ଘୋର ନିନ୍ଦା କରାଯାଇଛି |

    ସୂଚନା ଅନୁସରେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଏହି ଯୁବକ ବୋଲି ଜଣାପଡିଛି | ରାତି ଅଧରେ ମହିଳାଙ୍କ ସହିତ କଣ ଚାଲିଥିଲା | ବାସ୍ତବରେ ଏହି ଯୁବକ ଏବଂ ମହିଳା ଉଭୟେ ସ୍ବାମୀ ସ୍ତ୍ରୀ ନା ଅନ୍ୟ କିଛି | ଏଭଳି ଅସାମାଜିକଙ୍କ ପାଇଁ ସମାଜ କଳଙ୍କିତ ହେବାକୁ ବସିଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି |

  • ଗଙ୍ଗାଘାଟରେ ଚାଞ୍ଚଲ୍ୟ! ଟ୍ରଲିବ୍ୟାଗରୁ ମିଳିଲା ମୁଣ୍ଡ କଟା ଶବ

    ଗଙ୍ଗାଘାଟରେ ଚାଞ୍ଚଲ୍ୟ! ଟ୍ରଲିବ୍ୟାଗରୁ ମିଳିଲା ମୁଣ୍ଡ କଟା ଶବ

    ପ୍ରତ୍ୟେକ ଦିନପରି ସୋମବାର ଲୋକେ କରୁଥାନ୍ତି ଯୋଗାଭ୍ୟାସ। ସେତିକି ବେଳେ କେଉଁଆଡୁ ଆସି ଛିଡା ହେଲା ଗୋଟେ ଧଳା କାର୍। କାରରୁ ଓହ୍ଲାଇଲେ ଦୁଇ ଜଣ ମହିଳା। ଆଉ ସଙ୍ଗରେ ଥିଲା ଗୋଟେ ନୀଳ ରଙ୍ଗର ଟ୍ରଲି ବ୍ୟାଗ୍। ଖାଲି ଏପଟ ସେପଟ ଚାହୁଁଥାନ୍ତି ଆଉ ଭାରି ବ୍ୟାଗ୍ ଘୋଷାରି ଘୋଷାରି ଆଣୁଥାନ୍ତି । ନଦୀରେ ଫିଙ୍ଗିବାକୁ ଚେଷ୍ଟା କରୁଥାନ୍ତି । ସେମାନଙ୍କ କାର୍ଯ୍ୟକଳାପ ଦେଖି ସ୍ଥାନୀୟ ଲୋକଙ୍କ ମନେରେ ସନ୍ଦେହ ଉପୁଜିଥିଲା ।

    ଏବଂ ସେ ଦୁହେଁ କୁ ବ୍ୟାଗ୍ ରେ କଣ ଅଛି ପଚାରିବା ସହିତ ସୁଟକେସକୁ ଖୋଲିବାକୁ କହିଥିଲେ। ଏହାଶୁଣି ସେ ଦୁହେଁ ଉତ୍ତର ଦେଇଥିଲେ ଯେ ସେଥିରେ ତାଙ୍କର ମଲା କୁକୁରର ମୃତ ଦେହ ଅଛି । ହେଲେ ଏହାକୁ ଲୋକ ମାନେ ବିଶ୍ୱାସ କରିନଥିଲେ। ସଙ୍ଗେ ସଙ୍ଗେ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ। ତା ପରେ ସୁଟକେସ ଖୋଲିଲା। ତାହା ଭିତରେ ଯାହା ଦେଖିଲା ତାହା ସମସ୍ତଙ୍କ ହସ ଉଡ଼ାଇ ଦେଲା।

