କାହିଁକି ହୋଇଥାଏ ଡିପ୍ରେସନ ? ଏପରି କଲେ ଦୂର କରିବ ଡିପ୍ରେସନ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ଅନେକ ସମୟରେ ଦୁଖିତ ରହିଥାନ୍ତି | ଏହା ଏକ ସାଧାରଣ କଥା |କିନ୍ତୁ ଯଦି ଆପଣ ଏକ କିମ୍ବା ଦୁଇ ସପ୍ତାହରୁ ଅଧିକ ଦିନ ଯାଏ ଚିନ୍ତାରେ ରହୁଛନ୍ତି ତେବେ ଏହା ମାନସିକ ରୋଗ ବା ଡିପ୍ରେସନ ହୋଇଥାଏ |କଣ ଆପଣ ବି ଡିପ୍ରେସନରେ ରହୁଛନ୍ତି କି ?କେମିତି ଆପଣ ମୁକ୍ତ ହେବେ ଡିପ୍ରେସନରୁ | କାହିଁକି ହୋଇଥାଏ ଡିପ୍ରେସନ |ଜଣେ ବ୍ୟକ୍ତି ଡିପ୍ରେସନରେ ଅଛି ବୋଲି ଆପଣ କେମିତି ଜାଣିବେ | ମାନସିକ ଅବସାଦ ବା ଡିପ୍ରେସନ ଏହା ଏମିତି ଏକ ସମସ୍ଯା ଯାହା ସାରା ବିଶ୍ୱରେ ସବୁଠାରୁ ବଡ ସମସ୍ଯା ହୋଇ ଦେଖାଦେଉଛି | ମାନସିକ ଅବସାଦ କାରଣରୁ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି | ପିଲାଠୁ ବୟସ୍କ ଯାଏ ଏବେ ସମସ୍ତେ ଡିପ୍ରେସନରେ ଗତି କରୁଛନ୍ତି | ସାଧାରଣତଃ ପରୁଷଙ୍କଠୁ ଅଧିକ ମହିଳା ମାନେ ଡିପ୍ରେସନର ଶିକାର ହୋଇଥାନ୍ତି |

କାହିଁକି ହୁଏ ଡିପ୍ରେସନ କଣ ରହିଛି ଏହାର ଲକ୍ଷଣ
ମାନସିକ ଚାପରେ ରହିଲେ, ମନ ସବୁବେଳେ ଦୁଖଃ ରହିଲେ,ଭୋକ ନ ଲାଗିଲେ, କାମ କରିବାକୁ ଇଛା ହୋଉନଥିଲେ, ଠିକରେ ନିଦ ନହେଲେ, ବାରମ୍ବାର ରାତିରେ ନିଦ ଭାଙ୍ଗିଲେ, ଅନ୍ୟମନସ୍କ ରହିଲେ, ଅସ୍ଥିର ମନେ କଲେ, ଚିଡଚିଡ ଲାଗିଲେ, ଅତ୍ୟାଧିକ ରାଗିଯିବା ଏ ସବୁ ଡିପ୍ରେସନର କାରଣ ହୋଇଥାଏ |

ପ୍ରତିକାର –
ସକାଳର ବ୍ୟାୟମ ଆପଣ ମାନସିକ ରୋଗ ପାଇଁ ନିହାତି ଜରୁରୀ | ଯଦି ଜଣେ ବ୍ୟକ୍ତି ଏକ ସପ୍ତାହରୁ ଅଧିକ ମାନସିକ ଚିନ୍ତାରେ ରହୁଛି ତେବେ ଏହାକୁ ଅବହେଳା କରନ୍ତୁ ନାହିଁ ତୁରନ୍ତ ଯାଇ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ |ଛୋଟ ପିଲାମାନଙ୍କ କ୍ଷେତ୍ରରେ ଯଦି ଡିପ୍ରେସନ ଦେଖାଯାଉଛି ତେବେ କାଉସିଲିଂ କଲେ ଲକ୍ଷଣରେ ଉନ୍ନତି ଆସିବ|