    କରଣ ସେଥିରେ ଥିଲା ଗୋଟେ ମହିଳାଙ୍କ ମୁଣ୍ଡ ବିହୀନ ରକ୍ତ ଯୁଡୁବୁଡୁ ମୃତ ଦେହ। ତେବେ ପୋଲିସ ଟ୍ରଲିବ୍ୟାଗରୁ ରକ୍ତ ଯୁଡୁ ବୁଡୁ ମୃତଦେହକୁ ଜବତ କରିବା ସହ ଉଭୟ ମହିଳାଙ୍କୁ ଗିରଫ କରିଛି। ମହିଳା ଅଭିଯୁକ୍ତ ଦୁଇ ଜଣ ହେଲେ ଫାଲଗୁନୀ ଘୋଷ ଓ ତାଙ୍କ ମାଆ ଆରତୀ ଘୋଷ। ଆଉ ମୃତ ମହିଳା ଜଣକ ହେଲେ ସୁମିତା ଘୋଷ। ସେ ହେଉଛନ୍ତି ଫାଲଗୁନ ଘୋଷଙ୍କ ପିଉଷୀ ଶାଶୁ । କୋଲକାତାର ମଧ୍ୟମ ଗ୍ରାମରୁ ମୃତ ଦେହକୁ ଆଣି କୁମାରଘାଟି ଆସିଥିଲେ।

    ଖବର ଅନୁଯାୟୀ ଫାଲଗୁନିଙ୍କର ତାଙ୍କ ସ୍ବାମୀଙ୍କ ସହ ପଡେନାହିଁ । ତେବେ ସେ ତାଙ୍କ ମାଆ ଆରତିଙ୍କ ସହ ରହୁଥିଲେ। ମୃତ ସୁମିତା ହେଉଛନ୍ତି ତାଙ୍କ ସସୁରଙ୍କ ଭଉଣୀ। ତାଙ୍କ ଘର ଆସାମର ଚୋରାହାଟ ରେ। ସେ ବି ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏବଂ ୨ ବର୍ଷ ହେବ ଫାଲଗୁନି ଙ୍କ ସହ ରହୁଥିଲେ। ଗତ ଷୋମବାର ଅପରାହ୍ନ ୪ଟା ବେଳେ ୩ଜଣଙ୍କ ମଧ୍ୟରେ ଜୋର୍ ରେ ପାଟିତୁଣ୍ଡ ହୋଇଥିଲା।

    ଫାଲଗୁନି ଏତିକିବେଳେ ସୁମିତାଙ୍କୁ ଧକ୍କା ମାରିଥିଲେ। ତାଙ୍କ ମୁଣ୍ତ କାନ୍ଥରେ ମଡ ହୋଇ ସେ ଅଚେତ୍ ହୋଇଯାଇଥିଲେ। ଆଉ ସେତିକି ବେଳେ ଫାଲଗୁନି ଗୋଟେ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

    ଏହାପରେ ମାଆ ଝିଅଙ୍କ ମୁଣ୍ଡ ଶୁନ୍ ହୋଇଥିଲା। ତାପରେ ସୁଟକେସ ରେ ମୃତ ଦେହକୁ ପୁରାଇ ଗଙ୍ଗା ନଦୀରେ ଫିଙ୍ଗିବା କୁ ଆଣିଥିଲେ। କିନ୍ତୁ ସମସ୍ତଙ୍କ ଆଗରେ ଏହି ଘଟଣାର ପର୍ଦ୍ଦଫାଶ ହୋଇଛି। ବର୍ତମାନ ଉଭୟ ହାଜତରେ ଥିବା ଜଣା ପଡିଛି।

  • ମହାଶିବରାତ୍ରିରେ ମହା ଅଘଟଣ, ଖସିପଡିଲେ ସେବାୟତ

    ମହାଶିବରାତ୍ରିରେ ମହା ଅଘଟଣ, ଖସିପଡିଲେ ସେବାୟତ

    ମହାଶିବରାତ୍ରିରେ ଘଟିଲା ବଡ ଅଘଟଣ । ମହାଦୀପ ଚୂଡାକୁ ଉଠାଇବା ବେଳେ ଖସିପଡିଲେ ସେବାୟତ। ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ। ଲିଙ୍ଗରାଜ ମନ୍ଦିରରେ ମହାଦୀପ ସହ ତଳେ ପଡିଗଲେ‌ ସେବାୟତ । ତାଙ୍କ ମୁଣ୍ଡରେ ଓ ବାମ ପାର୍ଶ୍ବ ଆଖି ପାଖରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । ଆହତ ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହତ ସେବାୟତଙ୍କୁ ହସ୍ପିଟାଲରେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଆଁ ଛିଟିକି ଦୁଇ ସେବାୟତ ମଧ୍ୟ ଆହାତ ହୋଇଛନ୍ତି । ଆହତ ସମର୍ଥା ସେବାୟତ ଭାବେ ମନ୍ଦିରରେ ସେବା କରନ୍ତି। ପ୍ରତିବର୍ଷ ମନ୍ଦିରର ବାନା ବାନ୍ଧିବା ଓ ଧ୍ଵଜା ବଦଳାଇବା ସହ ମହାଦୀପ ଉଠାଇବା କାମ କରନ୍ତି । ଗତକାଲି ମହାଶିବରାତ୍ରିରେ ମହାଦୀପ ଧରି ସେ ମନ୍ଦିର ଚୂଡାକୁ ଯିବାକୁ ବାହାରିଥିଲେ । ମାତ୍ର 20 ଫୁଟ ଉଚ୍ଚତାକୁ ଚଢିବା ପରେ ତାଙ୍କ ହାତ ଖସିଯିବାରୁ ସେ ତଳେ ପଡିଯାଇଥିଲେ ।

    ଭିଡକୁ ଏଡାଇ ଆମ୍ବୁଲାନ୍ସ ଯୋଗେ ଆହତ ସେବାୟତଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅନ୍ୟ ଜଣେ ସମର୍ଥା ସେବାୟତ ମହାଦୀପ ନେଇ ଉପରକୁ ଉଠିଥିଲେ । ପ୍ରଥମ ଥର ପାଇଁ ମହାଶୀବରାତ୍ରିରେ ଏପରି ଅଘଟଣ ଘଟିଛି ।
    ସେବାୟତ ଆହତ ସମ୍ପର୍କରେ ଖବର ପାଇବା ପରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ମଧ୍ୟ ହସ୍ପିଟାଲ ଯାଇ ଆହତ ସେବାୟତଙ୍କୁ ଭେଟିଥିଲେ । ସେମାନଙ୍କର ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    ଜଣେ ସେବାୟତ ଯିଏ ମହାଦୀପ ନେଉଥିଲେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ଓ ଅନ୍ୟ ଦୁଇ ଜଣ ମହାଦୀପର ନିଆଁ ଛିଟିକି ପଡି ଆହାତ ଥିବା ଆଇନମନ୍ତ୍ରୀ କହିଛନ୍ତି । ଏପରି ଅଘଟଣ ପରେ ମହାଦୀପକୁ ସୁରୁ ଖୁରୁରେ ଉଠା ଯାଇଛି ।

    ସେପଟେ ଲିଙ୍ଗରାଜ ମନ୍ଦିରରେ ଏପରି ଘଟଣା ସମୟରେ ଦକ୍ଷିଣ ଦ୍ଵାରରେ ଦେଖାଦେଇଥିଲା ସେବାୟତଙ୍କ ମଧ୍ୟରେ ଉତ୍ତେଜନା । ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ଦେଖିବାକୁ ମିଳିଥିଲା। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

  • ସୁନିତାଙ୍କ ବୟାନ ପରେ, ୩୦ ବର୍ଷର ସମ୍ପର୍କରେ ପଡ଼ିବାକୁ ଯାଉଛି ଫାଟ

    ସୁନିତାଙ୍କ ବୟାନ ପରେ, ୩୦ ବର୍ଷର ସମ୍ପର୍କରେ ପଡ଼ିବାକୁ ଯାଉଛି ଫାଟ

    ଅଲଗା ହେବେ ଗୋବିନ୍ଦା ଏବଂ ସୁନିତା। ୩୦ ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ଏହି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି । ଯଦିଓ ଉଭୟ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି। ତଥାପି ଏହି କଥା ସବୁଆଡେ ଚର୍ଚ୍ଚା ହେଉଛି । ଗୋବିନ୍ଦା ତାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ପତ୍ନୀ ସୁନୀତା ଗତ କିଛି ଦିନ ତଳେ ଏପରି କିଛି ବୟାନ ଦେଇଛନ୍ତି, ଯାହା ପରେ ତାଙ୍କ ଜୀବନରେ ଅଶାନ୍ତି ଦେଖାଦେଇଛି।

    ବିବାହର ଅନେକ ବର୍ଷ ପରେ, ଗୋବିନ୍ଦା ଏବଂ ସୁନୀତାଙ୍କ ଅଲଗା ହେବାର ଖବର ଆସୁଛି। ପିଙ୍କଭିଲାକୁ ଦେଇଥିବା ଏକ ସାକ୍ଷାତକାରରେ ସୁନୀତା କହିଛନ୍ତି, ଜଣେ ପୁରୁଷ ଗିରଗିଟ ପରି, ତାକୁ ଦୃଢ଼ ଭାବରେ ଧରି ରଖ, ଯେପରି ମୁଁ କରିଥିଲି।’ ଯଦି ତୁମେ ଏହା କିପରି କରିବ ଜାଣିନାହଁ, ତେବେ ତାକୁ ଭଲ ଭାବରେ ମାରି ଦିଅ।

    ସୁନୀତା ଆହୁରି ମଧ୍ୟ କହିଥିଲେ ଯେ, ସେ ତାଙ୍କ ସୱାମୀ ଗୋବିନ୍ଦାଙ୍କ ଠାରୁ ଅଲଗା ରୁହନ୍ତି। ଗୋବିନ୍ଦା ବଙ୍ଗଳାରେ ରୁହନ୍ତି ଏବଂ ସୁନିତା ତାଙ୍କ ଦୁଇ ପିଲାଙ୍କ ସହିତ ଅଲଗା ଫ୍ଲାଟରେ ରୁହନ୍ତି। ସୁନୀତାଙ୍କ ଏହି ବୟାନ ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତାର ଖବର ଆସିବା ଆରମ୍ଭ ହେଲା।

    ସୁନିତା କର୍ଲି ଟେଲ୍ସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ତାଙ୍କ ଜନ୍ମଦିନ ଏକା ପାଳନ କରନ୍ତି, ଗୋବିନ୍ଦାଙ୍କ ସହିତ ନୁହେଁ। ସେ କହିଥିଲେ- ନିଜ ପାଇଁ କେବେ ବଞ୍ଚିବି? ପ୍ରତିବର୍ଷ ମୋ ଜନ୍ମଦିନରେ, ମୁଁ ସକାଳେ ପୂଜା କରେ। ରାତି ୮ଟା ବାଜିବା ମାତ୍ରେ, ଏକା କେକ କାଟି ମଦ୍ୟପାନ କରିଥାଏ।

    ପିଙ୍କଭିଲାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସୁନୀତା କହିଥିଲେ ଯେ ସେ ତାଙ୍କ ପରବର୍ତ୍ତୀ ଜୀବନରେ ଗୋବିନ୍ଦାଙ୍କ ପରି ସୱାମୀ ଚାହାଁନ୍ତି ନାହିଁ। ସେ କହିଥିଲେ, ମୁଁ ତାଙ୍କୁ କହିସାରିଛି ଯେ ପରବର୍ତ୍ତୀ ଜନ୍ମରେ ସେ ମୋର ସୱାମୀ ହେବା ଉଚିତ ନୁହେଁ। ମୁଁ ଏପରି ଜଣେ ବ୍ୟକ୍ତି ଯିଏ ମୋ ସୱାମୀଙ୍କ ସହିତ ବାହାରକୁ ଯାଇ ରାସ୍ତାରେ ଗୁପଚୁପର ମଜା ନେବାକୁ ଚାହେଁ। ସେ କାମରେ ବହୁତ ବ୍ୟସ୍ତ, ଆମେ ଦୁହେଁ କେବେ ସିନେମା ଦେଖିବାକୁ ଯାଇଥିଲୁ, ସେପରି କିଛି ମନେ ନାହିଁ। ଏବେ ମୁଁ ଜାଣିନାହିଁ ଯେ ସେ ବଦଳି ଯାଇଛନ୍ତି କି ନାହିଁ।

    ଯଦି ଏହି ବୟାନଗୁଡିକୁ ବିଶ୍ୱାସ କରାଯାଏ, ତେବେ ଗୋବିନ୍ଦା ଏବଂ ସୁନୀତାଙ୍କ ବୈବାହିକ ଜୀବନରେ ସବୁକିଛି ଠିକ ଚାଲୁନାହିଁ। କୁହାଯାଉଛି ଯେ, ଗୋବିନ୍ଦାଙ୍କ ଏକ୍ସଟ୍ରା ମ୍ୟାରିଟାଲ ସମ୍ପର୍କ ରହିଛି ଏବଂ ତାଙ୍କର ଛାଡପତ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

  • କାହିଁକି ହୋଇଥାଏ ଡିପ୍ରେସନ ? ଏପରି କଲେ ଦୂର କରିବ ଡିପ୍ରେସନ

    କାହିଁକି ହୋଇଥାଏ ଡିପ୍ରେସନ ? ଏପରି କଲେ ଦୂର କରିବ ଡିପ୍ରେସନ

    ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ଅନେକ ସମୟରେ ଦୁଖିତ ରହିଥାନ୍ତି | ଏହା ଏକ ସାଧାରଣ କଥା |କିନ୍ତୁ ଯଦି ଆପଣ ଏକ କିମ୍ବା ଦୁଇ ସପ୍ତାହରୁ ଅଧିକ ଦିନ ଯାଏ ଚିନ୍ତାରେ ରହୁଛନ୍ତି ତେବେ ଏହା ମାନସିକ ରୋଗ ବା ଡିପ୍ରେସନ ହୋଇଥାଏ |କଣ ଆପଣ ବି ଡିପ୍ରେସନରେ ରହୁଛନ୍ତି କି ?କେମିତି ଆପଣ ମୁକ୍ତ ହେବେ ଡିପ୍ରେସନରୁ | କାହିଁକି ହୋଇଥାଏ ଡିପ୍ରେସନ |ଜଣେ ବ୍ୟକ୍ତି ଡିପ୍ରେସନରେ ଅଛି ବୋଲି ଆପଣ କେମିତି ଜାଣିବେ | ମାନସିକ ଅବସାଦ ବା ଡିପ୍ରେସନ ଏହା ଏମିତି ଏକ ସମସ୍ଯା ଯାହା ସାରା ବିଶ୍ୱରେ ସବୁଠାରୁ ବଡ ସମସ୍ଯା ହୋଇ ଦେଖାଦେଉଛି | ମାନସିକ ଅବସାଦ କାରଣରୁ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି | ପିଲାଠୁ ବୟସ୍କ ଯାଏ ଏବେ ସମସ୍ତେ ଡିପ୍ରେସନରେ ଗତି କରୁଛନ୍ତି | ସାଧାରଣତଃ ପରୁଷଙ୍କଠୁ ଅଧିକ ମହିଳା ମାନେ ଡିପ୍ରେସନର ଶିକାର ହୋଇଥାନ୍ତି |

    କାହିଁକି ହୁଏ ଡିପ୍ରେସନ କଣ ରହିଛି ଏହାର ଲକ୍ଷଣ
    ମାନସିକ ଚାପରେ ରହିଲେ, ମନ ସବୁବେଳେ ଦୁଖଃ ରହିଲେ,ଭୋକ ନ ଲାଗିଲେ, କାମ କରିବାକୁ ଇଛା ହୋଉନଥିଲେ, ଠିକରେ ନିଦ ନହେଲେ, ବାରମ୍ବାର ରାତିରେ ନିଦ ଭାଙ୍ଗିଲେ, ଅନ୍ୟମନସ୍କ ରହିଲେ, ଅସ୍ଥିର ମନେ କଲେ, ଚିଡଚିଡ ଲାଗିଲେ, ଅତ୍ୟାଧିକ ରାଗିଯିବା ଏ ସବୁ ଡିପ୍ରେସନର କାରଣ ହୋଇଥାଏ |

    ପ୍ରତିକାର –
    ସକାଳର ବ୍ୟାୟମ ଆପଣ ମାନସିକ ରୋଗ ପାଇଁ ନିହାତି ଜରୁରୀ | ଯଦି ଜଣେ ବ୍ୟକ୍ତି ଏକ ସପ୍ତାହରୁ ଅଧିକ ମାନସିକ ଚିନ୍ତାରେ ରହୁଛି ତେବେ ଏହାକୁ ଅବହେଳା କରନ୍ତୁ ନାହିଁ ତୁରନ୍ତ ଯାଇ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ |ଛୋଟ ପିଲାମାନଙ୍କ କ୍ଷେତ୍ରରେ ଯଦି ଡିପ୍ରେସନ ଦେଖାଯାଉଛି ତେବେ କାଉସିଲିଂ କଲେ ଲକ୍ଷଣରେ ଉନ୍ନତି ଆସିବ|

  • ଉଜାଗର ରହି ଜାଗର କଲେ ମିଳେ ଏହି ପୁଣ୍ୟ…

    ଉଜାଗର ରହି ଜାଗର କଲେ ମିଳେ ଏହି ପୁଣ୍ୟ…

    ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି ବା ଜାଗର । ଦେବଦେବ ମହାଦେବ ସତ୍ୟ, ଶିବ, ସୁନ୍ଦର । ଜୀବନରୁ ପାପତାପରୁ ମୁକ୍ତି କରିବା ସହ ଯିଏ ଆଲୋକର ରାସ୍ତା ଦେଖାନ୍ତି ସେ ହେଉଛନ୍ତି ମହାଦେବ । ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ଆଜି ପ୍ରତ୍ୟେକ ଶୈବଭକ୍ତ ପାଠ କରୁଛନ୍ତି ମହା ମହାମୃତ୍ୟୁଞ୍ଜୟ ମନ୍ତ୍ର । ହର ହର ମହାଦେବରେ କମ୍ପୁଛି ଗଗନ, ପବନ । ଆଜି ଉଜାଗର ରହି ଜାଗର ପାଳନ କରୁଛନ୍ତି ଶିବ ଭକ୍ତ।

    ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରି । ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ଦେବଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ସୃଷ୍ଟି ବୋଲି ପୂର୍ବରୁ ବିଶ୍ବାସ ରହିଛି । ପୌରାଣିକ କଥା ଅନୁଯାୟୀ, ଯେତେବେଳେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରିଥିଲେ ।

    ଏହାପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ମଧ୍ୟ ପାଳନ କରାଯାଏ ।

    ଅଖଣ୍ଡ ଦୀପ ଜାଳି ରାତିରେ ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ । ଶିବଭକ୍ତ ମାନେ ଆଜିର ଦିନରେ ଉପବାସ ରହିଥାନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହିଥାନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଅନ୍ୟ ଦେବତାଙ୍କ ପୂଜା ଦିନ ବେଳା ହେଉଥିବାବେଳେ ଶିବରାତ୍ରିରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ । ବିଳମ୍ବିତ ରାତିରେ ମହାଦୀପ ଉଠିବା ପରେ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ । ଶିବରାତ୍ରିକୁ ଭକ୍ତି ଏବଂ ନିଷ୍ଠାର ସହ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

    ଶିବରାତ୍ରିକୁ ଚାରୋଟି ପ୍ରହରରେ ଶେଷ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ କ୍ଷୀରରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହରରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରେଇ ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ ।